Posted inଖେଳ

୧୭ ବର୍ଷରୁ କମ୍‌ ମହିଳା ଫୁଟବଲ: ୧୩ରୁ ଘରୋଇ ମାଟିରେ ଭାରତ ଖେଳିବ ତ୍ରିରାଷ୍ଟ୍ରୀୟ ଟୁର୍ନାମେଣ୍ଟ

ମୁମ୍ବାଇ, ୯।୧୨(ପି.ଟି.)- ଆସନ୍ତାବର୍ଷ ଭାରତରେ ଫିଫା ୧୭ ବର୍ଷରୁ କମ୍‌ ମହିଳା ବିଶ୍ୱକପ୍‌ ଆୟୋଜନ ହେବାର କାର୍ଯ୍ୟକ୍ରମ ଥିବା ବେଳେ ପ୍ରସ୍ତୁତି ଓ ଅଭ୍ୟାସ ସ୍ବରୂପ ଭାରତୀୟ ଦଳ ଘରୋଇ ପରିବେଶରେ ଏକ ତ୍ରିରାଷ୍ଟ୍ରୀୟ ଟୁର୍ନାମେଣ୍ଟ ଖେଳିବ। ଆସନ୍ତା ୧୩ ତାରିଖରୁ ଆରମ୍ଭ ହେବାକୁ ଯାଉଥିବା ଏହି ଟୁର୍ନାମେଣ୍ଟରେ ଆୟୋଜକ ଭାରତ ସମେତ ଥାଇଲାଣ୍ଡ ଓ ସ୍ବିଡେନ ଅଂଶଗ୍ରହଣ କରିବେ। ଏହା ୧୯ ତାରିଖ ପର୍ଯ୍ୟନ୍ତ ଚାଲିବ। ପ୍ରଥମଥର ପାଇଁ ଭାରତ ମହିଳା ୧୭ ବର୍ଷରୁ କମ୍‌ ଅନ୍ତର୍ଜାତୀୟ ଟୁର୍ନାମେଣ୍ଟ ଆୟୋଜନ କରିବ ବୋଲି ଅଲ୍‌ ଇଣ୍ଡିଆ ଫୁଟବଲ ଫେଡେରେଶନ (ଏଆଇଏଫ୍‌ଏଫ୍‌) କହିଛି। ଏସିଆନ ଫୁଟବଲ ଫେଡେରେଶନ (ଏଏଫ୍‌ସି) ଓ ୟୁନିୟନ ଅଫ୍‌ ୟୁରୋପିଆନ ଫୁଟବଲ ଆସୋସିଏଶନ (ୟୁଇଏଫ୍‌ଏ) ମିଳିତ ଆନୁକୂଲ୍ୟରେ ଏହି ଟୁର୍ନାମେଣ୍ଟ ଆୟୋଜନ କରାଯାଉଛି। ଏହି ଟୁର୍ନାମେଣ୍ଟ ମୁମ୍ବାଇ ଫୁଟବଲ ଏରିନାରେ ଖେଳାଯିବ।
୨୦୨୦ ଫିଫା ମହିଳା ୧୭ ବର୍ଷରୁ କମ୍‌ ଆୟୋଜନ ପାଇଁ ପ୍ରସ୍ତୁତି ଜୋରଦାର ଚାଲିଥିବା ବେଳେ ଏହି ଟୁର୍ନାମେଣ୍ଟର ଗୁରୁତ୍ୱ ରହିଛି। ମହିଳା ଫୁଟବଲ୍‌ରେ ଥାଇଲାଣ୍ଡ ଓ ସ୍ବିଡେନଙ୍କୁ ଗ୍ଲୋବାଲ ପାଓ୍ବାର ହାଉସ କୁହାଯାଉଥିବା ବେଳେ ଏହି ଟୁର୍ନାମେଣ୍ଟ ଖେଳି ଭାରତୀୟ ଫୁଟବଲରମାନେ ଅନ୍ତର୍ଜାତୀୟ ଅଭିଜ୍ଞତା ହାସଲ କରିବେ ବୋଲି ଏଆଇଏଫ୍‌ଏଫ୍‌ ସାଧାରଣ ସମ୍ପାଦକ କୁଶାଲ ଦାସ କହିଛନ୍ତି। ବିଶ୍ୱ ମହିଳା ଫୁଟବଲ୍‌ରେ ସ୍ବିଡେନ ଅନ୍ୟତମ ଶ୍ରେଷ୍ଠ ଦଳ ରୂପେ ପରିଗଣିତ ହେଉଛି। ସ୍ବିଡେନର ସିନିୟର ମହିଳା ଦଳ ଫ୍ରାନ୍ସରେ ଅନୁଷ୍ଠିତ ଗତ ବିଶ୍ୱକପ୍‌ରେ ତୃତୀୟ ସ୍ଥାନରେ ରହି ଅଭିଯାନ ଶେଷ କରିଥିଲା। ସେହିପରି ଏସୀୟ ଫୁଟବଲ୍‌ରେ ଥାଇଲାଣ୍ଡ ମହିଳା ଦଳ ଶ୍ରେଷ୍ଠ ବିବେଚିତ ହେଉଛି। କ୍ରମାଗତ ଦୁଇଥର ଥାଇଲାଣ୍ଡ ଫିଫା ବିଶ୍ୱକପ୍‌ ଖେଳିବାକୁ ଯୋଗ୍ୟତା ହାସଲ କରିଛି। ସେହିପରି ୨୦୧୮ରେ ଜୋର୍ଡାନେରେ ଅନୁଷ୍ଠିତ ଏଏଫ୍‌ସି ମହିଳା ଏସିଆ କପ୍‌ରେ ଥାଇଲାଣ୍ଡ ଚତୁର୍ଥ ସ୍ଥାନରେ ରହି ଅଭିଯାନ ଶେଷ କରିଥିଲା।
ଟୁର୍ନାମେଣ୍ଟ କାର୍ଯ୍ୟସୂଚୀ
ଡିସେମ୍ବର ୧୩: ଭାରତ ବନାମ ସ୍ବିଡେନ
ଡିସେମ୍ବର ୧୫: ସ୍ବିଡେନ ବନାମ ଥାଇଲାଣ୍ଡ
ଡିସେମ୍ବର ୧୭: ଥାଇଲାଣ୍ଡ ବନାମ ଭାରତ
ଡିସେମ୍ବର ୧୯: ଫାଇନାଲ
(ଗ୍ରୁପ୍‌ ଓ୍ବିନର ବନାମ ଗ୍ରୁପ୍‌ ରନର- ଅପ୍‌)
ଭାରତୀୟ ଦଳ:
ଗୋଲ କିପର: ମଞ୍ଜୁ ଗାଞ୍ଜୁ, ଅଂଶିକା, ତନୁ।
ଡିଫେଣ୍ଡର: ପୂର୍ଣ୍ଣିମା କୁମାରୀ, ଜ୍ୟୋତି କୁମାରୀ, ନିର୍ମଳା ଦେବୀ ଫାନଜୋଉବାମ୍‌, ସିଲ୍‌କି ଦେବୀ ହେମାମ, କ୍ରିତିନା ଦେବୀ ଥୋଉନାଉଜାମ, ନିଶା, ଅଷ୍ଟମ ଓରାଓନ।
ମିଡ୍‌ଫିଲ୍ଡର: ମାର୍ଟିନା ଥୋକଚୋମ, ପ୍ରିୟଙ୍ଗକା ଦେବୀ ନାଓରେମ, ବାବିନା ଦେବୀ ଲିଶମ, ଅମିଶା ବକ୍ସଲା, ଆଭେକା ସିଂ, କିରନ, ଡାଇସି କ୍ରାଷ୍ଟୋ, ସୁନୀତା ମୁଣ୍ଡା, ମରିୟାରମାଲ ବାଲାମୁରୁଗାନ।
ଫରଓ୍ବାର୍ଡ: ସୁମତୀ କୁମାରୀ, ଲିଣ୍ଡା କୋମ ସେର୍ଟୋ, ସାଇ ସାଙ୍ଖେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

IPL ଇତିହାସରେ ଏମିତି କାରନାମା କରିବାରେ ପ୍ରଥମ ଖେଳାଳି ହେଲେ ଶୁବମନ ଗିଲ

ନୂଆଦିଲ୍ଲୀ,୩୦।୫: ଗୁଜରାଟ ଟାଇଟାନ୍ସ କ୍ୱାଲିଫାୟର ୨ରେ ରାଜସ୍ଥାନ ରୟାଲ୍ସକୁ ୭ ଉଇକେଟରେ ପରାସ୍ତ କରି ଆଇପିଏଲ ୨୦୨୬ ଫାଇନାଲରେ ସ୍ଥାନ ପକ୍କା କରିଛି। କ୍ୱାଲିଫାୟର ୨ ମ୍ୟାଚ୍‌ରେ…

‘ଅଦ୍ଭୁତ ସୂର୍ଯ୍ୟା’! ବୈଭବ ସୂର୍ଯ୍ୟବଂଶୀଙ୍କ ପ୍ରଶଂସାରେ ଶତମୁଖ ଅମିତାଭ ବଚ୍ଚନ; କହିଲେ- ଏହି ବୟସରେ ଆମେ…

ନୂଆଦିଲ୍ଲୀ,୩୦।୫: ଆଇପିଏଲର କ୍ୱାଲିଫାୟର୍‌-୨ରେ ଶୁକ୍ରବାର ରାଜସ୍ଥାନ ରୟାଲ୍ସ (RR) ଗୁଜରାଟ ଟାଇଟନ୍ସ (GT) ହାତରୁ ପରାଜୟର ସମ୍ମୁଖୀନ ହୋଇଛି। ଏହି ପରାଜୟ ସହ ଦଳ ଟୁର୍ନାମେଣ୍ଟରୁ ବାହାରି…

IPLରୁ RR ବିଦାୟ ନେବା ପରେ କାନ୍ଦିଲେ ବୈଭବ ସୂର୍ଯ୍ୟବଂଶୀ; ଭାଇରାଲ ଭିଡିଓ ଦେଖି ପ୍ରଶଂସକଙ୍କ ଆଖିରେ ବି ଲୁହ!

ନୂଆଦିଲ୍ଲୀ,୩୦।୫: ଆଇପିଏଲ ୨୦୨୬ରେ ରାଜସ୍ଥାନ ରୟାଲ୍ସର ସଫଳତାରେ ବୈଭବ ସୂର୍ଯ୍ୟବଂଶୀ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ। ଏହି ୧୫ ବର୍ଷୀୟ ବ୍ୟାଟସମ୍ୟାନ ଏହି ସିଜିନରେ ଲଗାତାର ଭାବରେ…

ଇତିହାସ ରଚିଲେ ବୈଭବ ସୂର୍ଯ୍ୟବଂଶୀ: ହାସଲ କଲେ IPLରେ ସବୁଠୁ ବଡ଼ ରେକର୍ଡ

ନୂଆଦିଲ୍ଲୀ,୩୦।୫:ବୈଭବ ସୂର୍ଯ୍ୟବଂଶୀ ଗୁଜରାଟ ଟାଇଟାନ୍ସ ବିପକ୍ଷରେ କ୍ୱାଲିଫାୟର ୨ରେ ଇତିହାସ ରଚିଛନ୍ତି। IPLରେ ଦ୍ରୁତତମ ୧,୦୦୦ ରନ ସ୍କୋର କରିବାରେ ପ୍ରଥମ ଭାରତୀୟ ବ୍ୟାଟସମ୍ୟାନ ହୋଇଛନ୍ତି। ସେ…

ରାଜସ୍ଥାନକୁ ହରାଇ ଫାଇନାଲ୍‌ରେ ଗୁଜରାଟ, ମେ’ ୩୧ରେ RCB ସହ ମହାମୁକାବିଲା

ନୂଆଦିଲ୍ଲୀ,୨୯।୫: ଆଇପିଏଲ୍ ୨୦୨୬ର ଦ୍ୱିତୀୟ କ୍ୱାଲିଫାୟର୍‌ରେ ଗୁଜରାଟ ଟାଇଟନ୍ସ (GT) ଚମତ୍କାର ପ୍ରଦର୍ଶନ କରି ରାଜସ୍ଥାନ ରୟାଲ୍ସ (RR) କୁ ୮ ୱିକେଟ୍‌ରେ ପରାସ୍ତ କରିଛି। ଏହି…

ପଡ଼ିଆରେ ହେଡ୍ସ-ଟେଲ୍ସକୁ ନେଇ ହଙ୍ଗାମା! କ୍ୱାଲିଫାୟର୍-୨ ରେ ଦୁଇଥର ପଡ଼ିଲା ଟସ୍,ନିଷ୍ପତ୍ତି ବଦଳାଇଦେଲା…

ନୂଆଦିଲ୍ଲୀ,୨୯।୫: ଆଇପିଏଲ୍‌ ୨୦୨୬ର ଦ୍ୱିତୀୟ କ୍ୱାଲିଫାୟର୍‌ (Qualifier-୨) ମ୍ୟାଚ୍‌ରେ ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି। ଗୁଜରାଟ ଟାଇଟନ୍ସ (GT) ଏବଂ ରାଜସ୍ଥାନ ରୟାଲ୍ସ (RR) ମଧ୍ୟରେ…

ହାରିଗଲେ ସିନ୍ଧୁ, ସାତ୍ତ୍ୱିକ-ଚିରାଗ ଯୋଡ଼ି ସେମିରେ

ସିଙ୍ଗାପୁର, ୨୯ା୫: ସ୍ଥିର ପ୍ରଦର୍ଶନ ଅଭାବରୁ ଭାରତର ଷ୍ଟାର ବ୍ୟାଡ୍‌ମିଣ୍ଟନ ଖେଳାଳି ପି.ଭି. ସିନ୍ଧୁ ଏଠାରେ ଚାଲିଥିବା ସିଙ୍ଗାପୁର ଓପନ ୭୫୦ ବ୍ୟାଡ୍‌ମିଣ୍ଟନ ଟୁର୍ନାମେଣ୍ଟର ମହିଳା ସିଙ୍ଗଲ୍ସ…

ପ୍ରଥମ ଟି୨୦ ମ୍ୟାଚ୍‌ ଜିତିଲା ଭାରତ

ଚେମ୍ସ ଫୋର୍ଡ, ୨୯ା୫: ଜେମିମା ରୋଡ୍ରିଗ୍ସ ଓ ୟାସ୍ତିକା ଭାଟିଆଙ୍କ ଆକର୍ଷଣୀୟ ଅର୍ଦ୍ଧଶତକ ଏବଂ ନବାଗତ ପେସ୍‌ର ନନ୍ଦନୀ ଶର୍ମାଙ୍କ ଚମତ୍କାର ବୋଲିଂ ଦ୍ୱାରା ଭାରତ ଶୁକ୍ରବାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri