Posted inଜାତୀୟ

୧୫ ଦଳକୁ ମିଳିଛି ‘ନୋଟା’ଠୁ କମ୍‌ ଭୋଟ

ନୂଆଦିଲ୍ଲୀ,୭ା୬:ସପ୍ତଦଶ ଲୋକ ସଭାକୁ ୩୬ ରାଜନୈତିକ ଦଳର ପ୍ରତିନିଧି ନିର୍ବାଚିତ ହୋଇ ଆସିଥିବାବେଳେ ୧୫ଟି ଦଳ ‘ନୋଟା’(ନନ୍‌ ଅଫ୍‌ ଦ ଆବଭ୍‌) ଠାରୁ କମ୍‌ ସଂଖ୍ୟକ ଭୋଟ ପାଇଥିବା ଜଣାପଡ଼ିଛି। ଏହି ଦଳଗୁଡ଼ିକ ମଧ୍ୟରୁ ଅନେକ ନାମକୁ ମାତ୍ର ନିର୍ବାଚନ ରଣାଙ୍ଗନରେ ଅବତୀର୍ଣ୍ଣ ହୋଇଥିବା ପ୍ରକାଶ। ୨୦୧୪ରେ ‘ନୋଟା’ ପ୍ରଚଳନ କରାଯାଇଥିବାବେଳେ ଏହା ନିର୍ବାଚନ ମଣ୍ଡଳୀରେ ପ୍ରାର୍ଥୀଙ୍କ ଅଣସ୍ବୀକୃତିକୁ ଦର୍ଶାଇଥାଏ। ଚଳିତ ସାଧାରଣ ନିର୍ବାଚନରେ ମୋଟ ୧.୦୬ ପ୍ରତିଶତ ଭୋଟ ‘ନୋଟା’ ସପକ୍ଷରେ ଯାଇଛି। ୨୦୧୪ ନିର୍ବାଚନରେ ଏହା ୧.୦୮ ପ୍ରତିଶତ ଥିଲା।
ରାମବିଳାଶ ପାଶ୍ୱାନ୍‌ଙ୍କ ଲୋକ ଜନଶକ୍ତି ପାର୍ଟି(ଏଲ୍‌ଜେପି) ବିହାରର ୬ଟି ଲୋକ ସଭା ଆସନରେ ବିଜୟୀ ହୋଇଥିବାବେଳେ ଦଳକୁ ମିଳିଛି ମାତ୍ର ୦.୫୨ ପ୍ରତିଶତ ଭୋଟ। ସେହିଭଳି କମ୍ୟୁନିଷ୍ଟ ପାର୍ଟି ଅଫ୍‌ ଇଣ୍ଡିଆ(ସିପିଆଇଏମ୍‌), ଜମ୍ମୁ-କଶ୍ମୀରର ନ୍ୟାଶନାଲ୍‌ କନ୍‌ଫରେନ୍ସ(ଏନ୍‌ସି) ଓ ଇଣ୍ଡିଆନ୍‌ ୟୁନିୟନ ମୁସ୍‌ଲିମ୍‌ ଲିଗ୍‌(ଆଇୟୁଏମ୍‌ଏଲ୍‌) ପ୍ରତ୍ୟେକ ଦଳକୁ ଗୋଟିଏ ଲେଖାଏ ଆସନ ମିଳିଛି। ଏହି ଦଳଗୁଡ଼ିକର ଭୋଟ ହାର ଯଥାକ୍ରମେ ୦.୦୧ ପ୍ରତିଶତ, ୦.୦୫ ପ୍ରତିଶତ ଓ ୦.୨୬ ପ୍ରତିଶତ ରହିଛ, ଯାହାକି ‘ନୋଟା’ଠାରୁ ଯଥେଷ୍ଟ କମ୍‌। ଶିରୋମଣି ଅକାଳୀ ଦଳ(ଏସ୍‌ଏଡି), ଅଲ୍‌ ଇଣ୍ଡିଆ ମଜ୍‌ଲିସ୍‌ ଇ- ଇତ୍ତେହାଦୁଲ୍‌ ମୁସ୍‌ଲିମିନ୍‌(ଏଆଇଏମ୍‌ଆଇଏମ୍‌), କମ୍ୟୁନିଷ୍ଟ ପାର୍ଟି ଅଫ୍‌ ଇଣ୍ଡିଆ(ସିପିଆଇ) ଓ ଆପ୍‌ନା ଦଳ ପ୍ରତ୍ୟେକ ଦୁଇଟି ଲେଖାଏ ଆସନ ଜିତିଥିବାବେଳେ ଏହି ଦଳଗୁଡ଼ିକୁ ମୋଟ ଭୋଟର ୧ ପ୍ରତିଶତରୁ କମ୍‌ ଭୋଟ ମିଳିଛି। ସର୍ବାଧିକ ୭ଟି ରାଜନୈତିକ ଦଳ ଗୋଟିଏ ଲେଖାଏ ଆସନ ଜିତିଥିବାବେଳେ ପ୍ରତ୍ୟେକ ଦଳ ୧ ପ୍ରତିଶତରୁ ଅଧିକ ଭୋଟ ପାଇବାକୁ ସମର୍ଥ ହୋଇ ନ ଥିବା ଜଣାପଡ଼ିଛି।
ଝାଡ଼ଖଣ୍ଡ ଷ୍ଟୁଡେଣ୍ଟ୍‌ସ ୟୁନିୟନକୁ ୦.୧୧ ପ୍ରତିଶତ, ରିଭୋଲୁଶନାରି ସୋସିଆଲିଷ୍ଟ ପାର୍ଟିକୁ ୦.୧୨ ପ୍ରତିଶତ ମିଳିଥିବାବେଳେ ୫ ରାଜନୈତିକ ଦଳକୁ ଏହାଠାରୁ କମ୍‌ ଭୋଟ ମିଳିଥିବା ପ୍ରକାଶ। କେରଳ କଂଗ୍ରେସ(ମଣି)କୁ ମୋଟ ଭୋଟର ୦.୦୦୭ ପ୍ରତିଶତ, ମିଜୋ ନ୍ୟାଶନାଲ ଫ୍ରଣ୍ଟକୁ ୦.୦୦୪ ଭୋଟ ଓ ନାଗା ପିପୁଲ୍ସ୍‌ ଫ୍ରଣ୍ଟକୁ ୦.୦୬ ପ୍ରତିଶତ ଭୋଟ ମିଳିଛି। ଗୋଟିଏ ଆସନ ପାଇଥିବା ନ୍ୟାଶନାଲ୍‌ ଡେମୋକ୍ରାଟିକ୍‌ ପ୍ରୋଗ୍ରେସିଭ୍‌ ପାର୍ଟିକୁ ସମୁଦାୟ ଭୋଟରୁ ୦.୦୮ ପ୍ରତିଶତ ଓ ସିକ୍କିମ କ୍ରାନ୍ତିକାରୀ ମୋର୍ଚ୍ଚାକୁ ୦.୦୩ ପ୍ରତିଶତ ଭୋଟ ମିଳିପାରିଛି।


Enter your email to get our daily news in your inbox.

All Right Reserved By Dharitri.Com

ଫ୍ଲପ୍‌ ହେଲା ତେଜସ୍ବୀ ଯାଦବଙ୍କ ୧୦ ଲକ୍ଷ ଚାକିରି ଦେବା ପ୍ରତିଜ୍ଞା

ପାଟନା,୧୧ା୧୧: ବିହାର ନିର୍ବାଚନ କ୍ଷେତ୍ରକୁ ଓହ୍ଲାଇଥିବା ତେଜସ୍ବୀ ଯାଦବ ପରାସ୍ତ ହୋଇଛନ୍ତି। ପ୍ରଚାର ମଇଦାନରେ ୧୦ ଲକ୍ଷ ଟଙ୍କାର ଚାକିରି ଦେବାକୁ ପ୍ରତିଜ୍ଞା କରିଥିଲେ ତେଜସ୍ବୀ।...

ୟୁକ୍ରେନରୁ ଭାରତୀୟମାନଙ୍କୁ ସଫଳ ସ୍ଥାନାନ୍ତର ବିଧାନସଭା ନିର୍ବାଚନରେ ସକାରାତ୍ମକ ପ୍ରଭାବ ପକାଇବ: ଶାହା

ନୂଆଦିଲୀ,୫ା୩: ଜାନୁୟାରୀରୁ ୟୁକ୍ରେନର ପରିସ୍ଥିତି ଉପରେ ସରକାର ନଜର ରଖିଛନ୍ତି ବୋଲି  ଭାଜପାର ବରିଷ୍ଠ ନେତା ତଥା କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଶନିବାର କହିଛନ୍ତି।...

ଜାମିନ୍‌ ପ୍ରଦାନ କ୍ଷେତ୍ରରେ ସାମାଜିକ ଚିନ୍ତାଧାରା ଗ୍ରହଣୀୟ ନୁହେଁ, ହାଇକୋର୍ଟ…

ନୂଆଦିଲ୍ଲୀ, ୧୫।୨ : ଅଭିଯୁକ୍ତଙ୍କୁ ଜାମିନ୍‌ ପ୍ରଦାନ କ୍ଷେତ୍ରରେ ସାମାଜିକ ଚିନ୍ତାଧାରା ଗ୍ରହଣୀୟ ନୁହେଁ। ସମାଜ ସମ୍ପୃକ୍ତ ବ୍ୟକ୍ତିଙ୍କ ବିଷୟରେ କିଭଳି ଚିନ୍ତା କରୁଛି ତାହାକୁ...

ବର୍ଷକୁ ଥରେ ମହାକାଳଙ୍କ ସେବା କରନ୍ତି ମହିଳା…

ମଧ୍ୟପ୍ରଦେଶ ଉଜ୍ଜୟନୀରେ ପ୍ରଭୁ ମହାକାଳଙ୍କ ସେବା ବର୍ଷରେ ଥରେ ମହିଳାମାନେ କରନ୍ତି। ଦୀପାବଳି ପୂର୍ବଦିନ ଦେବ ଦୀପାବଳି ଅବସରରେ ମହାକାଳଙ୍କ ପୂଜା କରୁଥିବା ସଦସ୍ୟଙ୍କ ପରିବାରର...

ଆସାମ ବିଧାନସଭା ନିର୍ବାଚନ: ୩ ଗୁରୁତ୍ୱପୂର୍ଣ୍ଣ ଆସନ ପାଇଁ ପ୍ରାର୍ଥୀ ଘୋଷଣା କଲା କଂଗ୍ରେସ

ଗୁଆହାଟୀ,୮ ।୩: ସାରା ଦେଶରେ ବେଳକୁ ବେଳ କଂଗ୍ରେସର ପ୍ରଦର୍ଶନ ଖରାପ ହୋଇ ଚାଲିଥିବା ବେଳେ ଏବେ ଏହାକୁ ସଜାଡିବାକୁ ପ୍ରୟାସ କରୁଛି ଦଳ ।...

ପୋଲିସ ସୁରକ୍ଷାରେ ନବଦମ୍ପତି ସାକ୍ଷୀ-ଅଜିନେଶ୍‌: ସୋମବାର ହାଇକୋର୍ଟରେ ହେବେ ହାଜର

ଲକ୍ଷ୍ନୌ,୧୪।୭: ବରେଲିର ଭାଜପା ବିଧାୟକ ରାଜେଶ ମିଶ୍ରାଙ୍କ କନ୍ୟା ସାକ୍ଷୀ ମିଶ୍ରା ଏବଂ ତାଙ୍କ ସ୍ବାମୀ ଅଜିନେଶ୍‌ଙ୍କୁ ହାଇକୋର୍ଟରେ ହାଜର କରାଇବା ପାଇଁ ଏକ ୩...

ତୃତୀୟ ଲହର ଆସିବା ଆଶଙ୍କା କ୍ଷୀଣ !…

ନୂଆଦିଲ୍ଲୀ,୧୯।୧୦: ଦେଶରେ ଧୀରେ ଧୀରେ କରୋନା ମହାମାରୀ ଆତଙ୍କ କମିବାରେ ଲାଗିଛି। ପୂର୍ବରୁ ତୃତୀୟ ଲହର ଆସିବା ନେଇ କୁହାଯାଉଥିଲା। ମାତ୍ର ଦେଶରେ ଦୈନିକ ସଂକ୍ରମଣ...

ମନ୍ଦିର ବାହାରେ କଟୁରି ଧରି ଗୋଡାଇଲେ ଆଇଆଇଟି ଗ୍ରାଜୁଏଟ୍‌

ଲକ୍ଷ୍ନୌ,୪।୪: ଉତ୍ତରପ୍ରଦେଶର ଗୋରଖନାଥ ମନ୍ଦିର ବାହାରେ ଜଣେ ଆଇଆଇଟି ଗ୍ରାଜୁଏଟ୍‌ ଏକ କଟୁରିରେ ଦୁଇ ପୋଲିସ କର୍ମୀଙ୍କୁ ଆକ୍ରମଣ କରିଛନ୍ତି। ଏଥିସହିତ ସେ ଧାର୍ମିକ ସ୍ଲୋଗାନ...

Advertisement
Archives

Model This Week