ହିଞ୍ଜିଳିକାଟୁ କୋର୍ଟରେ ସିଶୋର ଏମ୍‌ଡିଙ୍କ ଆତ୍ମସମର୍ପଣ

ହିଞ୍ଜିଳିକାଟୁ,୨ା୧୦(ଡି.ଏନ୍‌.ଏ.): ସି-ଶୋର ଚିଟଫଣ୍ଡ ସଂସ୍ଥାର ଏମଡି ପ୍ରଶାନ୍ତ ଦାଶ ମଙ୍ଗଳବାର ହିଞ୍ଜିଳିକାଟୁ ଜେଏମ୍‌ଏଫସି କୋର୍ଟରେ ଆତ୍ମ ସମର୍ପଣ କରିଛନ୍ତି। ହାଇକୋର୍ଟଙ୍କ ଆନ୍ତରୀଣ ଜାମିନ ନିର୍ଦ୍ଦେଶକ୍ରମେ ହିଞ୍ଜିଳିକାଟୁ କୋର୍ଟରୁ ସେ ୨ ଜଣ ଜାମିନଦାରଙ୍କ ଜରିଆରେ ୩୦ ହଜାର ଟଙ୍କା ଲେଖାଏ ମୁଚାଲିକାରେ ବେଲ ପାଇଛନ୍ତି।
ହିଞ୍ଜିଳିକାଟୁ ଥାନା ସାହିର ଏଲ. ଶଙ୍କର ରାଓ ସି-ଶୋର ଗଞ୍ଜାମ ମଲ୍ଟି ପ୍ରପୋଜ କୋ-ଅପରେଟିଭ ଲି. କମ୍ପାନୀରେ ୨.୫ଲକ୍ଷ ଟଙ୍କା ନିଜ ସହ ମା’ ଓ ଭଉଣୀଙ୍କ ନାମରେ ଜମା କରିଥିଲେ। ମାଚ୍ୟୁରିଟି ପରେ ଟଙ୍କା ନ ମିଳିବାରୁ ଶଙ୍କର ୨୦୧୩ ମସିହାରେ କମ୍ପାନୀର ଏଜେଣ୍ଟ କୁମୁଦ ରଞ୍ଜନ ପାଢ଼ୀଙ୍କ ନାମରେ ହିଞ୍ଜିଳି ଥାନାରେ ଏତଲା ଦେଇଥିଲେ। ପୋଲିସ ଏ ନେଇ ନଂ.୧୧୨/୧୩ରେ ଏକ ମାମଲା ରୁଜୁ କରିଥିଲା। ଶଙ୍କରଙ୍କୁ ଏକ ବ୍ଲାଙ୍କ ଚେକ ଦେଇଥିବା ଅଭିଯୋଗରେ କୁମୁଦଙ୍କୁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଥିଲା। ପରେ ଏହି ମାମଲାରେ ପୋଲିସ ସି-ଶୋର କମ୍ପାନୀର ସିଏମଡି ପ୍ରଶାନ୍ତ କୁମାର ଦାଶଙ୍କ ନାମରେ ମଧ୍ୟ ମାମଲା ଯୋଡିଥିଲା। ମଙ୍ଗଳବାର ବରିଷ୍ଠ ଓକିଲ ନିର୍ମଳ କୁମାର ସାହୁଙ୍କ ଜରିଆରେ ସେ ହିଞ୍ଜିଳିକାଟୁ କୋର୍ଟରେ ଆତ୍ମସମର୍ପଣ କରିଥିଲେ। ହାଇକୋର୍ଟ ନିର୍ଦ୍ଦେଶ ପରେ ଆତ୍ମ ସମର୍ପଣ କରିଥିବାରୁ ପ୍ରଶାନ୍ତ ରେଗୁଲାର ଜାମିନ ପାଇଛନ୍ତି ବୋଲି ଓକିଲ ସାହୁ କହଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଭ୍ୟାନିଟ୍‌ ଝାମ୍ପିନେଲେ ଲୁଟେରା, ଗାଡିରୁ ପଡି ମହିଳା ଗୁରୁତର

ନୂଆଗାଁ,୧୪।୯ (ଡି.ଏନ.ଏ.): ନୟାଗଡ ଜିଲା ନୂଆଗାଁ ଥାନା ମାଇଛେଳି ନିକଟସ୍ଥ ରାଇଖମଣ ବାଙ୍କଠାରେ ମଙ୍ଗଳବାର ସନ୍ଧ୍ୟାରେ ବାଇକ୍‌ରେ ଯାଉଥିବା ଜଣେ ମହିଳାଙ୍କ ଠାରୁ ଲୁଟେରା ମାନେ...

