୨୧ରେ ବରଗଡ ଆସିବେ ମୁଖ୍ୟମନ୍ତ୍ରୀ

ବରଗଡ ଅଫିସ,୨୦।୧: ଆସନ୍ତା ୨୧ ତାରିଖ ଅର୍ଥାତ୍‌ ମଙ୍ଗଳବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବରଗଡ ଗସ୍ତ କାର୍ଯ୍ୟକ୍ରମ ରହିଛି। ମଧ୍ୟାହ୍ନ ପ୍ରାୟ ୧୨ଟା ୧୫ ମିନିଟରେ ମୁଖ୍ୟମନ୍ତ୍ରୀ ଭଟଲି ବ୍ଲକ ଅନ୍ତର୍ଗତ ଟୁକୁର୍ଲା(ଖେଦାପାଲି) ନିକଟରେ ନିର୍ମିତ ନୂତନ ଜିଲା ମୁଖ୍ୟ ଡାକ୍ତରଖାନା ପରିସରକୁ ହେଲିକପ୍ଟର ଯୋଗେ ପହଞ୍ଚିବେ। ସେଠାରେ ରହିଥିବା ଅସ୍ଥାୟୀ ହେଲିପ୍ୟାଡରେ ଓହ୍ଲାଇବା ପରେ ନୂତନ ଜିଲା ମୁଖ୍ୟ ଡାକ୍ତରଖାନାକୁ ଉଦଘାଟନ ସହିତ ଡାକ୍ତରଖାନା ବୁଲି ଦେଖିବେ। ସେହିପରି ୧୨ଟା ୩୦ ମିନିଟରେ ବରଗଡ ବିଜ୍ଞାନ କେନ୍ଦ୍ର ଉଦଘାଟନ ସାରି ୧୨ଟା ୪୫ ମିନିଟରେ ଟୁକୁର୍ଲା ନିକଟରେ ଆୟୋଜିତ ସଭାରେ ଉଦବୋଧନ ଦେବେ। ସେଠାରେ ଜିଲାର ବିଭିନ୍ନ ପ୍ରକଳ୍ପ ପାଇଁ ଶିଳାନ୍ୟାସ ସହିତ ଅନେକ ଯୋଜନାର ହିତାଧିକାରୀଙ୍କୁ ସେମାନଙ୍କ ପ୍ରାପ୍ୟ ବିତରଣ କରିବେ ଏବଂ ଦିନ ପ୍ରାୟ ୧ଟାରେ ମୁଖ୍ୟମନ୍ତ୍ରୀ ପୁଣି ହେଲିକପ୍ଟର ଯୋଗେ ବରଗଡ ଛାଡିବାର କାର୍ଯ୍ୟକ୍ରମ ରହିଥିବା ଜିଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ କଲ୍ୟାଣୀ ଦାଶ ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଡମ୍ପର ଧକ୍କାରେ ସାଇକେଲ ଆରୋହୀ ମୃତ

ଜଳେଶ୍ୱର, ୨୪।୧(ଡି.ଏନ.ଏ./ସ୍ବ.ପ୍ର)-ଜଳେଶ୍ୱର ଥାନା ଅନ୍ତର୍ଗତ ଧାନସିମୁଳିଆ ଛକରେ ଶୁକ୍ରବାର ଅପରାହ୍ନରେ ଏକ ସଡ଼କ ଦୁର୍ଘଟଣାରେ ଧାନସିମୁଳିଆ ଗ୍ରାମର ଅଜୟ ଭୂୟାଁଙ୍କ ମୃତ୍ୟୁ ଘଟିଛି। ଅଜୟ ସାଇକେଲରେ...

କାକଟପୁର ଥାନା ଅଧିକାରୀଙ୍କ କ୍ୱାର୍ଟରରୁ ଚୋରି

ପୁରୀ ଅଫିସ, ୧୩।୬: ପୁରୀରେ ଦୀର୍ଘ ଦିନ ପରେ ପୁଣି ସକ୍ରିୟ ହୋଇଛନ୍ତି ସିନ୍ଧି ଚୋର। ଶୁକ୍ରବାର ରାତିରେ କ୍ଲର୍କ ରୋଡ୍‌ରେ ଥିବା କାକଟପୁର ଥାନା...

