କୋଇଲା ସମସ୍ୟା : ନାଲ୍‌କୋ ସିପିପିର ୬ ୟୁନିଟ୍‌ ବନ୍ଦ

ବଅଁରପାଳ, ୧।୧୦ (ଡି.ଏନ୍‌.ଏ.)-

ତାଳଚେରସ୍ଥିତ ଏମ୍‌ସିଏଲ୍‌ର କୋଇଲା ଖଣିରୁ ଆନ୍ଦୋଳନ ହଟିଯାଇଥିଲେ ବି ରାଷ୍ଟ୍ରାୟତ ଉଦ୍ୟୋଗ ନାଲ୍‌କୋକୁ ଆବଶ୍ୟକ ପରିମାଣର କୋଇଲା ଯୋଗାଣ ହୋଇପାରୁ ନାହିଁ। ଫଳରେ କିଛିଦିନ ହେଲା ନାଲ୍‌କୋ ନିଜସ୍ବ ବିଦ୍ୟୁତ୍‌ ପ୍ଲାଣ୍ଟ (ସିପିପି)ର ଗୋଟିଏ ପରେ ଗୋଟିଏ ୟୁନିଟ୍‌ ବନ୍ଦ ହେବାରେ ଲାଗିଛି। ପୂର୍ବରୁ ସିପିପିର ୫ଟି ୟୁନିଟ୍‌ ବନ୍ଦ ରହିଥିବା ବେଳେ ସୋମବାର ଆଉ ଏକ ୟୁନିଟ୍‌କୁ ବନ୍ଦ କରାଯାଇଥିବା ସୂଚନା ମିଳିଛି। ଏଥିଯୋଗୁ ଶକ୍ତି ଉତ୍ପାଦନ ହ୍ରାସ ପାଇଥିବାରୁ ପ୍ରକଳ୍ପ ଚଳାଇବା ପାଇଁ ନାଲ୍‌କୋ କର୍ତ୍ତୃପକ୍ଷଙ୍କୁ ବାହାରୁ ଚଢ଼ା ଦରରେ ବିଦ୍ୟୁତ୍‌ କିଣିବାକୁ ପଡ଼ୁଛି।
ପ୍ରକାଶ ଯେ, ନାଲ୍‌କୋ ସିପିପିର ମୋଟ୍‌ ୧୦ଟି ୟୁନିଟ୍‌ରୁ ଦୈନିକ ୧୨ଶହ ମେଗାଓ୍ବାଟ୍‌ ବିଦ୍ୟୁତ୍‌ ଉତ୍ପାଦିତ ହୋଇଥାଏ। ଏହା କାର୍ଯ୍ୟକ୍ଷମ ପାଇଁ ଏମ୍‌ସିଏଲ୍‌ରୁ ପ୍ରତିଦିନ ୧୫ରୁ ୧୬ ହଜାର ମେଟ୍ରିକ ଟନ୍‌ କୋଇଲା ଯୋଗାଇ ଦିଆଯାଇଥାଏ। କିନ୍ତୁ ଏବେ ୬ରୁ ୭ ହଜାର ମେଟ୍ରିକ ଟନ୍‌ କୋଇଲା ଆସୁଥିବାରୁ ତାହା ୪ଟି ୟୁନିଟ୍‌ ଚଳାଇବା ପାଇଁ ପର୍ଯ୍ୟାପ୍ତ ହେଉନାହିଁ। କାରଣ ସେଥିରୁ ବହୁ ପରିମାଣର କୋଇଲା ବ୍ୟବହାର ଉପଯୋଗୀ ନୁହେଁ। ଏହାଛଡ଼ା ଷ୍ଟକୟାର୍ଡରେ ବର୍ତ୍ତମାନ ପ୍ରାୟ ୩୫ ହଜାର ମେଟ୍ରିକ ଟନ୍‌ କୋଇଲା ଗଚ୍ଛିତ ରହିଛି। ତେଣୁ କର୍ତ୍ତୃପକ୍ଷ ମାତ୍ର ୪ଟି ୟୁନିଟ୍‌ ଚାଲୁ ରଖି ୪୨୦ ମେଗାୱାଟ ବିଦ୍ୟୁତ୍‌ ଶକ୍ତି ଉତ୍ପାଦନ କରିପାରୁଛନ୍ତି। ସିପିପିରେ ବିଦ୍ୟୁତ୍‌ ଉତ୍ପାଦନ କମିଯିବା ପରେ ସ୍ମେଲଟରର ପଟ୍‌ଗୁଡ଼ିକ ଲୋ-ଆମ୍ପିୟରରେ ଚାଲିଛି। ଏଥିଯୋଗୁ ଆଲୁମିନିୟମ ଉତ୍ପାଦନ ମଧ୍ୟ ହ୍ରାସ ପାଇଛି। ଏ ସମ୍ପର୍କରେ ନାଲ୍‌କୋ ଶ୍ରମିକ କଂଗ୍ରେସ ୟୁନିୟନର ବିଭବ ଜେନା କୁହନ୍ତି, ଏମ୍‌ସିଏଲ୍‌ରୁ ଯୋଗାଣ ହେଉଥିବା କୋଇଲାରେ ବହୁ ପଥର ଆସୁଛି। ଫଳରେ କୋଲ୍‌ ହ୍ୟାଣ୍ଡଲିଂ ପ୍ଲାଣ୍ଟର କ୍ରଶର ଓ ମିଲ୍‌ ବହୁ ସମୟରେ ବ୍ରେକ୍‌ ଡାଉନ୍‌ ହୋଇଯାଉଥିବା ଦେଖାଯାଉଛି। ନାଲ୍‌କୋର ଜଣେ ଅଧିକାରୀ କହିଛନ୍ତି, କୋଇଲା ସମସ୍ୟା ଯୋଗୁ ପ୍ଲାଣ୍ଟର ୬ଟି ୟୁନିଟ୍‌କୁ ବନ୍ଦ ରଖାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ସାଙ୍ଗଙ୍କୁ ଘରୁ ଡାକିନେଇ ଛୁରି ଭୁସି ହତ୍ୟା, ରକ୍ତ ଜୁଡୁବୁଡୁ ଅବସ୍ଥାରେ…

ରାଜନଗର,୧୧ା୬(ଭାସ୍କର ରାଉତରାୟ): କେନ୍ଦ୍ରାପଡ଼ା ଜିଲା ପଟାମୁଣ୍ଡାଇ ବ୍ଲକ ଗ୍ରାମାଞ୍ଚଳ ଥାନା ଅଧିନସ୍ଥ କଜଳବନ୍ଧ ଗ୍ରାମରେ ବୁଧବାର ରାତିରେ ଏକ ଦୁଖଃଦ ତଥା ଅଭାବନୀୟ ଘଟଣା ଘଟିଯାଇଛି। ରାତି…

ରବି ଧାନ ଉଠାଣରେ ବିଳମ୍ବ: ବର୍ଷାରେ ଭିଜି ଧାନ ଗଜା, ଜାତୀୟ ରାଜପଥରେ ବସିଲେ ଚାଷୀ

ଭବାନୀପାଟଣା, କେସିଙ୍ଗା, ୧୧।୬(ଉତ୍ତମ କୁମାର ଦାଶ/ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା ଏମ.ରାମପୁର ବ୍ଲକର ଅଁଳାପାଲି ଓ ବମକ ମଣ୍ଡିରେ ରବିଧାନ ଉଠାଣ ବିଳମ୍ବକୁ ନେଇ ସ୍ଥାନୀୟ ଚାଷୀଙ୍କ…

ଭଗବାନ ରାମଙ୍କ ବିଷୟରେ ମନ୍ତବ୍ୟ ମାମଲାରେ ବଢ଼ିଲା ରାହୁଲଙ୍କ ଅଡୁଆ, FIR….

ନୂଆଦିଲ୍ଲୀ,୧୧।୬: ରାହୁଲ ଗାନ୍ଧୀଙ୍କୁ ପୁଣି ଏକ ଝଟକା । ପ୍ରଭୁ ରାମଙ୍କ ବିଷୟରେ ମନ୍ତବ୍ୟ ଦେବା ନେଇ କଂଗ୍ରେସ ଏମପି ରାହୁଲ ଗାନ୍ଧୀଙ୍କ ବିରୁଦ୍ଧରେ ରୁଜୁ ହୋଇଥିବା…

କେନ୍ଦ୍ର ସରକାରଙ୍କ ବଡ଼ ଘୋଷଣା, ହାଇ-ଏଥାନଲ ପେଟ୍ରୋଲରୁ ଏକ୍ସସାଇଜ ଡ୍ୟୁଟି ସମ୍ପୂର୍ଣ୍ଣ ଛାଡ଼

ନୂଆଦିଲ୍ଲୀ,୧୧।୬: ପଶ୍ଚିମ ଏସିଆ (West Asia)ରେ ଜାରି ରହିଥିବା ଯୁଦ୍ଧ ଏବଂ ଉତ୍ତେଜନା କାରଣରୁ ବିଶ୍ୱ ଶକ୍ତି ବଜାର (Global Energy Market)ରେ ସୃଷ୍ଟି ହୋଇଥିବା ହାହାକାର…

ଆସୁଛି ରଜ: ହେଲେ ଦରମା ପାଇବାରୁ ବଞ୍ଚିତ ଶିକ୍ଷୟିତ୍ରୀ-ଶିକ୍ଷକ

ପଟାଙ୍ଗି,୧୧ା୬(ଶରତ କୁମାର ଧଳ): ଆଉ କିଛିଦିନ ପରେ ରଜ। ଏହିପରି ସ୍ଥିତିରେ ଏସ୍‌ଏସ୍‌ଏ ଅନୁଦାନରୁ ପାଉଥିବା ଦରମା ପାଇବାରୁ ବଞ୍ଚିତ ହୋଇଛନ୍ତି ଶିକ୍ଷୟିତ୍ରୀ-ଶିକ୍ଷକଙ୍କଠାରୁ ଆରମ୍ଭ କରି ସମସ୍ତ…

ମାସେ ତଳେ ଫୁଲ ତୋଳିବାକୁ ଯାଉ ଆଉ ଫେରି ନ ଥିଲେ ସୁନ୍ଦରୀ: କେନାଲରୁ ମିଳିଲା…

ଭଞ୍ଜନଗର,୧୧।୬(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅନ୍ତର୍ଗତ ଡୁମାକୁମ୍ପା ପଞ୍ଚାୟତ ଗୁଡିପଦର ଗ୍ରାମ ନିକଟ ଏକ କେନାଲ ପାଖରୁ ଏକ ନରକଙ୍କାଳ ଉଦ୍ଧାର ହୋଇଛି। ଖବର…

ଭାରତ ଉପରେ ମାଡ଼ିଆସୁଛି ବଡ଼ ସଙ୍କଟ: ହର୍ମୁଜ ପ୍ରଣାଳୀ ବନ୍ଦ ପରେ ଏବେ ବଢିବ…

ନୂଆଦିଲ୍ଲୀ,୧୧।୬: ପଶ୍ଚିମ ଏସିଆରେ ଉତ୍ତେଜନା ଏବଂ ସଙ୍କଟ ବିଶ୍ୱବ୍ୟାପୀ ଅସ୍ଥିରତା ସୃଷ୍ଟି କରିଛ ଭାରତ ଏହି ପରିସ୍ଥିତିରୁ ମୁକ୍ତ ନୁହେଁ। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଦ୍ୱାରା…

ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ସ୍ୱାମୀ ଲକ୍ଷ୍ମଣାନନ୍ଦ ହତ୍ୟା, ସମ୍‌ ହସ୍ପିଟାଲ ଅଗ୍ନିକାଣ୍ଡ ଫାଇଲ ଗାଏବ

ଭୁବନେଶ୍ୱର,୧୧।୬ (ପ୍ରସନଜିତ୍‌ ସାହୁ): କନ୍ଧମାଳ ଜଲେଶପେଟା ଆଶ୍ରମରେ ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀଙ୍କୁ ହତ୍ୟା ଘଟଣାକୁ ନେଇ ଏ. ଏସ୍‌. ନାଇଡୁ କମିଶନ ତଦନ୍ତ କରି ସରକାରଙ୍କୁ ରିପୋର୍ଟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri