୨୦ ବର୍ଷ ପରେ ଫେରିଲା ନିଖୋଜ ପୁଅ; ଲକ୍‌ଡାଉନ୍‌କୁ ଶ୍ରେୟ ଦେଲେ ମା’ବାପା

ଢେଙ୍କାନାଳ ଅଫିସ, ୧୮।୫:  ଲକ୍‌ଡାଉନ୍‌ ପାଇଁ ୨୦ବର୍ଷ ପରେ ଘରକୁ ଫେରି ଆସିଛି ନିଖୋଜ ପୁଅ। କରୋନା କଷଣ ଭିତରେ ଏପରି ଏକ ଖୁସିର ଚିତ୍ର ଆସିଛି ଢେଙ୍କାନାଳ ଜିଲା ସଦର ବ୍ଲକ ତାଳବରକୋଟ ଗ୍ରାମରୁ। ହଜିଲା ପୁଅ ଅରକ୍ଷିତଙ୍କୁ ପାଇବା ପରେ ବୃଦ୍ଧ ବାପା କାନ୍ଦୁରୁ ବେହେରାଙ୍କ ଘରେ ଏବେ ଜୁଆର ଭାଙ୍ଗୁଛି ଖୁସିର ଲହରି। ଆଉ ଏଥିଲାଗି ଲକ୍‌ଡାଉନ୍‌କୁ ଶ୍ରେୟ ଦେଇଛନ୍ତି ଘର ଲୋକେ।
ଗ୍ରାମର ୯ନଂ. ୱାର୍ଡ ମୁଣ୍ଡିଆ ସାହିର କାନ୍ଦୁରୁ ଏବଂ ମା’ ସୁଲତାଙ୍କ ଦୁଇପୁଅ। ବଡ଼ପୁଅଙ୍କ ମୃତ୍ୟୁ ହୋଇଯାଇଛି। ସାନପୁଅ ଅରକ୍ଷିତ ୭ମ ଶ୍ରେଣୀରେ ପାଠ ପଢୁଥିବା ବେଳେ ହଠାତ୍‌ ଘର ଛାଡ଼ି କୁଆଡ଼େ ପଳାଇଥିଲେ। ବଡ଼ପୁଅର ମୃତ୍ୟୁରେ ଦୋହଲି ଯାଇଥିବା ମା’ବାପା ସାନପୁଅ ନିଖୋଜ ହୋଇଯିବା ପରେ ସମ୍ପୂର୍ଣ୍ଣ ଭାଙ୍ଗିପଡ଼ିଥିଲେ। ମନର ଦୁଃଖକୁ ମନରେ ମାରି ଦୁହେଁ ଏକ ଅଭିଶପ୍ତ ଜୀବନ ଜିଇ ଚାଲିଥିଲେ। ହେଲେ ରବିବାର ସେମାନଙ୍କ ଜୀବନରେ ଯୋଡ଼ି ହୋଇଛି ନୂଆ କାହାଣୀ। ରବିବାର ସକାଳେ ଅରକ୍ଷିତ କଟକରୁ ଚାଲିଚାଲି ଆସି ଗଁାରେ ପହଞ୍ଚତ୍ଥିଲେ। ହେଲେ ବଦଳିଯାଇଥିବା ଚେହେରା ଯୋଗୁ ତାଙ୍କୁ କେହି ଚିହ୍ନି ପାରି ନ ଥିଲେ। ପରିଚୟ ଦେବାପରେ ଜଣେ ଗ୍ରାମବାସୀ ତାଙ୍କୁ ଘରେ ପହଞ୍ଚାଇ ଦେଇଥିଲେ। ୨୦ବର୍ଷ ପରେ ମା’ବାପା ଏବଂ ପୁଅଙ୍କ ମହାମିଳନ ହୋଇଥିଲା। ସମସ୍ତେ ପରସ୍ପରକୁ ଧରି ଢେର ସମୟ ଯାଏ କାନ୍ଦିଥିଲେ। ନିଜ ଭୁଲ ପାଇଁ ଅନୁତପ୍ତ ଅରକ୍ଷିତ ଭବିଷ୍ୟତରେ ମା’ବାପାଙ୍କୁ ଛାଡ଼ି କୁଆଡ଼େ ଯିବେନାହିଁ ବୋଲି କହିଛନ୍ତି।
୨୦ବର୍ଷର ଅନୁଭୂତି ବଖାଣି ଅରକ୍ଷିତ କୁହନ୍ତି, ଘରୁ ବାହାରିଯିବା ପରେ ସେ ବିଭିନ୍ନ ସ୍ଥାନରେ କାମ କରିଥିଲେ। ଶେଷରେ କଶ୍ମୀର ପଳାଇଯାଇ ସେଠାକାର ଏକ ଫଳ ପ୍ରୋସେସିଂ ପ୍ଲାଣ୍ଟରେ କାମ କରୁଥିଲେ। ଲକ୍‌ଡାଉନ୍‌ ଯୋଗୁ କମ୍ପାନୀ ବନ୍ଦ ହୋଇଯିବା ପରେ ତାଙ୍କର ଘରକଥା ମନେପଡ଼ିଲା। ସେ ଏକ ଟ୍ରକ୍‌ରେ କଷ୍ଟେମଷ୍ଟେ କଟକ ଯାଏ ପହଞ୍ଚତ୍ଥିଲେ। ସେଠାରୁ ଚାଲିଚାଲି ଗଁାକୁ ଆସିଥିଲେ। ଏ ନେଇ ତାଳବରକୋଟ ସରପଞ୍ଚ ହେମନ୍ତ ଜେନା କୁହନ୍ତି, ଅରକ୍ଷିତ ଫେରି ଆସିଥିବାରୁ ଖୁସି ଲାଗୁଛି। ନିୟମ ଅନୁଯାୟୀ ତାଙ୍କୁ କ୍ୱାରାଣ୍ଟାଇନ୍‌ରେ ରଖାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ମୁଖ୍ୟମନ୍ତ୍ରୀଙ୍କ ମା’ଙ୍କ ପରଲୋକ, ଭାବପ୍ରବଣ ହୋଇ କହିଲେ ମୋର ସବୁଠୁ ବଡ଼ ଛାଇ….

