Posted inଖେଳ

୧୧ ବର୍ଷ ତଳେ ପାକିସ୍ତାନରେ ଶ୍ରୀଲଙ୍କା କ୍ରିକେଟ ଦଳ ଉପରେ ହୋଇଥିଲା ଆତଙ୍କବାଦୀ ଆକ୍ରମଣ

ଇସଲାମାବାଦ୍‌,୩।୩: ପାକିସ୍ତାନକୁ ଯାଇଥିବା ଶ୍ରୀଲଙ୍କା କ୍ରିକେଟ ଦଳ ଉପରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ ଘଟଣାକୁ ଇତିମଧ୍ୟରେ ୧୧ ବର୍ଷ ବିତିଛି। ୨୦୦୯ ମାର୍ଚ୍ଚ ୩ରେ ଲାହୋରସ୍ଥିତ ଗଦାଫି ଷ୍ଟାଡ଼ିୟମ୍‌ରେ ଶ୍ରୀଲଙ୍କା-ପାକିସ୍ତାନ ମଧ୍ୟରେ ଟେଷ୍ଟ ମ୍ୟାଚ୍‌ର ତୃତୀୟ ଦିନର ଖେଳ ଖେଳାଯିବାର ଥିଲା। ଶ୍ରୀଲଙ୍କା ଦଳ ଷ୍ଟାଡ଼ିୟମ୍‌ ଅଭିମୁଖେ ଯାତ୍ରା କରିଥିଲେ। ତେବେ ବାଟରେ କିଛି ଆତଙ୍କବାଦୀ ବସ୍‌କୁ ଘେରି ଆଖିବୁଜା ଗୁଳି ଚାଳନା କରିବା ଆରମ୍ଭ କରିଥିଲେ। କେହି କିଛି ବୁଝିବା ପୂର୍ବରୁ ଘଟଣାସ୍ଥଳରେ ୬ ସୁରକ୍ଷାକର୍ମୀଙ୍କ ମୃତ୍ୟୁ ଘଟିଥିଲା। ଏଥିରେ ୨ ଜଣ ସାଧାରଣ ଲୋକଙ୍କର ମଧ୍ୟ ମୃତ୍ୟୁ ହୋଇଥିଲା। ଶ୍ରୀଲଙ୍କା କ୍ରିକେଟ ଦଳ ସଦସ୍ୟ ବସ ସିଟ୍‌ରୁ ଉଠି ତଳେ ଶୋଇ ରହିଥିଲେ। ଏହି ଘଟଣାରେ ଶ୍ରୀଲଙ୍କା କ୍ରିକେଟ୍‌ ଦଳର ମହେଲା ଜୟବର୍ଦ୍ଧନେ, କୁମାର ସଙ୍ଗକାରା, ଅଜନ୍ତା ମେଣ୍ଡିସ୍‌ ଆହତ ହୋଇଥିଲେ। ଅପରପକ୍ଷରେ ଥିଲାନ ସମରବୀରା ଏବଂ ଥରଙ୍ଗା ପରବିତରାନା ଗୁରୁତର ଆହତ ହୋଇଥିଲେ। ଏହାପରେ ପାକିସ୍ତାନରେ ୧୦ ବର୍ଷ ଧରି କୌଣସି ଟେଷ୍ଟ ମ୍ୟାଚ୍‌ ନ ଖେଳାଯାଇ ନ ଥିଲା।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

କ୍ୟାଟ୍ରିନା କୈଫଙ୍କ ହୃଦୟରେ ଅଛନ୍ତି ଏହି କ୍ରିକେଟର୍‌

ବଲିଉଡ୍‌ ଏବଂ କ୍ରିକେଟ ମଧ୍ୟରେ ସମ୍ପର୍କ ବହୁ ପୁରୁଣା। ଅନେକ ସମୟରେ ବଲିଉଡ ଅଭିନେତ୍ରୀଙ୍କ ସହ କ୍ରିକେଟରଙ୍କ ପ୍ରେମ ସମ୍ପର୍କ ଗଣମାଧ୍ୟମରେ ବେଶ୍‌ ଚର୍ଚ୍ଚା ହୋଇଥାଏ।...

ମହିଳା ଫିଫା ବିଶ୍ୱକପ୍‌: ଏସିଆର ଅଭିଯାନ ଶେଷ

ରେନ୍ନେସ (ଫ୍ରାନ୍ସ),୨୬।୬(ଏଏଫ୍‌ପି)- ମହିଳା ଫିଫା ବିଶ୍ୱକପ୍‌ ପ୍ରି କ୍ୱାର୍ଟର ଫାଇନାଲରୁୁ ଏସିଆନ୍‌ ଦଳଗୁଡ଼ିକର ଅଭିଯାନ ଶେଷ ହୋଇଛି। ଉଭୟ ଜାପାନ ଓ ଚାଇନା ପରାଜୟ ସହ...

ରଣ୍‌ଜୀ ଟ୍ରଫି: ଶାନ୍ତନୁ-ରାଜେଶଙ୍କ ଶତକୀୟ ଭାଗୀଦାରି

କଟକ ଅଫିସ,୫ା୨- ମହାରାଷ୍ଟ୍ରର ନାଗୋଥାନେ ସ୍ଥିତ ରିଲାଏନ୍ସ କ୍ରିକେଟ ଷ୍ଟାଡିୟମରେ ମଙ୍ଗଳବାର ଠାରୁ ଓଡ଼ିଶା-ମହାରାଷ୍ଟ୍ର ରଣଜୀ ଟ୍ରଫି କ୍ରିକେଟ ମ୍ୟାଚ ଆରମ୍ଭ ହୋଇଛି। ପ୍ରଥମେ ବ୍ୟାଟିଂ...

ଭାରତ-ସିରିଆ ମ୍ୟାଚ ଡ୍ର

ଅହମ୍ମଦାବାଦ, ୧୭ା୭ (ପି.ଟି.)- ଭାରତ ଓ ସିରିଆ ମଧ୍ୟରେ ଇଣ୍ଟରକଣ୍ଟିନେଣ୍ଟାଲ କପ୍‌ ଫୁଟ୍‌ବଲ ଟୁର୍ନାମେଣ୍ଟର ଅନ୍ତିମ ଲିଗ୍‌ ମ୍ୟାଚ ୧-୧ ଗୋଲ୍‌ରେ ବରାବର ଭାବେ ଶେଷ...

ଗେଲ୍‌ଙ୍କୁ ବଜାର ରଖିଲା ପଞ୍ଜାବ

ନୂଆଦିଲ୍ଲୀ,୧୬।୧୧(ପି.ଟି.)- ବିସ୍ଫୋରକ ଦକ୍ଷିଣ ଆଫ୍ରିକା ବ୍ୟାଟ୍ସମ୍ୟାନ ଡେଭିଡ ମିଲର, ଇଂଲଣ୍ଡର ସାମ କୁରାନ ଓ ଅଷ୍ଟ୍ରେଲିଆର ଆଣ୍ଡ୍ର୍ୟୁ ଟାଏଙ୍କୁ କିଙ୍ଗ୍ସ ଏକାଦଶ ପଞ୍ଜାବ ରିଲିଜ କରିଛି।...

ଘରେ କାମ କରୁଥିବା ଯାଜପୁର ମହିଳାଙ୍କ ଶେଷକୃତ୍ୟ ସମ୍ପନ୍ନ କଲେ ଗମ୍ଭୀର

ନୂଆଦିଲ୍ଲୀ,୨୪। ୪(ପି.ଟି.): ପୂର୍ବତନ କ୍ରିକେଟର ତଥା ଭାଜପା ଏମ୍‌ପି ଗୌତମ ଗମ୍ଭୀର ତାଙ୍କ ଘରେ କାମ କରୁଥିବେ ଜଣେ ମହିଳାଙ୍କ ଶେଷକୃତ୍ୟ ସମ୍ପନ୍ନ କରିଛନ୍ତି। ୪୯...

ଜାତୀୟ ସବ୍‌ଜୁନିୟର ବ୍ୟାଡ୍‌ମିଣ୍ଟନ ଉଦ୍‌ଘାଟିତ

ଭୁବନେଶ୍ୱର, ୧୮।୧୨(କ୍ରୀଡ଼ା ପ୍ରତିନିଧି)-ଜାତୀୟ ସବ୍‌ଜୁନିୟର ବ୍ୟାଡ୍‌ମିଣ୍ଟନ ଚାମ୍ପିୟନଶିପ୍‌ର ୩୩ତମ ସଂସ୍କରଣ ମଙ୍ଗଳବାର ଇଷ୍ଟକୋଷ୍ଟ ରେଲଓ୍ବେ ଇନ୍‌ଡୋର ଷ୍ଟାଡିୟମରେ ଉଦ୍‌ଘାଟିତ ହୋଇଛି। ମୁଖ୍ୟ ଶାସନ ସଚିବ ଅସିତ...

ଅଶ୍ୱିନ ଯୁଗ୍ମ ଦ୍ରୁତତମ

ବିଶାଖାପାଟଣା,୬।୧୦- ଭାରତୀୟ ଦଳର ଆଗଧାଡ଼ିର ସ୍ପିନର ରବିଚନ୍ଦ୍ରନ ଅଶ୍ୱିନ ରବିବାର ଥେଉନିସ ଡି ବ୍ରୁଇନଙ୍କୁ ଆଉଟ୍‌ କରି ଟେଷ୍ଟ କ୍ରିକେଟରେ ୩୫୦ ଉଇକେଟ ପୂରଣ କରିଛନ୍ତି।...

Coronavirus Update


Archives

Model This Week

Why Dharitri