Posted inଜାତୀୟ

ୟୁଏପିଏ ବିଲ୍‌ ପାର୍ଲାମେଣ୍ଟରେ ଗୃହୀତ

ନୂଆଦିଲ୍ଲୀ,୩ା୮(ପି.ଟି.): ଆତଙ୍କବାଦ ନିରୋଧୀ ଆଇନ (ୟୁଏପିଏ)ରେ ଗୁରୁତ୍ୱପୂର୍ଣ୍ଣ ସଂଶୋଧନକୁ ଶୁକ୍ରବାର ପାର୍ଲାମେଣ୍ଟ ଅନୁମୋଦନ କରିଛି। ଫଳରେ ସନ୍ଦିଗ୍ଧ ବ୍ୟକ୍ତିଙ୍କୁ କେନ୍ଦ୍ର ଓ ରାଜ୍ୟ କର୍ତ୍ତୃପକ୍ଷ ଆତଙ୍କବାଦୀ ଘୋଷଣା କରିବା ସହ ତାଙ୍କ ସମ୍ପତ୍ତିକୁ ଜବତ କରିପାରିବେ। ୧୯୬୭ର ଆଇନରେ ସଂଶୋଧନ ପାଇଁ ସରକାର ଆଣିଥିବା ବେଆଇନ କାର୍ଯ୍ୟକଳାପ ନିବାରଣ (ସଂଶୋଧନ) ବିଲ୍‌କୁ ଶୁକ୍ରବାର ରାଜ୍ୟ ସଭା ଅନୁମୋଦନ କରିଛି। ବିଲ୍‌ ସପକ୍ଷରେ ୧୪୭ ଭୋଟ ପଡ଼ିଥିବାବେଳେ ବିପକ୍ଷରେ ୪୨ଟି ଭୋଟ ଯାଇଥିଲା। ବିଲ୍‌କୁ କଂଗ୍ରେସ ଓ ବିଏସ୍‌ପି ସମର୍ଥନ କରିଥିଲେ। ବିଲ୍‌କୁ ସିଲେକ୍ଟ କମିଟିକୁ ପଠାଇବା ପାଇଁ ବିରୋଧୀ ଦଳ ଆଣିଥିବା ପ୍ରସ୍ତାବ କାଟ୍‌ ଖାଇଯାଇଥିଲା। ପ୍ରସ୍ତାବ ସପକ୍ଷରେ ୮୫ ଭୋଟ ମିଳିଥିବାବେଳେ ବିପକ୍ଷରେ ୧୦୪ ଭୋଟ ପଡ଼ିଥିଲା। ଗତ ୨୪ ତାରିଖରେ ବିଲ୍‌ ଲୋକ ସଭାରେ ଗୃହୀତ ହୋଇଥିଲା।
ଆଲୋଚନାର ଉତ୍ତର ରଖି ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ୍‌ ଶାହ କହିଥିଲେ, ସଂଶୋଧିତ ଆଇନ କେବଳ ଆତଙ୍କବାଦ ଦମନ ପାଇଁ ବ୍ୟବହାର କରାଯିବ। ସଂଶୋଧିତ ଆଇନର ଅପବ୍ୟବହାର ହୋଇପାରେ ବୋଲି ବିରୋଧୀ ଦଳଗୁଡ଼ିକ ପକ୍ଷରୁ ଚିନ୍ତାବ୍ୟକ୍ତ କରାଯାଇଥିବାବେଳେ ଏହାକୁ ଖଣ୍ଡନ କରି କାହାର ମାନବାଧିକାରର ଉଲ୍ଲଂଘନ ହେବ ନାହିଁ ବୋଲି ଶାହ ଗୃହକୁ ପ୍ରତିଶ୍ରୁତି ଦେଇଥିଲେ। କୌଣସି ବ୍ୟକ୍ତିଙ୍କୁ ଆତଙ୍କବାଦୀ ଘୋଷଣା କରିବା ପୂର୍ବରୁ ୪ ଥାକିଆ ଯାଞ୍ଚ ବ୍ୟବସ୍ଥା ରହିଛି। ଏଥିସହିତ ସମ୍ପୃକ୍ତ ବ୍ୟକ୍ତିଙ୍କୁ ଅପିଲ୍‌ କରିବା ସୁଯୋଗ ବିଲ୍‌ରେ ରହିଛି। ଜଣେ ବ୍ୟକ୍ତି ଆତଙ୍କବାଦ କାର୍ଯ୍ୟକଳାପରେ ସମ୍ପୃକ୍ତ ଥିଲେ, ଆତଙ୍କବାଦର ପ୍ରସାର ପାଇଁ କାର୍ଯ୍ୟ କରୁଥିଲେ କିମ୍ବା ଏଥିପାଇଁ ପ୍ରସ୍ତୁତି ଚଳାଇଥିଲେ ତାଙ୍କୁ ଆତଙ୍କବାଦୀ ଘୋଷଣା କରାଯାଇପାରିବ।
ଆତଙ୍କବାଦର କୌଣସି ଧର୍ମ ନାହିଁ, ଏହା ମାନବତା ବିରୋଧୀ। ତେଣୁ ଆତଙ୍କବାଦ ବିରୋଧରେ କଠୋର ଆଇନକୁ ସବୁ ଦଳ ସମର୍ଥନ କରିବାକୁ ସ୍ବରାଷ୍ଟ୍ର ମନ୍ତ୍ରୀ ଅନୁରୋଧ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ମାଡାମ୍‌ ତୁସାଦ୍‌ ମ୍ୟୁଜିୟମ୍‌ ହେବ ବନ୍ଦ

ନୂଆଦିଲ୍ଲୀ,୨୯।୧୨: ରାଜଧାନୀ ଦିଲ୍ଲୀର କର୍ନଟ ପ୍ଲେସ୍‌ଠାରେ ଥିବା ମାଡାମ୍‌ ତୁସାଦ୍‌ ମ୍ୟୁଜିୟମ୍‌କୁ ବନ୍ଦ କରାଯିବା ପାଇଁ ନିଷ୍ପତ୍ତି ଗ୍ରହଣ କରାଯାଇଛି। ଦିଲ୍ଲୀରେ ଏହି ମ୍ୟୁଜିୟମ୍‌ ପର୍ଯ୍ୟଟକଙ୍କ...

ସଦନରେ ଉପଯୁକ୍ତ ଆଚାର-ବ୍ୟବହାର ସମସ୍ତ ସଦସ୍ୟଙ୍କ ଦାୟିତ୍ୱ…

ନୂଆଦିଲ୍ଲୀ,୧୭।୧୧: ପାର୍ଲାମେଣ୍ଟ ହେଉ ଅବା ବିଧାନସଭା ସବୁଠାରେ ସଦନରେ ଉପଯୁକ୍ତ ଆଚାର ଏବଂ ବ୍ୟବହାର ସମସ୍ତ ସଦସ୍ୟଙ୍କ ଦାୟିତ୍ୱ। ସଦନର ମର୍ଯ୍ୟାଦା ଉଲ୍ଲଂଘନ ପରି କାର୍ଯ୍ୟ...

ଅଜାନ ଶବ୍ଦରେ ଶୋଇପାରୁ ନାହାନ୍ତି କୁଳପତି: ଜିଲାପାଳଙ୍କୁ ଲେଖିଲେ ଚିଠି

ପ୍ରୟାଗରାଜ,୧୭।୩: ଉତ୍ତରପ୍ରଦେଶର ପ୍ରୟାଗରାଜ ସ୍ଥିତ ଆହ୍ଲାବାଦ୍‌ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ସଙ୍ଗୀତା ଶ୍ରୀବାସ୍ତବ ମସଜିଦ୍‌ରୁ ଶୁଭା ଯାଉଥିବା ଅଜାନ ଶବ୍ଦରେ ଶୋଇ ପାରୁ ନାହାନ୍ତି।...

ଆଇଏସଆଇ ଲିଙ୍କ୍‌ ଥିବା ୩ ସନ୍ଦିଗ୍ଧ ଆତଙ୍କବାଦୀ ଗିରଫ…

ହାଇଦ୍ରାବାଦ,୩।୧୦ : ହାଇଦ୍ରାବାଦ ପୋଲିସ ତିନିଜଣ ସନ୍ଦିଗ୍ଧ ଆତଙ୍କବାଦୀଙ୍କୁ ଗିରଫ କରିଛି। ସେମାନେ ପାକିସ୍ତାନର ଗୁପ୍ତଚର ଏଜେନ୍ସି ଆଇଏସଆଇର ନିର୍ଦ୍ଦେଶରେ ସହରରେ ଆତଙ୍କବାଦୀ ଆକ୍ରମଣ କରିବାକୁ...

ମୁମ୍ବାଇ ପହଞ୍ଚିଲା ସତିଶଙ୍କ ପାର୍ଥିବ ଶରୀର: ଶେଷ ଦର୍ଶନ ପାଇଁ ବାସଭବନରେ ଜମିଲା ସେଲିବ୍ରିଟିଙ୍କ ଭିଡ

ମୁମ୍ବାଇ,୯।୩: ବଲିଉଡ୍‌ର ବେଶ୍‌ ଲୋକପ୍ରିୟ ଅଭିନେତା, କମେଡିଆନ୍‌ ତଥା ନିର୍ଦ୍ଦେଶକ ସତୀଶ କୌଶିକଙ୍କ ପାର୍ଥିବ ଶରୀର ଚାଟାର୍ଡ ବିମାନରେ ମୁମ୍ବାଇ ପହଞ୍ଚିଛି। ଆଉ କିଛି ସମୟ...

କଶ୍ମୀରରେ ଡୋଭାଲଙ୍କ ମିଶନ ‘ହୃଦୟ ବିଜୟ’

ଶ୍ରୀନଗର,୧୧।୮: ରାଷ୍ଟ୍ରୀୟ ସୁରକ୍ଷା ପରାମର୍ଶ ଦାତା ଅଜିତ୍‌ ଡୋଭାଲ୍‌ ଏବେ ଜମ୍ମୁ-କଶ୍ମୀରରେ ମିଶନ ‘ହୃଦୟ ବିଜୟ’ କାର୍ଯ୍ୟକ୍ରମ ଜାରି ରଖିଛନ୍ତି। ଅନୁଚ୍ଛେଦ ୩୭୦ର ଉଚ୍ଛେଦ ପରେ...

ଐତିହାସିକ ରାୟ ପ୍ରକାଶ: ରାମ ଜନ୍ମଭୂମି ନ୍ୟାସ ଟ୍ରଷ୍ଟକୁ ୩ ମାସ ମଧ୍ୟରେ ମନ୍ଦିର ନିର୍ମାଣ ପାଇଁ ଯୋଜନା ପ୍ରସ୍ତୁତ କରିବାକୁ ନିର୍ଦ୍ଦେଶ

ନୂଆଦିଲ୍ଲୀ,୯।୧୧: ରାମ ଜନ୍ମଭୂମି ବାବରୀ ମସ୍‌ଜିଦ୍‌ ମାମଲାର ଐତିହାସିକ ରାୟ ଶନିବାର ପୂର୍ବାହ୍ନ ୧୦ଟା ୩୦ରେ ପ୍ରକାଶ ପାଇଛି। ସୁପ୍ରିମ୍‌କୋର୍ଟ ପ୍ରଧାନ ବିଚାରପତି ରଞ୍ଜନ ଗୋଗୋଇଙ୍କ...

ମହାରାଷ୍ଟ୍ର ରାଜନୀତିରେ ଟିଏମ୍‌ସିର ଏଣ୍ଟ୍ରି, ରେଡିସନ ବ୍ଲୁ ହୋଟେଲ ବାହାରେ ଧାରଣା…

ଗୁଆହାଟୀ, ୨୩।୬ : ମହାରାଷ୍ଟ୍ର ରାଜନୈତିକ ସଙ୍କଟରେ ତୃଣମୂଳ କଂଗ୍ରେସ(ଟିଏମ୍‌ସି) ଏଣ୍ଟ୍ରି କରିଛି। ମମତା ବାନାର୍ଜୀଙ୍କ ଟିଏମସି କର୍ମୀମାନେ ଶିବସେନା ବିଧାୟକମାନେ ଗୁଆହାଟୀରେ ରହିଥିବା ହୋଟେଲ...

Advertisement
Archives

Model This Week