ରାଞ୍ଚି,୭।୧୦: ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ମା’ ରୂପୀ ସୋରେନଙ୍କ ପରଲୋକ ହୋଇଛି । ରାଞ୍ଚିର ଏକ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ସେ ଶେଷ ନିଃଶ୍ୱାସ ତ୍ୟାଗ…

ପାଟ୍ରୋଲିଂ ବେଳେ କାର୍‌ ଡିକିରୁ ଆସିଲା ଛେଳି ଗନ୍ଧ, ଧରାପଡ଼ିଲେ ୪ ଚୋର; କାର୍‌-ଖଣ୍ଡା ଜବତ…

ଦିଗପହଣ୍ଡି,୭|୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା କେ.ନୂଆଗାଁ ଥାନା ଅନ୍ତର୍ଗତ ଜକର ପଞ୍ଚାୟତ ତେଣ୍ଟୁଆପଡ଼ା ଗ୍ରାମର ଜଣେ ଚାଷୀଙ୍କ ଗୁହାଳରୁ ଛେଳି ଚୋରି ଘଟଣାରେ ପୋଲିସ ୪…

ରାହୁଲ ଗାନ୍ଧୀଙ୍କୁ ହିମନ୍ତ ବିଶ୍ବ ଶର୍ମାଙ୍କ ଅଲ୍ଟିମେଟମ୍, କହିଲେ ବଙ୍କା କରିପାରିବେନି….

ନୂଆଦିଲ୍ଲୀ,୭।୧୦: କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ନେଇ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବ ଶର୍ମା ବଡ଼ ବୟାନ ଦେଇଛନ୍ତି । ବୁଧବାର ଏକ କାର୍ଯ୍ୟକ୍ରମରେ ଉଦ୍‌ବୋଧନ ଦେଇ…

ରାଜ୍ୟରେ ଫେରୁଛି ଛାତ୍ର ସଂସଦ ନିର୍ବାଚନ: ୧୩ ବିଶ୍ୱବିଦ୍ୟାଳୟରେ ଭୋଟ୍‌, ୩ରେ ସିଧାସଳଖ ନେତା ଚୟନ!

ଭୁବନେଶ୍ୱର,୭।୧୦: ରାଜ୍ୟର ବିଶ୍ୱବିଦ୍ୟାଳୟଗୁଡ଼ିକରେ ଛାତ୍ର ସଂସଦ ପ୍ରକ୍ରିୟା ପାଇଁ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ସୂଚନା ଜାରି କରାଯାଇଛି। ନିଷ୍ପତ୍ତି ଅନୁଯାୟୀ, ରାଜ୍ୟର ୧୩ଟି ବିଶ୍ୱବିଦ୍ୟାଳୟରେ ଛାତ୍ର ସଂସଦ…

କଳାହାଣ୍ଡିରେ କଲେଜ ନିର୍ବାଚନ ନ ହେଉଣୁ ଉତ୍ତେଜନା: ପୋଷ୍ଟର ଚିରାକୁ ନେଇ ଜାତୀୟ ରାଜପଥରେ ଏବିଭିପିର ବିକ୍ଷୋଭ, ଥାନାରେ…

ଭବାନୀପାଟଣା,୭।୧୦(ଉତ୍ତମ କୁମାର ଦାଶ)-କଲେଜ ନିର୍ବାଚନ ତାରିଖ ନିକଟତର ହେଉଥିବା ବେଳେ କଳାହାଣ୍ଡି ଜିଲାରେ କ୍ୟାମ୍ପସ ରାଜନୀତି ସରଗରମ ହେବାରେ ଲାଗିଛି। ବୁଧବାର ଅପରାହ୍ନରେ ଭବାନୀପାଟଣା କଲେଜ ଛକ…

ଚଳନ୍ତା ଟ୍ରେନରୁ ହଠାତ୍ ଡ଼େଇଁ ପଡ଼ିଲେ ଏକାଧିକ ଯାତ୍ରୀ, କାରଣ ଜାଣିଲେ ହେବେ ଆଶ୍ଚର୍ଯ୍ୟ

ଲକ୍ଷ୍ନୌ,୭।୧୦: ଉତ୍ତରପ୍ରଦେଶର ବାରାବଙ୍କିରୁ ସାମ୍ନାକୁ ଆସିଛି ଚକିତ କରିଦେବା ଭଳି ଭିଡିଓ । ଚଳନ୍ତା ଟ୍ରେନରୁ ଡେଇଁ ଯାତ୍ରୀମାନେ ଦୌଡ଼ି ପଳାଉଥିବାର ଦୃଶ୍ୟ ଏବେ ସୋସିଆଲ୍ ମିଡିଆରେ…

କଟକରେ ଚାଞ୍ଚଲ୍ୟ: କାଠଯୋଡ଼ି ପଠାରେ ପଡ଼ିଛି ଯୁବତୀଙ୍କ ରକ୍ତରଞ୍ଜିତ ମୃତଦେହ, ବାଦାମବାଡ଼ି ପୋଲିସର…

କଟକ,୭।୧୦: କଟକ କାଠଯୋଡ଼ି ନଦୀପଠାରୁ ଜଣେ ଅଜଣା ଯୁବତୀଙ୍କ ରକ୍ତାକ୍ତ ମୃତଦେହ ଉଦ୍ଧାର କରାଯାଇଛି। ପୁରୀଘାଟ ଥାନା ନିକଟସ୍ଥ କାଠଯୋଡ଼ି ପଠାରେ ମୃତଦେହଟି ପଡ଼ିଥିବା ଦେଖିବାକୁ ମିଳିଛି।…

କନ୍ୟା ସଶକ୍ତୀକରଣର ବାର୍ତ୍ତା: ଦାରିଙ୍ଗବାଡ଼ିରେ ‘ୟୁଥ୍‌ କନ୍‌କ୍ଲେଭ୍‌’; ସହର ପରିକ୍ରମା କଲା ବିଶାଳ ଶୋଭାଯାତ୍ରା

ଦାରିଙ୍ଗବାଡି, ୭।୧୦ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ିସ୍ଥିତ ଡଃ ଭୀମରାଓ ଆମ୍ବେଦକର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ମଙ୍ଗଳବାର ବ୍ଲକ୍‌ ସ୍ତରୀୟ ୟୁଥ୍‌ କନ୍‌କ୍ଲେଭ୍‌ ତଥା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?