୧୯୨ ଦେଶରେ କରୋନା: ୨୪ ଘଣ୍ଟାରେ ଆମେରିକାରେ ୧୦୦ ମୃତ

ଓ୍ବାଶିଂଟନ,୨୩।୩: କରୋନା ସଂକ୍ରମଣ ସାରା ପୃଥିବୀରେ ଆତଙ୍କ ସୃଷ୍ଟି କରିଛି। ଇତିମଧ୍ୟରେ ଏହା ୧୯୨ ଦେଶରେ ପହଞ୍ଚିଛି। କରୋନା ଯୋଗୁ ପୃଥିବୀରେ ମୃତ୍ୟୁ ସଂଖ୍ୟା ୧୪,୬୧୬ ହୋଇଥିବାବେଳେ ଇଟାଲିରେ ୫୦୦୦ରୁ ଅଧିକ ଲୋକଙ୍କ ମୃତ୍ୟୁ ଘଟିଛି। ଆମେରିକାରେ ଧୀରେଧୀରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଗତ ୨୪ ଘଣ୍ଟା ମଧ୍ୟରେ ଏଠାରେ ୧୦୦ଜଣଙ୍କ ମୃତ୍ୟୁ ହୋଇଛି। ସେହିପରି ଏଠାରେ ୧୪,୫୫୦ ନୂଆ ସଂକ୍ରମିତଙ୍କୁ ଚିହ୍ନଟ କରାଯାଇଛି। ଫଳରେ ସଂକ୍ରମିତଙ୍କ ସଂଖ୍ୟା ଆମେରିକାରେ ୩୩,୨୭୬ ଛୁଇଁଛି। ଚାଇନା ରାଷ୍ଟ୍ରପତି ଜି ଜିନ୍‌ପିଙ୍ଗ୍‌ କରୋନା ଭୂତାଣୁର ଭୟାବହତା ସମ୍ପର୍କରେ ପୂର୍ବରୁ ସୂଚନା ଦେଇଥିଲେ ସୁରକ୍ଷା ପଦକ୍ଷେପ ଗ୍ରହଣ କରାଯାଇ ପାରିଥାନ୍ତା ବୋଲି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ୍‌ ଟ୍ରମ୍ପ୍‌ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଅବଦୁଲ୍‌ ରଜାକ୍‌ ଗୁରନାହଙ୍କୁ ସାହିତ୍ୟରେ ନୋବେଲ…

ଷ୍ଟକହୋମ୍‌,୭।୧୦: ସାହିତ୍ୟରେ ୨୦୨୧ ପାଇଁ ନୋବେଲ ପୁରସ୍କାର ଘୋଷଣା କରାଯାଇଛି। ଅବଦୁଲ୍‌ ରଜାକ୍‌ ଗୁରନାହଙ୍କୁ  ସାହିତ୍ୟ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ଲାଗି ନୋବେଲ ପୁରସ୍କାର ପ୍ରଦାନ...

ପିଟସ୍‌ବର୍ଗ ପାର୍ଟିରେ ଗୁଳି: ୨ ନିହତ, ୯ ଆହତ

ଓ୍ବାଶିଂଟନ୍‌, ୧୮ା୪: ଆମେରିକାର ପେନସିଲଭାନିଆସ୍ଥିତ ପିଟସ୍‌ବର୍ଗର ଏକ ଭଡ଼ାଘରେ ଶନିବାର ବିଳମ୍ବିତ ରାତିରେ ପାର୍ଟି ଚାଲିଥିବାବେଳେ ଗୁଳିକାଣ୍ଡ ଘଟିଛି। ଏଥିରେ ୨ ନାବାଳକ ନିହତ ଓ...

ଚାରିପଟୁ ଆକ୍ରମଣ ଯୋଜନା…

ମସ୍କୋ/କ୍ୱିଭ୍‌,୨୪।୨ : ଗତ ଦୁଇ ଦିନ ମଧ୍ୟରେ ରୁଷ-ୟୁକ୍ରେନ ଯୁଦ୍ଧ ସଙ୍କଟର ପରିସ୍ଥିତି ଦ୍ରୁତ ଗତିରେ ବଦଳି ଯାଇଛି। ରୁଷିଆ ସୈନ୍ୟମାନେ ପୂର୍ବ ୟୁକ୍ରେନରେ ପ୍ରବେଶ...

୪ କରୋନା ପ୍ରତିଷେଧକ ଟୀକାର ପରୀକ୍ଷା ଖୁବ୍‌ ଶୀଘ୍ର ହେବ ଆରମ୍ଭ: ହର୍ଷ ବର୍ଦ୍ଧନ

ନୂଆଦିଲ୍ଲୀ,୨୪।୫: କରୋନା ସଂକ୍ରମଣ ନେଇ ଭାରତରେ ଅଚଳାବସ୍ଥା ସୃଷ୍ଟି ହୋଇଛି। ତେବେ ଇତିମଧ୍ୟରେ ଦେଶରେ ୪ କରୋନା ପ୍ରତିଷେଧକ ଟୀକାର କ୍ଲିନିକାଲ ପରୀକ୍ଷା ଖୁବ୍‌ ଶୀଘ୍ର...

ଛୁଟି ନେଇ ଚାଷ କର

କଲମ୍ବୋ, ୧୫ା୬: ଅର୍ଥ ଓ ଖାଦ୍ୟ ସଙ୍କଟ ଦେଇ ଗତି କରୁଥିବା ରାଷ୍ଟ୍ରଦ୍ୱୀପ ଶ୍ରୀଲଙ୍କା ସରକାର ପ୍ରଶାସନିକ ଅଧିକାରୀଙ୍କୁ ଏବେ ଚାଷ କରିବା ପାଇଁ ପ୍ରୋତ୍ସହିତ...

ଅବହେଳା ପାଇଁ ଗୋଷ୍ଠୀ ସଂକ୍ରମଣ ସ୍ଥିତି

ଭୁବନେଶ୍ୱର, ୪ା୭(ବ୍ୟୁରୋ): କରୋନା ମୁକାବିଲା ପାଇଁ ସବୁଠାରୁ ଅଧିକ କଟକଣା ଓ ନିର୍ଦ୍ଦେଶନାମା ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି) ଜାରି କରୁଛି। ହେଲେ ତାହା ଠିକ୍‌...

ଫିଲିଫାଇନ୍ସ ବିୟୁଟି କୁଇନଙ୍କୁ ଗଣବଳାତ୍କାର ପରେ ହତ୍ୟା

ମାନିଲା,୧୫।୧: ଫିଲିଫାଇନର କାକାଟି ସହରରୁ ଆସିଛି ଏକ ହୃଦୟ ବିଦାରକ ଖବର। ଜଣେ ୨୩ ବର୍ଷୀୟା ବିୟୁଟି କୁଇନ କ୍ରିଷ୍ଟାଇନ ଆଞ୍ଜେଲିକା ଡାସେରାଙ୍କୁ ଗଣବଳାତ୍କାର ପରେ...

ବିଡେନଙ୍କ ଉପରେ ବର୍ଷିଲେ ଟ୍ରମ୍ପ

ଓ୍ବାଶିଂଟନ,୮।୯: ଆମେରିକାରେ ରାଷ୍ଟ୍ରପତି ନିର୍ବାଚନ ଯେତେ ପାଖେଇ ଆସୁଛି ପରସ୍ପର ମଧ୍ୟରେ ପ୍ରତିଯୋଗୀତା ସେତେ ବୃଦ୍ଧି ପାଇବାରେ ଲାଗିଛି। ରାଷ୍ଟ୍ରପତି ନିର୍ବାଚନ ପ୍ରଚାର ସମୟରେ ପୁଣିଥରେ...

Advertisement
Archives

Model This Week