୨୦୨୨ ଯାଏ ଜାରି ରହିପାରେ ସାମାଜିକ ଦୂରତ୍ୱ

ଓ୍ବାଶିଂଟନ,୧୭ା୪: କରୋନା ଭାଇରସ୍‌ ସଂକ୍ରମଣ ରୋକିବା ପାଇଁ ଅଦ୍ୟାବଧି ବିଶ୍ୱର କୌଣସି ରାଷ୍ଟ୍ର ଭାକ୍‌ସିନ ପ୍ରସ୍ତୁତ କରିପାରି ନାହାନ୍ତି। ସାମାଜିକ ଦୂରତ୍ୱ ବା ସୋସିଆଲ ଡିଷ୍ଟାନ୍ସିଂ ହିଁ ଏହି ଘାତକ ମହାମାରୀରୁ ମୁକ୍ତି ପାଇଁ ଏକମାତ୍ର ଔଷଧ ବୋଲି ବିବେଚନା କରାଯାଉଛି। ତେବେ ସୋସିଆଲ୍‌ ଡିଷ୍ଟାନ୍ସିଂ ଅବଲମ୍ବନ ଲାଗି କେବଳ ଗୋଟିଏ ଥର ଲକ୍‌ଡାଉନ୍‌ କରିଦେଲେ ଏହି ଭୂତାଣୁ ନିୟନ୍ତ୍ରଣକୁ ଆସିବ ନାହିଁ। ବର୍ଷ ବର୍ଷ ଧରି ମଝିରେ ମଝିରେ ଏହି ଉପାୟକୁ ଆପଣାଇବାକୁ ପଡ଼ିବ। ଅନ୍ତତଃ ୨୦୨୨ ପର୍ଯ୍ୟନ୍ତ ସାମାଜିକ ଦୂରତ୍ୱ ବଜାୟ ରଖିବାକୁ ପଡ଼ିବ ବୋଲି ବୈଜ୍ଞାନିକମାନେ ଚେତାଇ ଦେଇଛନ୍ତି।
ଜର୍ନାଲ ସାଇନ୍ସରେ ପ୍ରକାଶିତ ନିବନ୍ଧ ଅନୁସାରେ ଥରେ ଲକ୍‌ଡାଉନ୍‌ କରିଦେବା ଫଳରେ ମହାମାରୀ କରୋନା ନିୟନ୍ତ୍ରଣକୁ ଆସିବ ନାହିଁ। କଟକଣା ନିରନ୍ତର ଲାଗି ନ ରହିଲେ ଏହାର ଅତିରିକ୍ତ ବୃଦ୍ଧି ବର୍ତ୍ତମାନଠାରୁ ଆହୁରି ଭୟଙ୍କର ହୋଇପାରେ। ଏପରି କି ଭାକ୍‌ସିନ ନ ବାହାରିଲେ ଅଥବା ପ୍ରଭାବଶାଳୀ ଚିକିତ୍ସା କରା ନ ଗଲେ ୨୦୨୫ ପର୍ଯ୍ୟନ୍ତ କରୋନା ଭାଇରସ୍‌ ପୁଣି ମୁଣ୍ଡ ଟେକିପାରେ ବୋଲି ହାଭାର୍ଡ ୟୁନିଭର୍ସିଟିର ଏପିଡେମିଓଲୋଜି ପ୍ରଫେସର ମାର୍କ ଲିପ୍‌ଷ୍ଟିକ୍‌ ସତର୍କ କରାଇଦେଇଛନ୍ତି। ବିଶ୍ୱବିଦ୍ୟାଳୟର ମହାମାରୀ ବିଜ୍ଞାନ ଆନୁକୂଲ୍ୟରେ ଅଧ୍ୟୟନର ନେତୃତ୍ୱ ନେଇଥିବା ଲିପ୍‌ଷ୍ଟିକ୍‌ କହିଛନ୍ତି, ସଂକ୍ରମଣ ମୁଖ୍ୟତଃ ଦୁଇ ପ୍ରକାର ଲୋକଙ୍କଠାରୁ ବଢ଼ିଥାଏ। ଗୋଟିଏ ହେଲା ସଂକ୍ରମିତ ଓ ଅନ୍ୟଟି ଅତି ସମ୍ବେଦନଶୀଳ ବ୍ୟକ୍ତିଙ୍କଠାରୁ। ଯଦି ପର୍ଯ୍ୟାପ୍ତ ପରିମାଣର ପ୍ରତିଷେଧକ ଉପଲବ୍ଧ ନ ଥିବ ତେବେ ବହୁସଂଖ୍ୟକ ଲୋକଙ୍କ ଜୀବନ ବିପଦ ମଧ୍ୟକୁ ଠେଲି ହୋଇଯିବା ଆଶଙ୍କା ରହିଛି। ୨୦୨୦ ଗ୍ରୀଷ୍ମରେ ଏହି ଭୂତାଣୁ ସଂକ୍ରମଣ ହ୍ରାସ ପାଇବ ବୋଲି ପୂର୍ବରୁ ଯାହା ଅନୁମାନ କରାଯାଉଥିଲା ତାହା ସମ୍ପୂର୍ଣ୍ଣ ଭାବେ ଭୁଲ ପ୍ରମାଣିତ ହୋଇଛି ବୋଲି ଲିପ୍‌ଷ୍ଟିକ୍‌ କହିଛନ୍ତି। ତାଙ୍କର ଏହି ରିପୋର୍ଟ ଆମେରିକା ସରକାରଙ୍କ ସାଇଣ୍ଟିଫିକ୍‌ ଆଡ୍‌ଭାଇଜରି ଗ୍ରୁପ୍‌ ଫର୍‌ ଏମର୍ଜେନ୍ସି (ସେଜ୍‌) ପକ୍ଷରୁ ଉନ୍ମୋଚିତ ହୋଇଛି। ହାଭାର୍ଡ ଟି.ଏଚ୍‌. ଚାନ୍‌ ସ୍କୁଲ୍‌ ଅଫ୍‌ ପବ୍ଲିକ୍‌ ହେଲ୍‌ଥର ଗବେଷକମାନେ ମଧ୍ୟ ଅନୁରୂପ ମତବ୍ୟକ୍ତ କରି ବିଶ୍ୱବାସୀଙ୍କୁ ସତର୍କ କରାଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବିଧାୟକ ଅନନ୍ତ ନାରାୟଣ ଜେନାଙ୍କୁ କରୋନା

ଭୁବନେଶ୍ୱର,୨୦ା୮(ବ୍ୟୁରୋ): ଭୁବନେଶ୍ୱର ମଧ୍ୟ ବିଧାୟକ ଅନନ୍ତ ନାରାୟଣ ଜେନା ଗୁରୁବାର କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ସେ ନିଜେ ଏ ସମ୍ପର୍କରେ ଟୁଇଟ୍‌ କରି ସୂଚନା...

ୟୁକ୍ରେନ୍‌ରୁ କ୍ୟାଶ୍‌ ନେଇ ପଳାଉଥିଲେ

ବୁଦାପେଷ୍ଟ, ୨୨ା୩: ଯୁଦ୍ଧ ପ୍ରଭାବିତ ୟୁକ୍ରେନ୍‌ରୁ ପ୍ରାୟ ୨୮ ମିଲିୟନ ଡଲାର ଏବଂ ୧.୩ ମିଲିୟନ ୟୁରୋ ନେଇ ପଳାଉଥିବାବେଳେ ହଙ୍ଗେରୀ ସୀମାରେ ଧରା ପଡ଼ିଛନ୍ତି...

ନିର୍ବାଚନ ପୂର୍ବରୁ ସାମ୍ନାକୁ ଆସିଲା ପ୍ରଧାନମନ୍ତ୍ରୀଙ୍କ ନଗ୍ନ ଷ୍ଟାଚ୍ୟୁ, ଘଟଣାର ଯାଞ୍ଚ କରୁଛି ପୋଲିସ

ଜେରୁଜେଲମ୍‌,୧୮।୩: ଇସ୍ରାଏଲର ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁଙ୍କ ଏକ ନଗ୍ନ ଷ୍ଟାଚ୍ୟୁ ଅବିବ ସହରର ହାବିମା ସ୍କୋୟାରରେ ଦେଖିବାକୁ ମିଳିଛି। ଏକ ରିପୋର୍ଟ ଅନୁଯାୟୀ, କଂସାର ଏହି...

କମୁଛି ସଂଖ୍ୟା: ରାଜ୍ୟରେ ୬୪୨ନୂଆ ପଜିଟିଭ୍‌ ଚିହ୍ନଟ, ଆଗରେ କେନ୍ଦୁଝର

ଭୁବନେଶ୍ୱର,୨୪।୧୧(ବ୍ୟୁରୋ): ରାଜ୍ୟରେ ମଙ୍ଗଳବାର ୬୪୨ ନୂଆ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ୍‌ ଆକ୍ରାନ୍ତଙ୍କ ସଂଖ୍ୟା ୩୧୫୨୭୧କୁ ବୃଦ୍ଧି ପାଇଥିବା ରାଜ୍ୟ...

ରଜ ପାଇଁ କୋହଳ: ଶୁକ୍ରବାର ରାତି ୧୦ଟାରୁ କର୍ଫ୍ୟୁ

ଭୁବନେଶ୍ୱର,୧୧।୬(ବ୍ୟୁରୋ): ଆସୁଛି ରଜ। ଏହାକୁ ନେଇ ବିଭିନ୍ନ ବଜାର ଘାଟରେ ଲୋକଙ୍କ ପ୍ରବଳ ଗହଳି ଦେଖିବାକୁ ମିଳୁଛି। ଅପରପକ୍ଷେ ରାତ୍ରକାଳୀନ କର୍ଫ୍ୟୁକୁ ନେଇ ଦିନ ସମୟରେ...

ଆଫଗାନ ମହିଳାଙ୍କ ପାଇଁ ତାଲିବାନର ଆଉ ଏକ ନୂଆ ନିୟମ

କାବୁଲ,୨୮ ।୧୨: ଆଫଗାନିସ୍ତାନରେ ନିଜର ସ୍ଥିତି ଜାହିର କରିଥିବା ତାଲିବାନ ଆଫଗାନ ମହିଳାଙ୍କ ପାଇଁ ଆଉ ଏକ ନିୟମ ଆଣିଛି । ଏହା ପୂର୍ବରୁ ମହିଳାଙ୍କ...

ଟିକା ନେଇ ନ ଥିଲେ ସାବଧାନ: ମୁମ୍ବାଇରେ ୯୬ ପ୍ରତିଶତ ସଂକ୍ରମିତ ଟିକା ନ ନେଇ ଅକ୍ସିଜେନ ସପୋର୍ଟରେ

ମୁମ୍ବାଇ,୮ ।୧: ଦେଶରେ କରୋନା ସଂକ୍ରମଣ ବୃଦ୍ଧି ପାଉଥିବା ବେଳେ ମହାରାଷ୍ଟ୍ରର ରାଜଧାନୀ ମୁମ୍ବାଇରୁ ଏକ ଚମକାଇବା ଭଳି ଖବର ମିଳିଛି । ବୃହନମୁମ୍ବାଇ ମହାନଗର...

ତାଲିବାନର ଅସଲ ଚେହେରା: ପୋଷାକ ଖୋଲି ଖବରଦାତାଙ୍କୁ ମରଣାନ୍ତକ ଆକ୍ରମଣ

କାବୁଲ,୯ ।୯: ଆଫଗାନିସ୍ତାନ ଉପରେ ତାଲିବାନ କବଜା କରିବା ପରେ ଏବେ ସେଠାରେ ସରକାର ମଧ୍ୟ ଗଠନ କରାଯାଇଛି । ତାଲିବାନ ଶାସନରେ ଭୟଭୀତ ହୋଇପଡିଥିବା...

Advertisement
Archives

Model This Week