Advertisement
Posted inଜାତୀୟ

୧୧ ହଜାର ଟପିଲା କରୋନା ମୃତ୍ୟୁ

ନୂଆଦିଲ୍ଲୀ,୨୧ା୩: ସାରା ବିଶ୍ୱରେ ମହାମାରୀ କରୋନାଜନିତ ମୃତ୍ୟୁସଂଖ୍ୟା ଶୁକ୍ରବାର ରାତି ସୁଦ୍ଧା ୧୧,୧୭୬ରେ ପହଞ୍ଚତ୍ଛି। ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨ ଲକ୍ଷ ୬୫ ହଜାର ୬୭୧ ହୋଇଥିବା ବେଳେ ୯୦, ୬୦୩ ଜଣ ଭଲ ହୋଇ ଘରକୁ ଫେରିଲେଣି। କରୋନା ଭୂତାଣୁ ସୃଷ୍ଟି ହୋଇଥିବା ଚାଇନାରେ ଆକ୍ରାନ୍ତଙ୍କ ସଂଖ୍ୟା ୮୦,୯୬୭ ଥିବାବେଳେ ମୃତକଙ୍କ ସଂଖ୍ୟା ୩୨୪୮ ରହିଛି। ୟୁରୋପରେ ମୃତ୍ୟୁସଂଖ୍ୟା ୫ ହଜାର ଟପିଲାଣି। କେବଳ ଇଟାଲୀରେ ମୃତ୍ୟୁସଂଖ୍ୟା ୪୦୩୨ ହୋଇଛି। ସେଠାରେ ଆକ୍ରାନ୍ତଙ୍କ ସଂଖ୍ୟା ୪୭,୦୨୧ ରହିଥିବାବେଳେ ସ୍ପେନରେ ୨୦,୪୧୨ ଏବଂ ମୃତକଙ୍କ ସଂଖ୍ୟା ୧୦୪୧ ରହିଛି। ଇରାନରେ ୧୯,୬୪୪ ଆକ୍ରାନ୍ତ ରହିଥିବାବେଳେ ୧୪୩୩ ଜଣଙ୍କ ପ୍ରାଣ ନେଲାଣି କରୋନା। ଜର୍ମାନୀରେ ୧୮, ୩୨୮ ଜଣଙ୍କୁ ଏହି ଭୂତାଣୁ ସଂକ୍ରମିତ ହୋଇଥିବାବେଳେ ୫୨ ଜଣ ପ୍ରାଣ ହରାଇଛନ୍ତି। ଆମେରିକାରେ ୧୬,୦୫୮ ଜଣ ଆକ୍ରାନ୍ତ ଥିବାବେଳେ ମୃତ୍ୟୁସଂଖ୍ୟା ୨୧୯ରେ ପହଞ୍ଚତ୍ଛି। ଫ୍ରାନ୍ସରେ ଆକ୍ରାନ୍ତଙ୍କ ସଂଖ୍ୟା ୧୦,୯୯୫ ଓ ମୃତକଙ୍କ ସଂଖ୍ୟା ୩୭୨ ହୋଇଥିବାବେଳେ ଦକ୍ଷିଣ କୋରିଆରେ ୮,୬୫୨ ଆକ୍ରାନ୍ତ ଓ ୯୪ ଜଣଙ୍କ ମୃତ୍ୟୁ ଘଟିଛି। ସ୍ବିଜରଲାଣ୍ଡରେ ୪,୯୦୬ ଆକ୍ରାନ୍ତ ହୋଇଥିବାବେଳେ ପ୍ରାଣ ହରାଇଛନ୍ତିି ୫୭ ଜଣ। ସେହିପରି ବ୍ରିଟେନରେ ୩୨୬୯ ଜଣଙ୍କୁ ଏହି ଭୂତାଣୁ ସଂକ୍ରମଣ ହେବା ସହ ୧୮୪ ଜଣଙ୍କ ଜୀବନ ନେଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଗରିବ କଲ୍ୟାଣ ରୋଜଗାର ଅଭିଯାନରେ ଲାଭାନ୍ବିତ ହେବେ ୬ ରାଜ୍ୟର ଶ୍ରମିକ: ଅର୍ଥମନ୍ତ୍ରୀ

ନୂଆଦିଲ୍ଲୀ,୧୮।୬: ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମଣ ଗୁରୁବାର ଆୟୋଜିତ ଏକ ଖବରଦାତା ସମ୍ମିଳନୀରେ ‘ଗରିବ କଲ୍ୟାଣ ରୋଜଗାର ଅଭିଯାନ’ ସମ୍ପର୍କରେ ସୂଚନା ଦେଇଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି...

ଛତିଶଗଡ଼ରେ ୫ ଯବାନ ସହିଦ

ରାୟପୁର,୩।୪: ଛତିଶଗଡ଼ରେ ଶନିବାର ଅପରାହ୍ନରେ ମାଓବାଦୀମାନଙ୍କ ସହ ହୋଇଥିବା ଏନ୍‌କାଉଣ୍ଟରରେ ୫ ଯବାନ ସହିଦ ହୋଇଥିବା ବେଳେ ପ୍ରାୟ ୧୫ ଜଣ ଆହତ ହୋଇଥିବା ସୂଚନା...

ଦଳିତ ଏମ୍‌ପିଙ୍କୁ ଗାଁରେ ପୂରାଇଦେଲେନି

ବେଙ୍ଗାଲୁରୁ,୧୮ା୯: କର୍ନାଟକର ଦଳିତ ଏମ୍‌ପି ଏ. ନାରାୟଣସ୍ବାମୀଙ୍କୁ ତାଙ୍କ ସଂସଦୀୟ କ୍ଷେତ୍ରର ଏକ ଗାଁରେ ଗୋଲ୍ଲା (ଓବିସି) ସମ୍ପ୍ରଦାୟର ଲୋକେ ପୂରାଇଦେଲେ ନାହିଁ। ଚିତ୍ରଦୁର୍ଗ ଆସନରୁ...

ଜୁଲାଇ ୧ରୁ ୧୫ ମଧ୍ୟରେ ହେବାକୁ ଥିବା ସିବିଏସ୍‌ଇ ଦଶମ ଏବଂ ଦ୍ୱାଦଶ ଶ୍ରେଣୀ ପରୀକ୍ଷା ବାତିଲ

ନୂଆଦିଲ୍ଲୀ, ୨୫।୬: କରୋନା ସଂକ୍ରମଣ ଯୋଗୁ ସିବିଏସ୍‌ଇ ଦଶମ ଏବଂ ଦ୍ୱାଦଶ ଶ୍ରେଣୀ ପରୀକ୍ଷାର କେତେକ ବିଷୟକୁ ବନ୍ଦ କରିଦିଆଯାଇଥିଲା। ପରେ ଏହି ପରୀକ୍ଷା ଜୁଲାଇ...

ଋଣ ବୋଝ ତଳେ ଚାଷୀ ପରିବାର, ପ୍ରତ୍ୟକଙ୍କ ଉପରେ ୭୪,୧୨୧ ଟଙ୍କା…

ନୂଆଦିଲ୍ଲୀ,୧୧।୯: ଚାଷୀଙ୍କ ଆୟ ଦ୍ୱିଗୁଣିତ କରିବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାର ସମସ୍ତ ପ୍ରକାର ଉଦ୍ୟମ କରୁଛନ୍ତି। ସରକାର କିଷାନ ସମ୍ମାନ ନିଧି ଯୋଜନା ମାଧ୍ୟମରେ...

୨୫ ପାକିସ୍ତାନୀ ବନ୍ଦୀଙ୍କୁ ମୁକ୍ତ କଲା ଭାରତ

ଅଟାରି,୨୪।୧୧: ଭାରତ ମଙ୍ଗଳବାର ୨୫ ଜଣ ପାକିସ୍ତାନୀ ବନ୍ଦୀଙ୍କୁ ମୁକ୍ତ କରିଛି। ସେମାନଙ୍କ ମଧ୍ୟରେ ୫ ଜଣ ସାଧାରଣ ଲୋକଥିବାବେଳେ ୨୦ ଜଣ ଧୀବର ରହିଛନ୍ତି।...

ସୋସିଆଲ ମିଡ଼ିଆର ଦୂରୁପୋଯୋଗ ଗ୍ରହଣୀୟ ନୁହେଁ: ରବିଶଙ୍କର ପ୍ରସାଦ

ନୂଆଦିଲ୍ଲୀ,୧୧।୨: ସୋସିଆଲ୍‌ ମିଡ଼ିଆରେ ଗୁଜବ ତଥା ମିଥ୍ୟ ଖବର ପ୍ରସାର କରିବା ସହ୍ୟ କରାଯିବ ନାହିଁ। ସମାଲୋଚନା ସ୍ବୀକାର୍ଯ୍ୟ। ମାତ୍ର ସୋସିଆଲ ମିଡ଼ିଆର ଦୂରୁପୋଯୋଗ ଗ୍ରହଣୀୟ...

ଭାରତରେ ଆରମ୍ଭ ହେଲାଣି ଗୋଷ୍ଠୀ ସଂକ୍ରମଣ: ବିଶେଷଜ୍ଞ

ନୂଆଦିଲ୍ଲୀ,୧।୬: ଦେଶରେ କରୋନା ସଂକ୍ରମଣ ନେଇ ଆତଙ୍କ ଦେଖାଦେଇଛି। ସରକାରୀ ଭାବେ କୁହାଯାଉଛି ଯେ, ଦେଶରେ କରୋନାର ଗୋଷ୍ଠୀ ସଂକ୍ରମଣ ଏପର୍ଯ୍ୟନ୍ତ ହୋଇନାହିଁ। ତେବେ ପ୍ରିଭେଣ୍ଟିଭ୍‌...

Advertisement
Archives

Model This Week