ହାଓଡା ଢୁଲାଗଡ଼ରେ ମର୍ମନ୍ତୁଦ ଦୁର୍ଘଟଣା: ୪ ମୃତ, ଜଣେ ଗୁରୁତର

ଭଦ୍ରକ ଅଫିସ, ୧୭।୭ – କଲିକତା ହାଓଡା ଢୁଲାଗଡ ଟୋଲପ୍ଲାଜା ନିକଟରେ ବୁଧବାର ଭୋର ସମୟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟି ୪ ଜଣ ଓଡ଼ିଆ ଯୁବକଙ୍କ ମୃତ୍ୟୁ ଘଟିଥିବା ବେଳେ ଜଣେ ଗୁରୁତର ଆହତ ହୋଇଛନ୍ତି। ମୃତ ଯୁବକମାନେ ଭଦ୍ରକ, ଖୋର୍ଦ୍ଧା ଓ ଯାଜପୁର ଜିଲାର ବୋଲି ଜଣାପଡ଼ିଛି। ଏହି ଯୁବକମାନେ ମଙ୍ଗଳବାର ଅପରାହ୍ନରେ ଏକ ବିବାହ ଭୋଜିରେ ଯୋଗଦେବାକୁ କଲିକତା ଯାଇଥିଲେ। ଫେରୁଥିବା ବେଳେ ଏକ ଟ୍ରଲର ଚକ ତଳେ ସେମାନଙ୍କ କାର୍‌ ପଶିଯାଇ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ମୃତକମାନଙ୍କ ମଧ୍ୟରେ ଭଦ୍ରକ କୁଅଁାସ ଅଞ୍ଚଳର ଦିଗ୍‌ବିଜୟ ଦାସ(୩୫) ଓରଫ୍‌ ଦିପୁ ଓ ଅନ୍ୟ ଜଣେ ଯାଜପୁର ବାସିନ୍ଦା କିନ୍ତୁ ଭଦ୍ରକ କୁଆଁସ ଅଞ୍ଚଳର ଜଣେ ଯୁବକଙ୍କ ଭଣଜା ମନୋଜ ମହାନ୍ତି ବୋଲି ଜଣାପଡ଼ିଛି। ଘଟଣାସ୍ଥଳରେ ୪ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଗୁରୁତର ଥିତ୍ବା ଖୋର୍ଦ୍ଧା ଅଞ୍ଚଳର କ୍ରୀଷ୍ଣା ରାଓଙ୍କୁ ସ୍ଥାନୀୟ ଲୋକଙ୍କ ସହାୟତାରେ ଢୁଲାଗଡ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଅନ୍ୟ ୨ ମୃତକ ହେଲେ ଖୋର୍ଦ୍ଧା ଜିଲା ଚନ୍ଦକା ଅଞ୍ଚଳର ଦିଲୀପ କୁମାର ନାୟକ ଓ ଶହୀଦନଗରର ପି ତେଜଶ୍ୱର ରାଓ ବୋଲି ଜଣାପଡିଛି। ୪ ମୃତଦେହକୁ ପଶ୍ଚିମବଙ୍ଗ ପୋଲିସ ବ୍ୟବଚ୍ଛେଦ କରି ପରିବାର ଲୋକଙ୍କୁ ହସ୍ତାନ୍ତର କରିଥିବା ଜଣାପଡିଛି। ଏହି ଘଟଣା କୁଆଁସ ଅଞ୍ଚଳରେ ଶୋକର ଛାୟା ଖେଳାଇଦେଇଛି। ସୂଚନାଥାଉ କି, ଦିଗ୍‌ବିଜୟ ଜଣେ ଜିଲାସ୍ତରୀୟ କ୍ରିକେଟ ତାରକା ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ମୀନକେତନଙ୍କୁ ‘ଗ୍ରେଟ୍‌ ଇଭାନଜେଲିଷ୍ଟ ଅଫ୍‌ ଇଣ୍ଡିଆ’ ସମ୍ମାନ

ଭୁବନେଶ୍ୱର,୨୫ା୭(ବ୍ୟୁରୋ): ଭାରତୀର ଶିକ୍ଷା କ୍ଷେତ୍ରରେ ସ୍ବତନ୍ତ୍ର ଅବଦାନ ଲାଗି ଓଡିଏମ୍‌ ପବ୍ଲିକ୍‌ ସ୍କୁଲର ଅଧ୍ୟକ୍ଷ ଡ. ମୀନକେତନଙ୍କୁ ‘ଗ୍ରେଟ୍‌ ଇଭାନଜେଲିଷ୍ଟ ଅଫ୍‌ ଇଣ୍ଡିଆ’ ସମ୍ମାନ ମିଳିଛି।...

୧୭ରୁ ଖୋଲିବ ସ୍କୁଲ, ସାଢ଼େ ୬ରୁ ୧୧ଟା ପର୍ଯ୍ୟନ୍ତ ପାଠପଢ଼ା

ଭୁବନେଶ୍ୱର,୧୫ା୪(ବ୍ୟୁରୋ): ଆସନ୍ତା ୧୭ ତାରିଖରୁ ରାଜ୍ୟର ସମସ୍ତ ସ୍କୁଲ ଖୋଲିବ। ପ୍ରବଳ ଗ୍ରୀଷ୍ମପ୍ରବାହକୁ ଦୃଷ୍ଟିରେ ରଖି ସକାଳ ସାଢ଼େ ୬ରୁ ପୂର୍ବାହ୍ନ ୧୧ଟା ପର୍ଯ୍ୟନ୍ତ ପାଠପଢ଼ା...

ଦିଆସିଲି କାଠିରେ ସାଇକେଲ ପ୍ରତିକୃତି

ପୁରୀ ଅଫିସ,୩।୬: ଜୁନ ୩ ତାରିଖକୁ ସାରା ବିଶ୍ୱରେ ୱାର୍ଲଡ ସାଇକେଲ ଦିବସ ଭାବେ ପାଳନ କରାଯାଏ। ସାଇକେଲ ଚଳାଇବା ଦ୍ୱାରା ସ୍ବାସ୍ଥ୍ୟ ଠିକ ରହିବା...

ଶୀତଳଭଣ୍ଡାର ବିକିବାକୁ ଗରାଖ ଖୋଜା

ଭୁବନେଶ୍ୱର,୧୦ା୭(ବ୍ୟୁରୋ): ରାଜ୍ୟରେ ଆଳୁ ଚାଷ ଦିନକୁ ଦିନ ହ୍ରାସ ପାଇବାରେ ଲାଗିଛି। ଆଳୁ ରଖିବା ଏବଂ ଉପଯୁକ୍ତ ବଜାର ସୁବିଧା ମିଳୁ ନ ଥିବାରୁ ଚାଷୀମାନେ...

ବନ୍ଧୁକ ମୁନରେ ଡକାୟତି

କଟକ ଅଫିସ,୨୩।୨: ଜଗତପୁର ଥାନା ଅନ୍ତର୍ଗତ କେନାଲ ରୋଡ଼ ଘରୁ ଶନିବାର ବିଳମ୍ବିତ ରାତିରେ ଡକାୟତି ହୋଇଛି। ଡକାୟତିର ଶିକାର ହୋଇଥିବା ସୁଧାଂଶୁ କୁମାର ନାୟକ...

୫ ଅଧ୍ୟାପିକାଙ୍କୁ ଦୁର୍ବ୍ୟବହାର

ନୟାଗଡ଼ ଅଫିସ,୨୨।୮: ନୟାଗଡ଼ ସ୍ବୟଂ ଶାସିତ ମହାବିଦ୍ୟାଳୟରେ ୫ ଅଧ୍ୟାପିକାଙ୍କୁ ୭ ଛାତ୍ର ଅଶ୍ଲୀଳ ଭାଷାରେ ଗାଳିଗୁଲଜ ସହ ଦୁର୍ବ୍ୟବହାର କରିଥିବା ଅଭିଯୋଗ ହୋଇଛି। ଏନେଇ...

ଜଳ ପରିଚାଳନା ପାଇଁ ମୁଖ୍ୟମନ୍ତ୍ରୀସ୍ତରୀୟ ଆଲୋଚନା ଜରୁରୀ

ଭୁବନେଶ୍ୱର,୧୫।୮(ବ୍ୟୁରୋ): ସମ୍ପ୍ରତି ମହାନଦୀର ଉପର ମୁଣ୍ଡରେ ପ୍ରବଳ ବର୍ଷା ଯୋଗୁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ଛତିଶଗଡ଼ରେ ୪/୫ ଟି ଜିଲା ଜଳାର୍ଣ୍ଣବ ହେବା ସହ...

ଚିକିତ୍ସା ଅବହେଳାରୁ ଶିଶୁମୃତ୍ୟୁ ଅଭିଯୋଗ: ଶିଶୁଭବନରେ ଉତ୍ତେଜନା

କଟକ ଅଫିସ,୧୪ା୧୦- କଟକ ଶିଶୁଭବନରେ ଜଣେ ୪ମାସ ଶିଶୁର ମୃତ୍ୟୁକୁ ନେଇ ସୋମବାର ଉତ୍ତେଜନା ପ୍ରକାଶ ପାଇଥିଲା। ଚିକିତ୍ସା ଅବହେଳାରୁ ଶିଶୁଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ...

Advertisement
Archives

Model This Week