ଆଇନ ଛାତ୍ରୀଛାତ୍ରଙ୍କ ପରୀକ୍ଷା ବର୍ଜନ

କଟକ ଅଫିସ,୭ା୭: ମଧୁସୂଦନ ଆଇନ ମହାବିଦ୍ୟାଳୟର ଛାତ୍ରୀଛାତ୍ର ପରୀକ୍ଷା ବର୍ଜନ କରିଛନ୍ତି। ମହାବିଦ୍ୟାଳୟର ୩ କର୍ମଚାରୀ କରୋନା ପଜିଟିଭ୍‌ ଭାବେ ଚିହ୍ନଟ ହୋଇଥିବାରୁ ପରୀକ୍ଷା କେନ୍ଦ୍ର...

୩୩ କୁଇଣ୍ଟାଲରୁ ଊର୍ଦ୍ଧ୍ୱ ଚାଉଳ ଜବତ କଲା ପୋଲିସ

ଡୁଙ୍ଗୁରିପାଲି,୧୨ା୮(ଦୀନବନ୍ଧୁ ସୁନା): ସୁବର୍ଣ୍ଣପୁର ଜିଲା ଡୁଙ୍ଗୁରିପାଲି ଏଫସିଆଇ ଗେଟ ସମ୍ମୁଖରେ ଥିବା ଏକ ଦୋକାନରେ ସ୍ଥାନୀୟ ପୋଲିସ ଶୁକ୍ରବାର ଚଢାଉ କରି ୩୩ କୁଇଣ୍ଟାଲ ୪୫...

୯ ଦିନ ପରେ ଘୋଷଯାତ୍ରା; ରଥ ପାଇଁ କାଠ ଅଭାବ

ଢେଙ୍କାନାଳ ଅଫିସ, ୨୪।୬:  ଶ୍ରୀ କଳାଠାକୁରଙ୍କ ପ୍ରସିଦ୍ଧ ଘୋଷଯାତ୍ରାକୁ ଆଉମାତ୍ର ୯ ଦିନ। ରଥ ନିର୍ମାଣ ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚତ୍ବା କଥା। ହେଲେ କାଠ ଅଭାବ ଯୋଗୁ...

ବୁଡ଼ିଲା ଥୋଡ଼ଧାନ, ମୁଣ୍ଡରେ ହାତ ଦେଇ ବସିଛନ୍ତି ଚାଷୀ

ଧାମନଗର,୨୭।୧୦(ଡି.ଏନ୍‌.ଏ.): ଭଦ୍ରକ ଜିଲା ଧାମନଗର ବ୍ଲକରେ ଅଧିକାଂଶ ଖାଲୁଆ ଜମି ବର୍ଷାପାଣିରେ ବୁଡ଼ି ଯିବାରୁ ଧାନଚାଷ ବ୍ୟାପକ କ୍ଷତି ହୋଇଛି। ଗର୍ଭଣା ସଂକ୍ରାନ୍ତି ପରଠାରୁ ଧାନଗଛରେ...

ପ୍ରାକ୍ତନ ଜିଲା ପରିଷଦ ସଭ୍ୟଙ୍କ ଆତ୍ମହତ୍ୟା

ରାଇରଙ୍ଗପୁର,୨୦।୮(ମାନସ ମହାନ୍ତି): ମୟୁରଭଞ୍ଜ ଜିଲା କୁସୁମୀ ବ୍ଲକ ୧୧ ନମ୍ବର ଜୋନ ପ୍ରାକ୍ତନ ଜିଲା ପରିଷଦ ସଭ୍ୟ ବୈଦ୍ୟନାଥ ମହାନ୍ତ(୫୦) ବାଦାମପାହାଡ଼ ଥାନା ଅଧୀନ କୁମୁଡାଶୋଳ...

ଜଳିଗଲା ୩ ବଖରା

ବନ୍ତ, ୨୯ା୩(ସ୍ବ.ପ୍ର.)-ଭଦ୍ରକ ଜିଲା ବନ୍ତ ତହସିଲ ଅଧୀନ ପଦିପାଟଣା ଗ୍ରାମରେ ଶନିବାର ଅଗ୍ନିକାଣ୍ଡ ଘଟି ୩ ବଖରା ଘର ସହ ଆସବାବପତ୍ର ପୋଡି ପାଉଁଶ ହୋଇଯାଇଛି।...

ଭଙ୍ଗାବନ୍ଧ ଏମ୍‌ଆଇପିରେ ଟଙ୍କା ହରିଲୁଟ୍‌

ରଗଡି,୧୧।୫(ଡି.ଏନ.ଏ.): ଯାଜପୁର ଜିଲାରେ କ୍ଷୁଦ୍ର ଜଳସେଚନ ପ୍ରକଳ୍ପ (ଏମ୍‌ଆଇପି) ଚାଷୀଙ୍କ ବିପଦ ସମୟରେ କାମରେ ଲାଗୁନି। ଜିଲାର କୋରେଇ ବ୍ଲକ ଅନ୍ତର୍ଗତ କେତେକ ଏମ୍‌ଆଇପିକୁ ଏହାର...

Advertisement
Archives

Model This Week