Advertisement
Posted inଖେଳ

୨ ବର୍ଷ ହେଲା ଶତକ ଅପେକ୍ଷାରେ କୋହଲି

ନୂଆଦିଲ୍ଲୀ,୨୩।୧୧: ଭାରତୀୟ ରନ୍‌ ମେସିନ ବିରାଟ କୋହଲି ଆଜିକୁ ଠିକ୍‌ ୨ ବର୍ଷ ତଳେ ଅନ୍ତିମ ଅନ୍ତର୍ଜାତୀୟ ଶତକ ହାସଲ କରିଥିଲେ। ୨୦୧୯ ନଭେମ୍ବର ୨୩ ତାରିଖ ଠାରୁ ତାଙ୍କ ବ୍ୟାଟରୁ ରନ୍‌ ବାହାରୁ ଥିଲେ ମଧ୍ୟ ସେ କୌଣସି ଫର୍ମାଟରେ ତିନି ସଂଖ୍ୟା ବିଶିଷ୍ଟ ସ୍କୋରରେ ପହଞ୍ଚି ପାରୁ ନାହାନ୍ତି।

ଏହା ଥିଲା ଭାରତୀୟ କ୍ରିକେଟ ଇତିହାସର ପ୍ରଥମ ପିଙ୍କ୍‌ ବଲ ଟେଷ୍ଟ। ସେହି ମ୍ୟାଚ୍‌ରେ ଭାରତ ଆଗରେ ପ୍ରତିଦ୍ୱନ୍ଦ୍ୱୀ ଥିଲା ବାଂଲାଦେଶ। କୋଲକାତାର ଇଡେନ ଗାର୍ଡେନ୍ସରେ ଖେଳାଯାଇଥିବା ମ୍ୟାଚ୍‌ରେ ଭାରତୀୟ ଅଧିନାୟକ ୧୩୬ ରନ୍‌ର ଇନିଂସ ଖେଳିଥିଲେ । ଏଥିରେ ଥିଲା ୧୨ ଚୌକା। ଏହା ଥିଲା କୋହଲିଙ୍କ ଅନ୍ତର୍ଜାତୀୟ କ୍ୟାରିୟରରର ୭୦ତମ ଓ ଟେଷ୍ଟରେ ୨୭ତମ ଶତକ। ମ୍ୟାଚ୍‌କୁ ୩ ଦିନ ମଧ୍ୟରେ ଏକ ଇନିଂସ ଓ ୪୬ ରନ୍‌ରେ ଜିତି ନେଇଥିଲା ଭାରତ।

ତା’ ପରଠୁ ବର୍ତ୍ତମାନ ଭାରତୀୟ ଟେଷ୍ଟ ଓ ଦିନିକିଆ ଦଳର ଅଧିନାୟକ ୧୨ ଟେଷ୍ଟ, ୧୫ ଦିନିକିଆ ଏବଂ ୨୩ ଟି୨୦ ମ୍ୟାଚ୍‌ ଖେଳିଛନ୍ତି। ହେଲେ ତାଙ୍କ ବ୍ୟାଟରୁ ଏପର୍ଯ୍ୟନ୍ତ ଗୋଟିଏ ହେଲେ ଶତକ ବାହାରି ନାହିଁ। ଅନ୍ତର୍ଜାତୀୟ ଶତକ ପାଇଁ ଏହା କୋହଲିଙ୍କ କ୍ୟାରିୟରର ସବୁଠୁ ଲମ୍ବା ଅପେକ୍ଷା। ଏହାପରେ ସୀମିତ ଓଭର କ୍ରିକେଟରେ କୋହଲି ଭଲ ହାରରେ ରନ୍‌ ସଂଗ୍ରହ କରିବା ଜାରି ରଖିଥିବା ବେଳେ ଲମ୍ବା ଫର୍ମାଟରେ ତାଙ୍କ ଆଭରେଜ ଖୁବ୍‌ ହ୍ରାସ ପାଇଛି। ୨୦୧୯ ନଭେମ୍ବର ୨୩ ତାରିଖଠାରୁ ଟେଷ୍ଟରେ କୋହଲିଙ୍କ ରନ୍‌ ସଂଗ୍ରହ ହାର ୨୬.୮୦କୁ ଖସି ଆସିଛି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ମା’ ହେଲେ ଏହି ପ୍ରସିଦ୍ଧ ଖେଳାଳି

ରେସଲର ବବିତା ଫୋଗାଟ ଏକ ପୁତ୍ର ସନ୍ତାନ ଜନ୍ମ ଦେଇଛନ୍ତି। ସେ ସୋସିଆଲ ମିଡିଆରେ ପୁଅର ପ୍ରଥମ ଫଟୋ ଶେୟାର କରିଥିଲେ। ଫଟୋ ଶେୟାର କରି...

କେକେଆର୍‌କୁ ହରାଇଲେ କୁଲଦୀପ

ମୁମ୍ବାଇ,୨୮।୪ : ସ୍ଥାନୀୟ ଓ୍ବାଙ୍ଖଡେ ଷ୍ଟାଡିୟମରେ ଗୁରୁବାର ଖେଳାଯାଇଥିବା ମ୍ୟାଚ୍‌ରେ ଦିଲ୍ଲୀ କ୍ୟାପିଟାଲ୍ସ ୪ ଉଇକେଟରେ କୋଲକାତା ନାଇଟ୍‌ ରାଇଡର୍ସ (କେକେଆର୍‌)କୁ ହରାଇ ଦେଇଛି। ମ୍ୟାଚ୍‌ରେ...

