୧୦ବର୍ଷ ପରେ ଘରକୁ ଫେରି ଆତ୍ମହତ୍ୟା

ହିଞ୍ଜଳିକାଟୁ,୩ା୭(ଡି.ଏନ୍‌.ଏ.)- ୧୦ ବର୍ଷ ତଳେ ଘରୁ କେଉଁଆଡେ ଚାଲିଯାଇଥିଲେ। ୨ଦିନ ତଳେ ହଠାତ୍‌ ଘରକୁ ଫେରି ଜାଣିଲେ ୨ମାସ ତଳେ ସ୍ତ୍ରୀଙ୍କ ମୃତ୍ୟୁ ହୋଇଛି। ଏଥିରେ ମ୍ରିୟମାଣ ହୋଇ ଶେଷରେ ରଶି ଲଗାଇ ଜୀବନ ହାରିଲେ। ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ହିଞ୍ଜିଳି ଥାନା ଶିକିରି ଗ୍ରାମରେ। ମୃତକ ହେଲେ ହିଞ୍ଜିଳି ବନ୍ଧହୁଡ଼ା ସାହିର ଦେବ ଦାସ (୫୦)। ମଙ୍ଗଳବାର ରାତିରେ ଦେବ ଶୋଇବାକୁ ଯାଇ ଘରୁ କେଉଁଆଡେ ଚାଲି ଯାଇଥିଲେ। ବୁଧବାର ସକାଳୁ ଋଷିକୂଲ୍ୟା ନଦୀକୁ ଗାଧୋଇ ଯାଥିବା ଲୋକେ ଶିକିରି ଜନସ୍ବାସ୍ଥ୍ୟ ବିଭାଗ ପମ୍ପ ହାଉସ ନିକଟ ରେଲିଂରେ ଦେବାଦାସଙ୍କ ଝୁଲନ୍ତା ମୃତଦେହ ଦେଖିଥିଲେ। ହିଞ୍ଜିଳି ପୋଲିସ ଘଟଣା ସ୍ଥଳରେ ପହଞ୍ଚତ୍ ମୃତଦେହ ଜବତ କରିଥିଲା। ନଂ.୧୪/୧୯ରେ ଅପମୃତ୍ୟୁ ମାମଲା ରୁଜୁ କରି ବ୍ୟବଛେଦ ପାଇଁ ବ୍ରହ୍ମପୁର ବଡ଼ ମେଡିକାଲକୁ ପଠାଯାଇଥିଲା। ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ମୃତଦେହ ହସ୍ତାନ୍ତର କରାଯାଇଥିବା ଥାନା ଭାରପ୍ରାପ୍ତ ଅଧିକାରୀ ଅଭିମନ୍ୟୁ ଦାସ କହିଛନ୍ତି। ସ୍ତ୍ରୀଙ୍କ ମୃତ୍ୟୁରେ ସେ ମ୍ରିୟମାଣ ହୋଇ ଏପରି ନିଷ୍ପତି ନେଇଥିବା ଆଲୋଚନା ହେଉଥିବାବେଳେ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ କାରଣ ସ୍ପଷ୍ଟ ହେବ ବୋଲି ପୋଲିସ କହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଦାୟିତ୍ୱ ନେଲେ ନୂଆ ମୁଖ୍ୟ ଶାସନ ସଚିବ

ଭୁବନେଶ୍ୱର,୧ା୩(ବ୍ୟୁରୋ): ବରିଷ୍ଠ ଆଇଏଏସ୍‌ ଅଫିସର ପ୍ରଦୀପ କୁମାର ଜେନା ବୁଧବାର ରାଜ୍ୟର ନୂଆ ମୁଖ୍ୟ ଶାସନ ସଚିବ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି। ମୁଖ୍ୟ ଶାସନ...

ଶୋଇଥିବା ବେଳେ କ୍ଷୀର ବ୍ୟବସାୟୀଙ୍କୁ ହତ୍ୟା

କୁଆଁରମୁଣ୍ଡା,୪।୬(ଡି.ଏନ୍‌.ଏ.): ସୁନ୍ଦରଗଡ଼ ଜିଲା କୁଆଁରମୁଣ୍ଡା ଫାଣ୍ଡି ଅନ୍ତର୍ଗତ ଗୋବିରାଠାର ରବିବାର ଏକ ଅଘଟଣ ଘଟିଛି। ଅପରାହ୍ନରେ ଶୋଇଥିବା ବେଳେ ଜଣେ କ୍ଷୀର ବ୍ୟବସାୟୀଙ୍କୁ ବିବତ୍ସ ଭାବେ...

କଟକରେ କଡ଼ା କଟକଣା: ଗ୍ରୀନ କରିଡରରେ ଆସିଲେ ଗର୍ଭବତୀ

କଟକ ଅଫିସ୍‌, ୪ା୪- ସଟ୍ ଡାଉନରେ ଫସିଥିବା ଜଣେ ଗର୍ଭବତୀଙ୍କୁ ତୁରନ୍ତ ସ୍ୱାସ୍ଥ୍ୟସେବା ଯୋଗାଇ ଦେବା ପାଇଁ ପୋଲିସ ପ୍ରସ୍ତୁତ କରିଥିଲା ଗ୍ରୀନ କରିଡର ।...

ଲହୁଣୀପଡା ପୋଲିସ ପକ୍ଷରୁ ସଡକ ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ

ଲହୁଣୀପଡା, ୧୧।୧୨ (ଡି.ଏନ.ଏ)- ସୁନ୍ଦରଗଡ ଜିଲା ଲହୁଣୀପଡା ପୋଲିସ ପକ୍ଷରୁ ସଡକ ସୁରକ୍ଷା ନିମନ୍ତେ ବୁଧବାର ଏକ ଜନ ସଚେତନତା କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା ।...

ସିଏମ୍‌ଆର୍‌ଏଫ୍‌କୁ ୧୦ କୋଟି ଦେଲା ଓସିପିଏଲ୍‌

ଭୁବନେଶ୍ୱର,୧ା୪(ବ୍ୟୁରୋ): ରାଜ୍ୟ ସରକାରଙ୍କ ଏକମାତ୍ର ସରକାରୀ କୋଇଲା ଉଦ୍ୟୋଗ ଓଡ଼ିଶା କୋଲ୍‌ ଆଣ୍ଡ୍‌ ପାୱାର ଲିମିଟେଡ୍‌ (ଓସିପିଏଲ୍‌) ତା’ ଲାଭାଂଶରୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠି (ସିଏମ୍‌ଆର୍‌ଏଫ୍‌)କୁ...

ମା’ ତାରାତାରିଣୀଙ୍କ ଚୈତ୍ରଯାତ୍ରା: ମିଶନ ଶକ୍ତି ସଚିବ କଲେ ଦର୍ଶନ

ପୁରୁଷୋତ୍ତମପୁର,୨୮।୩(ଡି.ଏନ୍‌.ଏ.): ଗଞ୍ଜାମ ଜିଲାର ପ୍ରସିଦ୍ଧ ଇଷ୍ଟ ଦେବୀ ମା’ ତାରାତାରିଣୀଙ୍କ ତୃତୀୟ ପାଳି ଚୈତ୍ର ମଙ୍ଗଳବାର ଯାତ୍ରାରେ ଲକ୍ଷାଧିକ ଭକ୍ତଙ୍କ ସମାଗମ ହୋଇ ପାହାଡ଼ ଚତୁଃପାର୍ଶ୍ୱ...

ଯାଜପୁରରେ ସାନି ମତଦାନ ପୂର୍ବରୁ ନିର୍ବାଚନୀ ହିଂସା: ଭୁଜାଲିରେ ଆକ୍ରମଣ, ଜଣେ ଗୁରୁତର

ଯାଜପୁର ଅଫିସ,୧୯।୫- ବିଞ୍ଝାରପୁର ନିର୍ବାଚନମଣ୍ଡଳୀର ୧୩୫ ନଂ ବୁଥ୍‌ କଲ୍ୟାଣପୁରଠାରେ ରବିବାର ସାନି ମତଦାନ ହେବା ପୂର୍ବରୁ ନିର୍ବାଚନୀ ହିଂସା ଦେଖିବାକୁ ମିଳିଛି। ଶନିବାର ବିଳମ୍ବିତ...

ପ୍ରବଳ ବର୍ଷା ସମ୍ଭାବନା

ଭୁବନେଶ୍ୱର,୨୫ା୯(ବ୍ୟୁରୋ): ଓଡ଼ିଶା ଉପକୂଳରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି। ଏହାର ପ୍ରଭାବରେ ଆସନ୍ତା ଦୁଇଦିନ ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା ରହିଛି। ପାଣିପାଗ ବିଭାଗରୁ ମିଳିଥିବା...

Advertisement
Archives

Model This Week