୨୦ କୁଇଣ୍ଟାଲ ଚୋରା ସ୍କ୍ରାପ୍‌ ସହ ପିକ୍‌ଅପ ଜବତ: ଜଣେ ଗିରଫ

ବଡ଼ବିଲ,୩।୬(ସ୍ବ.ପ୍ର.): କେନ୍ଦୁଝର ଜିଲା ବଡ଼ବିଲ ପୌର କାର୍ଯ୍ୟାଳୟ ନିକଟ ରେଳ ଫାଟକ କଡ଼ରୁ ବଡ଼ବିଲ ପୋଲିସ ବୁଧବାର ସକାଳେ ଏକ ଚୋରା ସ୍କ୍ରାପ୍‌ ବୋଝେଇ ପିକ୍‌ଅପ ଜବତ କରିଛି। ଘଟଣାରେ ସମ୍ପୃକ୍ତ ଜଣଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତ ହେଲେ ବଡ଼ବିଲ ଆଜାଦ ବସ୍ତି ଅଞ୍ଚଳର ଏମ୍‌.ଡି. ସଲିମ।
ମିଳିଥିବା ସୂଚନା ଅନୁଯାୟୀ, ବୁଧବାର ସକାଳେ ପୋଲିସ ପାଟ୍ରୋଲିଂ କରୁଥିବାବେଳେ ସ୍କ୍ରାପ୍‌ ଚୋରା ଚାଲାଣ ହେଉଥିବା ନେଇ ଖବର ମିଳିଥିଲା। ରେଳ ଫାଟକ ନିକଟରେ ପୋଲିସ ପିକ୍‌ଅପ(ଓଆର୦୯ଇ୯୫୭୧)କୁ ଅଟକାଇ ସାମଗ୍ରୀର କାଗଜପତ୍ର ଯାଞ୍ଚ କରିବାରୁ ତାହା ଚୋରା ଚାଲାଣ ହେଉଥିବା ଜଣାପଡିଥିଲା। ପରେ ପୋଲିସ ପିକ୍‌ଅପ୍‌ ସହ ପ୍ରାୟ ୨୦ କୁଇଣ୍ଟାଲ ସ୍କ୍ରାପ୍‌କୁ ଜବତ କରିଛି। ଏମ୍‌.ଡି ସଲିମଙ୍କୁ ଗିରଫ ପରେ କୋର୍ଟଚାଲାଣ କରାଯାଇଥିବା ବଡ଼ବିଲ ଥାନା ଆଇଆଇସି ସୁଶାନ୍ତ ଦାଶ ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବୁଗୁଡ଼ାରେ ଇଣ୍ଡୋର ଷ୍ଟାଡିୟମ ନିର୍ମାଣ ଦାବି

ବୁଗୁଡ଼ା,୩।୭(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ବୁଗୁଡ଼ା ପୌରାଞ୍ଚଳରେ ଉଦୀୟମାନ କ୍ରୀଡ଼ା ପ୍ରତିଭାଙ୍କୁ ପ୍ରୋତ୍ସାହିତ କରିବା ପାଇଁ କୌଣସି ଷ୍ଟାଡିୟମ ନାହିଁ। ଏ ନେଇ ପ୍ରତିଭାର ଉପଯୁକ୍ତ ବିକାଶ...

ପୂର୍ତ୍ତ ବିଭାଗ ରାସ୍ତା ନିର୍ମାଣରେ ଅନିୟମିତତା: ଆରମ୍ଭରୁ ଉଠିଲାଣି ପିଚୁ

ପରଜଙ୍ଗ, ୨୦।୧୨(ଡି.ଏନ.ଏ.)-ସରିଯାଇଥିଲା ନିର୍ମାଣ ଅବଧି। ତଥାପି କାମ ନ କରି ଗଡ଼ାଇ ଚାଲିଥିଲେ ଦିନ। ଏହାକୁ ନେଇ ପ୍ରତିବାଦ ସ୍ବର ଉଠିବା ପରେ ତରବରିଆ ଭାବେ...

ପ୍ରତିଶ୍ରୁତିରେ ଅଟକିଛି ସିଏଚ୍‌ସି ମାନ୍ୟତା

ବେଗୁନିଆ,୫।୭(ଡି.ଏନ୍‌.ଏ.): ଖୋର୍ଦ୍ଧା ଜିଲା ବେଗୁନିଆ ସଦର ମହକୁମାରେ ରହିଥିବା ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର (ନୂତନ)କୁ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର ମାନ୍ୟତା ଦେବା ପାଇଁ ଦାବି ହେଉଛି। ଦୀର୍ଘବର୍ଷ ଧରି...

କାଳିଆପାଣି ଟାଟା କମ୍ପାନୀ ମାର୍କେଟରେ ଅଗ୍ନିକାଣ୍ଡ: ଲକ୍ଷାଧିକ ଟଙ୍କାର ସମ୍ପତ୍ତି ନଷ୍ଟ

କାଳିଆପାଣି,୧୭।୫(ଡି.ଏନ୍‌.ଏ.): ଯାଜପୁର ଜିଲା ସୁକିନ୍ଦା ବ୍ଲକ କାଳିଆପାଣି ଥାନା ଅନ୍ତର୍ଗତ ଟାଟା କମ୍ପାନୀର ମାର୍କେଟର ଏକ ଦୋକାନରେ ଶୁକ୍ରବାର ଅଗ୍ନିକାଣ୍ଡ ଘଟିଛି। ଏଥିରେ ଲକ୍ଷାଧିକ ଟଙ୍କାର...

ଉଚ୍ଛେଦ ପ୍ରତିବାଦରେ ଧାରଣା

ଆସିକା,୧୪।୨(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଆସିକା ଏନ୍‌ଏସି ପକ୍ଷରୁ ଗୁରୁବାର ସହରାଞ୍ଚଳରୁ ଜବରଦଖଲ ଉଚ୍ଛେଦ ହୋଇଥିଲା। ଆସିକା କଳିଙ୍ଗାରୋଡ୍‌ ପାର୍ଶ୍ୱସ୍ଥ ଟେଲିଫାନ୍‌ ଭବନ ସମ୍ମୁଖରେ ଥିବା କେତେକ...

ଜଙ୍ଗଲ ସୁରକ୍ଷାରେ ମଦନ

ବନ୍ତ,୧୨।୨(ଡି.ଏନ.ଏ.)-ଆଧୁନିକ ଚାକଚକ୍ୟ ଭିତରେ ନିଜକୁ ପ୍ରତିଷ୍ଠିତ କରିବାକୁ ଲୋକଙ୍କ ଭିତରେ ପ୍ରତିଯୋଗିତା ଚାଲିଥିବା ବେଳେ ପରିବେଶ ସୁରକ୍ଷା ପ୍ରତି କାହାରି ନିଘା ନାହିଁ। କଳ କାରଖାନା...

ସ୍ତ୍ରୀଙ୍କୁ ପିଟିପିଟି ହତ୍ୟା କଲେ ସ୍ବାମୀ

ଭୁବନେଶ୍ୱର,୫।୨(ବ୍ୟୁରୋ): ୨୪ ଘଣ୍ଟା ନ ପୂରୁଣୁ ରାଜଧାନୀରେ ଦୁଇ ଦୁଇଟି ହତ୍ୟାକାଣ୍ଡ। ଗୁରୁବାର ଭୁବନେଶ୍ୱର ଉପକଣ୍ଠ ଦାସପୁର ନିକଟରେ ଜଣେ ମହିଳାଙ୍କ ମୁଣ୍ଡ ବିହୀନ ମୃତଦେହ...

ବର୍ଷାରେ ଧୋଇଗଲା ରାସ୍ତା: ପାଣ୍ଡିଆବିଲି, ବୁଢ଼ାଙ୍ଗରା ଗାଁ ବାହ୍ୟ ଜଗତରୁ ବିଚ୍ଛିନ୍ନ

ଖୋର୍ଦ୍ଧା ଅଫିସ/ଜଟଣୀ/ବାଣପୁର, ୧୮ା୭(ଡି.ଏନ୍‌.ଏ.): ଲଗାଣ ବର୍ଷା ଯୋଗୁ ଦୟାନଦୀର ଜଳସ୍ତର ବଢ଼ିବାରେ ଲାଗିଛି। ବର୍ଷାରେ ଜଟଣୀ ବ୍ଲକର ପାଣ୍ଡିଆବିଲି ଓ ବୁଢ଼ାଙ୍ଗରା ଗ୍ରାମକୁ ସଂଯୋଗ କରୁଥିବା...

Advertisement
Archives

Model This Week