୨୧ଦିନରେ ୭ ଗୁଣ ବଢ଼ିଗଲେ ଆକ୍ରାନ୍ତ

ଭୁବନେଶ୍ୱର, ୨୨।୫ (ବ୍ୟୁରୋ): ତୃତୀୟ ପର୍ଯ୍ୟାୟ ଲକ୍‌ଡାଉନ୍‌ଠାରୁ ଓଡ଼ିଶାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦ୍ରୁତଗତିରେ ବଢ଼ି ଚାଲିଛି। ବିଶେଷକରି ମେ’ ମାସରେ ସ୍ଥିତି ଅଧିକ ବିଗିଡିବାରେ ଲାଗିଛି। ୨୧ଦିନ ମଧ୍ୟରେ ୭ଗୁଣ ଆକ୍ରାନ୍ତ ବଢ଼ିଛନ୍ତି। ଏପ୍ରିଲ ୩୦ରେ ରାଜ୍ୟରେ ୧୪୩ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ। ଏମାନଙ୍କ ମଧ୍ୟରୁ ୪୧ଜଣ ସୁସ୍ଥ ହୋଇଥିବାବେଳେ ୧୦୧ ସକ୍ରିୟ ଥିଲେ ଓ ଜଣଙ୍କର ମୃତ୍ୟୁ ଘଟିଥିଲା। ଗୁରୁବାର ୪୦ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏବେ ଅର୍ଥାତ୍‌ ମେ ୨୧ ସୁଦ୍ଧା ଏହି ସଂଖ୍ୟା ୧୧୦୩ରେ ପହଞ୍ଚତ୍ଛି। ସେହିପରି ୫୦ଜଣ ସୁସ୍ଥ ହୋଇଥିବାବେଳେ ଆଉଜଣେ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି। ଫଳରେ ୭୦୩ଜଣ ସକ୍ରିୟ ସଂକ୍ରମିତ ଥିବାବେଳେ ୩୯୩ଜଣ ସୁସ୍ଥ ହୋଇଛନ୍ତି ଓ ମୃତକଙ୍କ ସଂଖ୍ୟା ୭ ଛୁଇଁଛି।

