Posted inଜାତୀୟ

ହାର୍ଦ୍ଦିକଙ୍କୁ ଚାପୁଡ଼ା

ଅହମଦାବାଦ,୨୦ା୪(ପି.ଟି.): କଂଗ୍ରେସ ନେତା ହାର୍ଦ୍ଦିକ ପଟେଲଙ୍କୁ ଶୁକ୍ରବାର ଜଣେ ବ୍ୟକ୍ତି ଚାପୁଡ଼ା ମାରିଛନ୍ତି। ଗୁଜରାଟର ସୁରେନ୍ଦ୍ରନଗର ଜିଲା ବଲଦାନା ଗ୍ରାମର ଏକ ସଭାକୁ ହାର୍ଦ୍ଦିକ ସମ୍ବୋଧିତ କରୁଥିବାବେଳେ ତରୁଣ ଗଜ୍ଜାର ନାମକ ବ୍ୟକ୍ତି ତାଙ୍କ ଗାଲରେ ଚାପୁଡ଼ା ମାରିଥିବା ଅଭିଯୋଗ ହୋଇଛି। ଏହା ପଛରେ ଭାଜପାର ହାତ ରହିଛି ଏବଂ ତରୁଣ ତାଙ୍କୁ ହତ୍ୟା କରିବାକୁ ଉଦ୍ୟମ କରିଥିଲେ ବୋଲି କ୍ଷୁବ୍ଧ ହାର୍ଦ୍ଦିକ କହିଛନ୍ତି। ଅନ୍ୟପକ୍ଷରେ ଏହି ଘଟଣାରେ ଶାସକ ଦଳର କିଛି ଭୂମିକା ନାହିଁ। ଲୋକ ସଭା ନିର୍ବାଚନରେ ଭୋଟ ପାଇବା ପାଇଁ ଏହା କଂଗ୍ରେସର ଏକ ଡ୍ରାମା ବୋଲି ଭାଜପା ପକ୍ଷରୁ କୁହାଯାଇଛି। ମେହସାନା ଜିଲା କାଡ଼ି ସହର ନିବାସୀ ତରୁଣଙ୍କୁ ମଧ୍ୟ କଂଗ୍ରେସ କର୍ମୀ ଓ ହାର୍ଦ୍ଦିକଙ୍କ ସମର୍ଥକମାନେ ମାଡ ମାରିଛନ୍ତି। ଆହତ ତରୁଣ ଏକ ହସ୍ପିଟାଲରେ ଚିକିତ୍ସାଧୀନ ଅଛନ୍ତି। ସେ କହିଛନ୍ତି, ସେ କୌଣସି ଦଳ ସହ ଜଡ଼ିତ ନୁହନ୍ତି। ୨୦୧୫ ଅଗଷ୍ଟରେ ପଟିଦାର ସଂରକ୍ଷଣ ପାଇଁ ହାର୍ଦ୍ଦିକଙ୍କ ଆନ୍ଦୋଳନ ଯୋଗୁ ତାଙ୍କ ସ୍ତ୍ରୀ ଓ ପିଲା ହଇରାଣ ହୋଇଥିଲେ। ଏଥିଲାଗି ହାର୍ଦ୍ଦିକଙ୍କୁ ଆକ୍ରମଣ କରିବା ପାଇଁ ସେ ସେବେଠୁ ଯୋଜନା ଚଳାଇଥିଲେ। କିନ୍ତୁ ପୂର୍ବ ଉଦ୍ୟମ ବିଫଳ ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଦିନ ମଜୁରିଆଙ୍କୁ ୧୪ କୋଟିର ଆୟକର ନୋଟିସ

ପାଟନା,୨୨।୧୨: ଦିନକୁ ୪୦୦ ଟଙ୍କା ଆୟ କରୁଥିବା ଜଣେ ଶ୍ରମିକଙ୍କୁ କମ୍ପାନୀ ଚଳାଉଥିବା ଦର୍ଶାଇ ୧୪ କୋଟି ଟଙ୍କାର ଆୟକର ନୋଟିସ ଆସିଛି। ବିହାରର ରୋହତସ...

ଗୋଆ ନିର୍ବାଚନ: ୧୦-୧୫ ଆସନରେ ନିର୍ବାଚନ ଲଢିବ ଶିବସେନା, ଏନ୍‌ସିପି ସହ କରିବ ମେଣ୍ଟ

ମୁମ୍ବାଇ,୧୬ ।୧: ଗୋଆ ବିଧାନସଭା ନିର୍ବାଚନରେ ଶିବସେନା ଓ ଏନ୍‌ସିପି ଏକାଠି ମିଶି ନିର୍ବାଚନ ଲଢିବେ ବୋଲି ଜଣାପଡିଛି । ମିଳିଥିବା ସୂଚନା ଅନୁଯାୟୀ, ୧୮...

ଋଣରେ ବୁଡ଼ିଥିବା ଅନୀଲ ଅମ୍ବାନୀ ବିକିବେ ମୁମ୍ବାଇର ମୁଖ୍ୟାଳୟ

ନୂଆଦିଲ୍ଲୀ,୧।୭: ରିଲାଏନ୍ସ ଗ୍ରୁପ୍‌ର ଚେୟାରମ୍ୟାନ ଅନୀଲ ଅମ୍ବାନୀ ନିଜ ଋଣଭାରରୁ ମୁକୁଳିବା ପାଇଁ ଲାଗିପଡ଼ିଛନ୍ତି। ଏଥିଯୋଗୁ ଅନୀଲ ଏବେ ମୁମ୍ବାଇରେ ସାନ୍ତାକ୍ରୁଜ୍‌ରେ ଥିବା ତାଙ୍କ ମୁଖ୍ୟାଳୟକୁ...

ବୋହୂଙ୍କୁ ଜାଣିଶୁଣି ମାଡ଼ି ବସିଲେ କରୋନା ଆକ୍ରାନ୍ତ ଶାଶୁ

ହାଇଦ୍ରାବାଦ,୬।୬ : କୋଭିଡ୍‌-୧୯ରେ ଆକ୍ରାନ୍ତ ହେବା ପରେ ଜଣେ ବୃଦ୍ଧା ଘରେ ଆଇସୋଲେଶନରେ ରହି ରହି ବିରକ୍ତ ହୋଇଯାଇଥିଲେ। ନିୟମ ଅନୁସାରେ ସମାଜିକ ଦୂରତା ପାଳନ...

ଷ୍ଟାଟସ୍‌ ରିପୋର୍ଟ ଦାଖଲ କଲା କେନ୍ଦ୍ର

ନୂଆଦିଲ୍ଲୀ,୧୪ା୧: ବହୁକୋଟି ଟଙ୍କାର ଚିଟ୍‌ଫଣ୍ଡ ଠକେଇ ମାମଲାର ଉଚ୍ଚସ୍ତରୀୟ ତଦନ୍ତ ସହ କ୍ଷତିଗ୍ରସ୍ତ ଜମାକାରୀଙ୍କୁ କ୍ଷତିପୂରଣ ପ୍ରଦାନ ଦାବିରେ ଓଡ଼ିଶାର ପିନାକ ପାଣି ମହାନ୍ତି ସୁପ୍ରିମକୋର୍ଟରେ...

ଗୁଜରାଟ ବୈଜ୍ଞାନିକଙ୍କ ନୂଆ ରୋବୋ: ଦୁଃଖ ସମୟରେ ଦେବ ସହାନୁଭୁତି

ଲାସ୍‌ଭେଗାସ୍‌/ଅହମ୍ମଦାବାଦ୍‌. ୮।୧: ଆଧୁନିକ ଯୁଗରେ ମଣିଷର କାମ ରୋବୋ କରୁଛି। ପ୍ରତିଟି କାର୍ଯ୍ୟରେ ଏବେ ରୋବୋର ଉପଯୋଗ କରାଯାଉଛି। ପୃଥିବୀର ସର୍ବବୃହତ୍‌ ଇଲୋକ୍ଟ୍ରନିକ୍ସ୍‌ ଶୋ ସିଇଏସ୍‌-୨୦୨୦ରେ...

କରାଚି ବିମାନ ବନ୍ଦରରେ ୧୧ ଘଣ୍ଟା ଫସି ରହିଲେ ୧୩୮ ସ୍ପାଇସଜେଟ ଯାତ୍ରୀ

ମୁମ୍ବାଇ,୬ ।୭: ପାକିସ୍ତାନର କରାଚି ବିମାନ ବନ୍ଦରରେ ପ୍ରାୟ ୧୧ ଘଣ୍ଟା ଫସି ରହିଲେ ୧୩୮ ଭାରତୀୟ ବିମାନଯାତ୍ରୀ । ଶେଷରେ ଏକ ବିକଳ୍ପ ବିମାନରେ...

ରାଜୌରୀରେ ଅସ୍ତ୍ରବିରତି ଉଲ୍ଲଂଘନ କଲା ପାକିସ୍ତାନ

ଶ୍ରୀନଗର, ୨୬।୫: ଜମ୍ମୁ-କଶ୍ମୀର ରାଜୌରୀ ଜିଲାର ନୌସେରା ସେକ୍ଟରରେ ରବିବାର ପାକିସ୍ତାନ ପୁଣି ଅସ୍ତ୍ରବିରତି ଉଲ୍ଲଂଘନ କରିଛି। ପାକିସ୍ତାନ ଫରଓ୍ବାର୍ଡ ପୋଷ୍ଟଗୁଡ଼ିକରୁ ଭାରତୀୟ ପୋଷ୍ଟ ଉପରକୁ...

Advertisement
Archives

Model This Week