ହିଞ୍ଜିଳିକାଟୁ କୋର୍ଟରେ ସିଶୋର ଏମ୍‌ଡିଙ୍କ ଆତ୍ମସମର୍ପଣ

ହିଞ୍ଜିଳିକାଟୁ,୨ା୧୦(ଡି.ଏନ୍‌.ଏ.): ସି-ଶୋର ଚିଟଫଣ୍ଡ ସଂସ୍ଥାର ଏମଡି ପ୍ରଶାନ୍ତ ଦାଶ ମଙ୍ଗଳବାର ହିଞ୍ଜିଳିକାଟୁ ଜେଏମ୍‌ଏଫସି କୋର୍ଟରେ ଆତ୍ମ ସମର୍ପଣ କରିଛନ୍ତି। ହାଇକୋର୍ଟଙ୍କ ଆନ୍ତରୀଣ ଜାମିନ ନିର୍ଦ୍ଦେଶକ୍ରମେ ହିଞ୍ଜିଳିକାଟୁ କୋର୍ଟରୁ ସେ ୨ ଜଣ ଜାମିନଦାରଙ୍କ ଜରିଆରେ ୩୦ ହଜାର ଟଙ୍କା ଲେଖାଏ ମୁଚାଲିକାରେ ବେଲ ପାଇଛନ୍ତି।
ହିଞ୍ଜିଳିକାଟୁ ଥାନା ସାହିର ଏଲ. ଶଙ୍କର ରାଓ ସି-ଶୋର ଗଞ୍ଜାମ ମଲ୍ଟି ପ୍ରପୋଜ କୋ-ଅପରେଟିଭ ଲି. କମ୍ପାନୀରେ ୨.୫ଲକ୍ଷ ଟଙ୍କା ନିଜ ସହ ମା’ ଓ ଭଉଣୀଙ୍କ ନାମରେ ଜମା କରିଥିଲେ। ମାଚ୍ୟୁରିଟି ପରେ ଟଙ୍କା ନ ମିଳିବାରୁ ଶଙ୍କର ୨୦୧୩ ମସିହାରେ କମ୍ପାନୀର ଏଜେଣ୍ଟ କୁମୁଦ ରଞ୍ଜନ ପାଢ଼ୀଙ୍କ ନାମରେ ହିଞ୍ଜିଳି ଥାନାରେ ଏତଲା ଦେଇଥିଲେ। ପୋଲିସ ଏ ନେଇ ନଂ.୧୧୨/୧୩ରେ ଏକ ମାମଲା ରୁଜୁ କରିଥିଲା। ଶଙ୍କରଙ୍କୁ ଏକ ବ୍ଲାଙ୍କ ଚେକ ଦେଇଥିବା ଅଭିଯୋଗରେ କୁମୁଦଙ୍କୁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଥିଲା। ପରେ ଏହି ମାମଲାରେ ପୋଲିସ ସି-ଶୋର କମ୍ପାନୀର ସିଏମଡି ପ୍ରଶାନ୍ତ କୁମାର ଦାଶଙ୍କ ନାମରେ ମଧ୍ୟ ମାମଲା ଯୋଡିଥିଲା। ମଙ୍ଗଳବାର ବରିଷ୍ଠ ଓକିଲ ନିର୍ମଳ କୁମାର ସାହୁଙ୍କ ଜରିଆରେ ସେ ହିଞ୍ଜିଳିକାଟୁ କୋର୍ଟରେ ଆତ୍ମସମର୍ପଣ କରିଥିଲେ। ହାଇକୋର୍ଟ ନିର୍ଦ୍ଦେଶ ପରେ ଆତ୍ମ ସମର୍ପଣ କରିଥିବାରୁ ପ୍ରଶାନ୍ତ ରେଗୁଲାର ଜାମିନ ପାଇଛନ୍ତି ବୋଲି ଓକିଲ ସାହୁ କହଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଘରପଟ୍ଟା ପାଇଁ ତହସିଲଦାରଙ୍କ ଦ୍ୱାରସ୍ଥ ହେଲେ ବଳଦିଆଡ଼ିହ ଗ୍ରାମବାସୀ

ଗଞ୍ଜାମ,୨୧ା୮(ବିଦ୍ୟାଧର ସାହୁ): ଗଞ୍ଚାମ ବ୍ଲକ୍‌ ହୁମା ପଞ୍ଚାୟତ ଅନ୍ତର୍ଗତ ବଳଦିଆଡ଼ିହ ଗ୍ରାମର ଗ୍ରାମବାସୀମାନେ ହୁମା ପଞ୍ଚାୟତର ସମିତି ସଭ୍ୟ ଧ୍ରୁବ ଚରଣ ସାହୁଙ୍କ ନେତୃତ୍ୱରେ ଗଞ୍ଜାମ ତହସିଲଦାର…

ପ୍ରଧାନ ଶିକ୍ଷକଙ୍କ ବାଇକରେ ଥିବା ମଦ ବୋତଲ ଭାଇରାଲ: ପ୍ରଧନଶିକ୍ଷକ ନିଲମ୍ବିତ

ପାତ୍ରପୁର,୨୧ା୮(ଉମା ଚରଣ ନେପାକ): ଗଞ୍ଜାମ ଜିଲା ପାତ୍ରପୁର ବ୍ଲକ ତୁରୁବୁଡି ପଞ୍ଚାୟତ ନୂଆଗଡ଼ ପ୍ରାଥମିକ ବିଦ୍ୟାଳୟ ଛାତ୍ରୀଛାତ୍ରଙ୍କୁ ଗତ ଦୁଇ ଦିନ ହେଲା ମଧ୍ୟାହ୍ନ ଭୋଜନ ମିଳୁ…

ଦୁଇଟି ସନ୍ତାନର ବାପା ହେବା ପରେ ଶେଷରେ ପ୍ରେମିକାଙ୍କ ହାତ ଧରିଲେ ଅର୍ଜୁନ ରାମପାଲ, ଛୁଟୁଛି ଶୁଭେଚ୍ଛାର ସୁଅ

ମୁମ୍ବାଇ: ବିବାହ କରି ଚର୍ଚ୍ଚାକୁ ଆସିଛନ୍ତି ଆଉଜଣେ ଅଭିନେତା । ସେ ହେଲେ ବଲିଉଡ ଅଭିନେତା ଅର୍ଜୁନ ରାମପାଲ। ପ୍ରେମିକା ତଥା ସାଉଥ ଆଫ୍ରିକାନ ମଡେଲ ଫ୍ୟାଶନ…

ଅସ୍ତିତ୍ୱ ହରାଉଛି ପ୍ରାକୃତିକ ଜଳ ଉତ୍ସ ସୁନ୍ଦରନାଳ

କୁଆଁରମୁଣ୍ଡା,୨୧ା୮(ମହେନ୍ଦ୍ର କୁମାର ସାହୁ): ସୁନ୍ଦରନାଳ ହେଉଛି କୁଆଁରମୁଣ୍ଡା ବ୍ଲକ ଅଞ୍ଚଳରେ ପ୍ରବାହିତ ଏକ ପ୍ରାକୃତିକ ଜଳ ଉତ୍ସ। ଏହି ଜଳ ଉତ୍ସ କୁମଝରିଆ ପଞ୍ଚାୟତର ପଟୁଆ ବାହାଲ-ତାଲସେରା…

ଭଡା ଘରୁ ମିଳିଲା ପୋଲିସ କର୍ମଚାରୀଙ୍କ ମୃତଦେହ: ୩ ବର୍ଷ ହେଲା…

ଭବାନୀପାଟଣା,୨୧।୮(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଭବାନୀପାଟଣା ସହର ପୁରୁଣାପଡାର ଏକ ଭଡା ଘରୁ ଶୁକ୍ରବାର ଜଣେ ଡିଭିଏଫ(ଜିଲା ସ୍ୱେଚ୍ଛାସେବୀ ବାହିନୀ)ପୋଲିସ କର୍ମଚାରୀଙ୍କ ଝୁଲନ୍ତା ମୃତ ଦେହ…

ହୀରାକୁଦରେ ବନ୍ଦ ହେଲା ୮ ଗେଟ୍‌, ୭ ଗେଟ୍‌ରେ ହେଉଛି ବନ୍ୟାଜଳ ନିଷ୍କାସନ

ସମ୍ବଲପୁର,୨୧ା୮(ପ୍ରମୋଦ ବହିଦାର): ହୀରାକୁଦ ଜଳଭଣ୍ଡାରକୁ କ୍ରମଶଃ ବନ୍ୟାଜଳ ପ୍ରବେଶ ପରିମାଣ ହ୍ରାସ ପାଇବାରେ ଲାଗିଛି। ଏହାକୁ ଦୃଷ୍ଟିରେ ରଖି ଶୁକ୍ରବାର ଜଳଭଣ୍ଡାରର ୨ ପର୍ଯ୍ୟାୟରେ ୮ ସ୍ଲୁଇସ୍‌…

ଚାଷ କାମ ଚାଲିଥିବା ବେଳେ ବଜ୍ରପାତ: ଜଣେ ମୃତ ଜଣେ ଗୁରୁତର

ମହାକାଳପଡ଼ା, ୨୧।୮ (ପ୍ରତାପ ଚନ୍ଦ୍ର ସ୍ୱାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଅଧୀନ ଯଦୁପୁର ପଞ୍ଚାୟତର ଯଦୁପୁର ଖସାଡ଼ି ଗ୍ରାମ ନିକଟରେ ଚାଷ ଜମିରେ ବେଉଷଣ କାମ…

ଗ୍ରାମ୍ୟ ରାସ୍ତା ମରାମତି ପାଇଁ ସରପଞ୍ଚଙ୍କ ଦାବି: ଜିଲାପାଳଙ୍କୁ ସ୍ମାରକପତ୍ର 

ଦିଗପହଣ୍ଡି,୨୧|୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଳକ କଇଠଖଣ୍ଡି ପଞ୍ଚାୟତ ସରପଞ୍ଚ ମନୋରଞ୍ଜନ ଗୌଡ଼ କଇଠଖଣ୍ଡି ଏବଂ ବୋରିପଦର ଗ୍ରାମ ଖାଲଖମା ରାସ୍ତା ଗୁଡ଼ିକୁ ତୁରନ୍ତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri