୨୧ଜଣଙ୍କ ନାମରେ ମାମଲା, ଜଣେ ଗିରଫ

ଖଣ୍ଡପଡ଼ା,୧୬ା୪(ସ୍ବ.ପ୍ର.): ଖଣ୍ଡପଡ଼ା ଥାନା ଅଧୀନ ଗଡ଼ିଆସାହି ପଞ୍ଚାୟତର ପଥରଖଣ୍ଡ ଗାଁରେ ଗତ ୧୨ତାରିଖ ରାତିରେ ନିର୍ବାଚନ ପରବର୍ତ୍ତୀ ହିଂସା ଘଟିଥିଲା। ଏହି ଘଟଣାରେ ପୋଲିସ ଉଭୟ ପକ୍ଷର ଏତଲାକ୍ରମେ ୨୧ ଜଣଙ୍କ ନାମରେ ମାମଲା ରୁଜୁ କରିଛି। ତନ୍ମଧ୍ୟରୁ ଘଟଣାରେ ଲିପ୍ତ ସୁଦର୍ଶନ ନାୟକ ଓରଫ ସୁନ୍ଦରଙ୍କୁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଥିବା ଆଇଆଇସି ବିଶ୍ୱଜିତ୍‌ ରାଉତରାୟ କହିଛନ୍ତି। ପଞ୍ଚାୟତ ନିର୍ବାଚନ ସମୟରେ ୨ଗୋଷ୍ଠୀ ମୁହାଁମୁହିଁ ହୋଇଥିଲେ। ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ପୂର୍ବତନ ସରପଞ୍ଚ ଦେବରାଜ ସାହୁ ଓ ପୁଅ ସୁଶାନ୍ତଙ୍କୁ ଘରେ ପଶି କେତେଜଣ ବ୍ୟକ୍ତି ଆକ୍ରମଣ କରିଥିବା ନେଇ ଥାନାରେ ଅଭିଯୋଗ ହୋଇଥିଲା। ଏଥିରେ ସ୍ଥାନୀୟ ଅଞ୍ଚଳର ଟିକିନା ନାୟକ, ସୁଦର୍ଶନ ନାୟକ, ଗତଥରର ସରପଞ୍ଚ ବିପିନ ସାମଲ, ସ୍ତ୍ରୀ ପ୍ରବୀଣା, ପୁଅ ଚିନ୍ମୟ, ସିପନ, ବାବୁଲା ବେହେରା, ସୁଶାନ୍ତ ବେହେରା, ଗଙ୍ଗା ନାୟକ, ସନ୍ତୋଷ ବରାଡ଼ଙ୍କ ନାମରେ ମାମଲା ରୁଜୁ ହୋଇଛି। ଅପରପକ୍ଷେ ୨ୟ ଗୋଷ୍ଠୀର ସନ୍ତୋଷ ନାୟକଙ୍କ ଅଭିଯୋଗକ୍ରମେ ପ୍ରକାଶ ସାହୁ, ତାଙ୍କ ବାପା ଦେବରାଜ, ନବଘନ ସାହୁ, ଶିଶିର ସାହୁ, ଖଣ୍ଡପଡ଼ା ବ୍ଲକ ଯୁବ ବିଜେଡି ସଭାପତି ମନୋରଞ୍ଜନ ବେହେରା, ଲକ୍ଷ୍ମୀଧର ସାହୁ ଓ ଲଡୁକିଶୋର ସାହୁ ପ୍ରମୁଖ ୧୧ଜଣଙ୍କ ନାମରେ ପୋଲିସ ମାମଲା ରୁଜୁ କରଥିବା ଜଣାପଡ଼ିଛି।


Enter your email to get our daily news in your inbox.

All Right Reserved By Dharitri.Com

ସାମ୍ନାକୁ ଆସିଲା ମହା ଦୁର୍ନୀତି: ବଦଳେଇ ଦେଲେ ଜଳାଶୟ କିସମ

ଢେଙ୍କାନାଳ ଅଫିସ,୨୭।୮: ଢେଙ୍କାନାଳ ସଦର ତହସିଲରେ ବେଆଇନ ଭାବେ ବଦଳାଯାଇଛି ଜମି କିସମ। ଜମି ଦଲାଲମାନେ କାର୍ଯ୍ୟାଳୟର କେତେଜଣ କର୍ମଚାରୀଙ୍କୁ ହାତ କରି ଏକ ଜଳାଶୟକୁ...

ଲୋକଙ୍କ ପାଇଁ ମୋ ଦୁଆର ସର୍ବଦା ଖୋଲା ରହିବ

୨୦୧୩ ବ୍ୟାଚ ଆଇପିଏସ୍‌ ଅଫିସର ଜଗମୋହନ ମୀନା ଶୁକ୍ରବାର ଅନୁଗୋଳ ଜିଲାର ୧୪ତମ ଏସ୍‌ପି ଭାବେ ଦାୟିତ୍ୱଗ୍ରହଣ କରିଛନ୍ତି। ରାଜସ୍ଥାନର ଆଲୱାରଠାରେ ୧୯୮୯ରେ ଜନ୍ମଗ୍ରହଣ କରିଥିବା...

