Posted inଫୁରସତ

ଲାଇବ୍ରେରି ଖୋଲିଲେ ଆଫ୍‌ଗାନ ମହିଳା

କାବୁଲ: ଆଫଗାନିସ୍ତାନର ତାଲିବାନ୍‌ ଶାସନରେ ମହିଳାମାନେ ଶିକ୍ଷା ଓ ସାର୍ବଜନୀନ ଜୀବନରୁ ଦୂରେଇ ଯାଇଛନ୍ତି। ନାରୀ ସ୍ବାଧୀନତା ଉପରେ ଅଙ୍କୁଶ ଲାଗିଥିବାରୁ ସେମାନେ ନିଃସଙ୍ଗ ହୋଇପଡ଼ିଛନ୍ତି। ନିଃସଙ୍ଗତା ଦୂର ସହ ଜ୍ଞାନ ଆହରଣ ତଥା ଉଚିତ୍‌ ଢଙ୍ଗରେ ସମୟ ଅତିବାହିତ କରିବା ପାଇଁ ଆଫ୍‌ଗାନର ମହିଳା ଅଧିକାର କର୍ମୀମାନେ ନିଜସ୍ବ ଉଦ୍ୟମରେ କାବୁଲରେ ବୁଧବାର ଏକ ଲାଇବ୍ରେରି ଖୋଲିଛନ୍ତି। ଏହାକୁ ବିଭିନ୍ନ ମହଲରେ ପ୍ରଶଂସା କରାଯାଇଛି।
୨୦୨୦ ଅଗଷ୍ଟ ୧୫ରେ ଇସ୍‌ଲାମିକ ତାଲିବାନ୍‌ ଆଫଗାନିସ୍ତାନ ଦଖଲ ପରେ ମହିଳାଙ୍କ ସ୍ବାଧୀନତା ଛଡ଼ାଇ ନେଇଥିଲା। ମହିଳାମାନେ ଆପାଦମସ୍ତକ ପୋଷାକ ପରିଧାନ କରି କେବଳ ଜଣେ ପୁରୁଷ ସମ୍ପର୍କୀୟଙ୍କ ସହ ପଦାକୁ ଗୋଡ଼ କାଢ଼ିପାରିବେ ବୋଲି ତାଲିବାନ୍‌ ଫତଓ୍ବା ଜାରି କରିଥିଲା। ତାଲିବାନ୍‌ ଶାସକ ଗତ ମାର୍ଚ୍ଚରେ ଛାତ୍ରୀଙ୍କ ଉଚ୍ଚଶିକ୍ଷା ପାଇଁ ସ୍କୁଲ ଖୋଲାଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ। କିନ୍ତୁ ନିଜ ପ୍ରତିଶ୍ରୁତିରୁ ଓହରିଯିବା ପରେ ସବୁ ଉଚ୍ଚ ବିଦ୍ୟାଳୟରେ ତାଲା ଝୁଲୁଛି। ଏସବୁକୁ ଦୃଷ୍ଟିରେ ରଖି କେତେଜଣ ମହିଳା ନିଜସ୍ବ ଉଦ୍ୟମରେ ପାଠାଗାର ଆରମ୍ଭ କରିଛନ୍ତି। ଲାଇବ୍ରେରୀରେ ଉପନ୍ୟାସ, ଛବିଳ ବହି, ରାଜନୀତି, ଅର୍ଥନୀତି, ବିଜ୍ଞାନ ଆଦି ଉପରେ ୧ ହଜାରରୁ ଊର୍ଦ୍ଧ୍ୱ ପୁସ୍ତକ ରହିଛି। ବହିଗୁଡ଼ିକରୁ ଅଧିକାଂଶ ଶିକ୍ଷକ, କବି ଓ ଲେଖକମାନେ କ୍ରିଷ୍ଟାଲ ବାୟାତ୍‌ ଫାଉଣ୍ଡେଶନକୁ ଦାନ କରିଛନ୍ତି। ଆଫ୍‌ଗାନ ମହିଳାଙ୍କ ଅଧିକାର ପାଇଁ ଲଢ଼େଇ କରୁଥିବା ଏହି ସଙ୍ଗଠନର ଅନ୍ୟତମ ସଦସ୍ୟା ତଥା ଲାଇବ୍ରେରି ପ୍ରତିଷ୍ଠାତା ଝୁଲିଆ ପାର୍ସୀ କହିଛନ୍ତି, ଦୁଇଟି ଉଦ୍ଦେଶ୍ୟ ରଖି ଆମେ ପାଠାଗାର ଖୋଲିଛୁ। ପ୍ରଥତଃ ଯେଉଁ ଝିଅମାନେ ସ୍କୁଲ ଯାଇପାରୁନାହାନ୍ତି ସେମାନେ ଏଠାକୁ ଆସି ବିଭିନ୍ନ ବିଷୟରେ ଅଧ୍ୟୟନ କରିପାରିବେ। ଦ୍ୱିତୀୟତଃ ତାଲିବାନ୍‌ ସରକାରର ବର୍ବରତା ଭୟରେ ଚାକିରି ଛାଡ଼ି ଘରେ ବିରକ୍ତିବୋଧ ଅନୁଭବ କରୁଥିବା ମହିଳାମାନେ ମଧ୍ୟ ପଠନର ସୁଯୋଗ ପାଇପାରିବେ।


Enter your email to get our daily news in your inbox.