ଆଇସିସି ମହିଳା ଟି୨୦ ବିଶ୍ୱକପ୍‌: ସେମିରେ ଦକ୍ଷିଣ ଆଫ୍ରିକା

ସିଡ୍‌ନୀ,୧ା୩(ପି.ଟି.)- ଲୌରା ଓ୍ବଲଭାର୍ଡଙ୍କ ଅପରାଜିତ ଅର୍ଦ୍ଧଶତକୀୟ ଇନିଂସ ସହାୟତାରେ ଦକ୍ଷିଣ ଆଫ୍ରିକା ୧୭ ରନ୍‌ରେ ପାକିସ୍ତାନକୁ ହରାଇ ଆଇସିସି ମହିଳା ଟି୨୦ ବିଶ୍ୱକପ୍‌ ସେମିଫାଇନାଲରେ ପ୍ରବେଶ...

ଭାରତୀୟ ମହିଳା ହକି ଦଳରେ ୩ ଓଡ଼ିଆ

ନୂଆଦିଲ୍ଲୀ,୨୯।୫(ପିଟି): ଆସନ୍ତା ୧୫ ତାରିଖରୁ ଜାପାନର ହିରୋଶିମାଠାରେ ଏଫ୍‌ଆଇଏଚ୍‌ ମହିଳା ସିରିଜ୍‌ ଫାଇନାଲ୍ସ ହକି ଟୁର୍ନାମେଣ୍ଟ ଖେଳାଯିବ। ଏଥିଲାଗି ହକି ଇଣ୍ଡିଆ (ଏଚ୍‌ଆଇ) ପକ୍ଷରୁ ବୁଧବାର...

କାହିଁକି ଟୁଇଟ୍‌ର୍‌ରେ ଟ୍ରେଣ୍ଡ୍‌ କରୁଛନ୍ତି ପ୍ରିୟା ମଲିକ

ବୁଦାପେଷ୍ଟ,୨୫।୭: ଟୋକିଓ ଅଲମ୍ପିକ୍ସରେ ଭାରତୀୟ ଦଳ ଏକ ଭଲ ଆରମ୍ଭ କରିଛି। ପ୍ରଥମ ଦିନରେ ଓ୍ବେଟ୍‌ଲିପ୍ଟର ମୀରବାଇ ଚାନୁ ରୌପ୍ୟ ପଦକ ଜିତିଛନ୍ତି। ଏହାପରେ ସେ...

ଲୋକଙ୍କୁ ଏମିତି ନିବେଦନ କଲେ କୋହଲି

ମୁମ୍ବାଇ,୨୧।୪: ଦେଶରେ କରୋନା ସଂକ୍ରମଣ ପ୍ରତିଦିନ ନୂଆ ରେକର୍ଡ ସୃଷ୍ଟି କରୁଛି। ଗତ ତିନି ଦିନ ଧରି ଦେଶରେ ପ୍ରତିଦିନ ଅଢେଇ ଲକ୍ଷରୁ ଅଧିକ ରୋଗୀ...

‘ଇନ୍‌ ଆଣ୍ଡ୍‌ ଆଉଟ୍‌ ଅଫ୍‌ ଗ୍ରାସ୍‌ରୁଟ୍‌ ଫୁଟ୍‌ବଲ ଡେଭଲପମେଣ୍ଟ’ କାର୍ଯ୍ୟକ୍ରମ

ଭୁବନେଶ୍ୱର, ୧୪ା୪ (ସ୍ପୋଟର୍‌ସ ବ୍ୟୁରୋ)- କରୋନା ଭାଇରସ୍‌ ସଂକ୍ରମଣ ଆଶଙ୍କା ଯୋଗୁ ସମଗ୍ର ଦେଶରେ ଲକ୍‌ଡାଉନ୍‌ ଚାଲିଥିବାରୁ କ୍ରୀଡ଼ା କାର୍ଯ୍ୟକଳାପ ଏକ ପ୍ରକାର ସ୍ଥାଣୁ ପାଲଟି...

ଟି-୨୦ ବିଶ୍ୱକପ୍‌: ଅଷ୍ଟ୍ରେଲିଆ ଟସ୍‌ ଜିତି ବୋଲିଂ ନିଷ୍ପତ୍ତି

ସିଡନୀ,୨୨।୧୦: ଚଳିତ ଟି-୨୦ ବିଶ୍ୱକପ୍‌ର ସୁପର-୧୨ ରାଉଣ୍ଡ ମ୍ୟାଚ୍‌ ଶନିବାର ଆରମ୍ଭ ହୋଇଛି। ପ୍ରଥମ ମ୍ୟାଚ୍‌ ଅଷ୍ଟ୍ରେଲିଆ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଖେଳା ଯାଉଛି। ଅଷ୍ଟ୍ରେଲିଆ...

Advertisement
Archives

Model This Week