ହୁମ୍ମର ଗାଁ ରାସ୍ତା ନିର୍ମାଣ ନିମ୍ନମାନର: ପୁନଃ ନିର୍ମାଣ ନିର୍ଦ୍ଦେଶ ଦେଲେ ବିଡିଓ

ଛତ୍ରପୁର,୨୫ା୭(ଡି.ଏନ.ଏ)-ଗୋପବନ୍ଧୁ ଗ୍ରାମୀଣ ଯୋଜନାରେ ଛତ୍ରପୁର ବ୍ଲକ ପୋଡାପଦର ପଞ୍ଚାୟତ ହୁମ୍ମର ଗାଁରେ ଅତି ନିମ୍ନମାନର କଂକ୍ରିଟ୍‌ ରାସ୍ତା ନିର୍ମାଣ ହେଉଥିବା ବ୍ଲକ ପ୍ରଶାସନ ନିକଟରେ ଅଭିଯୋଗ ହୋଇଥିଲା। ଗୁରୁବାର ଛତ୍ରପୁର ବିଡିଓ ଅମ୍ବିକା ପ୍ରସାଦ ଦାଶ ତାଙ୍କ ଷ୍ଟାଫଙ୍କ ସହ ସେଠାକୁ ଯାଇ ରାସ୍ତା ଦେଖିଥିଲେ ା ହୁମ୍ମର ଗାଁ ଜୟଦୁର୍ଗା ମନ୍ଦିର ଠାରୁ ଦୁର୍ଗା ଘାଇ ଶଙ୍ଖ ପର୍ଯ୍ୟନ୍ତ ନିର୍ମାଣ ହେଉଥିବା ଏହି ୯୨ ମିଟର କଂକ୍ରିଟ୍‌ ରାସ୍ତା ପାଇଁ ଗତ ଆର୍ଥିକ ବର୍ଷରେ ଗୋପବନ୍ଧୁ ଗ୍ରାମୀଣ ଯୋାଜନାରେ ୩ ଲକ୍ଷ ଟଙ୍କା ମଞ୍ଜୁର ହୋଇଥିଲା। ତେବେ ନିମ୍ନମାନର କାମ ହେଉଥିବା ସ୍ଥାନୀୟ ଲୋକଙ୍କ ଅଭିଯୋଗ ପାଇ ଗୁରୁବାର ବର୍ଷା ସତ୍ତ୍ୱେ ବିଡିଓ ଗାଁରେ ପହଞ୍ଚି ଶ୍ରମିକମାନଙ୍କ ଦ୍ୱାରା ରାସ୍ତାର ଗୋଟିଏ ସ୍ଥାନ ଖୋଳି ତଦନ୍ତ କରିଥିଲେ ା ସେଥିରୁ କାମ ନିମ୍ନମାନର ହୋଇଥିବା ସ୍ପଷ୍ଟ ଜଣାପଡିଥିଲା ା ତଦନ୍ତ ବେଳେ ଯନ୍ତ୍ରୀ ଜୟସେନ ବେହେରା ଉପସ୍ଥିତ ଥିଲେ। ଯୋଜନାର ଗାଇଡଲାଇନ୍‌ ଅନୁଯାୟୀ ରାସ୍ତା ନିର୍ମାଣ ହୋଇ ନ ଥିବାରୁ ୩ ଇଞ୍ଚ କଂକ୍ରିଟ୍‌ ପକାଇ ରାସ୍ତା କାମ ସାରିବାକୁ ବିଡିଓ ନିର୍ଦ୍ଦେଶ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୧୦ ଡିଗ୍ରୀ ତଳେ ପାରଦ: କମୁଛି ତାପମାତ୍ରା, ବଢୁଛି ଥଣ୍ଡା

ଭୁବନେଶ୍ୱର,୯।୧୧(ବ୍ୟୁରୋ): ରାଜ୍ୟରେ ପାରଦ ଧୀରେ ଧୀରେ ଖସିବାରେ ଲାଗିଛି। ତାପମାତ୍ରା କମୁଥିବାରୁ ଥଣ୍ଡା ବଢ଼ୁଛି। ସନ୍ଧ୍ୟା ଅପେକ୍ଷା ସକାଳେ ଅଧିକ ଶୀତ ଅନୁଭୂତ ହେଉଛି। ରବିବାର...

ସଙ୍ଗରୋଧ ଗୃହ ପାଇଁ ଖାଦ୍ୟ ତାଲିକା ଜାରି କଲା ପ୍ରଶାସନ

ଭଦ୍ରକ ଅଫିସ,୫।୫: ଭଦ୍ରକ ଜିଲାରେ କାର୍ଯ୍ୟ କରୁଥିବା ସମସ୍ତ ସଙ୍ଗରୋଧ ଗୃହ ପାଇଁ ଏକ ଖାଦ୍ୟ ତାଲିକା ଜାରି କରିଛି ଜିଲା ପ୍ରଶାସନ। କ୍ୱାରାଣ୍ଟାଇନ ସେଣ୍ଟରରେ...

ଅନୁଗୋଳ-ସମ୍ବଲପୁର ଜାତୀୟ ରାଜପଥରେ ସଡ଼କ ଦୁର୍ଘଟଣା

ଛେଣ୍ଡିପଦା,୨୬।୧୨(ସ୍ବ.ପ୍ର.): ଅନୁଗୋଳ ଜିଲା ଜରପଡା ଥାନା ଦେଇ ଯାଇଥିବା ଅନୁଗୋଳ-ସମ୍ବଲପୁର ୫୫ନଂ ଜାତୀୟ ରାଜପଥ ଭାଗିରଥିପୁର ନିକଟରେ ସଡ଼କ ଦୁର୍ଘଟଣା ଘଟିଛି। ଏକ ଯାତ୍ରୀବାହି ବସ୍‌...

ଆଗୁଆ ପଦକ୍ଷେପ ନ ନେଲେ କୋଟିଆ ଭଳି ୧୦୦ ଗାଁ ଓଡ଼ିଶାରୁ ହଜିଯିବ

ଭୁବନେଶ୍ୱର,୨୦।୩(ବ୍ୟୁରୋ): ୨୦୨୧-୨୨ ଆର୍ଥିକ ବର୍ଷ ପାଇଁ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ମୋଟ ୧୨୭୮ କୋଟି ୫୧ଲକ୍ଷ ୩୧ ହଜାର ଟଙ୍କା ଏବଂ ଅବକାରୀ...

CORONAVIRUS UPDATE: ରାଜ୍ୟରେ ଆଜି ୧୪୩୪ ନୂଆ ପଜିଟିଭ୍‌ ଚିହ୍ନଟ

ଭୁବନେଶ୍ୱର,୮।୧୧(ବ୍ୟୁରୋ): ରାଜ୍ୟରେ ରବିବାର ୧୪୩୪ ନୂଆ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ୍‌ ଆକ୍ରାନ୍ତଙ୍କ ସଂଖ୍ୟା ୩୦୧୫୭୪କୁ ବୃଦ୍ଧି ପାଇଥିବା ରାଜ୍ୟ...

୬ ମାସ ପରେ ୧୭ ପଇସା କମିଲା ଡିଜେଲ

ଭୁବନେଶ୍ୱର,୪ା୯: ପ୍ରାୟ ୬ ମାସ ପରେ ପ୍ରଥମ ଥର ଲାଗି ଡିଜେଲ ଦର କମିଥିବା ନଜରକୁ ଆସିଛି। ଗୁରୁବାର ଭୁବନେଶ୍ୱରରେ ଡିଜେଲ ଲିଟର ପିଛା ୧୭...

ପୁଅ ନୁହେଁ, ବଡ଼ଝିଅ ଦେଲେ ମୁଖାଗ୍ନି

ମାଲକାନଗିରି,୮ା୨: ପୁଅ ପରି ମଧ୍ୟ ଝିଅ ସବୁ କିଛି ଦାୟିତ୍ୱ ତୁଲାଇପାରେ। ଉଡାଜାହାଜରେ ଆକାଶରେ ଉଡିବାଠାରୁ ଆରମ୍ଭ କରି ପାଣିରେ ପହଁରିବା ପର୍ଯ୍ୟନ୍ତ ସବୁ ଅସମ୍ଭବକୁ...

ଭାଜପା ଆଭିମୁଖ୍ୟ ଉପରେ ନଜର

ଭୁବନେଶ୍ୱର, ୬ା୭(ବ୍ୟୁରୋ): ଗୁରୁବାର ନିର୍ବାଚନ କମିଶନ ପାଟକୁରା ନିର୍ବାଚନ ପାଇଁ ତାରିଖ ଘୋଷଣା କରିଛନ୍ତି। ଆସନ୍ତା ୨୦ରେ ପାଟକୁରାରେ ଭୋଟ ହେବାକୁ ଥିବାବେଳେ ୨୪ରେ ହେବ...

Advertisement


Archives

Model This Week