ରାଜ୍ୟ ସରକାରଙ୍କ ତଥ୍ୟ ଅନୁସାରେ, ମାର୍ଚ୍ଚରେ ୪ ଜଣ, ଏପ୍ରିଲରେ ୧୩୯ଜଣ ଓ ମେ ମାସରେ ସର୍ବାଧିକ ୯୬୦ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏହାକୁ ହିସାବକୁ ନେଲେ ଚଳିତ ମାସ ଶେଷ ବେଳକୁ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୧୫୦୦ ଡେଇଁ ସାରିଥିବ ବୋଲି ଆଶଙ୍କା ପ୍ରକାଶ ପାଇଛି। ଧୀରେ ଧୀରେ କଟକଣା କୋହଳ ହେବା ଓ ପ୍ରବାସୀଙ୍କ ଆଗମନ ଲାଗି ରହିଥିବାରୁ ଏ ପରିସ୍ଥିତି ସୃଷ୍ଟି ହୋଇଥିବା କୁହାଯାଉଛି। ମୁଖ୍ୟତଃ ମେ’ ମାସରୁ ବାହାର ରାଜ୍ୟ ଫେରନ୍ତାଙ୍କ ପାଇଁ ଏହି ସଂଖ୍ୟା ବହୁଗୁଣିତ ହେବାରେ ଲାଗିଛି। ଗଞ୍ଜାମକୁ ଉଦାହରଣ ଭାବେ ନେଲେ ଜଣାପଡେ ଯେ, ଏହି ଜିଲାରେ ମେ ୩ରେ ପ୍ରଥମ ପଜିଟିଭ୍‌ ଚିହ୍ନଟ ହୋଇଥିଲେ। ସେମାନେ ସୁରଟ ଫେରନ୍ତା ଥିଲେ। ଏବେ ଏଠାରେ ରାଜ୍ୟର ସର୍ବାଧିକ ୩୧୭ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି।
ଗୁରୁବାର ଚିହ୍ନଟ ୪୦ ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ନୟାଗଡ଼ ଜିଲାର ୧୧ଜଣ, କଟକ ୯, ଯାଜପୁର ୫, ଗଞ୍ଜାମ ୪, ମୟୂରଭଞ୍ଜ ୩, ଅନୁଗୋଳ ୨, ଜଗତ୍‌ସିଂହପୁର ୨, ସମ୍ବଲପୁର ୨, ମାଲକାନଗିରି ଓ ପୁରୀ ଜିଲାର ଜଣେ ଲେଖାଏ ରହିଛନ୍ତି। ନୟାଗଡ଼ ଜିଲାର ସମସ୍ତ ୧୧ଜଣ ନୂଆ ଆକ୍ରାନ୍ତ ସୁରଟ ଫେରନ୍ତା। ସେମାନେ ସମସ୍ତେ କ୍ୱାରାଣ୍ଟାଇନ୍‌ ସେଣ୍ଟରରେ ଥିଲେ। କଟକରୁ ଚିହ୍ନଟ ୯ଜଣ ତେଲଙ୍ଗାନାରୁ ଫେରି କ୍ୱାରାଣ୍ଟାଇନ୍‌ରେ ଥିଲେ। ଯାଜପୁରରୁ ଚିହ୍ନଟ ୫ଜଣ ତାମିଲନାଡୁ ଫେରନ୍ତା ହୋଇଥିବାବେଳେ ସେମାନେ କ୍ୱାରାଣ୍ଟାଇନ୍‌ ସେଣ୍ଟରରେ ଥିଲେ। ଗଞ୍ଜାମରୁ ୪ଜଣ ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ୩ଜଣ ସୁରଟ ଫେରନ୍ତା କ୍ୱାରାଣ୍ଟାଇନ୍‌ ସେଣ୍ଟରରେ ଥିଲେ ଓ ଅନ୍ୟଜଣେ ସ୍ଥାନୀୟ ସଂକ୍ରମିତ। ମୟୂରଭଞ୍ଜରୁ ଚିହ୍ନଟ ୩ଜଣ ଆନ୍ଧ୍ର ପ୍ରଦେଶରୁ ଫେରି କ୍ୱାରାଣ୍ଟାଇନ୍‌ରେ ଥିଲେ। ଅନୁଗୋଳରୁ ଚିହ୍ନଟ ୨ ଜଣଙ୍କ ମଧ୍ୟରୁ ଜଣେ ତାମିଲନାଡୁ ଓ ଆଉଜଣେ ଆନ୍ଧ୍ର ପ୍ରଦେଶ ଫେରନ୍ତା। ଦୁହେଁ କ୍ୱାରାଣ୍ଟାଇନ୍‌ ସେଣ୍ଟରରେ ଥିଲେ। ଜଗତ୍‌ସିଂହପୁରରୁ ୨ଜଣ ଚିହ୍ନଟ ହୋଇଥିବାବେଳେ ଦୁହେଁ କ୍ୱାରାଣ୍ଟାଇନ୍‌ରେ ଥିଲେ ଓ ମହାରାଷ୍ଟ୍ର ଫେରନ୍ତା। ସମ୍ବଲପୁରରୁ ଚିହ୍ନଟ ୨ ଜଣଙ୍କ ମଧ୍ୟରୁ ଜଣେ ସ୍ଥାନୀୟ ସଂକ୍ରମିତ ହୋଇଥିବାବେଳେ ଅନ୍ୟଜଣେ ପଶ୍ଚିମବଙ୍ଗ ଫେରନ୍ତା ଓ ସେ କ୍ୱାରାଣ୍ଟାଇନ୍‌ ସେଣ୍ଟରେ ରହୁଥିଲେ। ମାଲକାନଗିରିରୁ ଚିହ୍ନଟ ଜଣକ ତାମିଲନାଡୁ ଫେରନ୍ତା ଓ ପୁରୀରୁ ଚିହ୍ନଟ ଜଣେ ଆକ୍ରାନ୍ତ ପଶ୍ଚିମବଙ୍ଗ ଫେରନ୍ତା ହୋଇଥିବାବେଳେ କ୍ୱାରାଣ୍ଟାଇନ୍‌ ସେଣ୍ଟରରେ ଥିଲେ ବୋଲି ଜଣାପଡ଼ିଛି।
ଅନ୍ୟପକ୍ଷରେ କରୋନାରେ ପ୍ରାଣ ହରାଇଥିବା ୭ମ ମୃତକ ହେଲେ ଗଞ୍ଜାମ ଜିଲାର ୮୫ବର୍ଷୀୟ ସୁରଟ ଫେରନ୍ତା। ସେ ସେଠାରେ କୋଭିଡ୍‌ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ। ସେ ଉଚ୍ଚ ରକ୍ତଚାପ ସହ ଅନ୍ୟାନ୍ୟ ରୋଗରେ ପୀଡ଼ିତ ଥିଲେ ବୋଲି ସ୍ବାସ୍ଥ୍ୟ ବିଭାଗ ସୂଚନା ଦେଇଛି। ତାଙ୍କୁ ମିଶାଇଲେ ଗଞ୍ଜାମ ଜିଲାରେ ୩କୁ ବୃଦ୍ଧି ପାଇଛି। ପୂର୍ବରୁ ଖୋର୍ଦ୍ଧାରେ ୩ଜଣ ଓ କଟକରେ ଜଣଙ୍କର ମୃତ୍ୟୁ ଘଟିଛି। ସେହିପରି ରାଜ୍ୟରେ ସୁସ୍ଥ ହୋଇଥିବା ଆଉ ୫୦ଜଣ କରୋନା ଆକ୍ରାନ୍ତଙ୍କ ମଧ୍ୟରେ ଗଞ୍ଜାମର ୨୨ଜଣ, ବାଲେଶ୍ୱରରୁ ୧୫ଜଣ, ଭଦ୍ରକରୁ ୫ଜଣ, ଯାଜପୁର ଓ ବୌଦ୍ଧରୁ ୩ ଜଣ ଲେଖାଏ ଥିବାବେଳେ ମୟୂରଭଞ୍ଜ ଓ ସୁନ୍ଦରଗଡ଼ (ରାଉରକେଲା)ରୁ ଜଣେ ଲେଖାଏ ରହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ନିଶା କାରବାରୀଙ୍କୁ ଝଟକା: ୨୭ କେଜି ଗଞ୍ଜେଇ ସହ ଜଣଙ୍କୁ ବାନ୍ଧିଲା ପୋଲିସ

