Posted inଜାତୀୟ

୧୧ ହଜାର ରୋଗୀଙ୍କ ପାଇଁ ଜଣେ ଡାକ୍ତର: ଭାରତରେ ସରକାରୀ ସ୍ବାସ୍ଥ୍ୟସେବାର ଭୟଙ୍କର ସତ୍ୟ

ନୂଆଦିଲ୍ଲୀ,୨୩ା୩: ଭାରତରେ କରୋନା(କୋଭିଡ୍‌-୧୯) ସଂକ୍ରମଣ ସମ୍ପ୍ରତି ବଢ଼ିବାରେ ଲାଗିଛି। ଏଭଳି ସ୍ଥଳେ ଏକ ବିରାଟ ପ୍ରଶ୍ନ ଉଠିଛି ଯେ, ଭାରତର ସ୍ବାସ୍ଥ୍ୟସେବା କ୍ଷେତ୍ର କରୋନାକୁ ମୁକାବିଲା କରିବାକୁ ପ୍ରସ୍ତୁତ କି? ଭାରତରେ ଲୋକସଂଖ୍ୟା ଅନୁପାତରେ ଡାକ୍ତରଙ୍କ ସଂଖ୍ୟା ଏବଂ ହସ୍ପିଟାଲଗୁଡ଼ିକରେ ଉପଲବ୍ଧ ଶଯ୍ୟା ସଂଖ୍ୟା ଦେଖିଲେ ଏଭଳି ପ୍ରଶ୍ନ ଉଠୁଛି। ଜନସଂଖ୍ୟା-ଡାକ୍ତର ଅନୁପାତ ଦୃଷ୍ଟିରୁତ୍ ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ(ଡବ୍ଲ୍ୟୁଏଚଓ) ପକ୍ଷରୁ ଧାର୍ଯ୍ୟ ସଂଖ୍ୟାକୁ ଦେଖିଲେ ଭାରତକୁ ୧୦ଗୁଣ ଅଧିକ ଏଲୋପାଥିକ ଡାକ୍ତର ଆବଶ୍ୟକ। ଅସମାନତା ଦୂର କରିବା ପାଇଁ ଦେଶ ଅତିକମ୍‌ରେ ୫ ଲକ୍ଷ ଅଧିକ ସରକାରୀ ଡାକ୍ତର ଆବଶ୍ୟକ କରୁଥିବା କେନ୍ଦ୍ର ସରକାରଙ୍କ ତଥ୍ୟରୁ ଜଣାପଡ଼ିଛି।
୨୦୧୯ ଜୁନ୍‌ରେ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଜାତୀୟ ହେଲ୍‌ଥ ପ୍ରୋଫାଇଲ ମାଧ୍ୟମରେ ଜାରି କରାଯାଇଥିବା ତଥ୍ୟ ଅନୁଯାୟୀ, ଭାରତର ପ୍ରତି ୧୧,୦୮୨ ଲୋକଙ୍କ ପାଇଁ ଜଣେ ଏଲୋପାଥିକ ଡାକ୍ତର ରହିଛନ୍ତି। ସେହିପରି ୧,୮୪୪ ଲୋକଙ୍କ ପାଇଁ ଗୋଟିଏ ସରକାରୀ ହସ୍ପିଟାଲର ଶଯ୍ୟା ରହିଥିବାବେଳେ ୫୫,୫୯୧ ଲୋକଙ୍କ ଲାଗି ରାଜ୍ୟ ସରକାରଙ୍କ ଦ୍ୱାରା ପରିଚାଳିତ ହସ୍ପିଟାଲ ରହିଛି। ଏହି ରିପୋର୍ଟରୁ ଜଣାପଡ଼ିଛି ଯେ, ଭାରତରେ ୧୧ ଲକ୍ଷରୁ ଊର୍ଦ୍ଧ୍ୱ ଏଲୋପାଥିକ ଡାକ୍ତରଙ୍କ ଉପରେ ରହିଛି ୧.