୧୦ ଗାଡ଼ିରୁ ଜରିମାନା ଆଦାୟ

ହିଞ୍ଜିଳିକାଟୁ,୪ା୬(ଡି.ଏନ୍‌.ଏ.)- ଘୋଡ଼ାହାଡ଼ ଓ ଋଷିକୁଲ୍ୟା ନଦୀରୁ ବେଆଇନ ଭାବେ ବାଲି ଏବଂ ବିଭିନ୍ନ ପାହାଡ଼ରୁ ମୋରମ ଓ ମାଟି ଚୋରାଚାଲାଣ ହେଉଥିବା ବେଳେ ହିଞ୍ଜିଳିକାଟୁ ତହସିଲ ପକ୍ଷରୁ ଚଢ଼ାଉ କରାଯାଇ ୧୦ ଗାଡ଼ିକୁ ଜବତ କରାଯାଇଛି। ମଙ୍ଗଳବାର ହିଞ୍ଜିଳିକାଟୁ ତହସିଲଦାର ଗୋପୀନାଥ କୁଅଁରଙ୍କ ନେତୃତ୍ୱରେ ତହସିଲ କର୍ମଚାରୀଙ୍କୁ ନେଇ ଗଠିତ ୪ଟି ଟିମ ଶିକିରି, ଭାବନ୍ଧ, ବୁରୁପୋଡ଼ା ଓ କଞ୍ଚୁରୁରେ ଚଢାଉ କରିଥିଲେ। ଏହି ଟିମ ମୋରମ ଓ ମାଟି ଚାଲାଣ କରୁଥିବା ୭ଟି ଟ୍ରକ ଓ ୩ଟି ଟ୍ରାକ୍ଟରକୁ ଯାଞ୍ଚ କରିଥିବା ବେଳେ ଆବଶ୍ୟକ କାଗଜପତ୍ର ପାଇ ନ ଥିଲେ। ତେଣୁ ଉକ୍ତ ଗାଡ଼ି ଗୁଡ଼ିକରୁ ୧ ଲକ୍ଷ ୬୭ ହଜାର ଟଙ୍କା ଜରିମାନା ଆଦାୟ କରାଯାଇଥିଲା। ପରେ ଗାଡ଼ି ଗୁଡ଼ିକୁ ଛାଡ଼ି ଦିଆଯାଇଛି। ଚଢାଉରେ ହିଞ୍ଜିଳିକାଟୁ ଅତିରିକ୍ତ ତହସିଲଦାର ସୁନୀଲ କୁମାର ପ୍ରଧାନ, ରାଜସ୍ବ ନିରୀକ୍ଷକ ସୁନୀଲ ମହାରଣା, ବିନୟ ଶବର, ଦିବାକର ପୂଜାରୀ, ଟିଟୁ ସେଠୀ, ରଘୁମଣି ବେହେରା,ଜି. ଗୋପାଳ ରେଡ୍ଡୀ, ଟୁକୁନା ଗୌଡ଼ ପ୍ରମୁଖଙ୍କ ସହ ରାଜସ୍ବ ବିଭାଗର ବହୁ କର୍ମଚାରୀ ସାମିଲ ଥିଲେ ।


Enter your email to get our daily news in your inbox.

All Right Reserved By Dharitri.Com

ଫୁଟ୍‌ବଲ ବେଟିଂ ଆପ୍‌ ଠକେଇ ମାମଲା : ଦୁବାଇ ମାଷ୍ଟରମାଇଣ୍ଡ ବିରୋଧରେ ଲୁକ୍‌ଆଉଟ୍‌ ସର୍କୁଲାର

ଭୁବନେଶ୍ୱର,୧୦।୩(ବ୍ୟୁରୋ): ଫୁଟବଲ୍‌ ବେଟିଂ/ଗେମିଙ୍ଗ୍‌ ଆପ୍‌ (18football.com)ରେ ଦେଶବ୍ୟାପୀ ୧ହଜାର କୋଟିରୁ ଊର୍ଦ୍ଧ୍ୱ ଠକେଇ ଘଟଣାରେ କ୍ରାଇମବ୍ରାଞ୍ଚର ଅର୍ଥନୈତିକ ଅପରାଧ ଶାଖା (ଇଓଡବ୍ଲ୍ୟୁ) ଅଧିକ ତଦନ୍ତ ଜାରି...

ଦୁନିଆରେ ମା’ ଶବ୍ଦର ବିକଳ୍ପ ନାହିଁ

ଛତ୍ରପୁର,୧୩ା୫(ଡି.ଏନ.ଏ.)-ଛତ୍ରପୁରସ୍ଥିତ ରୋଟାରୀ କ୍ଲବ ପରିସରରେ ରବିବାର ସର୍ବଶକ୍ତି ଏଜୁକେସନ ଓ ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ବିଶ୍ୱ ମାତୃ ଦିବସ ପାଳିତ ହୋଇଯାଇଛି। ଏଥିରେ ମୁଖ୍ୟଅତିଥି ଭାବେ...

ଟାଟା ହସ୍ପିଟାଲ ହେବ ଆଇସୋଲେଟେଡ୍‌ ଡାକ୍ତରଖାନା

ଛତ୍ରପୁର,୨୬ା୩(ଡି.ଏନ୍‌.ଏ.)- ଗଞ୍ଜାମ ଜିଲାକୁ ବାହାର ରାଜ୍ୟରୁ ଆସିଥିବା ୧୫,୩୭୭ ଏବଂ ବିଦେଶରୁ ଆସିଥିବା ୩୭୨ ଜଣଙ୍କର ପ୍ରତ୍ୟହ ସ୍ବାସ୍ଥ୍ୟାବସ୍ଥା ତଦାରଖ କରାଯିବ। ଶୀତଳାପଲ୍ଲୀସ୍ଥିତ ଟାଟା ମେମୋରିଆଲ...

ପ୍ରଶାସନ ପକ୍ଷରୁ ଚାଉଳ ମିଲ୍‌ ଉପରେ ଅତର୍କିତ ଚଢ଼ାଉ, ମିଲର୍‌ଙ୍କୁ ତାଗିଦ

ପୁରୁଷୋତ୍ତମପୁର, ୮।୧(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ବ୍ଲକର ବିଭିନ୍ନ ଗ୍ରାମରେ ଥିବା ଚାଉଳ ମିଲ ଉପରେ ପ୍ରଶାସନ ପକ୍ଷରୁ ଅତର୍କିତ ଚଢ଼ାଉ କରାଯାଇଛି। ପୁରୁଷୋତ୍ତମପୁର ତହସିଲଦାର...

ଠେଙ୍ଗାରେ ପିଟିପିଟି ସାଙ୍ଗକୁ ହତ୍ୟା କଲେ ସାଙ୍ଗ

କୁଆଁରମୁଣ୍ଡା,୪ା୬(ଡି.ଏନ୍‌.ଏ.): ସୁନ୍ଦରଗଡ଼ ଜିଲା ବୀରମିତ୍ରପୁର ଥାନା ଅନ୍ତର୍ଗତ ତଲସେରା ଗ୍ରାମର ପ୍ରହ୍ଲାଦ ଲାଖୁଆ(୪୩)ଙ୍କୁ ସେହି ଗ୍ରାମର ରଞ୍ଜିତ୍‌ ପ୍ରଧାନ(୪୦) ବୁଧବାର ରାତିରେ ପିଟିପିଟି ହତ୍ୟା କରିଥିବା...

ଓ୍ବାର୍ଡସଭ୍ୟଙ୍କୁ ଭୁଜାଲିରେ ହାଣି ହତ୍ୟା

ଛେଣ୍ଡିପଦା/ବନ୍ତଳା, ୩୦।୯ (ସ୍ବ.ପ୍ର./ଡି.ଏନ.ଏ.) ଅନୁଗୋଳ ଜିଲା ପୁରୁଣାକୋଟ ଥାନା ଅନ୍ତୁଳିଆ ଗ୍ରାମରେ ରବିବାର ଏକ ହତ୍ୟାକାଣ୍ଡ ଘଟିଛି। ସାତକୋଶିଆ ଭାଜପା ମଣ୍ଡଳ ଅନୁସୂଚିତ ଜାତି ଓ ଜନଜାତି...

ଗଣେଶ ପୂଜା ଦିନ ଛତ୍ରପୁର ସବ୍‌ଡିଭିଜନରେ ୫୦ ହଜାର ଟପିବ କରୋନା ଟେଷ୍ଟ

ଛତ୍ରପୁର,୨୧।୮(ଡି.ଏନ୍‌.ଏ): ଗଞ୍ଜାମ ଜିଲାର ସର୍ବସଧାରଣ ସ୍ଥାନରେ ପାଳନ ହେବନି ଗଣେଷ ପୂଜ। ତେବେ ଛତ୍ରପୁର ସବ୍‌ଡିଭିଜନରେ ଲୋକେ ଘରେ ପୂଜା କରନ୍ତୁ ବୋଲି ରାଜ୍ୟ ସରକାରଙ୍କ...

ବରଗଡ଼ ଗୁଳିକାଣ୍ଡ ଘଟଣା: ଆଉ ୩ ଅଭିଯୁକ୍ତ ଗିରଫ

ବରଗଡ଼ ଅଫିସ,୨୨ା୩: ବରଗଡ଼ ସହରର ସରକାରୀ ବସ୍‌ଷ୍ଟାଣ୍ଡ ନିକଟରେ ଗତ ୯ ତାରିଖ ରାତିରେ ସଂଘଟିତ ଗୁଳିକାଣ୍ଡ, ଭୁଜାଲି ମାଡ଼ ଘଟଣାରେ ସମ୍ପୃକ୍ତ ଆଉ ୩...

Advertisement
Archives

Model This Week