ୟୁଥ୍‌ ଫ୍ୟାଶନ ଛତା

ବର୍ଷା ହେଲେ ସବୁଠୁ ଆଗ ଖୋଜାପଡ଼େ ଛତା। କିନ୍ତୁ ବର୍ତ୍ତମାନ ଛତା କେବଳ ବର୍ଷାରୁ ସୁରକ୍ଷା ଦେବାରେ ସୀମିତ ହୋଇ ରହିନାହିଁ। କାରଣ ଏବେ ମାର୍କେଟରେ ବିଭିନ୍ନ ରଙ୍ଗ ଏବଂ ଡିଜାଇନ୍‌ର ଛତା ମିଳୁଛି, ଯାହାକି ପାଲଟିଛି ଯୁବପିଢ଼ିଙ୍କ ଲାଗି ଷ୍ଟାଇଲ୍‌ ଷ୍ଟେଟ୍‌ମେଣ୍ଟ….

ବ୍ଲଣ୍ଟ ଏକ୍ସଏସ୍‌: ଅନ୍ୟ ଛତା ଭଳି ଏହି ଛତାରେ ମୁନିଆ ଅଗ୍ରଭାଗଗୁଡିକ ନାହିଁ। ତେଣୁ ଏହା ଦେଖିବାକୁ ଅପେକ୍ଷାକୃ ସୁନ୍ଦର ଲାଗିଥାଏ। ତା’ଛଡା ଭିଡରେ ବି ଏହାକୁ ଧରିଲେ କୌଣସି ଅଘଟଣ ଘଟିବାର ଆଶଙ୍କା ନ ଥାଏ। ଏହି ଛତା ଖୁବ୍‌ ମଜଭୁତ୍‌ ତେଣୁ ଅଧିକ ପବନରେ ହଠାତ୍‌ ଉଡିଯାଇ ନ ଥାଏ ା ଏହା ଏରୋଡାଇନୋମିକ୍‌ ଡିଜାଇନ୍‌। ସବୁଠୁ ମଜାଦାର କଥା ହେଲା ହଜିଗଲେ ଏହାକୁ ଏକ ଆପ୍‌ ସାହାଯ୍ୟରେ ଖୋଜା ମଧ୍ୟ ଯାଇପାରେ।

ସେଞ୍ଜ ଅରିଜନାଲ: ଏହିଛତା କେବଳ ଜଣେ ହିଁ ବ୍ୟବହାର କରିପାରିବେ। ଏହାର ସ୍ପୋକ୍ସ ଅନ୍ୟକୁ କ୍ଷତି ଯେପରି ନ ପହଞ୍ଚାଇବା ଭଳି ପ୍ରସ୍ତୁତ ହୋଇଛି। ଏହା ମୁଣ୍ଡ ପାଖରେ ଅଳ୍ପ ଗୋଲ ହୋଇ ପିଠି ଆଡକୁ ଲମ୍ବିଛି। ତେଣୁ ବର୍ଷା ପାଣି ଦେହରେ ପଡି ନ ଥାଏ। ଏଭଳି ଆକାର ଲାଗି ଏହି ଛତାର ଦାମ୍‌ ଅଧିକ ଏବଂ ଏହା ଅଧିକ ଆଇକ୍ୟାଚି ମଧ୍ୟ।

ହାର୍ଟ ଶେପ୍‌ ଅମ୍ବ୍ରେଲା: ଏହି ଛତା ଦେଖିବାକୁ ଖୁବ୍‌ ସୁନ୍ଦର । ବିଶେଷ କରି ଯୁବତୀମାନେ ଏହାକୁ ସର୍ବାଧିକ ବ୍ୟବହାର କରୁଥିବା ଦେଖିବାକୁ ମିଳୁଛି। ତେବେ ଏହି ଛତାରେ ପିଙ୍କ୍‌, ରେଡ୍‌, ପର୍ପଲ, ଲାଇମ୍‌ ଗ୍ରୀନ୍‌, ବ୍ଲୁ କଲରର ଡିମାଣ୍ଡ ବେଶି।

