ହିଞ୍ଜିଳି ପୋଲିସ ଦ୍ୱାରା ଗଞ୍ଜେଇ ଚୋରାଚାଲାଣ ର଼୍ୟାକେଟ ଠାବ: ୨ବସ୍ତା ଗଞ୍ଜେଇ ଜବତ, ୩ ଗିରଫ

ହିଞ୍ଜିଳିକାଟୁ,୨୨ା୭(ଡି.ଏନ୍‌.ଏ): କନ୍ଧମାଳଠାରୁ ରାଜଧାନୀ ନୂଆଦିଲୀ ପର୍ଯ୍ୟନ୍ତ ଲମ୍ବିଥିବା ଏକ ଗଞ୍ଜେଇ ଚୋରା ଚାଲାଣ ର଼୍ୟାକେଟକୁ ରବିବାର ସନ୍ଧ୍ୟାରେ ହିଞ୍ଜିଳି ପୋଲିସ ଠାବ କରିବା ସହ ଗ୍ୟାଙ୍ଗର ୩ ଅଭିଯୁକ୍ତଙ୍କୁ ଗିରଫ କରିଛି। ସେମାନେ ହେଲେ କାର ଡ୍ରାଇଭର ତଥା ନୂଆଦିଲୀସ୍ଥିତ ରାଣୀଖେଦା ଅଞ୍ଚଳର ଆଶିଷ କୁମାର, ବିହାର ବୈଶାଳୀ ଜିଲା ରଘୁଆପୁରର ନାନକ ରାଏ ଓ ମିର୍ଜାପୁର ଜିଲା କଟରା ଅଞ୍ଚଳର ସୁରଜ ମଣ୍ଡଳ। ସେମାନଙ୍କ ନିକଟରୁ ୨ ବସ୍ତା ଗଞ୍ଜେଇ, ଏକ ଦାମୀ କାର ଜବତ ହୋଇଛି। ଥାନା ଏସ୍‌ଆଇ ବିଶ୍ୱଜିତ ନାୟକଙ୍କ ଏତଲା କ୍ରମେ ହିଞ୍ଜିଳି ଥାନାରେ (୧୮୪/୧୯) ମାମଲା ରୁଜୁହୋଇଛି। ଅଭିଯୁକ୍ତମାନଙ୍କୁ ସୋମବାର ଛତ୍ରପୁର ସେକ୍ସନ କୋର୍ଟକୁ ଚାଲାଣ କରାଯାଇଛି। ହିଞ୍ଜିଳି ଥାନା ଇଲାକାରେ ବଡ଼ ଧରଣର ଗଞ୍ଜେଇ ଚୋରା ର଼୍ୟାକେଟର ପର୍ଦ୍ଧାଫାଶ ପୋଲିସ ପାଇଁ ବଡ଼ ସଫଳତା ବୋଲି ଖବରଦାତାଙ୍କୁ ଏସ୍‌ଡିପିଓ ସୂର୍ଯ୍ୟମଣି ପ୍ରଧାନ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୧୧ଲକ୍ଷରୁ ଉର୍ଦ୍ଧ୍ୱ ଟଙ୍କା ଠକେଇ, ୨ ଦମ୍ପତି କୋର୍ଟ ଚାଲାଣ

ହିଞ୍ଜିିଳିକାଟୁ,୭ା୧(ଡି.ଏନ୍‌.ଏ.)-ହିଞ୍ଜିଳି ଥାନା କାଞ୍ଜିଆମ୍ମା ଓ କୋଦଳା ଥାନା ଡେଙ୍ଗାପଦର ଗ୍ରାମର ୨ ଦମ୍ପତି ଚାକିରି, ଗ୍ରୁପ୍‌ ଲୋନ୍‌ ଆଦି କରାଇଦେବେ କହି ୧୧ଲକ୍ଷ ୨୨ହଜାର ଟଙ୍କା...

ଶୋ’ରୁମ୍‌ ସଟର ତାଡ଼ି ୮ ଲକ୍ଷ ଚୋରି କଲେ ଦୁର୍ବୃତ୍ତ

ବ୍ରହ୍ମପୁର ଅଫିସ,୨୪ା୨: ବ୍ରହ୍ମପୁର ସହରରେ କିଛି ଦିନର ନୀରବତା ପରେ ପୁଣିଥରେ ଚୋରି ଭଳି ଘଟଣା ସାମ୍ନାକୁ ଲାଗିଛି। ବୈଦ୍ୟନାଥପୁର ଥାନା ଅନ୍ତର୍ଗତ ଖୋଡ଼ାସିଙ୍ଗିରେ ଥିବା...