All Right Reserved By Dharitri.Com

ସ୍କୁଲରେ ପ୍ରଧାନ ଶିକ୍ଷୟିତ୍ରୀଙ୍କ ବିୟୁଟି ପାର୍ଲର

ଉନ୍ନାଓ: କୌଣସି ମଧ୍ୟ ବିଦ୍ୟାଳୟରେ ପ୍ରଧାନ ଶିକ୍ଷକ ପଦ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ହୋଇଥାଏ। ବିଦ୍ୟାଳୟକୁ ଠିକ୍‌ ଭାବେ ଚଳାଇବା ସହ ଅନୁଶାସନ ବଜାୟ ରଖିବାର ସମ୍ପୂର୍ଣ୍ଣ...

ଅଫିସରେ ବସି ଲଞ୍ଚ କରୁଥିଲେ ବାପା, ୟୁପିଏସ୍‌ସିରେ କୃତକାର୍ଯ୍ୟ ହୋଇଥିବା ଖବର ଜଣାଇବାକୁ ପହଞ୍ଚିଲେ ପୁଅ, ପରେ ଯାହା ଘଟିଲା…

ନିଜ ସନ୍ତାନର ଖୁସିରେ ନିଜ ଖୁସି ଖୋଜିଥାନ୍ତି ମା’ବାପା। ଯଦି କାହାର ପୁଅ ନଚେତ ଝିଅ ଦେଶର ସବୁଠାରୁ ବଡ଼ ପରୀକ୍ଷା ୟୁପିଏସ୍‌ସି ପାସ୍‌ କରିଦିଏ...

ଡୁଡ୍‌ଲ ପରିବର୍ତ୍ତନ କଲା ଗୁଗ୍‌ଲ

ଗୁଗ୍‌ଲ ଡୁଡ୍‌ଲ ଭାରତରେ ଲୋକ ସଭା ନିର୍ବାଚନ ୨୦୨୪ ପାଇଁ ଭୋଟ୍‌ ଆରମ୍ଭକୁ ସ୍ମରଣ କରି ଡୁଡ୍‌ଲରେ କାଳି ସହିତ ଏକ ଇଣ୍ଡେକ୍ସ ଆଙ୍ଗୁଠି ଚିତ୍ରଣ...

୨୩ ବର୍ଷର ଯୁବତୀ କ୍ଲିୟର କଲେ ୟୁପିଏସସି ପରୀକ୍ଷା, କାମ କରୁଛି ମାତ୍ର ୨ଟି ଆଙ୍ଗୁଠି

ନୂଆଦିଲ୍ଲୀ,୧୮।୪: ୟୁପିଏସସି ସିଭିଲ ସର୍ଭିସେସ ପରୀକ୍ଷା (UPSC CSE) ୨୦୨୩ ଫଳାଫଳ ପ୍ରକାଶ ପାଇବା ପରେ, ଯେଉଁମାନେ ଏହାକୁ ପାସ କରିଛନ୍ତି ସେମାନଙ୍କ ଅନେକ ସଂଘର୍ଷ...

ସତର୍କତାକୁ ପ୍ରାଥମିକତା

ଆମ ଶରୀରର ଅନ୍ୟତମ ପ୍ରମୁଖ ଅଙ୍ଗ ହେଉଛି ଯକୃତ ବା ଲିଭର। ଏହା ସୁସ୍ଥ ରହିବା ନିହାତି ଦରକାର। ନ ହେଲେ ସମୟକ୍ରମେ ଏହା ଜଟିଳ...

ଭଗବାନ ରାମଙ୍କ ନିଆରା ବ୍ୟାଙ୍କ; ୫ ଲକ୍ଷ ଥର ‘ସୀତାରାମ’ ଲେଖିବା ପରେ ଖୋଲିଥାଏ ଆକାଉଣ୍ଟ

ଅଯୋଧ୍ୟା: ସାରା ଦେଶରେ ରାମ ନବମୀର ପର୍ବ ବେଶ ଧୁମ୍‌ଧାମ୍‌ରେ ପାଳନ କରାଯାଉଛି। ଏହି ଅବସରରେ ଅଯୋଧ୍ୟା ସମ୍ପୂର୍ଣ୍ଣ ଆଲୋକିତ ହୋଇଛି। କାରଣ ରାମଲାଲାଙ୍କ ପ୍ରାଣ...

ଜନ୍ମରୁ ୧ ମାସ ପର୍ଯ୍ୟନ୍ତ ପୁଅକୁ ଦେଉଥିଲେ କେବଳ ସୂର୍ଯ୍ୟକିରଣ, ଶିଶୁର ମୃତ୍ୟୁ ପରେ ପିତାଙ୍କୁ ୮ ବର୍ଷ ଜେଲ

ମସ୍କୋ,୧୭।୪: ରୁଷିଆର ଜଣେ ଇନଫ୍ଲୁଏନ୍ସରଙ୍କ ଏକ ମାସର ପୁଅର ମୃତ୍ୟୁ ହେତୁ ତାଙ୍କୁ କୋର୍ଟ ୮ ବର୍ଷ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ସେ ନିଜ ପୁଅକୁ...

ଅଧିକ ସଚେତନତାର ଆବଶ୍ୟକତା ରହିଛି

ପ୍ରତିବର୍ଷ ଏପ୍ରିଲ ୧୭ ତାରିଖରେ ପାଳିତ ହୋଇଥାଏ ‘ବିଶ୍ୱ ହେମୋଫିଲିଆ ଦିବସ’। ଚଳିତ ବର୍ଷ ଏହି ଦିବସର ପ୍ରସଙ୍ଗ ରହିଛି-‘ସମସ୍ତ ବଂଶାନୁକ୍ରମିକ ବ୍ୟାଧିରେ ଆକ୍ରାନ୍ତ ସବୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri