୧୦ ଗୁଜବକାରୀ ଗିରଫ

ଭୁବନେଶ୍ୱର,୨୩।୩(ବ୍ୟୁରୋ): କରୋନା ସଂକ୍ରମଣକୁ ନେଇ ସୋସିଆଲ ମିଡିଆରେ ଅନେକ ବ୍ୟକ୍ତି ଗୁଜବ କରୁଛନ୍ତି। ମିଥ୍ୟା ତଥ୍ୟ ଦେଇ ଲୋକଙ୍କୁ ଆତଙ୍କିତ କରୁଛନ୍ତି। ତେଣୁ ଏଭଳି ଗୁଜବକାରୀଙ୍କ ଉପରେ ପୋଲିସ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ରାଜ୍ୟର ବିଭିନ୍ନ ଜିଲାରୁ ୧୦ ଜଣଙ୍କୁ ପୋଲିସ ଗିରଫ କଲାଣି। ହେଲେ ଏହି ଗୁଜବ କମିବାର ନଁା ଧରୁନି। ଏହା ଉପରେ ରୋକ ଲଗାଇବାକୁ କ୍ରାଇମ୍‌ବ୍ରାଞ୍ଚ ଏଡିଜି ସୌମେନ୍ଦ୍ର ପ୍ରିୟଦର୍ଶୀ ସବୁ ଜିଲାର ଏସ୍‌ପିଙ୍କୁ ନିର୍ଦ୍ଦେଶ ଦେଇଛନ୍ତିି। ବିଶେଷ କରି ସୋସିଆଲ ମିଡିଆ ଉପରେ ନଜର ରଖାଯାଉଛି। ଯଦି କେହି କିଛି ଭୁଲ କିମ୍ବା ଲୋକଙ୍କ ମଧ୍ୟରେ ଆତଙ୍କ ସୃଷ୍ଟି କଲା ଭଳି ପୋଷ୍ଟ କରନ୍ତି ତେବେ ତାଙ୍କୁ ଚିହ୍ନଟ କରାଯାଇ କାର୍ଯ୍ୟାନୁଷ୍ଠାନ ନେବାକୁ କୁହାଯାଇଛି। ଲକ୍‌ଡାଉନ୍‌ ସମୟରେ ଗୁଜବ ବଢିବାର ଆଶଙ୍କା କ୍ରାଇମ୍‌ବ୍ରାଞ୍ଚ କରୁଛି । ତେଣୁ ସବୁ ଜିଲା ଏସ୍‌ପିଙ୍କ ନେତୃତ୍ୱରେ ଏକ ଟିମ୍‌ ଗୁଜବକାରୀଙ୍କ ଉପରେ ନଜର ରଖୁଛନ୍ତି। ଯେଉଁମାନେ ଏଭଳି କରିବେ ସେମାନଙ୍କୁ ଚିହ୍ନଟ କରାଯାଇ ଗିରଫ କରାଯିବ। ସବୁଠୁ ବଡ କଥା ହେଲା କରୋନା ପାଇଁ ସରକାରଙ୍କ ପକ୍ଷରୁ ଜାରି କରାଯାଇଥିବା ଟୋଲଫ୍ରି ନମ୍ବରକୁ ଆସୁଥିବା ଫୋନ୍‌ କଲ ଉପରେ ମଧ୍ୟ ନଜର ରଖାଯାଇଛି। ବିଶେଷ କରି ଯେଉଁମାନଙ୍କୁ କରୋନା ସଂକ୍ରମଣ ହୋଇଥିବା ନେଇ ସନ୍ଦେହ କରାଯାଉଛି ସେମାନେ ହୋମ୍‌ ଆଇସୋଲେଶନରେ ରହିବେ। ହେଲେ ମିଥ୍ୟାରେ ଯେଉଁମାନେ ଫୋନ୍‌ କରି ଅଯଥା ହଇରାଣ କରୁଛନ୍ତି ସେମାନଙ୍କ ଉପରେ ନଜର ରଖଯାଇଛି। ଏପରି କି ଆସୁଥିବା ଫୋନ୍‌ କଲଗୁଡିକୁ ପରେ ଫଲୋଅପ୍‌ ନିଆଯାଇଛି। ଯେଉଁମାନେ ନିଜର ସ୍ବାସ୍ଥ୍ୟ ନେଇ ମିଥ୍ୟା ତଥ୍ୟ ଦେଉଛନ୍ତି ସେମାନଙ୍କ ଫୋନ୍‌ ଲୋକେଶନ୍‌ରୁ ତାହା ଧରାଯାଉଛି ବୋଲି ସୌମେନ୍ଦ୍ର କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଭିଏଲ୍‌-ଏସ୍‌ଆର୍‌ ଏସ୍‌ଏଏମ୍‌ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ

ବାଲେଶ୍ୱର ଅଫିସ, ୨୫ା୬: ବାଲେଶ୍ୱର ଜିଲା ଚାନ୍ଦିପୁରସ୍ଥିତ ସମନ୍ବିତ ପରୀକ୍ଷଣ କେନ୍ଦ୍ର (ଆଇଟିଆର)ରୁ ଶୁକ୍ରବାର ସ୍ବଳ୍ପ ଦୂରଗାମୀ କ୍ଷେପଣାସ୍ତ୍ର ‘ଭିଏଲ-ଏସ୍‌ଆରଏସ୍‌ଏଏମ୍‌’ର ଉତ୍‌କ୍ଷେପଣ କରାଯାଇଛି। ପ୍ରତିରକ୍ଷା ଗବେଷଣା...

ଷୋଡ଼ଶ ବିଧାନସଭା: ବିଧାୟକ ଭାବେ ଶପଥ ନେଲେ ନବୀନ

ଭୁବନେଶ୍ୱର,୩୦।୫(ବ୍ୟୁରୋ): ଷୋଡ଼ଶ ବିଧାନସଭାର ପ୍ରଥମ ଅଧିବେଶନ ଗୁରୁବାର ଆରମ୍ଭ ହୋଇଛି। ଏଥିରେ ନବ ନିର୍ବାଚିତ ବିଧାୟକମାନେ ଶପଥ ଗ୍ରହଣ କରୁଛନ୍ତି। କାମଚଳା ବାଚସ୍ପତି ଅମର ପ୍ରସାଦ...

ଗତ ୨୪ ଘଣ୍ଟାରେ ୨,୧୦୬ ପଜିଟିଭ୍‌ ଚିହ୍ନଟ

ଭୁବନେଶ୍ୱର,୬।୨(ବ୍ୟୁରୋ): ଦିନକୁ ଦିନ ରାଜ୍ୟରେ କରୋନା ସଂକ୍ରମଣ କମୁଥିବା ଦେଖାଯାଉଛି। ଗତ ୨୪ ଘଣ୍ଟାରେ ଆଉ ୨,୧୦୬ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରେ...

ଭୁବନେଶ୍ୱରରୁ ଆଜି ୫୭ ପଜିଟିଭ ଚିହ୍ନଟ: ସେଥିରୁ ଲୋକାଲ କେସ୍‌ ୪୪

ଭୁବନେଶ୍ୱର,୮ା୧୧(ବ୍ୟୁରୋ): ରାଜଧାନୀ ଭୁବନେଶ୍ୱରରୁ ଆଜି ଆଉ ୫୭ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେଥିମଧ୍ୟରୁ କ୍ୱାରାଣ୍ଟାଇନରୁ ୧୩ ଜଣ ଚିହ୍ନଟ ହୋଇଥିବାବେଳେ ଲୋକାଲ କଣ୍ଟାକ୍ଟ କେସ...

ଫାଇଲ ତଳେ କହ୍ନେଇଜେନା ଇକୋ ଟୁରିଜିମ ପ୍ରକଳ୍ପ ଭାଗ୍ୟ: ନାହିଁ ଆନ୍ତରିକତା, ଆଗଉନି କାମ

ତାଳଚେର, ୬ା୯ (ନି.ପ୍ର.) – ଫାଇଲ ତଳେ ତାଳଚେର ସମଲ ବ୍ୟାରେଜଠାରେ ପ୍ରସ୍ତାବିତ କହ୍ନେଇଜେନା ଇକୋ ଟୁରିଜିମ ପ୍ରକଳ୍ପର ଭାଗ୍ୟ। କାଗଜକଲମରେ ସରିଛି ବ୍ୟୟ ଅଟକଳ,...

ଭଙ୍ଗା ମନ୍ଦିରରେ ୭୦ ମାଣ ଜମିର ମାଲିକ

ବାରିପଦା ଅଫିସ/କପ୍ତିପଦା,୩ା୯(ଡି଼.ଏନ୍‌.ଏ)- ସମ୍ପତ୍ତି ଅଛି, ମାତ୍ର ଟ୍ରଷ୍ଟ ବୋର୍ଡ ପାଇଁ କ୍ଷମତା ଲଢେଇ ଓ ପରିଚାଳନାଗତ ତ୍ରୁଟିକୁ ନେଇ ମୟୂରଭଞ୍ଜ ଜିଲା କପ୍ତିପଦା ବ୍ଲକ ଅଧୀନ...

ଶ୍ରୀଜଗନ୍ନାଥ ସଂସ୍କୃତ ବିଶ୍ୱବିଦ୍ୟାଳୟର ନୂଆ କୁଳପତି ଭାବେ ପ୍ରଫେସର ରବୀନ୍ଦ୍ର କୁମାର ପଣ୍ଡା ନିଯୁକ୍ତ

ଭୁବନେଶ୍ୱର,୪।୯(ବ୍ୟୁରୋ): ଶ୍ରୀଜଗନ୍ନାଥ ସଂସ୍କୃତ ବିଶ୍ୱବିଦ୍ୟାଳୟର ନୂଆ କୁଳପତି ଭାବେ ପ୍ରଫେସର ରବୀନ୍ଦ୍ର କୁମାର ପଣ୍ଡାଙ୍କୁ ରାଜ୍ୟପାଳ ତଥା କୁଳାଧିପତି ପ୍ରଫେସର ଗଣେଶୀ ଲାଲ ନିଯୁକ୍ତି ଦେଇଛନ୍ତି।...

ଅଧିକାଂଶ ଯୁବପିଢ଼ି ହୃଦ୍‌ରୋଗର ଶିକାର ହେଉଛନ୍ତି

ଭୁବନେଶ୍ୱର,୨୮।୯(ବ୍ୟୁରୋ): ଓଡିଏମ୍‌ ପବ୍ଲିକ୍‌ ସ୍କୁଲ ପରିସରରେ ଶୁକ୍ରବାର ‘ବିଶ୍ୱ ହୃଦୟ ଦିବସ’ ଅବସରରେ ଦୁଇଦିନିଆ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି। ଓଡିଏମ୍‌ ଶିକ୍ଷାନୁଷ୍ଠାନ ସମୂହର ପ୍ରତିଷ୍ଠାତା ତଥା...

Advertisement
Archives

Model This Week