ଗାଙ୍ଗପୁର ଥାନାକୁ ଦ୍ୱିତୀୟ ସର୍ବଶ୍ରେଷ୍ଠ ଥାନା ଆୱାର୍ଡ

ଭଞ୍ଜନଗର/ଛତ୍ରପୁର,୧୯।୧୧(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଅଧୀନ ଗାଙ୍ଗପୁର ଥାନା ଦେଶର ଦ୍ୱିତୀୟ ସର୍ବଶ୍ରେଷ୍ଠ ଥାନା ଭାବେ ପୁରସ୍କୃତ ହୋଇଛି। ଭାରତ ସରକାରଙ୍କ ଗୃହ ବ୍ୟାପାର ମନ୍ତ୍ରାଣାଳୟ ପକ୍ଷରୁ...

ଭଞ୍ଜନଗରରେ ନନ୍ଦିନୀ ଶତପଥୀଙ୍କ ଜୟନ୍ତୀ ପାଳିତ

ଭଞ୍ଜନଗର,୯।୬(ଡି.ଏନ.ଏ)- ନନ୍ଦିନୀ ଶତପଥୀ ସ୍ମୃତି ସଂସଦ ପକ୍ଷରୁ ପୂର୍ବତନ ମୁଖ୍ୟମନ୍ତ୍ରୀ ନନ୍ଦିନୀ ଶତପଥୀଙ୍କ ୮୯ତମ ଜୟନ୍ତୀ ମଙ୍ଗଳବାର ଭଞ୍ଜନଗରରେ ପାଳିତ ହୋଇଯାଇଛି। କରୋନା ଯୋଗୁ ସମସ୍ତ...

ଲକ୍‌ ଡାଉନ୍‌ ନିୟମକୁ ଉଲ୍ଲଘଂନ କରି ଚାଲିଥିଲା ପାଠପଢା: କୋଚିଂ ସେଣ୍ଟରକୁ ସିଲ କଲା ପ୍ରଶାସନ

ବ୍ରହ୍ମପୁର ଅଫିସ,୨୫ା୬-କରୋନା ସଂକ୍ରମଣକୁ ପ୍ରତିହତ କରିବା ନେଇ ଘୋଷିତ ଲକ୍‌ ଡାଉନ୍‌ ନିୟମାବଳୀ ଉଲ୍ଲଂଘନ କରି ଶିକ୍ଷାଦାନ କରୁଥିବା ଏକ ଘରୋଇ କୋଚିଂ ସେଣ୍ଟରକୁ ଗୁରୁବାର...

ଚାର୍ଜଶିଟ୍‌, ତଦନ୍ତରେ ସନ୍ତୁଷ୍ଟ ନୁହନ୍ତି ସୌମ୍ୟଙ୍କ ବାପା, ଓକିଲ

ଭୁବନେଶ୍ୱର,୧୦।୧୦(ବ୍ୟୁରୋ): ପାରଳାଖେମୁଣ୍ଡି ଏସିଏଫ୍‌ ସୌମ୍ୟରଞ୍ଜନ ମହାପାତ୍ର ମୃତ୍ୟୁ ମାମଲାରେ ବିଦ୍ୟାଭାରତୀ ହିଁ ଅଭିଯୁକ୍ତ ବୋଲି କ୍ରାଇମବ୍ରାଞ୍ଚ ଦର୍ଶାଉଛି। ୮୧ ଜଣ ସାକ୍ଷୀଙ୍କ ବୟାନକୁ ଆଧାରକରି ପାରଳାଖେମୁଣ୍ଡି...

ଗଞ୍ଜେଇ ଜବତ: ୬ ଗିରଫ, ୩ ଫେରାର

ଜୟପୁର, ୨୫।୫(ଡି.ଏନ୍‌.ଏ.): କୋରାପୁଟ ଜିଲା ଜୟପୁର ଉପଖଣ୍ଡ ପୋଲିସ, ଜୟପୁର ଟାଉନ, ସଦର ଏବଂ ବୈପାରିଗୁଡ଼ା ଥାନା ପକ୍ଷରୁ ଶନିବାର ପୃଥକ ପୃଥକ ଭାବେ ବିଭିନ୍ନ...

ସୁନ୍ଦରଗଡ଼ରେ ଲଜ୍ଜା: ଯୁବତୀଙ୍କୁ ଗଣବଳାତ୍କାର, ୩ ଗିରଫ

କୁଆଁରମୁଣ୍ଡା,୩୧।୧୦(ଡି.ଏନ୍‌.ଏ.): ସୁନ୍ଦରଗଡ଼ ଜିଲା ବୀରମିତ୍ରପୁର ଥାନା ଅନ୍ତର୍ଗତ କୁଆଁରମୁଣ୍ଡା ଫାଣ୍ଡି ଅଞ୍ଚଳର ଖୁଖୁଣ୍ଡୁବାହାଲ ନିକଟ ଘଞ୍ଚ ଜଙ୍ଗଲରେ ଗତ ୨୯ ତାରିଖ ବିଳମ୍ବିତ ରାତିରେ ଜଣେ...

Advertisement


Archives

Model This Week