ହିନ୍ଦୁ, ମୁସଲମାନଙ୍କ ମିଳନସ୍ଥଳ: ସୟଦ ହାତିମଶାହା ପୀରବାବାଙ୍କ ପୀଠ

ରୂପସା, ୧୩ା୩(ବାଞ୍ଛାନିଧି ଦେ)-ବାଲେଶ୍ୱର ଜିଲା ବସ୍ତା ବ୍ଲକ ରାଉତପଡା ପଞ୍ଚାୟତର କାନ୍ଥି ବସ୍ତିରେ ରହିଛି ପ୍ରସିଦ୍ଧ ସୟଦ ହାତିମଶାହା ପୀରବାବାଙ୍କ ପୀଠ। ହିନ୍ଦୁ ଓ ମୁସଲମାନମାନଙ୍କ ବିଶ୍ୱାସର ମିଳନସ୍ଥଳ ପାଲଟିଛି ଏହି ଭକ୍ତି ପୀଠ। ଭକ୍ତମାନେ ଧୂପ, କଦଳୀ, ଭୋଗ ଓ ମାଟି ଘୋଡାଦାନ କରି ପୂଣ୍ୟ ଅର୍ଜନ କରନ୍ତି। ତାଙ୍କ ଆଶିଷରେ ବିପଦମୁକ୍ତ ହୋଇଯାନ୍ତି।
ଜନଶ୍ରୁତି ଅନୁଯାୟୀ, ୧୬୦୦ରୁ ୧୭୦୦ ଖ୍ରୀଷ୍ଟାବ୍ଦରେ କାବୁଲର ସୈନ୍ୟ ଭାବେ କେହି ଜଣେ ବାଦଶାହା ଏହି ରାସ୍ତା ଦେଇ ଫେରୁଥିଲେ। କୌଣସି ଯୁଦ୍ଧରୁ ଫେରୁଥିବାରୁ ସେ କ୍ଳାନ୍ତି ଅନୁଭବ କରୁଥିଲେ। ଜଙ୍ଗଲଭରା ରାସ୍ତାରେ ସୂର୍ଯ୍ୟାସ୍ତ ସମୟ ହୋଇଯିବାରୁ ସେ ସେଠାରେ ବିଶ୍ରାମ ନେଲେ। ନିଜ ଘୋଡାକୁ ଜଙ୍ଗଲରେ ବାନ୍ଧି ଦେଇଥିଲେ। ଏହି ସମୟରେ ଦକ୍ଷିଣ କଳିଙ୍ଗର ରାଜା ବାସୁଦେବ ଗୟାରୁ ତୀର୍ଥ ସାରି ଫେରୁଥିବା ବେଳେ ସେଠାରେ ପହଞ୍ଚି ରାତ୍ରିଯାପନ କଲେ। ଏଠାରେ ପୀରବାବା ଆବିର୍ଭାବ ହୋଇଛନ୍ତି ବୋଲି ସେ ସ୍ବପ୍ନରେ ଦେଖିଲେ। ତାଙ୍କର ସେବା ଶୁଶ୍ରୂଷା ପାଇଁ କେତେକ ଲୋକଙ୍କୁ ନିଯୁକ୍ତି ପୂର୍ବକ ସେମାନଙ୍କୁ ଜମିଦାରୀ ପ୍ରଦାନ କର ବୋଲି ରାଜାଙ୍କୁ ସ୍ବପ୍ନାଦେଶ ହୋଇଥିଲା। ଏହାକୁ ସତ ଭାବି ରାଜା ବାସୁଦେବ ନିଜର କର୍ତ୍ତବ୍ୟ ସମ୍ପାଦନ କରିଥିଲେ। ଏହି ପୀରବାବା ଆଉ କେହି ନୁହନ୍ତି, ଘୋଡା ଚଢି ଆସିଥିବା କାବୁଲର ସେହି କ୍ଳାନ୍ତ ବାଦଶାହା ହାତିମଶାହା ପୀରବାବା ଆବିର୍ଭାବ ହୋଇ ସେହିଦିନଠାରୁ ପୂଜା ପାଇ ଆସୁଛନ୍ତି। ରାତିରେ ବାବା ଘୋଡା ପିଠିରେ ବସି ଗାଁ ପରିକ୍ରମା କରୁଥିବା ବିଶ୍ୱାସ ରହିଛି। ଆରୋଗ୍ୟ ହେବା ସହ ମନସ୍କାମନା ପୂରଣ ପାଇଁ ଭକ୍ତମାନେ ସେଠାରେ ଭିଡ ଜମାନ୍ତି। ବାସ୍ତବରେ ଏହି ଭକ୍ତି ପୀଠ ହିଁ ହିନ୍ଦୁ-ମୁସଲମାନଙ୍କ ମିଳନ ସ୍ଥଳ ବୋଲି ସମସ୍ତେ କୁହନ୍ତି।
ଏମାନେ କୁହନ୍ତିି
ଗାଁ ମୁଖିଆ ସେକ୍‌ ମଡିଆ, ଲାଲା ଶାହା, କୁଦରତ ଶାହାଙ୍କ କହିବା ଅନୁଯାୟୀ ଗାଁରେ ବସନ୍ତ, ମିଳିମିଳା, ଝାଡାବାନ୍ତି ଆଦି ବ୍ୟାପିଲେ ରାତିରେ ବାବା ଘୋଡା ପିଠିରେ ବସି ଗାଁ ପରିକ୍ରମା କରନ୍ତି । ତାଙ୍କ ଘୋଡା ଟାପୁ ଶବ୍ଦ ଲୋକେ ଶୁଣିଛନ୍ତି। ବାବା ଗାଁରେ ବୁଲିଲେ ଗ୍ରାମବାସୀ ରୋଗମୁକ୍ତ ହୋଇଯାନ୍ତି।
ଅବସରପ୍ରାପ୍ତ ଶିକ୍ଷକ ଜଗନ୍ନାଥ ପାଣିଗ୍ରାହୀ କୁହନ୍ତି, ବାବା କେବଳ ମୁସଲମାନଙ୍କର ନୁହନ୍ତି। ସେ ହିନ୍ଦୁଙ୍କର ମଧ୍ୟ। ସମସ୍ତେ ମିଶି ପ୍ରତି ଗୁରୁବାର କଲ୍ୟାଣ ଲଭିବା ପାଇଁ ଏଠାରେ ପୂଜାର୍ଚ୍ଚନା କରିଥାନ୍ତି। ଏହି ପୀଠ ଇତିହାସର କିମ୍ବଦନ୍ତୀ ବହନ କରିଥିବାରୁ ସମସ୍ତେ ବିଶ୍ୱାସର ସହ ଏଠାକୁ ଆସିଥାନ୍ତି।
ଉର୍ସ କମିଟି କର୍ମକର୍ତ୍ତା ଜୁମନ ଖାଁ, ମନସୁର ଶାହା, ସେକରିଆଜ କହନ୍ତି ପ୍ରତିବର୍ଷ ଏହି ପୀଠରେ ଉର୍ସ ପର୍ବ ପାଳନ ହୁଏ। ଓଡିଶା, କଲିକତା, ବିହାରରୁ ଆସି ଶ୍ରଦ୍ଧାଳୁମାନେ ପୂଜାର୍ଚ୍ଚନା କରିଥାନ୍ତି। ପୀର ବାବାଙ୍କ ଗୋସଲ, କୁର୍ବାନଖାନ, ଚାଦର ଚଢା ସହ ବିରାଟ କବାଲିର ଆୟୋଜନ ହୁଏ।
ଏହି ଭକ୍ତି, ନୈବେଦ୍ୟର ପୀଠ ଏବେ ଭାଇଚାରା, ଏକତାର ବାର୍ତ୍ତା ବହନ କରିବା ସହ ସଭିଙ୍କୁ ବିଶ୍ୱାସ ଡୋରିରେ ବାନ୍ଧି ରଖିଥିବାରୁ ସ୍ଥାନୀୟ ଲୋକେ ଏହାର ସାମଗ୍ରିକ ବିକାଶ ପାଇଁ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମହିଳାଙ୍କ ଆକାଉଣ୍ଟରୁ ଗାଏବ ହୋଇଗଲା ୧୨.୪୫ ଲକ୍ଷ

ବାଲେଶ୍ୱର ଅଫିସ, ୨୯।୧୨: ବାଲେଶ୍ୱର ଜିଲାରେ ଏକ ବଡ଼ଧରଣର ସାଇବର ଠକେଇ ସାମ୍ନାକୁ ଆସିଛି। ଜଣେ ମହିଳାଙ୍କ ଇଣ୍ଡସ୍‌ଇଣ୍ଡ ବ୍ୟାଙ୍କ, ବାଲେଶ୍ୱର ବ୍ରାଞ୍ଚରେ ଥିବା ଫିକ୍ସଡ୍‌...

୩ ନାବାଳକଙ୍କୁ ଉଦ୍ଧାର କଲା ଚାଇଲ୍ଡଲାଇନ

ସିମୁଳିଆ, ୨୬।୫(ଡି.ଏନ.ଏ.): ‘ଧରିତ୍ରୀ’ରେ ଖବର ପ୍ରକାଶ ହେବା ପରେ ବାଲେଶ୍ୱର ଜିଲା ସିମୁଳିଆ ଥାନା କହ୍ନେଇବିନ୍ଧା ପଞ୍ଚାୟତ କଇଁଶୀ ଆଦିବାସୀ ସାହିରେ ମା’ଙ୍କ ମୃତ୍ୟୁ ପରେ...

ସିଂଲା ଥାନା ଅଞ୍ଚଳରେ ପୋଲିସର ଚଢ଼ାଉ: ୫୧ ଗ୍ରାମ ବ୍ରାଉନସୁଗାର ଜବତ, ଜଣେ ଗିରଫ

ବସ୍ତା, ୧୫ା୧(ଡି.ଏନ୍‌.ଏ.)- ବାଲେଶ୍ୱର ଜିଲା ସିଂଲା ଥାନା ପୋଲିସ ବୁଧବାର କାଦରାୟାଁ ଅଞ୍ଚଳରେ ଚଢାଉ କରି ୫୧ଗ୍ରାମ ବ୍ରାଉନ ସୁଗାର ଜବତ କରିଛି। ଘଟଣାରେ ଜଣେ...

ହୋମ କ୍ୱାରାଣ୍ଟାଇନରେ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡଙ୍ଗୀ

ବାଲେଶ୍ୱର ଅଫିସ, ୬ା୭- କେନ୍ଦ୍ର ଏମଏସଏମ୍‌ଇ ମନ୍ତ୍ରୀ ପ୍ରତାପ ଷଡଙ୍ଗୀ ଚଳିତମାସ ୨ ଓ ୩ ତାରିଖରେ ନୀଳଗିରି ବିଧାୟକ ଇଂ ସୁକାନ୍ତ ନାୟକଙ୍କ ସହ...

ଭାଣିଜୀ କାଠଫାଳିଆ ମାଡ଼ରେ ମାମୁଙ୍କ ମୃତ୍ୟୁ: ଭାଣିଜୀ ଗିରଫ

ବାଲେଶ୍ୱର ଅଫିସ,୨୦।୭: ବାଲେଶ୍ୱର ଜିଲା ଚାନ୍ଦିପୁର ଥାନା ଅଧୀନ ସାହାଦା ଗ୍ରାମରେ ଶୁକ୍ରବାର ବିଳମ୍ବିତ ରାତିରେ ଏକ ଅଭାବନୀୟ ଘଟଣା ଘଟିଛି। ଭାଣିଜୀ କାଠଫାଳିିଆ ମାଡ଼ରେ...

ଦିନ ଦ୍ୱିପ୍ରହରେ ୫ଲକ୍ଷ ଟଙ୍କାର ସୁନାଗହଣା ଲୁଟ୍‌

କୁଳିଅଣା,୨୩।୬ (ଡି.ଏନ୍‌.ଏ.)-ମୟୂରଭଞ୍ଜ ଜିଲା କୁଳିଅଣା ବଜାରରେ ଥିବା ମା’ ତାରିଣୀ ଜୁଏଲର୍ସ ଦୋକାନରୁ ୫ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କାର ସୁନା ଅଳଙ୍କାର ଲୁଟ୍‌ ହୋଇଛି। ଶନିବାର...

ବାତ୍ୟା ପରେ ବନ୍ୟା, ତଳିଆ ଅଞ୍ଚଳ ଲୋକେ ଆତଙ୍କିତ

ବାଲେଶ୍ୱର ଅଫିସ,୨୮ା୫: ବାତ୍ୟା ‘ୟାସ୍‌’ ପ୍ରଭାବରେ ଉପରମୁଣ୍ଡରେ ପ୍ରବଳ ବର୍ଷା ଲାଗି ରହିଥିବାରୁ ବାଲେଶ୍ବର ଦେଇ ପ୍ରବାହିତ ସୁବର୍ଣ୍ଣରେଖା ସମେତ ବୁଢ଼ାବଳଙ୍ଗ ଏବଂ ଜଳକା ନଦୀର...

ମଦ ଜବତ କଲେ ଖଇରା ତହସିଲଦାର

ଖଇରା, ୨।୪(ଡି.ଏନ.ଏ.)-ବାଲେଶ୍ୱର ଜିଲା ଅଧୀନ ଖଇରା ଅଞ୍ଚଳରେ ଲକ୍‌ଡାଉନ କଟକଣା ଯେତେ ବଢୁଛି ସମାନ୍ତରାଳ ଭାବେ ମଦ ବିକ୍ରି ମଧ୍ୟ ସେହିଭଳି ଭାବେ ବଢି ଚାଲିଛି।...

Advertisement
Archives

Model This Week