୨୧ରେ ବରଗଡ ଆସିବେ ମୁଖ୍ୟମନ୍ତ୍ରୀ

ବରଗଡ ଅଫିସ,୨୦।୧: ଆସନ୍ତା ୨୧ ତାରିଖ ଅର୍ଥାତ୍‌ ମଙ୍ଗଳବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବରଗଡ ଗସ୍ତ କାର୍ଯ୍ୟକ୍ରମ ରହିଛି। ମଧ୍ୟାହ୍ନ ପ୍ରାୟ ୧୨ଟା ୧୫ ମିନିଟରେ ମୁଖ୍ୟମନ୍ତ୍ରୀ ଭଟଲି ବ୍ଲକ ଅନ୍ତର୍ଗତ ଟୁକୁର୍ଲା(ଖେଦାପାଲି) ନିକଟରେ ନିର୍ମିତ ନୂତନ ଜିଲା ମୁଖ୍ୟ ଡାକ୍ତରଖାନା ପରିସରକୁ ହେଲିକପ୍ଟର ଯୋଗେ ପହଞ୍ଚିବେ। ସେଠାରେ ରହିଥିବା ଅସ୍ଥାୟୀ ହେଲିପ୍ୟାଡରେ ଓହ୍ଲାଇବା ପରେ ନୂତନ ଜିଲା ମୁଖ୍ୟ ଡାକ୍ତରଖାନାକୁ ଉଦଘାଟନ ସହିତ ଡାକ୍ତରଖାନା ବୁଲି ଦେଖିବେ। ସେହିପରି ୧୨ଟା ୩୦ ମିନିଟରେ ବରଗଡ ବିଜ୍ଞାନ କେନ୍ଦ୍ର ଉଦଘାଟନ ସାରି ୧୨ଟା ୪୫ ମିନିଟରେ ଟୁକୁର୍ଲା ନିକଟରେ ଆୟୋଜିତ ସଭାରେ ଉଦବୋଧନ ଦେବେ। ସେଠାରେ ଜିଲାର ବିଭିନ୍ନ ପ୍ରକଳ୍ପ ପାଇଁ ଶିଳାନ୍ୟାସ ସହିତ ଅନେକ ଯୋଜନାର ହିତାଧିକାରୀଙ୍କୁ ସେମାନଙ୍କ ପ୍ରାପ୍ୟ ବିତରଣ କରିବେ ଏବଂ ଦିନ ପ୍ରାୟ ୧ଟାରେ ମୁଖ୍ୟମନ୍ତ୍ରୀ ପୁଣି ହେଲିକପ୍ଟର ଯୋଗେ ବରଗଡ ଛାଡିବାର କାର୍ଯ୍ୟକ୍ରମ ରହିଥିବା ଜିଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ କଲ୍ୟାଣୀ ଦାଶ ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୩୩ ବର୍ଷରେ ମନୋହରପୁର ଗଜଲକ୍ଷ୍ମୀ ପୂଜା: କଳସ ଶୋଭାଯାତ୍ରାରେ ପ୍ରକମ୍ପିତ ଅଞ୍ଚଳ, ୩୧ରେ ଭସାଣି

ବଲାଙ୍ଗୀର, ୨୭।୧୦ (ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ସହରର ମନୋହରପୁରଠାରେ ଅନୁଷ୍ଠିତ ପ୍ରସିଦ୍ଧ ଗଜଲକ୍ଷ୍ମୀ ପୂଜା ଚଳିତ ବର୍ଷ ୩୩ ବର୍ଷରେ ପଦାର୍ପଣ କରିଛି। ଏହି ପବିତ୍ର…

ବାତ୍ୟା ‘ଅର୍ଣ୍ଣବ’ର ପ୍ରଭାବ: ତୁମୁଡ଼ିବନ୍ଧରେ ବର୍ଷା ଆରମ୍ଭ, ସମସ୍ତ ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ; ସଜାଗ …

ତୁମୁଡ଼ିବନ୍ଧ, ୨୭।୧୦ (ଦୀପକ କୁମାର ପରାସେଠ): ସମ୍ଭାବ୍ୟ ବାତ୍ୟା ‘ଅର୍ଣ୍ଣବ’ର ପ୍ରଭାବ କନ୍ଧମାଳ ଜିଲାର ତୁମୁଡ଼ିବନ୍ଧ ଅଞ୍ଚଳରେ ଅନୁଭୂତ ହେବା ଆରମ୍ଭ ହୋଇଛି। ଅଞ୍ଚଳରେ ପ୍ରବଳ ଗୁଳୁଗୁଳି…

ଅଳଙ୍କାର ସଫା କରିବା ବାହାନାରେ ଲୁଟ୍: ମହିଳାଙ୍କୁ ଚକମା ଦେଇ ସୁନା ଚେନ୍-ମୁଦି ନେଇ ଚମ୍ପଟ ମାରିଲେ…

ଗଞ୍ଜାମ, ୨୭।୧୦(ବିଦ୍ୟାଧର ସାହୁ): ଘରେ କୌଣସି ପୁରୁଷ ଲୋକ ନ ଥିବାର ସୁଯୋଗ ନେଇ ସୁନା-ରୁପା ଅଳଙ୍କାର ସଫା କରିବା ବାହାନାରେ ଜଣେ ମହିଳାଙ୍କଠାରୁ ଲକ୍ଷାଧିକ ଟଙ୍କାର…

ଲିଷ୍ଟିଂ ପୂର୍ବରୁ ଶେୟାର ବଜାରରେ କମ୍ପନ: ଦେଶର ୨ୟ ମୂଲ୍ୟବାନ କମ୍ପାନୀ ହେବା ଦିଗରେ ଜିଓ ପ୍ଲାଟଫର୍ମସ! ଟାଟା-ଅଦାନୀଙ୍କୁ…

ନୂଆଦିଲ୍ଲୀ,୨୭।୧୦: ଭାରତୀୟ ପୁଞ୍ଜି ବଜାର (Stock Market) ଇତିହାସରେ ଏକ ନୂଆ ଅଧ୍ୟାୟ ଯୋଡ଼ି ହେବାକୁ ଯାଉଛି। ମୁକେଶ ଅମ୍ବାନୀଙ୍କ ନେତୃତ୍ଵାଧୀନ ‘ଜିଓ ପ୍ଲାଟଫର୍ମସ ଲିମିଟେଡ’ (JPL)…

ସମ୍ଭାବ୍ୟ ବାତ୍ୟା ‘ଅର୍ଣ୍ଣବ’: ଗୋପାଳପୁର ବନ୍ଦର ଓ ଆର୍ଯ୍ୟପଲ୍ଲୀ ଜେଟିରେ ୩୬ ମାଛଧରା ଡଙ୍ଗାକୁ…

ଛତ୍ରପୁର / ଗୋପାଳପୁର,୨୭।୧୦(ଦିଲ୍ଲୀପ ସାମଲ / ଦ୍ଵାରିକା ପଟ୍ଟନାୟକ),୨୭/୧୦: ସମ୍ଭାବ୍ୟ ବାତ୍ୟା ‘ଅର୍ଣ୍ଣବ’ର ସାମ୍ନା କରିବା ପାଇଁ ଗଞ୍ଜାମ ଜିଲା ଗୋପାଳପୁର ବନ୍ଦର କର୍ତ୍ତୃପକ୍ଷଙ୍କ ପକ୍ଷରୁ ବ୍ୟାପକ…

କେଭାଡ଼ିଆ ଗଲେ କୋରାପୁଟର ୫୦ ପ୍ରତିନିଧି

କୋରାପୁଟ,୨୭।୧୦(ଅମିତାଭ ବେହେରା): ଗୁଜରାଟର କେଭାଡିଆଠାରେ ଆସନ୍ତା ୩୦ ଓ ୩୧ ତାରିଖରେ ଆୟୋଜିତ ହେବାକୁ ଥିବା ରାଷ୍ଟ୍ରୀୟ ଏକତା ଦିବସ-୨୦୨୬ କାର୍ଯ୍ୟକ୍ରମରେ ଯୋଗଦେବା ପାଇଁ କୋରାପୁଟ ଜିଲାର…

ମାଡ଼ି ଆସୁଛି ବାତ୍ୟା: କଟକରେ ବନ୍ଦ ରହିବ ସମସ୍ତ ଶିକ୍ଷାନୁଷ୍ଠାନ

କଟକ,୨୭।୧୦(ପ୍ରଭୁକଲ୍ୟାଣ ପାଲ୍‌): ବଳ ଗୋଟାଇ ସ୍ଥଳଭାଗକୁ ମାଡ଼ି ଆସୁଛି ବାତ୍ୟା ଅର୍ଣ୍ଣବ। ଏହାର ପ୍ରଭାବରେ ମଙ୍ଗଳବାର ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଆରମ୍ଭ ହୋଇଯାଇଛି। ପ୍ରବଳ ବର୍ଷା,…

କ୍ଷେତ ବଞ୍ଚାଅ ଅଭିଯାନ: ଜୈବିକ କୃଷିକୁ ପ୍ରୋତ୍ସାହନ ମୁଖ୍ୟ ଲକ୍ଷ୍ୟ

କେସିଙ୍ଗା, ୨୭।୧୦ (ତୁମେଶ୍ୱର ସାହୁ): ଚାଷଜମିର ସୁରକ୍ଷା, ମୃତ୍ତିକାର ସ୍ବାସ୍ଥ୍ୟ ବଜାୟ ରଖିବା ଏବଂ ଜୈବିକ ଓ ପ୍ରାକୃତିକ କୃଷି ପଦ୍ଧତିକୁ ପ୍ରୋତ୍ସାହନ ଦେବା ଲକ୍ଷ୍ୟରେ କଳାହାଣ୍ଡି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?