ଭଞ୍ଜନଗର, ୩୧୭(ବାବୁଲା ପ୍ରଧାନ):ନିଶା କାରବାର ବିରୋଧରେ ଗଞ୍ଜାମ ପୋଲିସର କଡ଼ା ଅଭିଯାନ ଜାରି ରହିଥିବାବେଳେ ଭଞ୍ଜନଗର ପୋଲିସକୁ ମିଳିଛି ବଡ଼ ସଫଳତା। ଏକ ବେଆଇନ ଗଞ୍ଜେଇ ଚାଲାଣ…

ମୋଦିଙ୍କ ତ୍ୱଚା ଦେଶର ଭବିଷ୍ୟତ ଅପେକ୍ଷା ଅଧିକ ଉଜ୍ଜ୍ୱଳ: ଏମିତି କାହିଁକି କହିଲେ ଅଭିଜିତ୍‌ ଦୀପକେ

ନୂଆଦିଲ୍ଲୀ,୩୧।୭: ଲୋକ ସଭା ପରେ, ରାଜ୍ୟ ସଭା ଏବେ ପେପର ଲିକ ବିରୋଧୀ ସଂଶୋଧନ ବିଲ,୨୦୨୬କୁ ମଧ୍ୟ ଅନୁମୋଦନ କରିଛି। ରାଷ୍ଟ୍ରପତିଙ୍କ ସମ୍ମତି ପାଇବା ପରେ ଏହି…

ଅଭିଜିତ ଦୀପକେଙ୍କୁ ଭାଜପାରୁ ମିଳୁଛି ଧମକ, ଦଳରେ ଯୋଗ ନଦେଲେ….

ନୂଆଦିଲ୍ଲୀ,୩୧।୭: ସିଜେପି ନେତା ଅଭିଜିତ୍‌ ଦୀପକେ ଭାଜପା ବିରୋଧରେ ଗୁରୁତର ଅଭିଯୋଗ ଆଣିଛନ୍ତି। ଗଣମାଧ୍ୟମ ପ୍ରତିନିଧିଙ୍କ ପ୍ରଶ୍ନର ଉତ୍ତର ଦେଇ ସେ କହିଛନ୍ତି, ଭାଜପାରେ ଯୋଗଦେବା ପାଇଁ…

ପୁଣି ବିଳମ୍ବିତ ରାତିରେ Video ଜାରି କଲେ ମୋଦି, ପେପର୍‌ ଲିକ୍‌ ମାଫିଆ…

ନୂଆଦିଲ୍ଲୀ,୩୧।୭: ସଂସଦରେ ‘ପେପର ଲିକ୍‌ ନିରୋଧୀ ବିଲ୍‌’ ବା ସାଧାରଣ ପରୀକ୍ଷା(ଅସାଧୁ ଉପାୟ ପ୍ରତିରୋଧ)ସଂଶୋଧନ ବିଲ୍‌ ୨୦୨୬ ପାରିତ ହେବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହାକୁ…

ସରକାରଙ୍କ ଏହି ପଦକ୍ଷେପରେ CJP ଅସନ୍ତୁଷ୍ଟ: ପୁଣି ରାଜରାସ୍ତାକୁ ଓହ୍ଲାଇବାକୁ ଦେଲା ଧମକ

ନୂଆଦିଲ୍ଲୀ,୩୧।୭: କକ୍ରୋଚ ଜନତା ପାର୍ଟି (CJP) ଦିଲ୍ଲୀ ସରକାରଙ୍କ ବିଜ୍ଞପ୍ତିକୁ ସ୍ବାଗତ କରିଛି। ୩୬ ଦିନ ଧରି ଚାଲିଥିବା ଛାତ୍ର ପ୍ରତିବାଦ ସହିତ ପଞ୍ଜିକୃତ FIR ସମ୍ପର୍କରେ…

ଟ୍ରମ୍ପଙ୍କ ନୂଆ ପ୍ଲାନ୍! ଆମେରିକାରେ ପଢ଼ି ଚାକିରି କଲେ ଦେବାକୁ ହେବ ଏତେ କୋଟି ଟଙ୍କା

ଓ୍ବାଶିଂଟନ,୩୧ା୭: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସରକାର ଏକ ନୂଆ ପ୍ରସ୍ତାବ ଉପରେ ବିଚାର କରୁଛନ୍ତି। ଏହି ପ୍ରସ୍ତାବ କାର୍ଯ୍ୟକାରୀ ହେଲେ, ଆମେରିକାର ବିଶ୍ୱବିଦ୍ୟାଳୟରୁ ପାଠପଢ଼ା ଶେଷ…

ଫେରୁଥିଲେ ବ୍ୟବସାୟୀ, ବାଟରେ ଛକିଥିଲା ଯମ: ଘଟିଗଲା ଏମିତି କିଛି…

ଭଞ୍ଜନଗର,୩୧।୭(ବାବୁଲା ପ୍ରଧାନ):ଗଞ୍ଜାମ ଜିଲା ବେଲଗୁଣ୍ଠ ଥାନା ଅନ୍ତର୍ଗତ ନୂଆଗାଁ ବ୍ରିଜ ନିକଟରେ ଡିମିରି ପଲ୍ଲୀ ଛକରେ ଥିବା ବ୍ରିଜ ତଳକୁ ଶୁକ୍ରବାର ସକାଳୁ ଏକ କାର ଓଲଟି…

ପ୍ରକୃତି ରଚିଲା ପ୍ରଳୟ: ଝଡ଼ ଚାଲିଗଲା, ଦୁଃଖ ରହିଗଲା

ବରଗଡ଼,୩୧।୭(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲାରେ ଲୋକେ କେବଳ ବର୍ଷା ବିପତ୍ାତ୍‌ର ସମ୍ମୁଖୀନ ହୋଇଥିଲେ, ତାହା ନୁହେଁ। ମଙ୍ଗଳବାର ସନ୍ଧ୍ୟାରେ ହୋଇଥିବା ଝଡ଼ ତୋଫାନ ଯୋଗୁ ଜିଲାର ବରଗଡ଼ ବ୍ଲକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri