ହୋଇପାରିଲାନି ଟିକାକରଣ: ଫେରିଲେ ଗର୍ଭବତୀ, ଶିଶୁ

ଆରଡ଼ି,୧ା୪(ଡି.ଏନ୍‌.ଏ.) : ଭଦ୍ରକ ଜିଲା ଧାମନଗର ବ୍ଲକର ବେତାଳିଗାଁ ଅଞ୍ଚଳରେ ଥିବା ଏକ ଅଙ୍ଗନଓ୍ବାଡ଼ି କେନ୍ଦ୍ରରେ ବୁଧବାର ଟିକାକରଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ସେଠାରେ ନିକଟସ୍ଥ ଅଙ୍ଗନଓ୍ବାଡ଼ି କେନ୍ଦ୍ରର ୫ ଅଙ୍ଗନଓ୍ବାଡ଼ି କର୍ମୀ, ୩ ଆଶାକର୍ମୀ, ଜଣେ ଏଏନ୍‌ଏମ୍‌. ଏବଂ ଜଣେ ସ୍ବାସ୍ଥ୍ୟକର୍ମୀ ଉପସ୍ଥିତ ଥିଲେ। ହେଲେ ଭ୍ୟାକ୍ସିନ୍‌ ପହଞ୍ଚି ପାରି ନ ଥିଲା ା କେବଳ ୦ରୁ ୬ ମାସ ଶିଶୁଙ୍କ ପାଇଁ ଆବଶ୍ୟକ ପରିମାଣର ଭ୍ୟାକ୍ସିନ୍‌ ଉପଲବ୍ଧ ଥିଲା। ସେହି ଶିଶୁମାନଙ୍କୁ ଟିକାକରଣ କରାଯାଇଥିବା ବେଳେ ଅନ୍ୟ ଶିଶୁ ଓ ଗର୍ଭବତୀ ମହିଳାମାନେ ଦୀର୍ଘଘଣ୍ଟା ଖରାରେ ଅପେକ୍ଷା କରି ଫେରିଥିଲେ। ସବଠୁ ବଡ଼ କଥା ହେଲା କରୋନା କଟକଣା ଏଠାରେ ବେଖାତିର କରାଯାଇଥିଲା। ବାରଣ୍ଡାରେ ସାମାଜିକ ଦୂରତା ରକ୍ଷା ନ କରି ବହୁ ମହିଳା ଓ ଶିଶୁ ଠୁଳ ହୋଇଥିଲେ। ଅନ୍ୟପକ୍ଷରେ ସ୍ବାସ୍ଥ୍ୟକର୍ମୀମାନେ ଘରକୁ ଘର ବୁଲି ଟିକାକରଣ କରିବାର ନିୟମ ଥିବାବେଳେ ଏହି ନିୟମ କିପରି ଭଙ୍ଗ ହେଲା ତାହା ପ୍ରଶ୍ନବାଚୀ ସୃଷ୍ଟି କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ବଦଳାଇଲେ ରେଡ୍‌ଜୋନ୍‌ ନିଷ୍ପତ୍ତି

ଅନୁଗୋଳ ଅଫିସ, ୧୧।୫: ଅନୁଗୋଳ ଜିଲାର କରୋନା ଆକ୍ରାନ୍ତଙ୍କ ସମ୍ପର୍କରେ ସକାଳେ ସ୍ବାସ୍ଥ୍ୟ ବିଭାଗ ରିପୋର୍ଟ ଦେଇଥିଲା। ସେଥିମଧ୍ୟରୁ ଜଣେ ଆକ୍ରାନ୍ତ ସ୍ଥାନୀୟ ଅଞ୍ଚଳର ହୋଇଥିବା...

ସ୍ବାଧୀନତା ସଂଗ୍ରାମରେ ଗଞ୍ଜାମର ଅବଦାନ ଅତୁଳନୀୟ: ପୂର୍ତ୍ତ ବିଭାଗ ମନ୍ତ୍ରୀ

ଛତ୍ରପୁର,୧୫।୮(ଡି.ଏନ୍‌.ଏ.): ଗଞ୍ଜାମରେ ଜିଲାସ୍ତରୀୟ ୭୫ତମ ସ୍ବାଧୀନତା ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ଇସ୍ପାତ, ଖଣି ଏବଂ ପୂର୍ତ୍ତ ମନ୍ତ୍ରୀ ପ୍ରଫୁଲ୍ଲ କୁମାର ମଲ୍ଲିକ ମୁଖ୍ୟ...

ପାଇଖାନା ନିର୍ମାଣରେ ଦୁର୍ନୀତି: ବାହ୍ୟ ମଳମୁକ୍ତ ଘୋଷଣା କେତେ ସତ କେତେ ମିଛ

କଟକ ଅଫିସ,୬।୧: ୨୦୧୯ ଅଗଷ୍ଟ ୧୫ରେ କଟକ ଜିଲାକୁ ବାହ୍ୟ ମଳମୁକ୍ତ ଜିଲା ଭାବେ ଘୋଷଣା କରାଯାଇଥିଲା। ଅର୍ଥାତ୍‌ ପ୍ରତ୍ୟେକ ପରିବାରକୁ ସରକାର ସ୍ବଚ୍ଛ ଭାରତ...

ପଡ଼ିଆ ବ୍ଲକ୍‌ ଅଞ୍ଚଳରେ ମାତିଲେଣି ପଙ୍ଗପାଳ  

ପଡ଼ିଆ,୧ା୬ (ଡି.ଏନ୍‌.ଏ.)-ମାଲକାନଗିରି ଜିଲା ସୀମାନ୍ତ ପଡ଼ିଆ ବ୍ଲକ ଅଞ୍ଚଳରେ ପଙ୍ଗପାଳଙ୍କ ଉତ୍ପାତ ଦେଖିବାକୁ ମିଳିଛି। ପଙ୍ଗପାଳକୁ ନେଇ ସରକାର ଚାଷୀଙ୍କୁ ସତର୍କ ରହିବା ପାଇଁ କହିଥିବା...

ଦୁର୍ଗମ କହମପଡ଼ି ଗାଁରେ ବିଧାୟକ ସାଲୁଗା

ଦାରିଙ୍ଗବାଡ଼ି,୧୪।୭(ଡି.ଏନ୍‌.ଏ.): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ପର୍ତ୍ତମାହା ପଞ୍ଚାୟତର ଦୁର୍ଗମ ଗାଁ କହମପଡ଼ିକୁ ରବିବାର ଜି.ଉଦୟଗିରି ବିଧାୟକ ସାଲୁଗା ପ୍ରଧାନ ଗସ୍ତ କରିଛନ୍ତି। ଗାଁକୁ ସବୁଦିନିଆ...

ନାବାଳିକା ବଳାତ୍କାର ମାମଲା: ପ୍ରମାଣ ଅଭାବରୁ ଅଭିଯୁକ୍ତ ନିର୍ଦ୍ଦୋଷ ସାବ୍ୟସ୍ତ

ବ୍ରହ୍ମପୁର ଅଫିସ,୨୪।୯: ବ୍ରହ୍ମପୁର ଅତିରିକ୍ତ ଜିଲା ଦୌରାଜଜ୍‌- ୨ ତଥା ସ୍ବତନ୍ତ୍ର ପୋକ୍ସୋ ଜଜ୍‌ ଜଗଦୀଶ ପ୍ରସାଦ ମହାନ୍ତି ଏକ ବଳାତ୍କାର ମାମଲାର ମଙ୍ଗଳବାର ଶୁଣାଣି...

ଶ୍ରମିକଙ୍କ ମୃତ୍ୟୁ: ଅଂଶୁଘାତ ଅଭିଯୋଗ

ନିରାକାରପୁର,୧୨ା୬(ଡି.ଏନ୍‌.ଏ.)-ଟ୍ରାକ୍ଟରରୁ ବାଲି ଅନ୍‌ଲୋଡ୍‌ କରୁଥିବା ସମୟରେ ମଙ୍ଗଳବାର ପୂର୍ବାହ୍ନ ୧୦.୩୦ରେ ଜଣେ ଶ୍ରମିକଙ୍କ ମୃତ୍ୟୁ ଘଟିଛି। ସେ ହେଲେ ଖୋର୍ଦ୍ଧା ଜିଲା ନିରାକାରପୁର ଥାନା ଅନ୍ତର୍ଗତ...

ବାଜ୍ୟାପ୍ତି ହେଲା ଚିଟ୍‌ଫଣ୍ଡ ସଂସ୍ଥାର ୨ ପ୍ଲଟ୍‌

ବାଲେଶ୍ୱର ଅଫିସ,୧୭।୫ ବାଲେଶ୍ୱର ଜିଲା ଚିଟ୍‌ଫଣ୍ଡ ଅଦାଲତରେ ସୋମବାର ଏକ ଠକେଇ ମାମଲାର ରାୟ ପ୍ରକାଶ ପାଇଛି। ଜଜ୍‌ ସଦାଶିବ ଜେନା ଏହାର ବିଚାର କରି...

Advertisement
Archives

Model This Week