କୋଇଲା ସମସ୍ୟା : ନାଲ୍‌କୋ ସିପିପିର ୬ ୟୁନିଟ୍‌ ବନ୍ଦ

ବଅଁରପାଳ, ୧।୧୦ (ଡି.ଏନ୍‌.ଏ.)-

ତାଳଚେରସ୍ଥିତ ଏମ୍‌ସିଏଲ୍‌ର କୋଇଲା ଖଣିରୁ ଆନ୍ଦୋଳନ ହଟିଯାଇଥିଲେ ବି ରାଷ୍ଟ୍ରାୟତ ଉଦ୍ୟୋଗ ନାଲ୍‌କୋକୁ ଆବଶ୍ୟକ ପରିମାଣର କୋଇଲା ଯୋଗାଣ ହୋଇପାରୁ ନାହିଁ। ଫଳରେ କିଛିଦିନ ହେଲା ନାଲ୍‌କୋ ନିଜସ୍ବ ବିଦ୍ୟୁତ୍‌ ପ୍ଲାଣ୍ଟ (ସିପିପି)ର ଗୋଟିଏ ପରେ ଗୋଟିଏ ୟୁନିଟ୍‌ ବନ୍ଦ ହେବାରେ ଲାଗିଛି। ପୂର୍ବରୁ ସିପିପିର ୫ଟି ୟୁନିଟ୍‌ ବନ୍ଦ ରହିଥିବା ବେଳେ ସୋମବାର ଆଉ ଏକ ୟୁନିଟ୍‌କୁ ବନ୍ଦ କରାଯାଇଥିବା ସୂଚନା ମିଳିଛି। ଏଥିଯୋଗୁ ଶକ୍ତି ଉତ୍ପାଦନ ହ୍ରାସ ପାଇଥିବାରୁ ପ୍ରକଳ୍ପ ଚଳାଇବା ପାଇଁ ନାଲ୍‌କୋ କର୍ତ୍ତୃପକ୍ଷଙ୍କୁ ବାହାରୁ ଚଢ଼ା ଦରରେ ବିଦ୍ୟୁତ୍‌ କିଣିବାକୁ ପଡ଼ୁଛି।
ପ୍ରକାଶ ଯେ, ନାଲ୍‌କୋ ସିପିପିର ମୋଟ୍‌ ୧୦ଟି ୟୁନିଟ୍‌ରୁ ଦୈନିକ ୧୨ଶହ ମେଗାଓ୍ବାଟ୍‌ ବିଦ୍ୟୁତ୍‌ ଉତ୍ପାଦିତ ହୋଇଥାଏ। ଏହା କାର୍ଯ୍ୟକ୍ଷମ ପାଇଁ ଏମ୍‌ସିଏଲ୍‌ରୁ ପ୍ରତିଦିନ ୧୫ରୁ ୧୬ ହଜାର ମେଟ୍ରିକ ଟନ୍‌ କୋଇଲା ଯୋଗାଇ ଦିଆଯାଇଥାଏ। କିନ୍ତୁ ଏବେ ୬ରୁ ୭ ହଜାର ମେଟ୍ରିକ ଟନ୍‌ କୋଇଲା ଆସୁଥିବାରୁ ତାହା ୪ଟି ୟୁନିଟ୍‌ ଚଳାଇବା ପାଇଁ ପର୍ଯ୍ୟାପ୍ତ ହେଉନାହିଁ। କାରଣ ସେଥିରୁ ବହୁ ପରିମାଣର କୋଇଲା ବ୍ୟବହାର ଉପଯୋଗୀ ନୁହେଁ। ଏହାଛଡ଼ା ଷ୍ଟକୟାର୍ଡରେ ବର୍ତ୍ତମାନ ପ୍ରାୟ ୩୫ ହଜାର ମେଟ୍ରିକ ଟନ୍‌ କୋଇଲା ଗଚ୍ଛିତ ରହିଛି। ତେଣୁ କର୍ତ୍ତୃପକ୍ଷ ମାତ୍ର ୪ଟି ୟୁନିଟ୍‌ ଚାଲୁ ରଖି ୪୨୦ ମେଗାୱାଟ ବିଦ୍ୟୁତ୍‌ ଶକ୍ତି ଉତ୍ପାଦନ କରିପାରୁଛନ୍ତି। ସିପିପିରେ ବିଦ୍ୟୁତ୍‌ ଉତ୍ପାଦନ କମିଯିବା ପରେ ସ୍ମେଲଟରର ପଟ୍‌ଗୁଡ଼ିକ ଲୋ-ଆମ୍ପିୟରରେ ଚାଲିଛି। ଏଥିଯୋଗୁ ଆଲୁମିନିୟମ ଉତ୍ପାଦନ ମଧ୍ୟ ହ୍ରାସ ପାଇଛି। ଏ ସମ୍ପର୍କରେ ନାଲ୍‌କୋ ଶ୍ରମିକ କଂଗ୍ରେସ ୟୁନିୟନର ବିଭବ ଜେନା କୁହନ୍ତି, ଏମ୍‌ସିଏଲ୍‌ରୁ ଯୋଗାଣ ହେଉଥିବା କୋଇଲାରେ ବହୁ ପଥର ଆସୁଛି। ଫଳରେ କୋଲ୍‌ ହ୍ୟାଣ୍ଡଲିଂ ପ୍ଲାଣ୍ଟର କ୍ରଶର ଓ ମିଲ୍‌ ବହୁ ସମୟରେ ବ୍ରେକ୍‌ ଡାଉନ୍‌ ହୋଇଯାଉଥିବା ଦେଖାଯାଉଛି। ନାଲ୍‌କୋର ଜଣେ ଅଧିକାରୀ କହିଛନ୍ତି, କୋଇଲା ସମସ୍ୟା ଯୋଗୁ ପ୍ଲାଣ୍ଟର ୬ଟି ୟୁନିଟ୍‌କୁ ବନ୍ଦ ରଖାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

କ୍ୟାବିନେଟ୍‌ ବୈଠକରେ ୯ ପ୍ରସ୍ତାବକୁ ମଞ୍ଜୁରୀ: ସରକାରୀ ଚାକିରିରେ ଥିବା ବେଳେ ମୃତ୍ୟୁ ହେଲେ ପରିବାରଲୋକଙ୍କୁ ଥଇଥାନ

ଭୁବନେଶ୍ୱର,୭।୨(ବ୍ୟୁରୋ): ରାଜ୍ୟ କ୍ୟାବିନେଟ୍‌ ବୈଠକରେ ଶୁକ୍ରବାର ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଗ୍ରହଣ କରାଯାଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ମୋଟ ୯ଟି ପ୍ରସ୍ତାବକୁ...

ହଜିଯାଇଥିବା ଭ୍ୟାନିଟି ଫେରିପାଇଲେ ମହିଳା

ଭୁବନେଶ୍ୱର, ୮ା୨(ବ୍ୟୁରୋ): ଶହୀନଗର ହାଟରେ ହଜିଯାଇଥିବା ଭ୍ୟାନିଟି ବ୍ୟାଗକୁ ଶୁକ୍ରବାର ଫେରିପାଇଛନ୍ତି ସ୍ମୃତିରେଖା ମହାପାତ୍ର ନାମ୍ନୀ ଜଣେ ମହିଳା। ସେଥିରେ ନଗଦ ୮ ହଜାର ଟଙ୍କା,...

ବନ୍ୟପ୍ରାଣୀଙ୍କ ସୁରକ୍ଷା ଉପରେ ଗୁରୁତ୍ୱ

ଭୁବନେଶ୍ୱର,୧୪।୯(ବ୍ୟୁରୋ): ରାଜ୍ୟରେ ଲଗାଣ ବର୍ଷା ଯୋଗୁ ବନ୍ୟପ୍ରାଣୀଙ୍କ ସୁରକ୍ଷା ଲାଗି ବନ ବିଭାଗ ପକ୍ଷରୁ ମାର୍ଗଦର୍ଶିକା ଜାରି କରାଯାଇଛି। ବର୍ଷା ଯୋଗୁ ବନ୍ୟ ଜନ୍ତୁଙ୍କର ଯେପରି...

କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ସମ୍ବର୍ଦ୍ଧିତ କଲା ପାଇକ ସଙ୍ଗଠନ

ଭୁବନେଶ୍ୱର, ୨୯ା୬(ବ୍ୟୁରୋ): ପୂର୍ବ ଭାରତ ସମୃଦ୍ଧ ହେଲେ ଭାରତ ସମୃଦ୍ଧ ହେବ। ହେଲେ ଓଡିଶାର ନେତୃତ୍ୱ ବିନା ପୂର୍ବ ଭାରତ ସମୃଦ୍ଧଶାଳୀ ହୋଇପାରିବ ନାହିଁ। ପୂର୍ବରୁ...

ବଢ଼ିଲା ସ୍ବତନ୍ତ୍ର ଓଜେଇଇ ଆବେଦନ ଅବଧି

ଭୁବନେଶ୍ୱର, ୧୫।୬(ବ୍ୟୁରୋ)- ସ୍ବତନ୍ତ୍ର ଓଜେଇଇ ପାଇଁ ଅନ୍‌ଲାଇନ୍‌ ଆବେଦନ ଓ ଫି’ ଦାଖଲ ଅବଧି ବୃଦ୍ଧି କରାଯାଇଛି। କରୋନା ସ୍ଥିତିକୁ ଦୃଷ୍ଟିରେ ରଖି ବି. ଟେକ୍‌...

ଘନୀଭୂତ ହେଲା ଲଘୁଚାପ: ଆଉ ୧୨ ଘଣ୍ଟା ପ୍ରବଳ ବର୍ଷିବ, ଜାରି ହେଲା ଓ୍ବାର୍ନିଂ

ଭୁବନେଶ୍ୱର,୯ା୮(ବ୍ୟୁରୋ)-ଉତ୍ତର ବଙ୍ଗୋପସାଗର, ଓଡ଼ିଶା ଉପକୂଳରେ ସୃଷ୍ଟି ହୋଇଥିବା ଲଘୁଚାପ ମଙ୍ଗଳବାର ଅବପାତ (ଡିପ୍ରେସନ)ରେ ପରିଣତ ହୋଇଛି। ଏଥିଯୋଗୁ ଆସନ୍ତା ୧୨ ଘଣ୍ଟା ରାଜ୍ୟର କେତେକ ସ୍ଥାନରେ...

ଏ ବର୍ଷ ବି ବୋଲ୍‌ବମ୍‌ ଉପରେ ଲାଗିଲା କଟକଣା

ଭୁବନେଶ୍ୱର,୧୩।୭(ବ୍ୟୁରୋ): ଗତବର୍ଷ ଭଳି ଚଳିତ ବର୍ଷ ମଧ୍ୟ କରୋନା ପାଇଁ ବୋଲବମ୍‌ ଉପରେ କଟକଣା ଲଗାଇଲେ ରାଜ୍ୟ ସରକାର। ଏନେଇ ଏସ୍‌ଆର୍‌ସିଙ୍କ ପକ୍ଷରୁ ମଙ୍ଗଳବାର ନିର୍ଦ୍ଦେଶନାମା...

ଦୁବାଇରୁ ଫେରିଲେ ୧୫୧ ପ୍ରବାସୀ ଓଡ଼ିଆ

ଭୁବନେଶ୍ୱର,୧୫।୫(ବ୍ୟୁରୋ): ସାରା ଦେଶରେ ଲକ୍‌ଡାଉନ୍‌ ଜାରି ରହିଥିବାବେଳେ ଗୁରୁବାର ରାତିରେ ଦୁବାଇରୁ ପ୍ରବାସୀ ଓଡ଼ିଆଙ୍କୁ ଆଣି ଏକ ଅନ୍ତର୍ଜାତୀୟ ବିମାନ ଭୁବନେଶ୍ୱର ବିମାନବନ୍ଦରରେ ଅବତରଣ କରିଛି।...

Advertisement
Archives

Model This Week