୧୦ହଜାର ଟଙ୍କା ଲାଞ୍ଚ ନେଇ ସେସୁ କିରାଣି ଗିରଫ: ସହଯୋଗ କରିଥିବା ପାନଦୋକାନୀ ମଧ୍ୟ ବନ୍ଧାହେଲେ

ପୁରୀ ଅଫିସ/କଣାସ, ୫ା୧୧(ଡି.ଏନ୍‌.ଏ):  ପୁରୀ ଜିଲା କଣାସ ବ୍ଲକ ବିଦ୍ୟୁତ୍‌ ବିଭାଗ ସେସୁ ଅଧୀନରେ କାର୍ଯ୍ୟରତ କିରାଣି ସୁରେନ୍ଦ୍ର ନାୟକ ସୋମବାର ଭିଜିଲାନ୍ସ ହାତରେ ଧରାପଡିଛନ୍ତି। ଏକ ଟ୍ରାନ୍ସଫରମର ସ୍ଥାପନା ଲାଗି ଜନୈକ ବ୍ୟକ୍ତିଙ୍କଠାରୁ ୧୦ ହଜାର ଟଙ୍କା ଲାଞ୍ଚ ନେଉଥିବାବେଳେ ଭିଜିଲାନ୍ସ ଦ୍ୱାରା ଗିରଫ ହୋଇଛନ୍ତି। ଏଥିସହିତ ଲାଞ୍ଚ ଟଙ୍କା ଗ୍ରହଣ କରିବାରେ ସହଯୋଗ କରିଥିବା ନରେନ୍ଦ୍ର ବିଶ୍ୱାଳ ନାମକ ଜଣେ ପାନ ଦୋକାନୀଙ୍କୁ ମଧ୍ୟ ଭିଜିଲାନ୍ସ ଗିରଫ କରିଛିି।
ଫନୀରେ କଣାସ ବ୍ଲକ ଅନ୍ତର୍ଗତ ପୁରହିତପୁର ଗ୍ରାମର ୧୬କେଭି ଟ୍ରାନ୍ସଫରମର ପୋଡି ଯାଇଥିଲା। ପରବର୍ତ୍ତି ସମୟରେ ଏହା ମରାମତି ହୋଇଥିଲେ ମଧ୍ୟ ବାରମ୍ବାର ଫଲ୍ଟ ହେଉଥିଲା। ଏହା ପରିବର୍ତ୍ତେ ୨୫କେଭି ବିଶିଷ୍ଟ ଟ୍ରାନ୍ସଫରମର ସ୍ଥାପନ ଲାଗି ଗ୍ରାମବାସୀ ବାରମ୍ବାର ଅନୁରୋଧ କରିବା ସତ୍ତ୍ୱେ କର୍ତ୍ତୃପକ୍ଷ କୌଣସି ଗୁରୁତ୍ୱ ଦେଇ ନ ଥିଲେ। ନୂତନ ଟ୍ରାନ୍ସଫରମର ସ୍ଥାପନା ଲାଗି ଗ୍ରାମର ସୂର୍ଯ୍ୟପ୍ରସାଦ ମିଶ୍ର ନାମକ ଯୁବକ କଣାସ ସେକ୍ସନ କନିଷ୍ଠଯନ୍ତ୍ରୀ ସରୋଜ ବେହେରାଙ୍କୁ ଅନୁରୋଧ କରିଥିଲେ। ଯନ୍ତ୍ରୀ ଏ ସମ୍ପର୍କରେ କିରାଣି ସୁରେନ୍ଦ୍ରଙ୍କ ସହ ଆଲୋଚନା କରିବାକୁ କହିଥିଲେ। ନୂତନ ଟ୍ରାନ୍ସଫରମର ସ୍ଥାପନ ଲାଗି କିରାଣୀ ସୁରେନ୍ଦ୍ର ତାଙ୍କୁ ୧୦ହଜାର ଟଙ୍କା ଲାଞ୍ଚ ମାଗିଥିଲେ। ପ୍ରଥମେ ସୂର୍ଯ୍ୟ ଅମଙ୍ଗ ହୋଇଥିଲେ ବି ପରେ ରାଜି ହୋଇଥିଲେ। ଏନେଇ ସେ ପୁରୀ ଭିଜିଲାନ୍ସ ଡିଏସ୍‌ପିଙ୍କ ନିକଟରେ ଲିଖିତ ଅଭିଯୋଗ କରିଥିଲେ। ପୂର୍ବ ଯୋଜନା ମୁତାବତ ସୂର୍ଯ୍ୟ ସୋମବାର ସୁରେନ୍ଦ୍ରଙ୍କୁ ସେସୁ କାର୍ଯ୍ୟାଳୟରେ ଦେଖା କରିଥିଲେ। ଏହି ଟଙ୍କା ସେ ନିକଟରେ ଥିବା ପାନ ଦୋକାନୀ ନରେନ୍ଦ୍ରଙ୍କ ହାତରେ ଦେବାକୁ କହିଥିଲେ। ସୂର୍ଯ୍ୟ ଏହି ଟଙ୍କା ନରେନ୍ଦ୍ରଙ୍କୁ ଦେଇ ସେଠାରୁ ଚାଲିଯାଇଥିଲେ। ଏହାର କିଛି ସମୟ ପରେ ସୁରେନ୍ଦ୍ର ସମ୍ପୃକ୍ତ ଦୋକାନୀଙ୍କଠାରୁ ଲାଞ୍ଚ ଟଙ୍କା ନେଇ ପକେଟରେ ରଖିବା ବେଳେ ଭିଜିଲାନ୍ସ ଟିମ୍‌ ମାଡି ବସିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଜମିଜମା ରେକର୍ଡ କମ୍ପ୍ୟୁଟରୀକରଣରେ ଓଡ଼ିଶା ଏକ ନମ୍ବର

ଭୁବନେଶ୍ୱର,୧୯ା୧(ବ୍ୟୁରୋ): ରାଜ୍ୟରେ ଜମିଜମା ରେକର୍ଡ କମ୍ପ୍ୟୁଟରୀକରଣ କ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା ନିମନ୍ତେ ଓଡ଼ିଶାର ୧୯ ଜିଲା ଜାତୀୟ ପୁରସ୍କାର ପାଇବା ପାଇଁ ମନୋନୀତ ହୋଇଛି। ଲୋକସେବା...

୨୩ରୁ ଉତ୍କଳ ବିଶ୍ୱବିଦ୍ୟାଳୟର ପ୍ଲାଟିନମ୍‌ ଜୁବିଲି: ଯୋଗଦେବେ ୧୦ ହଜାର ପୁରାତନ ଛାତ୍ରୀଛାତ୍ର

ଭୁବନେଶ୍ୱର,୨୨ା୧୧(ବ୍ୟୁରୋ): ଆସନ୍ତା ୨୩ରୁ ୨୭ତାରିଖ ପର୍ଯ୍ୟନ୍ତ ୫ଦିନ ଧରି ଉତ୍କଳ ବିଶ୍ୱବିଦ୍ୟାଳୟର ୭୫ବର୍ଷ ପୂର୍ତ୍ତି ଉପଲକ୍ଷେ ପ୍ଲାଟିନମ ଜୁବିଲି ପାଳନ କରାଯିବ। ଏ ନେଇ ବିଶ୍ୱବିଦ୍ୟାଳୟ...

୧୦.୫ ଲକ୍ଷ କୋଟିର ପ୍ରସ୍ତାବ

ଭୁବନେଶ୍ୱର, ୪।୧୨(ବ୍ୟୁରୋ): କୋଭିଡ୍‌ ପରେ ରାଜ୍ୟକୁ ଏକ ବଡ଼ ପୁଞ୍ଜିନିବେଶ ସୁଯୋଗ ସୃଷ୍ଟି ହୋଇଛି। ରାଜ୍ୟରେ ୬ଲକ୍ଷ କୋଟି ଟଙ୍କାର ପୁଞ୍ଜି ନିବେଶ ସୃଷ୍ଟି ହେବାର...

ଚିକିତ୍ସା ଅବହେଳା ଅଭିଯୋଗ: ଅକ୍ସିଜେନ ଦିଆ ନ ଯିବାରୁ ଝିଅର ମୃତ୍ୟୁ

କେନ୍ଦୁଝର,୧୭।୯(ସ୍ବ.ପ୍ର.): ସାପ କାମୁଡ଼ାରେ ଅସୁସ୍ଥହୋଇ କେନ୍ଦୁଝର ଜିଲା ମୁଖ୍ୟ ଡକ୍ତରଖାନାରେ ଚିକିତ୍ସଧୀନ ଜଣେ ଯୁବତୀଙ୍କର ମଙ୍ଗଳବାର ସକାଳେ ମୃତ୍ୟୁ ଘଟିଛି। ସେ ହେଲେ ଯାତ୍ରୀ ପାତ୍ର(୧୭)।...

୧୫ ଷ୍ଟାର୍ଟଅପ୍‌, ଇନ୍‌କ୍ୟୁବେଟର୍ସ ଲାଗି ୧.୨୩ କୋଟି ପ୍ରଦାନ

ଭୁବନେଶ୍ୱର,୨୮। ୮ରାଜ୍ୟର ୧୫ଟି ଷ୍ଟାର୍ଟଅପ୍‌ ଓ ଗୋଟିଏ ଇନ୍‌କ୍ୟୁବେଟର୍ସ ନିମନ୍ତେ ଷ୍ଟାର୍ଟ ଅପ୍‌ ଓଡ଼ିଶା ଟାସ୍କଫୋର୍ସ ସହାୟତା ରାଶି ଭାବେ ୧.୨୩ କୋଟି ଟଙ୍କା ପ୍ରଦାନ...

ବିନା ନୋଟିସରେ ବସ୍ତିବାସିନ୍ଦାଙ୍କୁ ଉଚ୍ଛେଦ କରିବାକୁ ଯାଇ ଅଡୁଆରେ ପ୍ରଶାସନ

ଭଦ୍ରକ ଅଫିସ, ୧।୧୦: ଭଦ୍ରକ ଜିଲା ଚରମ୍ପା ପରିବହନ ବିଭାଗ ନିକଟସ୍ଥ ସରକାରୀ ଜମିରେ କିଛି ଆଦିବାସୀ ଜବରଦଖଲ କରି ରହିଆସୁଛନ୍ତି। ମଙ୍ଗଳବାର ପ୍ରଶାସନ ପକ୍ଷରୁ...

ଜଗାର ସ୍ବାସ୍ଥ୍ୟ ପରୀକ୍ଷା କରିବେ ଦିଲ୍ଲୀ ଏମ୍ସର ଡାକ୍ତରୀ ଟିମ୍‌

କଟକ ଅଫିସ, ୧୮।୬: ସ୍ବାସ୍ଥ୍ୟାବସ୍ଥା ଯାଞ୍ଚ ପାଇଁ ଜଗାକୁ କଟକ ବଡ଼ ମେଡିକାଲ(ଏସସିବି)ରେ ଭର୍ତ୍ତି କରାଯାଇଛି। ଏସସିବି ମେଡିକାଲର କାଜୁଆଲିଟି ଟ୍ରମା କେୟାର ୟୁନିଟର ସ୍ବତନ୍ତ୍ର...

ଡାବୁଗାଁ-ପାପଡ଼ାହାଣ୍ଡି ରାଜ୍ୟ ରାଜପଥ ପାଲଟିଛି ମରଣଯନ୍ତା

ଡାବୁଗାଁ, ୩୦।୪ (ଡି.ଏନ.ଏ.): ନବରଙ୍ଗପୁର ଜିଲା ଡାବୁଗାଁ- ପାପଡାହାଣ୍ଡି ରାଜ୍ୟ ରାଜପଥ ପାଲଟିଛି ମରଣଯନ୍ତା । ଡାବୁଗାଁ- ପାପଡାହାଣ୍ଡି ୩୯ ନଂ ରାଜ୍ୟ ରାଜପଥର ମହେନ୍ଦ୍ରୀ...

Advertisement
Archives

Model This Week