୧୨ ଘଣ୍ଟିଆ ୧୪୪ ଧାରା

ଢେଙ୍କାନାଳ ଅଫିସ, ୫।୫

କରୋନା ପ୍ରଭାବିତ ଢେଙ୍କାନାଳ ଜିଲାକୁ ଅରେଞ୍ଜ ଜୋନ୍‌ରେ ରଖାଯାଇଛି। ଜିଲା ସଦରରେ ଜଣେ ମହିଳାଙ୍କ ନିକଟରୁ ଏପ୍ରିଲ୍‌ ୯ରେ କୋଭିଡ୍‌-୧୯ ଭୂତାଣୁଠାବ କରାଯାଇଥିଲା। ଏହାପରେ ନୂଆ ମାମଲା ଆସିନାହିଁ। ଏହାସତ୍ତ୍ୱେ ପଡୋଶୀ ଯାଜପୁର ଏବଂ କେନ୍ଦୁଝର ଜିଲାରେ ସଂକ୍ରମଣ ବଢୁଥିବାରୁ ପ୍ରଶାସନ ପକ୍ଷରୁ ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରାଯାଇଛି। ଜିଲାବାସୀଙ୍କୁ ସୁରକ୍ଷିତ ରଖିବାକୁ ସୋମବାର ଜିଲାପାଳ ଭୂମେଶ ଚନ୍ଦ୍ର ବେହେରା ନୂଆ ଗାଇଡ୍‌ଲାଇନ ଜାରି କରିଛନ୍ତି। ଏହା ୧୭ ତାରିଖ ଯାଏ ବଳବତ୍ତର ରହିବ।
ଗାଇଡ୍‌ ଲାଇନ୍‌ ଅନୁଯାୟୀ, ଜିଲାରେ ସନ୍ଧ୍ୟା ୭ଟାରୁ ସକାଳ ୭ଟା ଯାଏ ୧୪୪ ଧାରା ଜାରି କରାଯାଇଛି। ଏହି ସମୟ ମଧ୍ୟରେ କୌଣସି ଜରୁରୀ କାର୍ଯ୍ୟ ନ ଥିଲେ ଲୋକମାନେ ପଦାକୁ ବାହାରିପାରିବେ ନାହିଁ। ଗାଡି ଏବଂ ବାଇକ ଚଳାଚଳକୁ ନିଷେଧ କରାଯିବ। ସହରାଞ୍ଚଳରେ ପୂର୍ବ ନିର୍ଦ୍ଦେଶନାମା ଅନୁଯାୟୀ ସକାଳ ୭ଟାରୁ ଦିନ ୧ଟା ପର୍ଯ୍ୟନ୍ତ ଅତ୍ୟାବଶ୍ୟକ ସାମଗ୍ରୀ ଦୋକାନ ଖୋଲା ରହୁଥିଲା। ଏଥିରେ ପରିବର୍ତ୍ତନ କରାଯାଇଛି। ଏଣିକି ଦୋକାନଗୁଡ଼ିକ ଅପରାହ୍ନ ୨ଟା ଯାଏ ଖୋଲାରହିବ। ଔଷଧ ଦୋକାନକୁ କଟକଣା ମୁକ୍ତ କରାଯାଇଛି। ସେହିପରି ଜରୁରୀ କାର୍ଯ୍ୟରେ ଅନ୍ୟ ଜିଲାକୁ ଯିବାକୁ ଚାହୁଁଥିଲେ ଜିଲାପାଳଙ୍କ ପାସ୍‌ ଆବଶ୍ୟକ ପଡ଼ିବ ନାହିଁ। ରାଜ୍ୟ ବାହାରକୁ ଗଲେ ଢେଙ୍କାନାଳ ସଦର ଲାଗି ଜିଲାପାଳ ଏବଂ କାମାକ୍ଷାନଗର ଓ ହିନ୍ଦୋଳ ଉପଖଣ୍ଡବାସୀଙ୍କ ସ୍ଥାନୀୟ ଉପଜିଲାପାଳଙ୍କଠାରୁ ପାସ୍‌ ନେବାକୁ ପଡ଼ିବ। ସହରାଞ୍ଚଳରେ ନିର୍ମାଣ କାର୍ଯ୍ୟ ସହିତ ଶିଳ୍ପାନୁଷ୍ଠାନ ଚାଲିବ। କାର୍‌ ଏବଂ ଅଟୋରିକ୍ସାରେ ଚାଳକଙ୍କୁ ମିଶାଇ ୩ଜଣ ଯାତ୍ରୀ ଯାଇପାରିବେ। ବାଇକ୍‌ରେ ଆରୋହୀଙ୍କ ସମେତ ଜଣେ ମହିଳା ଯାତ୍ରା କରିପାରିବେ। ଏଥିପାଇଁ ଫାଇନ୍‌ ଆଦାୟ କରାଯିବନାହିଁ। ମଦ ଦୋକାନ, ବସ୍‌, ସିନେମା ହଲ୍‌, ଶପିଂ ମଲ୍‌, ଜିମ୍ନାସିୟମ, ସ୍ପୋର୍ଟସ କମ୍ପ୍ଲେକ୍ସ, ସୁଇମିଂପୁଲ ବନ୍ଦ ରହିବ। ସାମାଜିକ, ରାଜନୈତିକ, ସାଂସ୍କୃତିକ କାର୍ଯ୍ୟକ୍ରମ, କ୍ରୀଡ଼ା ଆୟୋଜନ ସାଙ୍ଗକୁ ଧର୍ମୀୟ ପୀଠ ଉପରେ ଶ୍ରଦ୍ଧାଳୁଙ୍କ ପ୍ରବେଶ ଉପରେ କଟକଣା ଲଗାଯାଇଛି। ରେଷ୍ଟୁରାଣ୍ଟ, ଚା ଓ ପାନ ଦୋକାନ, ସେଲୁନ, ବିୟୁଟି ପାର୍ଲର, ଜୁସ୍‌ ସେଣ୍ଟର, ସୁନା ଦୋକାନ, ଠେଲାଗାଡ଼ି ଖାଦ୍ୟକୁ ଅନୁମତି ଦିଆଯାଇନାହିଁ। ୬୫ବର୍ଷରୁ ଊର୍ଦ୍ଧ୍ୱ ବୟସ୍କ, ଗର୍ଭବତୀ, ୧୦ବର୍ଷରୁ କମ୍‌ ପିଲାଙ୍କୁ ଘରେ ରହିବା ପାଇଁ ପରାମର୍ଶ ଦିଆଯାଇଛି। ଲୋକମାନଙ୍କ ସୁବିଧାକୁ ନଜରରେ ରଖି ପ୍ରଶାସନ ପକ୍ଷରୁ ବହୁବିଧ ସୁବିଧା ପ୍ରଦାନ କରାଯାଇଛି। ଏହାକୁ ଉଲ୍ଲଂଘନ କଲେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଏବେ ଲୋକମାନେ ପ୍ରଶାସନକୁ ସହଯୋଗ କରନ୍ତୁ। ସାମାଜିକ ଦୂରତ୍ୱ, ମାସ୍କ ପିନ୍ଧିବା ଉପରେ ଗୁରୁତ୍ୱ ଦିଅନ୍ତୁ। ଏହା ହେଲେ କରୋନାକୁ ରୋକିହେବ ବୋଲି ଜିଲାପାଳ ଆହ୍ବାନ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଏନ୍‌କାଉଣ୍ଟରକୁ ଡରୁନାହାନ୍ତି ଅପରାଧୀ 

କେନ୍ଦ୍ରାପଡା ଅଫିସ, ୧୯ା୯: ଅପରାଧୀଙ୍କୁ କାବୁ କରିବା ପାଇଁ କେନ୍ଦ୍ରାପଡ଼ାରେ ବାରମ୍ବାର ପୋଲିସ ଏନ୍‌କାଉଣ୍ଟର କରୁଛି। ଗତ ୧୫ ମାସ ମଧ୍ୟରେ ଜିଲା ପୋଲିସ ୧୧...

ବଢ଼ିଲା କଳାବଜାର: ୨ଶହରୁ ଊର୍ଦ୍ଧ୍ୱ ଔଷଧ ଦୋକାନ ଉପରେ ପୋଲିସ ଚଢ଼ାଉ

ଭୁବନେଶ୍ୱର,(ବ୍ୟୁରୋ)/ କଟକ ରୋଡ୍‌,୧୬।୩(ଡି.ଏନ୍‌.ଏ.) କରୋନା ପାଇଁ ମାସ୍କ ଓ ହ୍ୟାଣ୍ଡ୍‌ ସାନିଟାଇଜରର ହଠାତ୍‌ ଡିମାଣ୍ଡ ବଢ଼ିଯିବା ପରେ କଳାବଜାର ଆରମ୍ଭ ହୋଇଯାଇଛି। ଔଷଧ ଦୋକାନୀମାନେ ଅଭାବ...

ପୁଣି ୬ ଜୀବନ ନେଲା କରୋନା, ଜାଣନ୍ତୁ କେଉଁ ଜିଲାରୁ କେତେ

ଭୁବନେଶ୍ୱର,୧୩।୭(ବ୍ୟୁରୋ): ରାଜ୍ୟରେ କରୋନା ଯୋଗୁ ଆଉ ୬ ଜଣଙ୍କ ଜୀବନ ଯାଇଛି। ଫଳରେ କରୋନାଜନିତ ମୃତ୍ୟୁ ସଂଖ୍ୟା ୭୦କୁ ବୃଦ୍ଧି ପାଇଛି। ଏହି ୬ ମୃତକଙ୍କ...

ବ୍ରହ୍ମବରଦାରେ ୧୨କୁ ବଢ଼ିଲା ଶଟ୍‌ଡାଉନ ଅବଧି

ରସୁଲପୁର,୮।୪(ଡିଏନଏ): ଯାଜପୁର ଜିଲା ରସୁଲପୁର ବ୍ଲକ ବ୍ରହ୍ମବରଦା ଅଞ୍ଚଳର ଜଣେ ମୌଲବୀ କରୋନା ଆକ୍ରାନ୍ତଭାବେ ଚିହ୍ନଟ ହେବା ପରେ ପ୍ରଶାସନର ଚିନ୍ତା ବଢ଼ିଯାଇଛି। ଗତ ଶନିବାରଠାରୁ...

ପଦନୀପାଳକୁ ଜିଲାପାଳଙ୍କ ଗସ୍ତ: ଖୁବ୍‌ଶୀଘ୍ର ପୋଲ ନିର୍ମାଣ ପ୍ରତିଶ୍ରୁତି

ଆଳି/ରାଜକନିକା, ୫।୧୨ (ଡି.ଏନ୍‌.ଏ): ଆଳି ବ୍ଲକ ଅଧୀନ ପଦନୀପାଳ ପଞ୍ଚାୟତ ଚତୁଃପାର୍ଶ୍ୱରେ କାଣୀ ଓ ଖରସ୍ରୋତା ନଦୀ ଘେରି ରହିଥିବାରୁ ପଞ୍ଚାୟତବାସୀ ଘରୁ ବାହାରିଲେ ଡଙ୍ଗାର...

ବରିଷ୍ଠ ନାଗରିକଙ୍କ ପାଇଁ ଆକ୍ସନ ପ୍ଲାନ୍‌: ଉପକୃତ ହେବେ ୧୦ ଲକ୍ଷ ବରିଷ୍ଠ ନାଗରିକ

ଭୁବନେଶ୍ୱର, ୭।୭(ବ୍ୟୁରୋ): ବରିଷ୍ଠ ନାଗରିକଙ୍କ ପାଇଁ କେନ୍ଦ୍ରର ସ୍ବତନ୍ତ୍ର ଯୋଜନାକୁ ରାଜ୍ୟ ସରକାର ସହମତି ପ୍ରକାଶ କରିଛନ୍ତି। ଏ ନେଇ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ...

ପୋଲିଓ ଖାଇ ଶିଶୁକନ୍ୟାର ମୃତ୍ୟୁ ଅଭିଯୋଗ

ବ୍ରହ୍ମଗିରି,୭ା୯(ଡି.ଏନ୍‌.ଏ.): ବ୍ରହ୍ମଗିରି ଥାନା ଅନ୍ତର୍ଗତ ନରଣପୁର ଗ୍ରାମରେ ଶୁକ୍ରବାର ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଜଣେ ଅଢ଼େଇ ମାସର ଶିଶୁକନ୍ୟା ପୋଲିଓ ବୁନ୍ଦା ଖାଇ...

ଏଣିକି ଏକସଙ୍ଗେ ଗର୍ଭବତୀଙ୍କ ଏଚ୍‌ଆଇଭି, ସିଫିଲ୍ସ ପରୀକ୍ଷଣ

ଭୁବନେଶ୍ୱର, ୨।୧୨(ବ୍ୟୁରୋ): ଏଣିକି ଗର୍ଭବତୀ ମହିଳାଙ୍କର ଏଚ୍‌ଆଇଭି ଓ ସିଫିଲ୍ସ ଦ୍ୱୈତ ପରୀକ୍ଷଣ ଏକାସଙ୍ଗେ ହୋଇପାରିବ। ରାଷ୍ଟ୍ରୀୟ ସ୍ବାସ୍ଥ୍ୟ ମିଶନ ସହଯୋଗରେ ବିକଶିତ ଏଚ୍‌ଆଇଭି ଓ...

Advertisement


Archives

Model This Week

Why Dharitri