୩ ବିଲିୟନ(୧୩୦ କୋଟି) ଲୋକଙ୍କ ଚିକିତ୍ସା ଭାର। ଏହାକୁ ଆଧାର କଲେ ଜନସଂଖ୍ୟା ଓ ଡାକ୍ତର ଅନୁପାତ ହେଉଛି ୧:୧୧,୦୮୨। କିନ୍ତୁ ଏ କ୍ଷେତ୍ରରେ ଡବ୍ଲ୍ୟୁଏଚ୍‌ଓ ପକ୍ଷରୁ ଧାର୍ଯ୍ୟ ଅନୁପାତ ହେଉଛି ୧:୧,୦୦୦, ଅର୍ଥାତ୍‌ ପ୍ରତି ୧ ହଜାର ଜନସଂଖ୍ୟା ପାଇଁ ଜଣେ ଡାକ୍ତର। ଭାରତର କେତେକ ଗରିବ ରାଜ୍ୟରେ ଡାକ୍ତର ସଂଖ୍ୟା ସ୍ଥିତି ଅତି ଖରାପ। ଉଦାହରଣ ସ୍ବରୂପ ବିହାରରେ ପ୍ରତି ୨୮,୩୯୧ ଜନସଂଖ୍ୟାରେ ଜଣେ ସରକାରୀ ଏଲୋପାଥିକ ଡାକ୍ତର ରହିଛନ୍ତି। ୨୦୧୩ରେ ସେଠାରେ ପ୍ରତି ୨୦,୨୦୭ ଜନସଂଖ୍ୟାରେ ଜଣେ ଡାକ୍ତର ଥିଲେ।
ସ୍ବାସ୍ଥ୍ୟ ମନ୍ତ୍ରଣାଳୟର ରିପୋର୍ଟରୁ ହସ୍ପିଟାଲ ଭିତ୍ତିଭୂମି ଉପଯୁକ୍ତ ନ ଥିବା ଜଣାପଡ଼ିଛି। ସହର ଓ ଗ୍ରାମାଞ୍ଚଳ ସ୍ବାସ୍ଥ୍ୟସେବା ମଧ୍ୟରେ ବ୍ୟାପକ ଅସମାନତା ଥିବାବେଳେ ଶଯ୍ୟା (ବେଡ୍‌) ସଂଖ୍ୟା ଚିନ୍ତାଜନକ ରହିଛି। ଭାରତରେ ୨୩ହଜାରରୁ ଊର୍ଦ୍ଧ୍ୱ ସରକାରୀ ହସ୍ପିଟାଲ ଏବଂ ପ୍ରାୟ ୭ ଲକ୍ଷ ୩୯ ହଜାର ଶଯ୍ୟା ରହିଛି। ସେଥିମଧ୍ୟରୁ ପ୍ରାୟ ୨୦ ହଜାର ହସ୍ପିଟାଲ ଗ୍ରାମାଞ୍ଚଳରେ ରହିଥିବାବେଳେ ପାଖାପାଖି ୩ ଲକ୍ଷ ଶଯ୍ୟା ରହିଛି। ସହରାଞ୍ଚଳରେ କମ୍‌ ଅର୍ଥାତ୍‌ ପ୍ରାୟ ୩,୭୦୦ ହସ୍ପିଟାଲ ରହିଛି। କିନ୍ତୁ ୪.୩ ଲକ୍ଷରୁ ଊର୍ଦ୍ଧ୍ୱ ଶଯ୍ୟା ରହିଛି। କେତେକ ରାଜ୍ୟର ସରକାରୀ ହସ୍ପିଟାଲଗୁଡ଼ିକରେ ଗୋଟିଏ ଶଯ୍ୟାରେ ୨ଜଣ ଚିକିତ୍ସିତ ହେଉଥିବା ତଥ୍ୟରୁ ଜଣାପଡ଼ିଛି। ସ୍ବାସ୍ଥ୍ୟ ମନ୍ତ୍ରଣାଳୟର ୨୦୧୭ ମାର୍ଚ୍ଚ ରିପୋର୍ଟକୁ ଦେଖିଲେ ଭାରତରେ ପ୍ରତି ୮୪ ହଜାର ଲୋକଙ୍କ ପାଇଁ ଗୋଟିଏ ଆଇସୋଲେଶନ ବେଡ୍‌ ରହିଥିବାବେଳେ ପ୍ରତି ୩୬ ହଜାର ଜନସଂଖ୍ୟା ପାଇଁ ଗୋଟିଏ କ୍ୱାରାଣ୍ଟାଇନ ବେଡ୍‌ ରହିଛି। ୨୦୧୭ରେ ଉତ୍ତରପ୍ରଦେଶର ୨,୯୦୪ ଜଣଙ୍କ ପାଇଁ ସରକାରୀ ହସ୍ପିଟାଲରେ ଗୋଟିଏ ଶଯ୍ୟା ରହିଥିଲା। କିନ୍ତୁ ୨୦୧୩ରେ ଗୋଟିଏ ଶଯ୍ୟା ୧୮୧ଜଣଙ୍କ ପାଇଁ ଉଦ୍ଦିଷ୍ଟ ଥିଲା। ଏଥିରୁ ସ୍ପଷ୍ଟ ଯେ, ଦିନକୁ ଦିନ ସ୍ବାସ୍ଥ୍ୟସେବା ଭିତ୍ତିଭୂମି ଦୁର୍ବଳ ହୋଇପଡ଼ୁଥିବାବେଳେ ସରକାରୀ ବିଫଳତାକୁ ମଧ୍ୟ ସୂଚାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ପୋଡ଼ମାପେଟା ବେଳାଭୂମି ଅବକ୍ଷୟ, ଭୟରେ ଅଞ୍ଚଳବାସୀ

ଗଞ୍ଜାମ,୨୨ା୮(ବିଦ୍ୟାଧର ସାହୁ): ଦିନକୁ ଦିନ ଅଶାନ୍ତ ହୋଇ ପଡୁଛି ସମୁଦ୍ର। ଉଚ୍ଚ ଲହଡି ଯୋଗୁ କୂଳ ଖାଉଥିବା ବେଳେ ଭୟରେ ସମୁଦ୍ର ତଟବର୍ତ୍ତୀ ଅଞ୍ଚଳ। ଗଞ୍ଜାମ ଜିଲାର…

ପୁଣି ଭାଇରାଲ ହେଲେ ରାନୁ ମଣ୍ଡଳ, ଏହି ରୋମାଣ୍ଟିକ୍‌ ଗୀତ ଗାଇ…

କୋଲକାତା,୨୨ା୮: ଯେତେବେଳେ ଆମେ ଷ୍ଟ୍ରିଟ୍‌ ଗାୟିକା/ଗାୟକଙ୍କ କଥା ଭାବୁ ପ୍ରଥମେ ରାନୁ ମଣ୍ଡଳଙ୍କ ନାଁ ମନେ ପଡ଼େ। ଜଣେ ଷ୍ଟ୍ରିଟ୍‌ ଗାୟିକା ହେବା ସହିତ ସେ ଜଣେ…

ସାପ ନେଲା ଚାଷୀଙ୍କ ଜୀବନ

ପାତ୍ରପୁର,୨୨ା୮(ଉମା ଚରଣ ନେପାକ): ଜରଡ଼ା ଥାନା ଆମପୁର ପଞ୍ଚାୟତ ମହାଦେଈପୁର ଗ୍ରାମରେ ସାପ କାମୁଡ଼ାରେ ଜଣେ ଚାଷୀଙ୍କ ମୃତ୍ୟୁ ଘଟିଛି। ସେ ହେଲେ ବାସୁଦେବ ପ୍ରଧାନ(୬୪)। ଶନିବାର…

ଘରେ ବସି ସ୍କୁଲ ପ୍ରୋଜେକ୍ଟ କରୁଥିଲେ ଛାତ୍ର, ମାରିଲା କରେଣ୍ଟ…

ଖଲ୍ଲିକୋଟ,୨୨।୮( ପ୍ରଶାନ୍ତ କୁମାର ମିଶ୍ର): ଗଞ୍ଜାମ ଜିଲା ଖଲ୍ଲିକୋଟ ବ୍ଲକ ଅଧୀନ କୈରାସି ଗ୍ରାମରେ ଶନିବାର ଏକ ଦୁଃଖଦ ଘଟଣା ଘଟିଛି। ବିଦ୍ୟୁତ୍‌ କରେଣ୍ଟ ଲାଗି ଜଣେ…

ଲଘୁଚାପ ଛଡାଇ ନେଇଛି ମତ୍ସ୍ୟଜୀବୀଙ୍କ ଜୀବିକା

ଛତ୍ରପୁର, ୨୨ା୮ (ଦ୍ୱାରକା ପଟ୍ଟନାୟକ/ଦିଲୀପ ସାମଲ): ବଙ୍ଗୋପସାଗରରେ ସୃଷ୍ଟି ହେଉଛି ତୁହାକୁ ତୁହା ଲଘୁଚାପ। ଏଥିପାଇଁ ସମୁଦ୍ର ଅଶାନ୍ତ ରହିଛି। ମତ୍ସ୍ୟଜୀବୀଙ୍କ ସୁରକ୍ଷା ପାଇଁ ଆଞ୍ଚଳିକ ପାଣିପାଗ…

ପୋଲିସର ନିଶାମୁକ୍ତ ଅଭିଯାନକୁ ନେଇ ବଢ଼ିଲା ଚର୍ଚ୍ଚା

କୋକସରା,୨୨ା୮(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ଥାନା ପକ୍ଷରୁ ଗତ କିଛିଦିନ ହେଲା ନିଶା ମୁକ୍ତ ଅଭିଯାନ ଆରମ୍ଭ ହୋଇଛି। ଅଞ୍ଚଳର ବିଭିନ୍ନ ସ୍କୁଲ, କଲେଜ…

ବନ୍ଧୁକ ଦେଖାଇ ଗହଣା ବ୍ୟବସାୟୀଙ୍କଠାରୁ ଦୁର୍ବୃତ୍ତ ଲୁଟିନେଲେ ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର, ବାଇକ୍‌ ଛାଡ଼ି…

ମୋରଡ଼ା,୨୨ା୮(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲା ମୋରଡା ଥାନା ଅଞ୍ଚଳରେ ବନ୍ଧୁକ ମୁନରେ ଜଣେ ଗହଣା ବ୍ୟବସାୟୀଙ୍କୁ ଲୁଟ୍‌ ହୋଇଛି। ସୂଚନା ଅନୁଯାୟୀ, ଶୁଳିଆପଦା ଥାନା ଅଧୀନ କୋଷ୍ଠା…

ସ୍ବାୟତ୍ତ ଶାସନ ଦିବସ ପାଳନ ନେଇ ପ୍ରସ୍ତୁତି ଚୂଡ଼ାନ୍ତ

ଦିଗପହଣ୍ଡି,୨୨।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନ୍‌ଏସି ପକ୍ଷରୁ ଅଗଷ୍ଟ ୩୧ରେ ପାଳନ ହେବାକୁ ଥିବା ସ୍ବାୟତ୍ତ ଶାସନ ଦିବସ ପାଳନ ଉପଲକ୍ଷେ ଏକ ପ୍ରସ୍ତୁତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri