ହାଇକୋର୍ଟଙ୍କ ଉପରେ ବଢୁଛି ମାମଲା ବୋଝ

କଟକ ଅଫିସ,୧୫।୬: ଓଡ଼ିଶା ହାଇକୋର୍ଟ ଉପରେ ଦିନକୁ ଦିନ ମାମଲା ବୋଝ ବଢ଼ିବାରେ ଲାଗିଛି। ଯେଉଁ ପରିମାଣରେ ମାମଲା ରୁଜୁ ହେଉଛି, ସେହି ପରିମାଣରେ ଫଇସଲା ହୋଇପାରୁ ନାହିଁ। କେତେକ ମାମଲା ବହୁ ବର୍ଷ ହେଲା ଗଡୁଛି। ଲକ୍‌ଡାଉନ୍‌ ଘୋଷଣା ପରେ ଏହି ସଂଖ୍ୟା କ୍ରମାଗତ ଭାବେ ଅଧିକ ହେବାରେ ଲାଗିଛି। ବୋଝ କମାଇବା ପାଇଁ ଲକ୍‌ଡାଉନ୍‌ ସମୟରେ ଭିଡିଓ କନଫରେନ୍ସ ବା ଭର୍ଚୁଆଲ୍‌ କୋର୍ଟ କାର୍ଯ୍ୟ କରୁଛି। ତଥାପି ଏହା ଯଥେଷ୍ଟ ହେଉନାହିଁ। ବିଚାର ପ୍ରକ୍ରିୟାକୁ ଜରୁରୀ ସେବା ଭିତରେ ସରକାର ରଖି ନ ଥିବା ଯୋଗୁ ଶୁଣାଣିରେ ଏହାର ପ୍ରଭାବ ପଡୁଛି। ସାଧାରଣ ଲୋକେ ନ୍ୟାୟ ପାଇବାରୁ ଯେପରି ବଞ୍ଚତ୍ତ ନ ହେବେ, ସେଥିଲାଗି ବର୍ତ୍ତମାନ ଗ୍ରୀଷ୍ମ ଅବକାଶକୁ ବାତିଲ କରିଦିଆଯାଇଛି। ଛୁଟିରେ କୋର୍ଟ କାର୍ଯ୍ୟ ଚାଲିଛି। ଅପରପକ୍ଷେ ହାଇକୋର୍ଟରେ ମୋଟ ୨୭ଟି ବିଚାରପତି ପଦବୀ ଥିବାବେଳେ ବର୍ତ୍ତମାନ ୧୬ ଜଣ ବିଚାରପତି କାର୍ଯ୍ୟ କରୁଛନ୍ତି। ସେଥିରୁ ଦୁଇଜଣ ବିଚାରପତି ଏପ୍ରିଲ୍‌ ୨୭ରେ ମୁଖ୍ୟ ବିଚାରପତି ଜଷ୍ଟିସ ମହମ୍ମଦ ରଫିକ୍‌ ଏବଂ ଜୁନ୍‌ ୧୧ରେ ଜଷ୍ଟିସ ସାବିତ୍ରୀ ରଥ ଦାୟିତ୍ୱ ଗ୍ରହଣ କରିଛନ୍ତି।
ସରକାରୀ ଇ-କୋର୍ଟ ସୂଚନା ଅନୁଯାୟୀ, ବର୍ତ୍ତମାନ ସୁଦ୍ଧା ହାଇକୋର୍ଟରେ ୧ ଲକ୍ଷ ୫୯ ହଜାର ୭୩୮ ମାମଲା ବିଚାରାଧୀନ ରହିଛି। ଏଥିରେ ୪୨ ହଜାର ୯୦୯ ଦେୱାନୀ ମାମଲା ଥିବାବେଳେ ୪୭ ହଜାର ୮୭ଟି ଫୌଜଦାରି ମାମଲା ରହିଛି। ସର୍ବାଧିକ ୬୯ ହଜାର ୭୪୨ଟି ରିଟ୍‌ ପିଟିଶନ୍‌ ପଡ଼ି ରହିଛି। ଚିନ୍ତାର ବିଷୟ ହେଲା, ସମୁଦାୟ ମାମଲା ମଧ୍ୟରୁ ୧ ଲକ୍ଷ ୨୭ ହଜାର ୩୧୫ଟି ମାମଲାର ବିଚାର ଏକ ବର୍ଷ କିମ୍ବା ତଦୂର୍ଦ୍ଧ୍ୱ ସମୟ ହେଲା ଜାରି ରହିଛି। ସେଥିରେ ୩୫ ହଜାର ୩୭୪ଟି ଦେୱାନୀ ମାମଲା ରହିଥିବା ବେଳେ ୩୩ ହଜାର ୩୦୨ଟି ଫୌଜଦାରି ଏବଂ ୫୮ ହଜାର ୬୩୯ଟି ରିଟ୍‌ ପିଟିଶନ୍‌ ରହିଛି। ଗତ ଏକ ବର୍ଷ ଭିତରେ ବିଚାରାଧୀନ ମାମଲା ମଧ୍ୟ ବଢ଼ିଛି। ଶୂନରୁ ଏକ ବର୍ଷ ଭିତରେ ୪୦ ହଜାର ୧୭୬ଟି ମାମଲା ବିଚାରାଧୀନ ରହିଛି, ଯାହା ମୋଟ ମାମଲାର ୨୫.୧୫ ପ୍ରତିଶତ। ସେହିଭଳି ୧ରୁ ୩ ବର୍ଷ ଭିତରେ ୨୭ ହଜାର ୧୨୫, ୩ରୁ ୫ବର୍ଷ ଭିତରେ ୨୪ ହଜାର ୨୩୫, ୫ରୁ ୧୦ ବର୍ଷ ଭିତରେ ୩୯ ହଜାର ୮୭୦, ୧୦ରୁ ୨୦ ବର୍ଷ ଭିତରେ ୨୩ ହଜାର ୯୧୦ ଏବଂ ୨୦ରୁ ୩୦ ବର୍ଷ ଭିତରେ ୩୭୩୧ଟି ମାମଲା ବର୍ତ୍ତମାନ ବିଚାରାଧୀନ ରହିଛି। ତେବେ ୬୯୧ଟି ମାମଲା ଏମିତି ମଧ୍ୟ ରହିଛି, ଯାହାର ଶୁଣାଣି ୩୦ରୁ ଅଧିକ ବର୍ଷ ଚାଲିଛି। ଏଥିରେ କେବଳ ଦେୱାନୀ ମାମଲା ରହିଛି ୬୭୩। ସେହିଭଳି ୮ଟି ଫୌଜଦାରି ଏବଂ ୧୦ଟି ରିଟ୍‌ ପିଟିଶନ୍‌ ରହିଛି। ମୋଟ ମାମଲା ମଧ୍ୟରୁ ମହିଳାଙ୍କ ଦ୍ୱାରା ଦାଖଲ ହୋଇଥିବା ୯ ହଜାର ୧୨୭ଟି ମାମଲାର ବିଚାର ମଧ୍ୟ ସରିନାହିଁ। ଏଥିରେ ୩୮୪୮ଟି ଦେୱାନୀ ଓ ୧୪୮୩ଟି ଫୌଜଦାରି ମାମଲା ରହିଛି।

ଶୁଣାଣିକୁ ପ୍ରଭାବିତ କରିଛି ଲକ୍‌ଡାଉନ୍‌

ଲକ୍‌ଡାଉନ୍‌ ପୂର୍ବ ଓ ପର ସ୍ଥିତିକୁ ଦେଖିଲେ, ବିଚାର ପ୍ରକ୍ରିୟା କିଭଳି ପ୍ରଭାବିତ ହୋଇଛି, ତାହା ସାମ୍ନାକୁ ଆସୁଛି। ଓଡ଼ିଶାରେ ମାର୍ଚ୍ଚ ୨୨ରେ ଲକ୍‌ଡାଉନ୍‌ ଘୋଷଣା ହୋଇଥିଲା। ଏହି ସମୟରେ ହାଇକୋର୍ଟରେ ଏକ ଲକ୍ଷ ୫୬ ହଜାର ୩୫୬ଟି ମାମଲା ବିଚାରାଧୀନ ଥିଲା। ମେ’ ୧୧ ବେଳକୁ ଏହି ସଂଖ୍ୟା ବୃଦ୍ଧି ପାଇ ଏକ ଲକ୍ଷ ୫୮ ହଜାର ୫୨୨ରେ ପହଞ୍ଚତ୍ଲା। ଜୁନ୍‌ ୧୧ରେ ସଂଖ୍ୟା ଆହୁରି ବଢ଼ି ଏକ ଲକ୍ଷ ୫୯ ହଜାର ୬୩୪ ହୋଇଛି। ଲକ୍‌ଡାଉନ୍‌ ସମୟରେ ମାମଲା ବୋଝ କମାଇବା ପାଇଁ ଭିଡିଓ କନଫରେନ୍ସ ଜରିଆରେ ଶୁଣାଣି କରାଯାଇଥିଲା। ଏଥିସହ ସପ୍ତାହର ୫ଟି କାର୍ଯ୍ୟ ଦିବସରେ ପ୍ରତିଦିନ ୫ଟି ସିଙ୍ଗଲ୍‌ ବେଞ୍ଚ, ମଙ୍ଗଳବାର ଓ ଗୁରୁବାର ଗୋଟିଏ ଡିଭିଜନ୍‌ ବେଞ୍ଚ ସହ ସିଙ୍ଗଲ୍‌ ବେଞ୍ଚ ବସି ମାମଲାର ଶୁଣାଣି କରୁଛନ୍ତି। ହାଇକୋର୍ଟ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ମାର୍ଚ୍ଚ ୨୪ରୁ ଜୁନ୍‌ ୪ ଭିତରେ ହାଇକୋର୍ଟରେ ୮,୪୭୭ଟି ମାମଲା ରୁଜୁ ହୋଇଛି। ସେଥିରୁ ୫,୩୩୫ଟି ମାମଲାର ଶୁଣାଣି ହୋଇପାରିଛି। ଲକ୍‌ଡାଉନ୍‌ ଯୋଗୁ ବର୍ତ୍ତମାନ କେବଳ ଜରୁରୀ ମାମଲାର ହିଁ ଶୁଣାଣି କରାଯାଉଛି। ହାଇକୋର୍ଟର ସଦ୍ୟ ବିଜ୍ଞପ୍ତି ଅନୁଯାୟୀ, ଜୁଲାଇ ୩ ପର୍ଯ୍ୟନ୍ତ କୋର୍ଟ କାର୍ଯ୍ୟ ସୀମିତ ରହିବ। ଜରୁରୀ ମାମଲାର ଶୁଣାଣି କରାଯିବ। ଏଣୁ କୋର୍ଟ କାର୍ଯ୍ୟ ସ୍ବାଭାବିକ ହେବାବେଳକୁ ମାମଲା ବୋଝ ଆହୁରି ବଢ଼ିଯିବ ବୋଲି ଆଇନଜୀବୀମାନେ ଆଶଙ୍କା କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଡିଜେ ଶବ୍ଦରେ ଖସିଲା ଘର ପ୍ଲାଷ୍ଟର, ଗାଁରେ ଉତ୍ତେଜନା

ହିଞ୍ଜିଳିକାଟୁ, ୪।୧୦(ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ଥାନା ଅନ୍ତର୍ଗତ ଗିରିଆ ଗ୍ରାମରେ ରବିବାର ରାତିରେ ଗଣେଶ ମୂର୍ତ୍ତି ବିସର୍ଜନ ବେଳେ ଡିଜେର ଉଚ୍ଚ ଶବ୍ଦକୁ ନେଇ…

ମନିପର୍ସ ଖୋଜିବା ବାହାନାରେ ଦୋକାନରୁ ୩୦ ହଜାର ଲୁଟ୍‌ , ସିସିଟିଭିରେ…

ହାଟଡିହୀ,୪।୧୦(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡରେ ଲୁଟେରାଙ୍କ ଦୌରାତ୍ମ୍ୟ ଦିନକୁ ଦିନ ବଢ଼ିବାରେ ଲାଗିଛି। ଲୋକଙ୍କ ଘର ଝରକା, କବାଟ ତାଡି ଲୁଟ୍‌ ହେଉଛି। ପୋଲିସ…

କୋରାପୁଟରୁ ମସ୍କୋ: ରୁଷିଆରେ ପଢ଼ାଇବେ କୋରାପୁଟର ଜାତୀୟ ପୁରସ୍କାରପ୍ରାପ୍ତ ଶିକ୍ଷକ ତରୁଣ କୁମାର ଦାଶ

କୋରାପୁଟ,୪।୧୦(ଅମିତାଭ ବେହେରା): କୋରାପୁଟ ମାଟିରୁ ଶିକ୍ଷାଦାନ କ୍ଷେତ୍ରରେ ଜାତୀୟ ପରିଚୟ ସୃଷ୍ଟି କରିଥିବା ତରୁଣ କୁମାର ଦାଶଙ୍କ ସଫଳତାରେ ଆଉ ଏକ ନୂଆ ଅଧ୍ୟାୟ ଯୋଡ଼ି ହୋଇଛି…

ବାଇକ୍‌କୁ ଧକ୍କା ଦେଲା ଟ୍ରକ୍‌: ଡ୍ରାଇଭରଙ୍କୁ ମାରଣାନ୍ତକ ଆକ୍ରମଣ ପରେ ଟ୍ରକରେ ଲଗାଇ ଦେଲେ ନିଆଁ

ହିଞ୍ଜିଳିକାଟୁ ୪।୧୦(ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ଥାନା ତହଁର ପଞ୍ଚାୟତ କାର୍ଯ୍ୟାଳୟ ନିକଟରେ ରବିବାର ରାତିରେ ଏକ ଟ୍ରକ ବାଇକ୍‌ ଆରୋହୀଙ୍କୁ ଧକ୍କା ଦେଇଥିଲା। ଏହାକୁ…

ଅର୍ଥମନ୍ତ୍ରୀଙ୍କ ଭାଇରାଲ୍ ଭିଡିଓ ଉପରେ ଚନ୍ଦ୍ରବାବୁ ନାଇଡୁଙ୍କ ବଡ଼ ବୟାନ, କହିଲେ ମୁଁ ଭିଡ଼କୁ….

ନୂଆଦିଲ୍ଲୀ,୪।୧୦: କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଏକ ଭାଇରାଲ୍ ଭିଡିଓକୁ ନେଇ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଏନ୍‌. ଚନ୍ଦ୍ରବାବୁ ନାଇଡୁ ଓ କଂଗ୍ରେସ ରାଜ୍ୟ ସଭା ଏମପି ଜୟରାମ…

୬,୬,୬,୬,୬… WCLରେ ଡିଭିଲିୟର୍ସଙ୍କ ଛକା-ଚୌକା ବର୍ଷା, ୩୯ ବଲ୍‌ରେ….

ନୂଆଦିଲ୍ଲୀ,୪।୧୦: ଦକ୍ଷିଣ ଆଫ୍ରିକାର ମହାନ ବ୍ୟାଟର୍‌ ଏବି ଡିଭିଲିୟର୍ସଙ୍କ ବ୍ୟାଟ୍‌ରୁ ପୁଣି ଦେଖିବାକୁ ମିଳିଛି ଧମାକାଦାର ଇନିଂସ୍‌ । ୱାର୍ଲ୍ଡ ଚାମ୍ପିୟନଶିପ୍‌ ଅଫ୍‌ ଲିଜେଣ୍ଡ୍ସ ୨୦୨୬ରେ ଦକ୍ଷିଣ…

ତେଜିଲା ମଦ ବିରୋଧୀ ଆନ୍ଦୋଳନ, ଅଣ୍ଟା ଭିଡ଼ିଲେ ମହିଳା

ଝରିଗାଁ,୪।୧୦(କିଶୋର ଚନ୍ଦ୍ର ମଣ୍ଡଳ): ନବରଙ୍ଗପୁର ଜିଲା ଝରିଗାଁ ବ୍ଲକରେ ତେଜିଲା ମଦ ବିରୋଧୀ ଆନ୍ଦୋଳନ। ଗୋଟିଏ ପରେ ଗୋଟିଏ ପଞ୍ଚାୟତରେ ଦେଖିବାକୁ ମିଳୁଛି ମହିଳାଙ୍କ ମଦ ବିରୋଧୀ…

ଭାଜପା ଏମପିଙ୍କ ଘରୁ ଚୋରି, ମୂଲ୍ୟବାନ ସାମଗ୍ରୀ ସହ ନେଇଗଲେ…

ନୂଆଦିଲ୍ଲୀ,୪।୧୦: ଦିଲ୍ଲୀରେ ସାଧାରଣ ଲୋକ ନୁହେଁ, ଏବେ ନେତାଙ୍କ ଘର ବି ସୁରକ୍ଷିତ ନଥିବା ଭଳି ଘଟଣା ସାମ୍ନାକୁ ଆସିଛି । ଭାଜପା ରାଜ୍ୟ ସଭା ଏମପି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?