୨୦ରୁ ଅଧିକ ଦେଶରେ ଲକ୍‌ଡାଉନ୍‌: ୧୨୦କୋଟି ଲୋକ ଘରେ ବନ୍ଦ

ଓ୍ବାଶିଂଟନ,୨୧।୩: କରୋନା ସଂକ୍ରମଣରୁ ଦୂରେଇ ରହିବା ପାଇଁ ପୃଥିବୀରେ ୨୦ଟିରୁ ଅଧିକ ଦେଶରେ ଲକ୍‌ଡାଉନ୍‌ ଘୋଷଣା କରାଯାଇଛ। ଚାଇନା, ଇଟାଲି, ସ୍ପେନ୍‌, ଫ୍ରାନ୍ସ୍‌, ଅୟାରଲାଣ୍ଡ୍‌, ଡେନମାର୍କ, ଅଲ୍‌-ସାଲଭାଡୋର, ଜର୍ମାନୀ, ବ୍ରିଟେନ୍‌, ବେଲଜିଅମ୍‌, ଆର୍ଜେଣ୍ଟିନା, ଭଟିକାନ୍‌ ସିଟି, ନରଓ୍ବେ, ଇରାନ, ଦକ୍ଷିଣକୋରିଆ, ହଂକଂ, ଇଣ୍ଡୋନେସିଆ ଆଦି ଦେଶରେ ଲକ୍‌ ଡାଉନ୍‌ ଘୋଷଣା କରାଯାଇଛି। ଏହାଦ୍ୱାରା ୧୨୦ କୋଟିରୁ ଅଧିକ ଲୋକ ଘରେ ବନ୍ଦ ରହିବାକୁ ବାଧ୍ୟ ହୋଇଛନ୍ତି। ଏହା ସହିତ ୫୦ରୁ ଅଧିକ ଦେଶରେ କେତେକ ସହରକୁ ଲକ୍‌ଡାଉନ୍‌ କରାଯାଇଛି। ଚାଇନାରେ ଲକ୍‌ଡାଉନ୍‌ ଯୋଗୁ ୭୮ କୋଟି ଲୋକ ଘରେ ବନ୍ଦ ରହିଛନ୍ତି। ସେହିପରି ଇଟାଲିରେ ୬ କୋଟିରୁ ଅଧିକଙ୍କ କ୍ଷେତ୍ରରେ ଏଭଳି ଅବସ୍ଥା ଦେଖିବାକୁ ମିଳିଛି। ଆମେରିକା ପକ୍ଷରୁ କାଲିଫର୍ନିଆରେ ଲକ୍‌ଡାଉନ୍‌ ଘୋଷଣା ହୋଇଛି। ଫଳରେ ୪ କୋଟି ଲୋକ ଘରେ ବନ୍ଦ ହୋଇଯାଇଛନ୍ତି। ସେହିପରି ଫ୍ରାନ୍ସ୍‌ରେ ୬ କୋଟି ୭୦ ଲକ୍ଷ ଲୋକ ଘରେ ବନ୍ଦ ହୋଇଛନ୍ତି। ଏହାଯୋଗୁ ପୃଥିବୀର ବହୁ ସହର ଜନଶୂନ୍ୟ ହୋଇପଡ଼ିଛି। ରାସ୍ତାରେ କେବଳ ବୁଲା କୁକୁର, ଗୋରୁ ବୁଲୁଥିବା ଦେଖିବାକୁ ମିଳୁଛି।


Enter your email to get our daily news in your inbox.

All Right Reserved By Dharitri.Com

ଇମ୍ରାନଙ୍କ ସମର୍ଥକ-ପୋଲିସ ମୁହାଁମୁହିଁ

ଇସଲାମାବାଦ,୨୫ା୫: ନିଷେଧାଦେଶର ଗୋଟିଏ ଦିନ ପରେ ପାକିସ୍ତାନର ଶାହାବାଜ ଶରିଫ୍‌ ସରକାର ବିରୋଧୀ ଦଳ ପିଟିଆଇ ମୁଖ୍ୟ ଇମ୍ରାନ ଖାନ୍‌ଙ୍କ ପଦଯାତ୍ରାକୁ ରୋକିବା ପାଇଁ ଉଦ୍ୟମ...

ସେଣ୍ଟ୍‌ ଡେଭିଡ ଚର୍ଚ୍ଚ ପକ୍ଷରୁ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିକୁ ସହାୟତା

ଝାରସୁଗୁଡା ଅଫିସ,୧୪।୪: କରୋନା ମୁକାବିଲା ପାଇଁ ଝାରସୁଗୁଡ଼ାସ୍ଥିତ ସେଣ୍ଟ୍‌ ଡେଭିଡ ସିଏନ୍‌ଆଇ ଚର୍ଚ୍ଚ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ୨୦ ହଜାର ଟଙ୍କାର ଆର୍ଥିକ ସହାୟତା...

ଶେଷ ହେବ ରୁଷିଆ-ୟୁକ୍ରେନ ଯୁଦ୍ଧ!

କ୍ୱିଭ୍‌,୨୪ା୭: ରୁଷିଆ-ୟୁକ୍ରେନ ମଧ୍ୟରେ ଚାଲିଥିବା ଯୁଦ୍ଧ ଆଜି ୧୫୧ ଦିନରେ ପହଞ୍ଚିଛି। ଖୁସିର କଥା ହେଉଛି, ଏହି ଯୁଦ୍ଧରେ ପ୍ରଥମ ଥର ପାଇଁ ରୁଷିଆ ଏବଂ...

ଥରିଲା ଚାଇନା

ବେଜିଂ, ୧୬।୯: ଚାଇନାର ସିଚୁଆନ୍‌ ପ୍ରଦେଶରେ ଗୁରୁବାର ମଧ୍ୟମ ଧରଣର ଭୂକମ୍ପ ଅନୁଭୂତ ହୋଇଛି। ଏଥିରେ ୩ ଜଣଙ୍କ ମୃତ୍ୟୁ ହେବା ସହ ୬୦ରୁ ଊର୍ଦ୍ଧ୍ୱ...

କରୋନାରେ ପରିବେଶବିତ୍‌ ସୁନ୍ଦରଲାଲଙ୍କ ନିଧନ

ଡେରାଡୁନ,୨୧।୫: ଦେଶରେ କରୋନା ଭାଇରସ୍‌ର ଦ୍ୱିତୀୟ ଲହରର ପ୍ରକୋପ ଜାରି ରହିଛି। ଏହି ସମୟରେ ଗୋଟିଏ ପରେ ଗୋଟିଏ ଦୁଃଖଦ ଖବର ସାମ୍ନାକୁ ଆସୁଛି। ଏହିକ୍ରମରେ...

ପ୍ରବାସୀ ଶ୍ରମିକଙ୍କ ସଞ୍ଚୟ ଖାତାକୁ ସରକାର ପଠାଇବେ ଟଙ୍କା…

ନୂଆଦିଲ୍ଲୀ,୪।୮: କରୋନା ମହାମାରୀ ସଂକ୍ରମଣ ସଙ୍କଟ ଯୋଗୁ ଦେଶରେ ପ୍ରବାସୀ ଶ୍ରମିକଙ୍କ ଆର୍ଥିକ ଅବସ୍ଥା ଶୋଚନୀୟ ହୋଇପଡ଼ିଛି। ଏପରିସ୍ଥଳେ ସରକାର ସେମାନଙ୍କର ସଞ୍ଚୟ ଖାତାକୁ ଟଙ୍କା...

ବୋଟ୍‌ ଦୁର୍ଘଟଣାରେ ୧୬ ରୋହିଙ୍ଗ୍ୟାଙ୍କ ମୃତ୍ୟୁ

ବ୍ୟାଙ୍କକ୍‌,୨୫।୫: ମ୍ୟାନ୍‌ମାରରୁ ରୋହିଙ୍ଗ୍ୟାମାନଙ୍କୁ ନେଇ ଯାଉଥିବା ଏକ ବୋଟ୍‌ ଦୁର୍ଘଟଣାଗ୍ରସ୍ତ ହେବାରୁ ୧୬ ଜଣଙ୍କ ମୃତ୍ୟୁ ଘଟିଛି। ବୋଟ୍‌ରେ ଥିବା ଯାତ୍ରୀ ଅନ୍ୟ ଦେଶରେ ଶରଣ...

ଇରାନ୍‌ ଉପରେ ଆମେରିକାର ସାଇବର ଆଟାକ୍‌: କ୍ଷେପଣାସ୍ତ୍ର ଆକ୍ରମଣ ପାଇଁ ବ୍ୟବହୃତ କମ୍ପ୍ୟୁଟର ଅକାମୀ

ଓ୍ବାଶିଂଟନ,୨୩।୬: ଆମେରିକା ଇରାନ୍‌ ଉପରେ ସାଇବର ଆଟାକ୍‌ କରିଥିବା କୁହାଯାଉଛି। ଏହାଦ୍ୱାରା କ୍ଷେପଣାସ୍ତ୍ର ଆକ୍ରମଣ ପାଇଁ ବ୍ୟବହୃତ ହେଉଥିବା କମ୍ପ୍ୟୁଟର ଅକାମୀ ହୋଇପଡ଼ିଛି। ଏହା ସହିତ...

Advertisement
Archives

Model This Week