ଜିଲାର ରୁଗ୍‌ଣ ହେଲାଣି ସ୍ବାସ୍ଥ୍ୟସେବା

କେନ୍ଦ୍ରାପଡ଼ା ଅଫିସ,୨୬ା୮: କେନ୍ଦ୍ରାପଡ଼ା ଜିଲାରେ ସ୍ବାସ୍ଥ୍ୟସେବା ରୁଗ୍‌ଣ ହେବାରେ ଲାଗିଛି ବୋଲି ବାରମ୍ବାର ଅଭିଯୋଗ ସତ୍ତ୍ୱେ ଏଥିପ୍ରତି କେହି ଦୃଷ୍ଟି ଦେଉନାହାନ୍ତି। ସନ୍ଧ୍ୟା ହେଲେ କେନ୍ଦ୍ରାପଡ଼ା ଜିଲା ମୁଖ୍ୟ ଚିକିତ୍ସାଳୟରେ ଏକ୍ସ-ରେ, ଇସିଜି, ଅଲ୍‌ଟ୍ରାସାଉଣ୍ଡ ଆଦି ଦରକାରୀ ପରୀକ୍ଷା ହେଉନାହିଁ। ବିଶେଷଜ୍ଞ ଡାକ୍ତର କଲ୍‌ ଆଟେଣ୍ଡ ନ କରିବା ରୋଗୀଙ୍କ ପାଇଁ ବିପଦ ସାଜୁଛି। ଜିଲାର ସ୍ବାସ୍ଥ୍ୟସେବାକୁ ନେଇ ଏପରି ବିଚିତ୍ର ଅବସ୍ଥା ଥିବା ବେଳେ ଏହାର ସୁଯୋଗ ଗ୍ରାମାଞ୍ଚଳର କ୍ୱାକ୍‌ମାନେ ନେଉଛନ୍ତି। ଜିଲାର ଡେରାବିଶ ବ୍ଲକ ଛୋଟି ଗ୍ରାମର ରୁକ୍ମିଣୀ ପ୍ରଧାନଙ୍କ ଡାଇବେଟିସ ପାଇଁ ମୂତ୍ର ରୋଗ ହୋଇଛି। ଅନ୍ତନଳୀରେ ପାଇପ୍‌ ଲଗାଇବା ଜରୁରୀ। ଜିଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସିତ ହେଉଥିବା ସମୟରେ ଡାକ୍ତରଙ୍କ ପରାମର୍ଶ ସତ୍ତ୍ୱେ ନର୍ସଙ୍କ ଅବହେଳା ଯୋଗୁ ପ୍ରାୟ ୧୨ ଘଣ୍ଟା ଅପେକ୍ଷା କରିବାକୁ ପଡ଼ିଲା ବୋଲି ସାହାଯ୍ୟ କରିବାକୁ ଆସିଥିବା ପଡ଼ୋଶୀ ନୀହାର ରଞ୍ଜନ ପ୍ରଧାନ କହିଛନ୍ତି। ସେହିପରି ମହାକାଳପଡ଼ା ବ୍ଲକ ବିଜୟନଗର ଗଁାର ଜଣେ ପ୍ରସୂତିଙ୍କ ପରିସ୍ଥିତି ଜଟିଳ ଅଛି ବୋଲି ତାଙ୍କୁ କଟକ ପଠାଯାଉଥିବା ପ୍ରଭାତ କୁମାର ଜେନା କହିଛନ୍ତି। ଏହି ଦୁଇଟି ଅଭିଯୋଗ ନୁହେଁ, ଏଭଳି ଅନେକ ଅବ୍ୟବସ୍ଥା ଜିଲାର ସ୍ବାସ୍ଥ୍ୟସେବାକୁ ବିପର୍ଯ୍ୟସ୍ତ କରିପକାଇଥିବା ଚିତ୍ରକୁ ସ୍ପଷ୍ଟ କରୁଛି।
ଏ ସମ୍ପର୍କରେ ବୁଦ୍ଧିଜୀବୀ ରାଧାକାନ୍ତ ମହାନ୍ତି କହିଛନ୍ତି, ୨୦୧୧ ଜନଗଣନା ଅନୁଯାୟୀ ଜିଲାର ଲୋକସଂଖ୍ୟା ସାଢ଼େ ୧୪ ଲକ୍ଷ ଥିବା ବେଳେ ଏବେ ଏହି ସଂଖ୍ୟା ୧୬ ଲକ୍ଷରୁ ଅଧିକ ହୋଇଛି। ଲକ୍ଷେ ଲୋକଙ୍କ ସ୍ବାସ୍ଥ୍ୟସେବା ପାଇଁ ଅନୂ୍ୟନ ୫୦ ଡାକ୍ତରଙ୍କ ଆବଶ୍ୟକତା ଥିବା ବେଳେ ମାତ୍ର ୫ ଡାକ୍ତର ଅଛନ୍ତି। ଜିଲା ମୁଖ୍ୟ ଚିକିତ୍ସାଳୟ ସହିତ ସିଏଚ୍‌ସି, ପିଏଚ୍‌ସି ଆଦିରେ ଡାକ୍ତର ରହୁନାହାନ୍ତି। ଗ୍ରାମାଞ୍ଚଳ ସ୍ବାସ୍ଥ୍ୟକେନ୍ଦ୍ରର କେତେକ ସ୍ଥାନ ଫାର୍ମାସିଷ୍ଟ ଚଳାଇଛନ୍ତି। ଯେଉଁ ଡାକ୍ତରମାନେ ସହରାଞ୍ଚଳରେ ଅଛନ୍ତି, ସେମାନେ ବେସରକାରୀ ରୋଜଗାରକୁ ଗୁରୁତ୍ୱ ଦେଉଛନ୍ତି। ଏପରିକି ଆବଶ୍ୟକସ୍ଥଳେ ରୋଗୀଙ୍କୁ ଆଟେଣ୍ଡ କରିବାକୁ ବିଶେଷଜ୍ଞମାନେ ଆସୁନାହାନ୍ତି। ଫଳରେ ଅଧିକାଂଶ ରୋଗୀ କଟକ ବଡ଼ ମେଡିକାଲକୁ ରେଫର ହେଉଛନ୍ତି। ସାମାଜିକ କର୍ମୀ ସୁନୀଲ କୁମାର ଗନ୍ତାୟତ କହିଛନ୍ତି, ଜିଲାର ଉପାନ୍ତ ଅଞ୍ଚଳରେ କ୍ୱାକ୍‌ଙ୍କ ସଂଖ୍ୟା ବଢ଼ିଯାଇଛି। ସ୍ବାସ୍ଥ୍ୟକେନ୍ଦ୍ରରେ ଡାକ୍ତର ଓ କର୍ମଚାରୀ ଅଭାବ ରହୁଛି। ଏହାବ୍ୟତୀତ ଗର୍ଭବତୀ ଓ ଶୀଘ୍ର ଚିକିତ୍ସା ପାଇଁ ଆବଶ୍ୟକ ରୋଗୀ ଉପାନ୍ତ ଅଞ୍ଚଳରୁ ସ୍ବାସ୍ଥ୍ୟକେନ୍ଦ୍ରରେ ପହଞ୍ଚତ୍ବା ପାଇଁ ଗମନାଗମନ ପଥ ବାଧକ ସାଜିଛି। ଅଦ୍ୟାବଧି ଜିଲାର ୧୭ ପଞ୍ଚାୟତକୁ ସଡ଼କ ଯୋଗାଯୋଗ ପଥ ନାହିଁ। ଏହାର ସୁଯୋଗ କ୍ୱାକ୍‌ ନେଉଛନ୍ତି। ଖୋଲାଖୋଲି କ୍ୱାକ୍‌ମାନେ ଗ୍ରାମ ଓ ବଜାରରେ ପ୍ରକୋଷ୍ଠ ଖୋଲି ଚିକିତ୍ସା କରୁଛନ୍ତି। ଏଥିପାଇଁ ବହୁ ଜୀବନହାନି ହେଉଥିଲେ ମଧ୍ୟ ଜିଲା ପ୍ରଶାସନ ପକ୍ଷରୁ ଏପରି ଠକଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ହେଉନାହିଁ। ପଟ୍ଟାମୁଣ୍ଡାଇର ସାମାଜିକ କର୍ମୀ ପ୍ରତାପ କୁମାର ପାଢ଼ୀ କହିଛନ୍ତି, ରାଜ୍ୟ ଓ କେନ୍ଦ୍ର ସରକାର ସ୍ବାସ୍ଥ୍ୟସେବାକୁ ଗୁରୁତ୍ୱ ଦେଇଛନ୍ତି। ଚାହିଦା ଅନୁଯାୟୀ ସ୍ବାସ୍ଥ୍ୟକେନ୍ଦ୍ର ଖୋଲିବା ସହ ପରୀକ୍ଷା ପାଇଁ ଯନ୍ତ୍ରପାତି ଯୋଗାଇ ଦେଉଛନ୍ତି। ତେବେ ଏହି ଯନ୍ତ୍ରପାତିର ଉପଯୋଗ ହେଉନାହିଁ। ଏପରିକି ସନ୍ଧ୍ୟା ହେଲେ ଏକ୍ସ-ରେ, ଅଲଟ୍ରାସାଉଣ୍ଡ, ଇସିଜି ଆଦି ପରୀକ୍ଷା ବନ୍ଦ ହେଉଛି। ଏ ନେଇ ବହୁବାର ଅଭିଯୋଗ ହେଉଛି। ରାତିରେ କୌଣସି ରୋଗୀ ଜିଲା ମୁଖ୍ୟ ଚିକିତ୍ସାଳୟରେ ପହଞ୍ଚତ୍ଲେ ଡ୍ୟୁଟିରେ ଥିବା ଡାକ୍ତର ସିଧା କଟକ ବଡ଼ ମେଡିକାଲକୁ ରେଫର କରୁଛନ୍ତି। ଏହାସହ ନିରାମୟରେ ସମସ୍ତ ଔଷଧ ରଖାଯାଉନାହିଁ ବୋଲି ସେ କ୍ଷୋଭ ପ୍ରକାଶ କରିଛନ୍ତି। ଏ ସମ୍ପର୍କରେ ଏଡିଏମ୍‌ଓ ଡା. ସଚ୍ଚିତାନନ୍ଦ ମିଶ୍ରଙ୍କୁ ପଚାରିବାରେ ସ୍ବାସ୍ଥ୍ୟସେବା ପରିଚାଳନା ପାଇଁ ସ୍ବାସ୍ଥ୍ୟକର୍ମୀଙ୍କ ଉପରେ ନିର୍ଭର କରାଯାଉଛି। ବିଭିନ୍ନ ପଦବୀ ପୂରଣ ପାଇଁ ପ୍ରତିମାସ ଉଚ୍ଚ କର୍ତ୍ତୃପକ୍ଷଙ୍କୁ ଚିଠି ହେଉଛି ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଗ୍ୟାସ୍‌ ପାଇପ୍‌ ଫାଟି କଟକରେ ଭୟଙ୍କର ଅଗ୍ନିକାଣ୍ଡ, ହୁତୁହୁତୁ ହୋଇ ଜଳିଲା…

କଟକ,୧୩।୧୦(ପ୍ରଭୁକଲ୍ୟାଣ ପାଲ୍): ଗ୍ୟାସ୍‌ ପାଇପ୍‌ ଫାଟି କଟକରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି । ମାଟି ତଳେ ଯାଇଥିବା ଘରୋଇ ଗ୍ୟାସ ପାଇପ ଲାଇନ ଲିକ୍ ହେବା ଫଳରେ…

ବିଶ୍ୱବ୍ୟାଙ୍କ ରିପୋର୍ଟରେ ବଡ଼ ଖୁଲାସା, ଧନୀ ଦେଶର ଗରିବଙ୍କ ଆୟ ବି ଭାରତର ଧନୀଙ୍କଠୁ ଅଧିକ!

ନୂଆଦିଲ୍ଲୀ,୧୩।୧୦: ବିଶ୍ୱର ବିକଶିତ ଓ ଉନ୍ନତ ଆର୍ଥିକ ବ୍ୟବସ୍ଥା ଥିବା ଧନୀ ଦେଶଗୁଡ଼ିକର ସବୁଠାରୁ ଗରିବ ୧୦ ପ୍ରତିଶତ ଲୋକଙ୍କ ଆୟ ଭାରତର ସବୁଠାରୁ ଧନୀ ୧୦…

୨୨ ଭାରତୀୟ ଥିବା ଜାହାଜ ଉପରେ ଆକ୍ରମଣ

ନୂଆଦିଲ୍ଲୀ, ୧୩।୧୦: ଷ୍ଟ୍ରେଟ୍‌ ଅଫ୍‌ ହର୍ମୁଜରେ ୨୨ ଜଣ ଭାରତୀୟ କର୍ମଚାରୀଙ୍କୁ ନେଇ ଯାଉଥିବା ୨ଟି ବାଣଜି୍ୟକ ଜାହାଜ ଉପରେ ଆକ୍ରମଣ ହୋଇଛି। ଏହି ଘଟଣାକୁ ଭାରତ…

ଠକି ପାରିବନି ହସ୍ପିଟାଲ! ଲାଗିବ ରେଟ୍‌ ଚାର୍ଟ

ନୂଆଦିଲ୍ଲୀ,୧୩।୧୦: ସ୍ବଚ୍ଛ, ଉତ୍ତରଦାୟୀ ଏବଂ ରୋଗୀ କୈନ୍ଦ୍ରିକ ସ୍ବାସ୍ଥ୍ୟସେବା ପ୍ରଦାନକୁ ସୁଦୃଢ଼ କରିବା ଦିଗରେ ଏକ ବଡ଼ ପଦକ୍ଷେପ ସ୍ବରୂପ ହସ୍ପିଟାଲଗୁଡ଼ିକରେ ସ୍ବାସ୍ଥ୍ୟସେବା ଦର ସ୍ପଷ୍ଟ ଭାବେ…

ସ୍ବଚ୍ଛତାକୁ ଜଳସମ୍ପଦ ବିଭାଗର ଗୁରୁତ୍ୱ, ପ୍ରକଳ୍ପର ବାସ୍ତବତା ନିରୀକ୍ଷଣ କରିବ ‘ଡ୍ରୋନ୍‌’

ଭୁବନେଶ୍ୱର,୧୩।୧୦(ରବିନାରାୟଣ ଜେନା): ଜଳସେଚନ ପ୍ରକଳ୍ପର କାର୍ଯ୍ୟାନ୍ବୟନରେ ସ୍ବଚ୍ଛତା ଓ ଉତ୍ତରଦାୟିତ୍ୱ ବଢ଼ାଇବା ସହ କାମର ଅଗ୍ରଗତି ଉପରେ ତୀକ୍ଷ୍ଣ ନଜର ରଖିବା ପାଇଁ ଆଗାମୀ ଦିନରେ ଡ୍ରୋନ୍‌…

ପାନାମାରେ ଶକ୍ତିଶାଳୀ ଭୂକମ୍ପ, ଭାଙ୍ଗିଲା ୯୦୦ରୁ ଅଧିକ ଘର

ପାନାମା ସିଟି,୧୩।୧୦: ଶୁକ୍ରବାର ପାନାମାର ଦକ୍ଷିଣ ଉପକୂଳ ନିକଟରେ ଦୁଇଟି ଶକ୍ତିଶାଳୀ ଭୂକମ୍ପ ଅନୁଭୂତ ହେବା ପରେ, ସୋମବାର ୬ ତୀବ୍ରତା ବିଶିଷ୍ଟ ଆଉ ଏକ ଭୂକମ୍ପ…

ନିର୍ମାଣ ହୋଇ ୭ବର୍ଷ ବିତିଗଲାଣି, କାର୍ଯ୍ୟକ୍ଷମ ହୋଇପାରୁନି ଆଦିବାସୀ ହଷ୍ଟେଲ

କେସିଙ୍ଗା,୧୩।୧୦(ତୁମେଶ୍ୱର ସାହୁ): ଗରିବ ଆଦିବାସୀ ହରିଜନ ଛାତ୍ରୀଛାତ୍ରଙ୍କୁ ରହିବା ଖାଇବା ଠାରୁ ମାଗଣାରେ ପାଠ ପଢିବା ପାଇଁ ପୂର୍ବର ବିଜେଡି ସରକାର କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକର…

ଜନ୍ମ ହେଲା ୮ ଗୋଡ଼ ଥିବା ମଇଁଷି: ଦେଖିବାକୁ ଲୋକଙ୍କ ଭିଡ଼

ଭୋପାଳ,୧୨।୧୦: ମଧ୍ୟପ୍ରଦେଶର ଡିଣ୍ଡୋରୀ ଜିଲାରୁ ଏକ ବିରଳ ଘଟଣା ସାମ୍ନାକୁ ଆସିଛି। ଏଠାରେ ଏକ ମଇଁଷି ଆଠଟି ଗୋଡ଼ ଥିବା ଛୁଆକୁ ଜନ୍ମ ଦେଇଛି। ଏହି ଖବର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?