Posted inଖେଳ

୧୯ ବର୍ଷରୁ କମ୍‌ ଫୁଟବଲ: ଓମାନଠାରୁ ହାରିଲା ଭାରତ

ନୂଆଦିଲ୍ଲୀ,୨୦।୭ (ପି.ଟି.)- ଆଗକୁ ଆୟୋଜନ ହେବାକୁଥିବା ଏଏଫ୍‌ସି ୧୯ ବର୍ଷରୁ କମ୍‌ ଟୁର୍ନାମେଣ୍ଟ ପାଇଁ ପ୍ରସ୍ତୁତି ଚଳାଇଥିବା ଭାରତୀୟ ଦଳ ଶୁକ୍ରବାର ଓମାନଠାରୁ ପରାସ୍ତ ହୋଇଛି। ତୁର୍କୀରେ ଅନୁଷ୍ଠିତ ଏହି ମ୍ୟାଚ୍‌ରେ ଭାରତ ଲଢ଼ୁଆ ପ୍ରଦର୍ଶନ କରିଥିଲେ ମଧ୍ୟ ୨-୧ ଗୋଲରେ ପରାସ୍ତ ହୋଇଛି। ଭାରତ ରକ୍ଷଣାତ୍ମକ ଢଙ୍ଗରେ ଖେଳ ଆରମ୍ଭ କରିଥିଲା। ୩୪ତମ ମିନିଟ୍‌ରେ ଓମାନ ପ୍ରଥମ ଗୋଲ ଦେଇ ଅଗ୍ରଣୀ ହାସଲ କରିଥିଲା। ୫୩ତମ ମିନିଟ୍‌ରେ ନିନ୍‌ଥୋଇ ଫ୍ରି କିକ୍‌ ଜରିଆରେ ଗୋଲ ଦେବାର ସମ୍ଭାବନା ସୃଷ୍ଟି କରିଥିଲେ ମଧ୍ୟ ସଫଳ ହୋଇ ନ ଥିଲେ। ତେବେ ୬୮ତମ ମିନିଟ୍‌ରେ ଭାରତ ଗୋଲ ଦେବାକୁ ସକ୍ଷମ ହୋଇଥିଲା। ଗିଭସନ ସିଂ ଏହି ଗୋଲ ସ୍କୋର କରି ମ୍ୟାଚ୍‌କୁ ୧-୧ ସମାନସ୍ତରକୁ ଆଣିଥିଲେ। ଏହାପରେ ୭୮ତମ ମିନିଟ୍‌ରେ ଭାରତୀୟ ଡିଫେନ୍ସକୁ ଭେଦ କରି ଓମାନ ଆଉ ଏକ ଗୋଲ ଦେଇ ୨-୧ରେ ଅଗ୍ରଣୀ ହାସଲ କରି ଶେଷରେ ବିଜୟୀ ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଷ୍ଟୋଇନିସଙ୍କ ବିସ୍ଫୋରକ ବ୍ୟାଟିଂ; ଆର୍‌ସିବି ସାମ୍ନାରେ ୧୯୭ ରନ ଟାର୍ଗେଟ୍‌ ରଖିଲା ଦିଲ୍ଲୀ

ଦୁବାଇ, ୫।୧୦: ଚଳିତ ଆଇପିଏଲ୍‌ର ସୋମବାର ଖେଳାଯାଇଥିବା ୧୯ତମ ମୁକାବିଲାରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (ଆର୍‌ସିବି) ଓ ଦିଲ୍ଲୀ କ୍ୟାପିଟାଲ୍ସ ପରସ୍ପର ସାମ୍ନା ସାମ୍ନି ହୋଇଛନ୍ତି।...

କ୍ରିକେଟ୍‌ ପାଇଁ ପୁଣି ଖରାପ ଖବର

ନୂଆଦିଲ୍ଲୀ,୧୭।୩: ପୁଣି କରୋନା ମହାମାରୀ ଫେରିବା ପରେ ସାରା ଦେଶରେ କଟକଣା ଜାରି କରାଯାଇଛି। ଦେଶର ଅନେକ ସହରରେ ଲକଡାଉନ ଲାଗୁ କରାଯାଇଛି, ଯାହା କ୍ରୀଡା...

କ୍ୱାଲିଫାଏଡ୍‌ ଆଥଲେଟ ସ୍ଥାନ ବଜାୟ ରଖିବେ

ଲାଉସାନେ, ୯।୪(ଏପି)- ୨୦୨୦ ଟୋକିଓ ଅଲିମ୍ପିକ୍ସ ପାଇଁ ଯୋଗ୍ୟତା ହାସଲ କରିଥିବା ଆଥଲେଟ ସେମାନଙ୍କ ସ୍ଥାନ ବଜାୟ ରଖିବେ। କୋଭିଡ୍‌-୧୯ ସଂକ୍ରମଣ କାରଣରୁ ଅଲିମ୍ପିକ୍ସକୁ ଗୋଟିଏ...

