ହୋମ୍‌ କ୍ୱାରାଣ୍ଟାଇନରେ ୩୨୨

ପାଟଣା,୨୭ା୩(ସ୍ବ.ପ୍ର.): ବାଙ୍ଗାଲୋର ଓ ଚେନ୍ନାଇରେ ଶ୍ରମିକ ଭାବେ କାର୍ଯ୍ୟ କରୁଥିବା ମୋଟ ୩୨୨ ଜଣ ଗୁରୁବାର ସନ୍ଧ୍ୟା ସୁଦ୍ଧା କେନ୍ଦୁଝର ଜିଲା ପାଟଣା ବ୍ଲକକୁ ଫେରି ଆସିଥିବା ଜଣାପଡିଛି। ଏ ସମସ୍ତଙ୍କୁ ୧୪ ଦିନ ପାଇଁ ନିଜ ଘରେ କ୍ୱାରାଣ୍ଟାଇନରେ ରହିବା ଲାଗି ବ୍ଲକ ପ୍ରଶାସନ ବ୍ୟବସ୍ଥା କରିଥିବା ପାଟଣା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଅଧିକାରୀ ଡ଼ା. ସୁପ୍ରକାଶ ଶତପଥୀ ପ୍ରକାଶ କରିଛନ୍ତି। କରୋନା ମୁକାବିଲା ପାଇଁ ପାଟଣା ବିଡିଓ ଈଶ୍ୱର ଚନ୍ଦ୍ର ନାଏକଙ୍କ ଅଧ୍ୟକ୍ଷତାରେ ଗୁରୁବାର ଏକ ଟାସ୍କ ଫୋର୍ସ କମିଟିର ବୈଠକ ଅନୁଷ୍ଠିତ ହୋଇଥିଲା। ଡିପିସି ପୂର୍ଣ୍ଣ ଚନ୍ଦ୍ର ସେଠୀ,ତହସିଲଦାର ଶିବପ୍ରସାଦ ମୁର୍ମୁ, ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଅଧିକାରୀ ଡ଼ା. ଶତପଥୀ, ବିପିଏମ୍‌ ଦୀପକ କୁମାର ନାୟକ, ସିଆରସିସି ପ୍ରମୋଦ କୁମାର ମହାନ୍ତ ଓ ଶ୍ରୀକାନ୍ତ ବିଶ୍ୱାଳ ପ୍ରମୁଖ ଯୋଗ ଦେଇ ପାଟଣା ବ୍ଲକରେ ଆଇସୋଲେଶନ କକ୍ଷ, ଲକଡାଉନ ସ୍ଥିତି, ଅତ୍ୟାବଶକ ସାମଗ୍ରୀର ମହଜୁଦ ଓ ସ୍ବାସ୍ଥ୍ୟ ସେବା ବ୍ୟବସ୍ଥା ଉପରେ ଆଲୋଚନା କରିଥିଲେ। ଅତ୍ୟାବଶକ ଖାଉଟି ସାମଗ୍ରୀ ଯେଭଳି କଳାବଜାରୀ ନ ହୁଏ ସେ ନେଇ ଆଲୋଚନା ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

କାର୍ଯ୍ୟରେ ଅବହେଳା: ନିଲମ୍ବିତ ହେଲେ କାର୍ଯ୍ୟନିର୍ବାହୀ ଅଧିକାରୀ, କନିଷ୍ଠ ଯନ୍ତ୍ରୀ

ପଦ୍ମପୁର,୫।୧୧(ଡି.ଏନ୍‌.ଏ.): ଭଦ୍ରକ ଜିଲା ବାସୁଦେବପୁର ମ୍ୟୁନିସପାଲିଟିର କାର୍ଯ୍ୟନିର୍ବାହୀ ଅଧିକାରି ତାପସ ରଞ୍ଜନ ଜେନା ଓ କନିଷ୍ଠ ଯନ୍ତ୍ରୀ ଦେବକାନ୍ତ ନାୟକଙ୍କୁ ଶନିବାର କାର୍ଯ୍ୟରୁ ନିଲମ୍ବିତ କରାଯାଇଛି।...

ଛତୁଆରେ ଅପମିଶ୍ରଣ ନେଇ ଗାଡ଼ି ଅଟକ ରଖିଲେ ଗ୍ରାମବାସୀ

ସାରସକଣା,୧ା୧୦(ଡି.ଏନ୍‌.ଏ.): ମୟୂରଭଞ୍ଜ ଜିଲା ସାରସକଣା ବ୍ଲକ ପୋଖରିଡିହା ପଞ୍ଚାୟତରେ ଛତୁଆରେ ଅପମିଶ୍ରଣ କରାଯାଉଥିବା ନେଇ ଛତୁଆ ବାଣ୍ଟିବାକୁ ଆସିଥିବା ଗାଡ଼ିକୁ ଅଟକାଇ ରଖିଥିଲେ ଗ୍ରାମବାସୀ। ପ୍ରକାଶଥାଉ...

ଦେଶପ୍ରତି ସେବା ମନୋଭାବ ରହୁ : ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ

ଫୁଲବାଣୀ ଅଫିସ,୧୫।୮: କନ୍ଧମାଳ ଜିଲା ଫୁଲବାଣୀ ପୋଲିସ ରିଜର୍ଭ ପଡ଼ିଆରେ ଜିଲାସ୍ତରୀୟ ସ୍ବାଧୀନତା ଦିବସ ପାଳିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବେ ଗ୍ରାମ୍ୟ ଉନ୍ନୟନ...

ଗଞ୍ଜାମ ଓକିଲ ସଂଘ ନିର୍ବାଚନ ସ୍ଥଗିତ

ବ୍ରହ୍ମପୁର ଅଫିସ,୧୬ା୪: କୋଭିଡ୍‌-୧୯ ମହାମାରୀ ଆତଙ୍କ ପ୍ରଭାବରୁ ଚଳିତ ମାସ ୨୫ ତାରିଖରେ ହେବାକୁ ଥିବା ଗଞ୍ଜାମ ଓକିଲ ସଂଘ ନିର୍ବାଚନକୁ ସାମୟିକ ଭାବେ ସ୍ଥଗିତ...

କସର୍ଦା ଫାଣ୍ଡିକୁ ବୋମା ମାଡ଼, ଅଭିଯୁକ୍ତ ଗିରଫ

ନିଆଳି,୧୪।୩(ଡି.ଏନ୍‌.ଏ.): ନିଆଳି ଥାନା ଅନ୍ତର୍ଗତ ଦେବୀ-କନ୍ଦଳ ଦ୍ୱୀପାଞ୍ଚଳର କସର୍ଦା ଫାଣ୍ଡି ଉପରକୁ ବୋମାମାଡ଼ କରିବା ଅଭିଯୋଗରେ ଶୁକ୍ରବାର ପୋଲିସ ଜଣେ ଯୁବକଙ୍କୁ ଗିରଫ କରିଛି। ସେ...

ଝଟକିବ କେନ୍ଦୁଝର ପୁରୁଣା ସହର

କେନ୍ଦୁଝର,୭ା୫(ସ୍ବ.ପ୍ର.) ପୁରୀ ଭଳି କେନ୍ଦୁଝରର ଆରାଧ୍ୟ ଦେବତା ଶ୍ରୀ ଶ୍ରୀ ବଳଦେବଜୀଉ ମନ୍ଦିର ଓ ପୁରୁଣା ସହରର ବିକାଶ ହେବ। ମନ୍ଦିର ପରିସରର ବିକାଶ କାମ...

ନିରାଡମ୍ବରରେ ହେଲା ଦେବଦମ୍ପତିଙ୍କ ବିବାହ

ଧରାକୋଟ,୨୮ା୫(ଡି.ଏନ୍‌.ଏ.)- କରୋନା କଟକଣା ଯୋଗୁ ଧରାକୋଟଗଡ଼ର ପ୍ରମୁଖ ଯାତ୍ରା ଶୀତଳଷଷ୍ଠୀ ଚଳିତ ବର୍ଷ ନିରାଡମ୍ବରରେ ଶେଷ ହୋଇଛି। ଦୀର୍ଘବର୍ଷ ହେଲା ଏହିଦିନ ବାବା ଚନ୍ଦ୍ରଶେଖରଙ୍କ ସହ...

ହୀରାକୁଦ ଜଳଭଣ୍ଡାରରେ ବିଦେଶାଗତ ପକ୍ଷୀ ସଂଖ୍ୟା ବୃଦ୍ଧି

ସମ୍ବଲପୁର,୧୧ା୧(ବ୍ୟୁରୋ): ସମ୍ବଲପୁରର ହୀରାକୁଦ ଜଳଭଣ୍ଡାରରେ ହୋଇଥିବା ଦିନିକିଆ ବିଦେଶୀ ପକ୍ଷୀ ଗଣନା ରିପୋର୍ଟ ବନ ବିଭାଗ ପକ୍ଷରୁ ମଙ୍ଗଳବାର ପ୍ରକାଶ ପାଇଛି। ଚଳିତବର୍ଷ ରେକର୍ଡ ସଂଖ୍ୟକ...

Advertisement
Archives

Model This Week