ନ୍ୟୁୟର୍କ, ୨୬ା୮(ଏପି):ୟୁକ୍ରେନରେ ମାନବିକ ସହାୟତା ପାଇଁ ପାଣ୍ଠି ସହାୟତା ଉଦ୍ଦେଶ୍ୟରେ ୟୁଏସ୍ ଓପନ୍ ପୂର୍ବରୁ ଟେନିସ ଷ୍ଟାରମାନଙ୍କୁ ନେଇ ଏକ ପ୍ରଦର୍ଶନୀ ଇଭେଣ୍ଟର ଆୟୋଜନ କରାଯାଇଥିଲା। ଏଥିରେ ଭାଗନେଇଥିବା ଖେଳାଳିମାନଙ୍କ ମଧ୍ୟରେ ରାଫାଲ ନାଡାଲ ଓ ଇଗା ସ୍ବିଟେକ ରହିଛନ୍ତି। କୋକୋ ଗଫ୍ ଏଥିରେ ଯେଉଁ ଜୋତା ବ୍ୟବହାର କରିଥିଲେ ସେଥିରେ ‘ପ୍ଲେ ଫର୍ ପିିସ୍’ ବାର୍ତ୍ତା ସ୍ଥାନ ପାଇଥିଲା। ଏହି ଇଭେଣ୍ଟରୁ ସଂଗୃହୀତ ୧ ନିୟୁତ ଡଲାରରୁ ଊର୍ଦ୍ଧ୍ୱ ପାଣ୍ଠି ଏକ ଅନ୍ତର୍ଜାତୀୟ ଅଣଲାଭକାରୀ ସଂସ୍ଥାକୁ ଦିଆଯାଇଛି। ଏଥିରେ ଗଫ୍ ଓ ତାଙ୍କ ପାର୍ଟନର ଜନ୍ ମ୍ୟାକ୍ନୋର ମିକ୍ସଡ ଡବଲ୍ସ ନାଡାଲ ଓ ସ୍ବିଟେକ୍ଙ୍କ ବିପକ୍ଷରେ ଖେଳିଥିଲେ। ଲୁଇସ୍ ଆର୍ମଷ୍ଟ୍ରଙ୍ଗ ଷ୍ଟାଡିୟମରେ ‘ଟେନିସ ପ୍ଲେଜ୍ ଫର୍ ପିସ୍’ ପ୍ରଦର୍ଶନୀ ଟେନିସ ଇଭେଣ୍ଟର ଶତ ପ୍ରତିଶତ ଟିକେଟ ବିକ୍ରି ହୋଇଥିବା ୟୁଏସ୍ ଟେନିସ ଆସୋସିଏଶନ କହିଛି। ଏଥିରେ ଅଂଶଗ୍ରହଣ କରିଥିବା ଅନ୍ୟ ଖେଳାଳିମାନଙ୍କ ମଧ୍ୟରେ ରହିଛନ୍ତି ଡାୟାନା ୟାସ୍ତ୍ରେମ୍ସ୍କା ଓ କାଟାରିନା ଜାଭାଟିସ୍କା, ୨୦୨୧ ୟୁଏସ୍ ଓପନ ଫିନାଲିଷ୍ଟ ଲିଲା ଫର୍ନାଣ୍ଡେଜ, କାର୍ଲୋସ ଆଲ୍କାରେଜ୍, ମାରିଆ ସାକାରି, ଷ୍ଟିଫାନସ ସିତ୍ସିପାସ୍ ଓ ଜେସିକା ପେଗୁଲା। ଟୁର୍ନାମେଣ୍ଟ ନିର୍ଦ୍ଦେଶକ ଷ୍ଟାସି ଆଲାଷ୍ଟର ଇଭେଣ୍ଟରୁ ଟିକେଟ ବିକ୍ରି ବାଦରେ ଅତି କମ୍ରେ ୨ ନିୟୁତ ଡଲାର ଆୟ ହେବ ବୋଲି ଆଶା କରାଯାଉଥିଲା। ମାତ୍ର ଏଥିରୁ ୧.୨ ନିୟୁତ ଡଲାର ମିଳିଥିଲା।
ଆଣ୍ଡାମାନ ସାଗରରେ ସୃଷ୍ଟି ହେବ ଲଘୁଚାପ: ଏହି ଜିଲାରେ ପ୍ରବଳ ବର୍ଷା ସମ୍ଭାବନା
ଭୁବନେଶ୍ୱର,୧୩।୧୦(ବନ୍ଦନା ସେଠୀ): ଦକ୍ଷିଣ ଆଣ୍ଡାମାନ ସାଗର ନିକଟବର୍ତ୍ତୀ ଅଞ୍ଚଳରେ ରହିଥିବା ଘୂର୍ଣ୍ଣିବଳୟ ମଙ୍ଗଳବାର ଲଘୁଚାପ ରୂପ ନେବ। ଏହା ଅଧିକ ଘନୀଭୂତ ହେବ କି ନାହିଁ ଏଯାଏ…
ଏସ୍ଆଇଆର୍ ଜନସାଧାରଣଙ୍କ ଆସ୍ଥାକୁ ସୁଦୃଢ଼ କରିବାର ଅତ୍ୟାବଶ୍ୟକ ପଦକ୍ଷେପ: ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର,୧୩।୧୦(ସୁନିତ୍ ମିଶ୍ର): ଗଣତନ୍ତ୍ରର ବିଶ୍ୱସନୀୟତା ମୁକ୍ତ ଓ ଅବାଧ ନିର୍ବାଚନ ସହ ପ୍ରତ୍ୟେକ ଯୋଗ୍ୟ ନାଗରିକଙ୍କ ମତଦାନ ଅଧିକାରର ସୁରକ୍ଷା ଉପରେ ନିର୍ଭରକରେ । ଏଥିପାଇଁ ସ୍ବଚ୍ଛ…
ଏଆଇ ଦ୍ୱାରା ପ୍ରଭାବିତ ହେବ ୪୦% ନିଯୁକ୍ତିକ୍ଷେତ୍ର
ବ୍ୟାଙ୍କକ୍,୧୩ା୧୦(ରଏଟର୍ସ): ସାମ୍ପ୍ରତିକ ସ୍ଥିତିରେ ଏଆଇ (କୃତ୍ରିମ ବୁଦ୍ଧିମତ୍ତା)କୁ ନେଇ ବୈଶ୍ୱିକ ସ୍ତରରେ ଏକପ୍ରକାର ପ୍ରତିଦ୍ୱନ୍ଦ୍ୱିତା ଚାଲିଛି ା ବାଣିଜ୍ୟ, ବ୍ୟବସାୟଠାରୁ ଆରମ୍ଭ କରି ଭିତ୍ତିଭୂମି ପର୍ଯ୍ୟନ୍ତ ସବୁକ୍ଷେତ୍ରରେ…
ଏଇ ଭାରତରେ
ବ୍ରିହନମୁମ୍ବାଇ ମ୍ୟୁନିସିପାଲ କର୍ପୋରେଶନ (ବିଏମ୍ସି) ଦ୍ୱାରା ପ୍ରସାଦରୁ ପାଓ୍ବାର ଉତ୍ପାଦନ କରାଯାଇଛି । ଲାଲବାଗ୍ଚା ବାଗ୍ରେ ବିଭିନ୍ନ ଗଣେଶ ପୂଜା ମଣ୍ଡପରେ ବର୍ଜ୍ୟ ଭାବେ ୩୦ ଟନ…
ଓଡ଼ିଶା ନିନ୍ଦିତ ନ ହେଉ
ଅତୀତରେ କଳିଙ୍ଗ ନିଜର ସାହସ ଓ ସମୃଦ୍ଧି ପାଇଁ ସମଗ୍ର ବିଶ୍ୱରେ ପରିଚିତ ଥିଲା। ସେଥିପାଇଁ ମୌର୍ଯ୍ୟ ସମ୍ରାଟ୍ ସମେତ ଅନେକ ରାଜ୍ୟ କଳିଙ୍ଗ ଜୟ କରିବାର…
୨୨ ମାସର ସର୍ବୋଚ୍ଚ ସ୍ତରରେ ମୁଦ୍ରାସ୍ଫୀତି, ପିଆଜ ଦରରେ ୧୦୮%
ନୂଆଦିଲ୍ଲୀ,୧୩।୧୦: ଦେଶରେ ପନିପରିବାଠାରୁ ଆରମ୍ଭ କରି ଖାଦ୍ୟ ସାମଗ୍ରୀ ଏବଂ ଅନ୍ୟାନ୍ୟ ଅତ୍ୟାବଶ୍ୟକ ସାମଗ୍ରୀ ଦର ବେଳକୁ ବେଳ ମହଙ୍ଗା ହେଉଥିବାରୁ ମୁଦ୍ରାସ୍ପୀତି ରୋକର୍ଡ ସ୍ତରରେ ପହଞ୍ଚିଲାଣି…
ରାଜନୈତିକ ଦୁର୍ବଳତାର ସଂଜ୍ଞା
୧୩୧ତମ ସମ୍ବିଧାନ ସଂଶୋଧନ ବିଲ୍- ୨୦୨୬ ଗତ ଏପ୍ରିଲ ମାସରେ ଲୋକ ସଭାରେ କାଟ ଖାଇଛି। କାରଣ ଏହି ବିଲ୍ ପାଇଁ ଆବଶ୍ୟକ ଦୁଇ ତୃତୀୟାଂଶ ସମର୍ଥନ…
୨୦୨୪ର ବ୍ୟସ୍ତତା
ରାମ ମନ୍ଦିର ଯେଉଁଠି ତିଆରି ହେଲା-ଅଯୋଧ୍ୟା-ସେଠାରେ ଭାଜପାର ପରାଜୟ ୨୦୨୪ରେ ଦଳର ନେତାମାନଙ୍କୁ ଭୟଭୀତ କରାଇ ଦେଇଥିଲା ବୋଲି ଏବେ ବୁଝାପଡୁଛି। ନିର୍ବାଚନ ଫଳାଫଳ ପ୍ରକାଶ ପାଇବା…