ପୁଲଓ୍ବାମା ଶହୀଦଙ୍କ ପୁଅଙ୍କୁ କ୍ରିକେଟ ଟ୍ରେନିଂ ଦେଉଛନ୍ତି ବୀରେନ୍ଦ୍ର ସେହ୍ବାଗ, ଶେୟାର କଲେ ଫଟୋ

ନୂଆଦିଲ୍ଲୀ,୧୪।୨: ପୁଲଓ୍ବାମା ଆକ୍ରମଣକୁ ବର୍ଷେ ପୂରିଛି। ଏହି ଆକ୍ରମଣରେ ଶହୀଦ ହୋଇଥିବା ଯବାନଙ୍କୁ ଦେଶବାସୀ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି। ଏଥିରେ ସାମିଲ ହୋଇଛନ୍ତି ଭାରତୀୟ କ୍ରିକେଟ ଦଳର...

ଅନ୍‌ଲାଇନ ଚେସ୍‌ରେ ବିଶ୍ୱର ନମ୍ବର ଓ୍ବାନ କାର୍ଲସେନଙ୍କୁ ହରାଇ ଦେଲେ

ଚେନ୍ନାଇ,୨୧।୨: ଯୁବ ଭାରତୀୟ ଗ୍ରାଣ୍ଡମାଷ୍ଟର ଆର. ପ୍ରାଗନାନନ୍ଧା ବିଶ୍ୱର ନମ୍ବର ଓ୍ବାନ ଚେସ୍‌ ଖେଳାଳି ମାଗନସ କାର୍ଲସେନଙ୍କୁ ହରାଇ ଦେଇଛନ୍ତି। ଅନଲାଇନ ରାପିଡ୍‌ ଚେସ୍‌ ଟୁର୍ନାମେଣ୍ଟ...

ୟୁରୋପିଆନ ମାଷ୍ଟର୍ସ ଗେମ୍ସରେ ପାର୍ବତୀଙ୍କୁ ବ୍ରୋଞ୍ଜ

କଟକ ଅଫିସ,୩୧ା୭-ଇଟାଲୀର ଟୋରିନୋ ସହରରେ ଚାଲିଥିବା ୟୁରୋପିଆନ ମାଷ୍ଟର୍ସ ଗେମ୍ସରେ ଅନ୍ତର୍ଜାତୀୟ ଆଥଲେଟ୍‌ ପାର୍ବତୀ ସେଠୀ ବ୍ରୋଞ୍ଜ ପଦକ ବିଜୟୀ ହୋଇଛନ୍ତି । ମଙ୍ଗଳବାର ଅନୁଷ୍ଠିତ...

୧୪୨ ବର୍ଷ ରେକର୍ଡ ଭାଙ୍ଗିଲା ଟିମ୍‌ ଇଣ୍ଡିଆ

କୋଲକାତା,୨୫।୧୧: ଇଡେନ ଗାର୍ଡେନ୍ସରେ ଟିମ ଇଣ୍ଡିଆ ତା’ର ପ୍ରଥମ ଦିବାରାତ୍ର ଟେଷ୍ଟରେ ବାଂଲାଦେଶକୁ ଇନିଂସ ଓ ୪୬ ରନରେ ଜିତି ଇତିହାସ ରଚିଛି। ଏହି ବିଜୟ...

ପାକିସ୍ତାନର ଏହି ପୂର୍ବ ଅଲରାଉଣ୍ଡର କହିଲେ,‘ବ୍ୟସ୍ତ ଥିବା ସତ୍ତ୍ୱେ ମୋ ବିବାହରେ ଯୋଗ ଦେଇଥିଲେ ଗାଙ୍ଗୁଲି…

ନୂଆଦିଲ୍ଲୀ,୧୨।୬: ସୌରଭ ଗାଙ୍ଗୁଲି ଜଣେ ନମ୍ର ବ୍ୟକ୍ତି। ବ୍ୟସ୍ତବହୁଳ ଜୀବନଶୈଳୀ ସତ୍ତ୍ୱେ ବିବାହରେ ଯୋଗ ଦେଇଥିଲେ । ହେଲେ ଅନେକ ପ୍ରଶଂସକ ଏ ବିଷୟରେ ଜାଣିଥିବେ...

Advertisement
Archives

Model This Week