ମମିତା ମିଷ୍ଟ୍ରି : ଷ୍ଟାଡିୟମ ଖୋଳୁ ଖୋଳୁ ମିଳିଲା ପୋଡ଼ା ମୃତଦେହ

ଭବାନୀପାଟଣା,୧୯।୧୦(ସ୍ବ.ପ୍ର.): କଳାହାଣ୍ଡି ଜିଲା ମହାଲିଙ୍ଗର ଏକ ଘରୋଇ ସ୍କୁଲର ଅଧ୍ୟକ୍ଷା ମମିତା ମେହେର ଗତ ୧୧ ଦିନ ହେବ ନିଖୋଜ ଥିବା ବେଳେ ଏହି ଘଟଣା...

ରାପର୍‌ ଡୁଲେଙ୍କୁ ସହଯୋଗର ହାତ ବଢ଼ାଇଲେ ସଙ୍ଗୀତ ନିର୍ଦ୍ଦେଶକ ବିଶାଲ

ଭବାନୀପାଟଣା,୧୨।୭ (ଡି.ଏନ୍‌.ଏ.): ‘ରାପର୍‌ ଡୁଲେ ରକ୍‌’ଙ୍କ ରାପ୍‌ ସଙ୍ଗ୍‌ ସୋସିଆଲ୍‌ ମଡିଆରେ ଭାଇରାଲ ହେବା ପରେ ବିଭିନ୍ନ ମହଲରେ ତାଙ୍କୁ ପ୍ରଶଂସା କରାଯାଉଛି। କଳହାଣ୍ଡିର ଏହି...

ଗଙ୍ଗାବାଡ଼ ପାଇଁ ସ୍ବତନ୍ତ୍ର ପ୍ୟାକେଜ୍‌ ହେଉ

ପାରଳାଖେମୁଣ୍ଡି,୧୩।୨(ଡି.ଏନ୍‌.ଏ.): ରାଜ୍ୟ ଭାଜପାର ଏକ ଟିମ୍‌ ଶୁକ୍ରବାର ଗଜପତି ଜିଲା ଗସ୍ତରେ ଆସି ଆନ୍ଧ୍ରପ୍ରଦେଶ ନିର୍ବାଚନ କରୁଥିବା ଗଙ୍ଗାବାଡ଼ ପଞ୍ଚାୟତ ଗସ୍ତ କରିଥିଲେ। ସେଠାରେ ଓଡ଼ିଶା...

ଅନୁଭବୀ ଲୋକ ସଫଳ ନେତୃତ୍ୱ ନେଇପାରିବେ

ସୋନପୁର, ୮।୭(ନି.ପ୍ର) ପଶ୍ଚିମ ଓଡିଶା ବରିଷ୍ଠ ନାଗରିକଙ୍କ ସମାବେଶ ସୁବର୍ଣ୍ଣପୁର ଡିଆରଡିଏ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି। ସୁବର୍ଣ୍ଣପୁର ବରିଷ୍ଠ ନାଗରିକ ସଂଘ ପକ୍ଷରୁ ଆୟୋଜିତ...

କମ୍‌ ମାର୍କ ରଖିବାରୁ ଛାତ୍ର ନେଲେ ଚରମ ନିଷ୍ପତ୍ତି

ସମ୍ବଲପୁର,୨୮ା୭(ବ୍ୟୁରୋ): ସମ୍ବଲପୁର ଜିଲା ବୁର୍ଲା ଥାନା ଡିହପଡ଼ାରେ ଏକ ଅଘଟଣ ଘଟିଛି। ଯୁକ୍ତ ଦୁଇ ପରୀକ୍ଷାରେ କମ୍‌ ମାର୍କ ରହିବାରୁ ଛାତ୍ର ରୋହନ ଗୌରାଙ୍ଗ(୧୮) ଆତ୍ମହତ୍ୟା...

ଅବ୍ୟବସ୍ଥାରେ ଚାଲିଛି ପରୀକ୍ଷା

ଆରଡ଼ି, ୩।୧୧ (ଡି.ଏନ.ଏ.)- ଭଦ୍ରକ ଜିଲା ଚାନ୍ଦବାଲି ବ୍ଲକର ମଠଡିହ ଓ ପହଣା କ୍ଲଷ୍ଟର, ଧାମନଗର ବ୍ଲକର ବାପୁଜୀ ଓ ସାଅଁ।ଳପୁର କ୍ଲଷ୍ଟରରେ ଥିବା ସ୍କୁଲଗୁଡ଼ିକରେ...

Advertisement
Archives

Model This Week