ସ୍କୋୟାର ଅମ୍ବ୍ରେଲା: ଗୋଲ ପରିବର୍ତ୍ତେ ଚାରିକଣିଆ ଏହି ଛତାର ଲୁକ୍‌ ଖୁବ୍‌ ନିଆରା। ତେବେ ଯୁବତୀଙ୍କ ତୁଳନାରେ ଯୁବକମାନେ ଏହାର ସର୍ବଧିକ ଗ୍ରାହକ।

ଡବଲ୍‌ ଅମ୍ବ୍ରେଲା: ବର୍ଷାରେ ଗୋଟିଏ ଛତାରେ ଏକାଠି ବୁଲିବାର ମଜା ନେବାକୁ ଅନେକ ଯୁବପିଢି ଖୁବ୍‌ ଭଲପାନ୍ତି। ଆଉ ଏମିତିରେ ବିଭିନ୍ନ ଛତା କମ୍ପାନୀ ସ୍ପେଶାଲ ଡିଜାଇନ୍‌ର ଡବଲ୍‌ ଛତା ପ୍ରସ୍ତୁତ କରୁଛନ୍ତି। ଏ ଛତା ଗୋଲ ନ ହୋଇ ଏହାର ଉଭୟ ପାର୍ଶ୍ୱ ଅପେକ୍ଷାକୃତ ଲମ୍ବା ଅଧିକ ଥାଏ।

ଫ୍ଲାଓ୍ବାର ଅମ୍ବ୍ରେଲା: ପୂର୍ବରୁ ଫ୍ଲାଓ୍ବାର୍‌ ପ୍ରିଣ୍ଟ ଛତା ମାର୍କେଟ୍‌ରେ ଅନେକ ମିଳୁଥିଲା। ହେଲେ ବର୍ତ୍ତମାନ ଗ୍ରାହକଙ୍କ ପସନ୍ଦ ଏବଂ ଡିମାଣ୍ଡକୁ ଆଖି ଆଗରେ ରଖି ଛତା କମ୍ପାନୀଗୁଡିକ ବିଭିନ୍ନ ଫ୍ଲାଓ୍ବାର୍‌ ଶେପ୍‌ ଛତା ମଧ୍ୟ ପ୍ରସ୍ତୁତ କରୁଛନ୍ତି। ଯାହାକି ଦେଖିବାକୁ ଖୁବ୍‌ ସୁନ୍ଦର ଏବଂ ଆକର୍ଷଣୀୟ। ଯୁବତୀମାନେ ବର୍ତ୍ତମାନ ଏହି ଛତା ଅଧିକ ପସନ୍ଦ କରୁଥିବା ଦେଖିବାକୁ ମିଳୁଛି।


Enter your email to get our daily news in your inbox.

All Right Reserved By Dharitri.Com

ଓଡିଶା ଆସିପାରନ୍ତି ମୋଦି

ଭୁବନେଶ୍ବର,୧୦।୫: ବନ୍ଦେ ଭାରତ ଏକ୍ସପ୍ରେସର ଲୋକାର୍ପଣ ଉତ୍ସବ ପୁରୀରେ ଅନୁଷ୍ଠିତ ହେବାକୁ ଯାଉଛି।ତେବେ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଯୋଗ ଦେଇପାରନ୍ତି ବୋଲି ସୂଚନା ଦେଇଛନ୍ତି...

ସିସୋଡିଆଙ୍କ ବଢିଲା ଅଡୁଆ, ଆହୁରି ୫ ଦିନ ରିମାଣ୍ଡ ଅବଧି ବୃଦ୍ଧି

ନୂଆଦିଲ୍ଲୀ,୧୭।୩: ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ ଗିରଫ ହୋଇଥିବା ପୂର୍ବତନ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଡିଆଙ୍କ ରିମାଣ୍ଡକୁ ଆହୁରି ୫ ଦିନ ବୃଦ୍ଧି କରାଯାଇଛି। ପୂର୍ବରୁ ଇଡି...

ଆଗାମୀ ଆଦେଶ ଯାଏଁ ସମସ୍ତ ସ୍କୁଲ ବନ୍ଦ

ନୂଆଦିଲ୍ଲୀ,୯।୪: ଦେଶରେ କରୋନା ସଂକ୍ରମଣ ଲଗାତର ଦ୍ରୁତ ଗତିରେ ବ୍ୟାପିବାରେ ଲାଗିଛି। ଏହାକୁ ଦୃଷ୍ଟିରେ ରଖି ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ବାଲ ଶୁକ୍ରବାର ଏକ ବଡ଼...

ଏଲଏସିରେ ପହଞ୍ଚିଲେ ସେନାମୁଖ୍ୟ…

ନୂଆଦିଲ୍ଲୀ,୨୩।୧ : ସୋମବାର ସକାଳେ ଭାରତୀୟ ସେନା ମୁଖ୍ୟ ଜେନେରାଲ ମନୋଜ ପାଣ୍ଡେ ଅରୁଣାଚଳ ପ୍ରଦେଶରେ ପହଞ୍ଚିଛନ୍ତି। ଏଠାରେ ସେ ଚାଇନା ନିକଟରେ ଥିବା ସୀମାନ୍ତ...

ଏଲ୍‌ଓସିରେ ଗ୍ରେନେଡ ବିସ୍ଫୋରଣ: ଆର୍ମି କ୍ୟାପ୍ଟେନଙ୍କ ସମେତ ୨ ଶହୀଦ

ଶ୍ରୀନଗର,୧୮।୭: ଜମ୍ମୁ କଶ୍ମୀରର ପୁଞ୍ଚ ଜିଲାର କଣ୍ଟ୍ରୋଲ ଲାଇନ ନିକଟରେ ହଠାତ୍‌ ଗ୍ରେନେଡ ବିସ୍ଫୋରଣ ହୋଇଛି। ଏଥିରେ ଜଣେ ସେନା କ୍ୟାପ୍ଟେନ ଏବଂ ଜଣେ ଜୁନିଅର...

ହିଟଲର-ଟ୍ରମ୍ପ୍‌ ବାବା: ପହଞ୍ଚିଲେ ପ୍ରୟାଗରାଜ ମାଘମେଳାରେ

ପ୍ରୟାଗରାଜ, ୨୬।୧: ଉତ୍ତରପ୍ରଦେଶର ପ୍ରୟାଗରାଜରେ ଅନୁଷ୍ଠିତ ହେଉଥିବା ମାଘମେଳାରେ ହିଟଲର ଏବଂ ଟ୍ରମ୍‌ ବାବା ପହଞ୍ଚିଛନ୍ତି। ସେମାନଙ୍କୁ ନେଇ ମେଳାରେ ଚର୍ଚ୍ଚା ଆରମ୍ଭ ହୋଇଛି। ମହନ୍ତ...

ମହିଳାଙ୍କ ପୋଷାକକୁ ନେଇ ଭାଜପା ନେତାଙ୍କ ବିବାଦୀୟ ବୟାନ

ନୂଆଦିଲ୍ଲୀ,୮।୪: ଭାଜପା ରାଷ୍ଟ୍ରୀୟ ମହାସଚିବ କୈଳାଶ ବିଜୟଭର୍ଗିୟ ପ୍ରାୟତଃ ନିଜ ମନ୍ତବ୍ୟକୁ ନେଇ ଚର୍ଚ୍ଚାରେ ରୁହନ୍ତି। ହେଲେ ଏଥର ମହିଳାମାନଙ୍କ ପୋଷାକକୁ ନେଇ ଭାଜପା ନେତାଙ୍କ...

ସକାଳୁ ସକାଳୁ ଥରିଲା ମେଘାଳୟ…

ଶିଲଂ, ୧୩।୬ : ସୋମବାର ସକାଳ ୬ଟା ୩୨ରେ ଉତ୍ତର ପୂର୍ବ ରାଜ୍ୟ ମେଘାଳୟର ତୁରାରେ ଭୂକମ୍ପ ଅନୁଭୂତ ହୋଇଛି। ନ୍ୟାଶନାଲ ସେଣ୍ଟର ଫର ସେସମୋଲୋଜି...

Advertisement
Archives

Model This Week