ମାଟ୍ରିକ ପରୀକ୍ଷାରେ ୫୦%ରୁ କମ୍‌ ସଫଳତା

ଅନୁଗୋଳ ଅଫିସ, ୧୧।୬ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ) ପକ୍ଷରୁ ୨୦୧୯ରେ ଅନୁଷ୍ଠିତ ମାଟ୍ରିକ ପରୀକ୍ଷାରେ ୫୦ ପ୍ରତିଶତରୁ କମ୍‌ ସଫଳତା ପାଇଥିବା ବିଦ୍ୟାଳୟଗୁଡିକୁ ସ୍କୁଲ ଓ...

ମା’ଠୁ ଶିଶୁଙ୍କୁ ସଂକ୍ରମଣରୁ ରୋକାଯାଇଛି

ବ୍ରହ୍ମପୁର ଅଫିସ୍‌,୨ା୧୨-ବ୍ରହ୍ମପୁର ପ୍ରଜ୍ଞାନ ହଲ୍‌ରେ ରବିବାର ଜିଲାସ୍ତରୀୟ ଏଡ୍‌ସ ଦିବସ ପାଳିତ ହୋଇଯାଇଛି। ଏଥିରେ ମୁଖ୍ୟଅତିଥି ଭାବେ ଜିଲାପାଳ ବିଜୟ ଅମୃତା କୁଲାଙ୍ଗେ ଯୋଗ ଦେଇଥିଲେ।...

ଜରି ମେଢ଼ରେ ଝଲସିବେ ଗଣେଶ

କେନ୍ଦୁଝର, ୧।୯-ଆସନ୍ତା ସୋମବାର ଗଣେଶ ପୂଜା ଆରମ୍ଭ ା ଏଥି ପାଇଁ ସବୁଠି ପ୍ରସ୍ତୁତି ଆରମ୍ଭ ହୋଇଛି ା କେନ୍ଦୁଝର ଡିଏଫଓ ଅଫିସରେ ମଧ୍ୟ ପ୍ରତିବର୍ଷ...

ମୋବାଇଲ ଚୋର ଗିରଫ

ଧାମନଗର,୧୨।୭(ଡି.ଏନ୍‌.ଏ.): ଭଦ୍ରକ ଜିଲା ଦୋବଲ ବଜାରରେ ମୋବାଇଲ ଦୋକାନ କରିଥିବା ସେକ୍‌ ଇଝାରଙ୍କୁ ମୋବାଇଲ ଚୋରି ଅଭିଯୋଗରେ କେନ୍ଦ୍ରାପଡ଼ା ପୋଲିସ ଗିରଫ କରିଛି। ଇଝାର ଚୋରା...

ବଛ୍‌ରେ ହେଲା ଥଁଡା ପାଏନ୍‌ ପ୍ରକଳ୍ପ ଅଚଲ : ଉଲ୍‌ଗୁଲାନର ଚେତାବନୀ ଦେଲା ବେଉସାୟୀ ସଂଘ

ମନମୁଣ୍ଡା, ୯।୬ (ଡି.ଏନ.ଏ): – ବୌଦ୍ଧ ଜିଲା ମନମୁଣ୍ଡା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ବାଡ଼ାକେ ଲାଗି ୨୦୧୬ ସାଲେ ୩ ଲାଖ୍‌ ଟଁକା ଖରଚ୍‌ରେ ଗୁଟେ...

ଜିଲାସ୍ତରୀୟ ପକ୍ଷୀ ଗଣନା ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ

ଚିତ୍ରକୋଣ୍ଡା,୩୧।୧୨(ଡି.ଏନ.ଏ.): ମାଲକାନଗିରି ଜିଲା ଚିତ୍ରକୋଣ୍ଡା ପଞ୍ଚାୟତ ସମିତି ଅନ୍ତର୍ଗତ ସ୍ଥାନୀୟ ୟୁକୋ ପାର୍କଠାରେ ମାଲକାନଗିରି ବନଖଣ୍ଡ ଏବଂ ଚିତ୍ରକୋଣ୍ଡା ବନାଞ୍ଚଳ ପରିଚାଳନାରେ ଜିଲାସ୍ତରୀୟ ପକ୍ଷୀ ଗଣନା...

Coronavirus Update

Archives

Model This Week

Why Dharitri