Posted inଜାତୀୟ

୧୦% ଇଡବ୍ଲ୍ୟୁଏସ୍‌ କୋଟା: ସାମ୍ବିଧାନିକ ବେଞ୍ଚ୍‌କୁ ପଠାଇବା ପ୍ରସଙ୍ଗ: ସୁପ୍ରିମକୋର୍ଟରେ ରାୟ ସଂରକ୍ଷିତ

ନୂଆଦିଲ୍ଲୀ,୧ା୮: ସମାଜର ଆର୍ଥିକ ଦୁର୍ବଳ ଶ୍ରେଣୀ (ଇଡବ୍ଲ୍ୟୁଏସ୍‌)ଙ୍କ ପାଇଁ ଶିକ୍ଷା ଏବଂ ନିଯୁକ୍ତି କ୍ଷେତ୍ରରେ ୧୦ ପ୍ରତିଶତ ସ୍ଥାନ ସଂରକ୍ଷଣ ଦେବା ଲାଗି କେନ୍ଦ୍ର ସରକାର ନିଷ୍ପତ୍ତି ନେଇଥିବାବେଳେ ଏହାକୁ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରାଯାଇଥିଲା। ଉକ୍ତ ମାମଲା ସାମ୍ବିଧାନିକ ବେଞ୍ଚ୍‌କୁ ପଠାଯିବ କି ନାହିଁ ତାହା ଉପରେ ସୁପ୍ରିମକୋର୍ଟ ବୁଧବାର ରାୟ ସଂରକ୍ଷିତ ରଖିଛନ୍ତି। ଏବେ ବି ଦାରିଦ୍ର୍ୟ ସୀମାରେଖା ତଳେ ରହିଥିବା ପାଖାପାଖି ୨୦ କୋଟି ଲୋକଙ୍କ ଆର୍ଥତ୍କ ବିକାଶ ଉଦ୍ଦେଶ୍ୟରେ ସମ୍ବିଧାନ (୧୦୩ତମ ସଂଶୋଧନ) ଆଇନ, ୨୦୧୯ ଇଡବ୍ଲ୍ୟୁଏସ୍‌ଙ୍କୁ ୧୦ ପ୍ରତିଶତ ସ୍ଥାନ ସଂରକ୍ଷଣ ସୁବିଧା ପ୍ରଦାନ କରିଥିବା ଆଟର୍ନି ଜେନେରାଲ କେ.କେ. ବେଣୁଗୋପାଳ ଖଣ୍ଡପୀଠଙ୍କୁ ଜଣାଇଥିଲେ। ଜଷ୍ଟିସ୍‌ ଏସ୍‌.ଏ. ବୋବ୍‌ଡେଙ୍କ ଅଧ୍ୟକ୍ଷତାରେ ଜଷ୍ଟିସ୍‌ ଆର୍‌. ସୁଭାଷ ରେଡ୍ଡୀ ଏବଂ ବି.ଆର୍‌. ଗଭାଇଙ୍କୁ ନେଇ ଗଠିତ ଖଣ୍ଡପୀଠ ଉପରୋକ୍ତ ଆଇନର ବୈଧତାକୁ ଚ୍ୟାଲେଞ୍ଜ କରି ଦାଖଲ ହୋଇଥିବା ଏକାଧିକ ଆବେଦନର ଶୁଣାଣି କରିଥିଲେ।
ବିଭିନ୍ନ ବର୍ଗଙ୍କ ଲାଗି ସ୍ଥାନ ସଂରକ୍ଷଣ ସୁବିଧା ୫୦ ପ୍ରତିଶତରୁ ଅଧିକ ହୋଇପାରିବ ନାହିଁ ବୋଲି ସର୍ବୋଚ୍ଚ ଅଦାଲତ ୧୯୯୩ର ଏକ ରାୟରେ ସ୍ପଷ୍ଟ କରିଥିଲେ। ତେବେ ଇଡବ୍ଲ୍ୟୁଏସ୍‌ଙ୍କ ପାଇଁ ଉଦ୍ଦିଷ୍ଟ ସଂରକ୍ଷଣ ବ୍ୟବସ୍ଥା ୫୦ ପ୍ରତିଶତ ବାହାରେ ହୋଇଥିବାରୁ ଏହାର ବୈଧତାକୁ ବିଭିନ୍ନ ସଂଗଠନ ଓ ବ୍ୟକ୍ତିବିଶେଷଙ୍କ ପକ୍ଷରୁ ଚ୍ୟାଲେଞ୍ଜ କରାଯାଇଛି। କୋଟା ସୀମା ୫୦% ଅତିକ୍ରମ କରିଥିବାରୁ ଏହା ସମାନତା ନୀତିର ଉଲ୍ଲଂଘନ କରୁଛି ବୋଲି ବରିଷ୍ଠ ଆଇନଜୀବୀ ରାଜୀବ ଧାଓ୍ବନ ଯୁକ୍ତି ଦର୍ଶାଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ରାଜ୍ୟପାଳଙ୍କ ନିର୍ଦ୍ଦେଶକୁ ବାଚସ୍ପତିଙ୍କ ଅବଜ୍ଞା, ବିଧାନସଭା ଦିନକ ପାଇଁ ସ୍ଥଗିତ: ଆସ୍ଥାଭୋଟ କରାଇଦେଲେନି

ବେଙ୍ଗାଲୁରୁ,୧୮ା୭(ପି.ଟି./ଆଇଏଏନ୍‌ଏସ୍‌): ଘଡ଼ିକେ ଘୋଡ଼ା ଛୁଟୁଛି। କର୍ନାଟକ ରାଜନୀତିର ପାଣି କେତେବେଳେ କେଉଁ ଆଡ଼କୁ ବହିବ କିଛି କହି ହେଉନାହିଁ। ୧୬ ବିଦ୍ରୋହୀ ବିଧାୟକଙ୍କ ଇସ୍ତଫା ପରେ...

ଭାରତୀ-ହର୍ଷଙ୍କୁ ସହଯୋଗ ଅଭିଯୋଗ: ୨ ଏନ୍‌ସିବି ଅଫିସର ନିଲମ୍ବିତ

ମୁମ୍ବାଇ,୩।୧୨: ଡ୍ରଗ୍ସ୍‌ ମାମଲାରେ ବଲିଉଡ୍‌ର ହାସ୍ୟ ଅଭିନେତ୍ରୀ ଭାରତୀ ସିଂ ଏବଂ ତାଙ୍କ ସ୍ବାମୀ ହର୍ଷ ଲିମ୍ବାଚିୟାଙ୍କୁ ସହଯୋଗ କରିଥିବା ଅଭିଯୋଗରେ ୨ ଜଣ ନାର୍କୋଟିକ୍‌...

ଭାଜପା-ବାମଦଳ ସମର୍ଥକ ମୁହାଁମୁହିଁ

କୋଲକାତା,୭ା୧(ଆଇଏଏନ୍‌ଏସ୍‌): ଜେଏନ୍‌ୟୁ କ୍ୟାମ୍ପସ୍‌ ହିଂସା ପ୍ରତିବାଦରେ ସୋମବାର ପଶ୍ଚିମବଙ୍ଗର ଯାଦବପୁର ଅଞ୍ଚଳରେ ର଼୍ୟାଲି ଚାଲିଥିବାବେଳେ ବାମଦଳ ଓ ଭାଜପା ସମର୍ଥକଙ୍କ ମଧ୍ୟରେ ମୁହାଁମୁହିଁ ହୋଇଛି। ଉତ୍ତ୍ୟକ୍ତ...

ମୂଷା ନେଇଗଲା ଅପମିଶ୍ରିତ ମଦ ପେଟି ମାମଲାର ହେବ ତଦନ୍ତ

ଲକ୍ଷ୍ନୌ,୨୮।୩ : ଜବତ ହୋଇଥିବା ଅପମିଶ୍ରିତ ମଦ ପେଟି ଷ୍ଟ୍ରଙ୍ଗରୁମରୁ ଉଭାନ ହୋଇଯିବା ପଛରେ ମୂଷାମାନଙ୍କ ହାତ ଥିବା ଉତ୍ତର ପ୍ରଦେଶର ଇଟା ଜିଲାର ସ୍ଥାନୀୟ...

ତ୍ରିପୁରାର ୧୧୬ କରୋନା ସଂକ୍ରମିତଙ୍କ ମଧ୍ୟରେ ୧୦୨ ବିଏସ୍‌ଏଫ୍‌ କର୍ମଚାରୀ

ଅଗରତାଲା,୯।୫: ତ୍ରିପୁରାରେ କରୋନା ସଂକ୍ରମଣ ବଢ଼ିବାରେ ଲାଗିଛି। ଇତିମଧ୍ୟରେ ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୧୬ରେ ପହଞ୍ଚିଛି। ସଂକ୍ରମିତଙ୍କ ମଧ୍ୟରେ ୧୦୨ ଜଣ ବିଏସ୍‌ଏଫ୍‌ କର୍ମଚାରୀ...

ଆଉ ହେବନି ଲକ୍‌ଡାଉନ୍‌: ଆବଶ୍ୟକ ପଡ଼ିଲେ ବଜାର ରହିବ ବନ୍ଦ

ନୂଆଦିଲ୍ଲୀ,୧୮।୧୧: ଦିଲ୍ଲୀରେ କରୋନା ମହାମାରୀ ସଂକ୍ରମଣର ତୃତୀୟ ପର୍ଯ୍ୟାୟ ଜାରି ରହିଛି। ଏପରିସ୍ଥଳେ ଲକ୍‌ ଡାଉନ୍‌ ଜାରି ହେବ କି ନାହିଁ ସେନେଇ ନାନା କଳ୍ପନା...

ଫଡ୍‌ନବିସ ନିଜକୁ କହୁଥିଲେ ସମୁଦ୍ର: ଏବେ ଠିକଣା ବଦଳିଲା; ରହିବେ ସାଗରରେ

ମୁମ୍ବାଇ,୨।୧୨: ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ୍‌ନବିସ୍‌ଙ୍କ ଠିକଣା ଏବେ ବଦଳିଯାଇଛି। ମୁଖ୍ୟମନ୍ତ୍ରୀଙ୍କ ଲାଗି ଉଦ୍ଦିଷ୍ଟ ସରକାରୀ ବାସ ଭବନ ଛାଡିବା ପରେ ଏବେ ତାଙ୍କୁ...

ମମତାଙ୍କ ନିର୍ଦ୍ଦେଶ ହିଁ ପଶ୍ଚିମବଙ୍ଗର ଆଇନ: ବିଜୟଭର୍ଗିୟ

କୋଲକାତା,୧୭ ।୧୨: ପଶ୍ଚିମବଙ୍ଗକୁ ନେଇ ଭାରତୀୟ ଜନତା ପାର୍ଟି(ଭାଜପା) ଏବେ ନୁହେଁ ତ କେବେ ନୁହେଁ ପରିସ୍ଥିତିରେ ପହଞ୍ଚିଯାଇଛି କହିଲେ ଚଳେ । ରାଜ୍ୟରେ ଶାସନ...

Advertisement


Archives

Model This Week