ହଷ୍ଟେଲରେ ରାତ୍ରିଭୋଜନ ଖାଇ ୯ ଛାତ୍ରୀ ଅସୁସ୍ଥ

କେନ୍ଦୁଝର,୨୭।୨(ସ୍ବ.ପ୍ର.): ସଦର ବ୍ଲକ ତଳକୁସୁମିତା ଗ୍ରାମରେ ଏସ୍‌ସି/ଏସ୍‌ଟି ବିଭାଗ ଅଧୀନ ଥିବା ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ହଷ୍ଟେଲରେ ବୁଧବାର ରାତ୍ରିଭୋଜନ ଖାଇ ଝାଡ଼ାବାନ୍ତିରେ ୯ ଛାତ୍ରୀ ଆକ୍ରାନ୍ତ ହୋଇଛନ୍ତି। ସମସ୍ତଙ୍କୁ ଚିକିତ୍ସା ନିମନ୍ତେ ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ତନ୍ମଧ୍ୟରୁ ୨ ଜଣ ଚିକିତ୍ସିତ ହୋଇ ଫେରିଥିବା ବେଳେ ଅନ୍ୟ ୭ ଜଣ ବିଭିନ୍ନ ବିଭାଗରେ ଚିକିତ୍ସିତ ହେଉଥିବା ଜଣାପଡ଼ିଛି। ଡାଇରିଆ ଓ୍ବାର୍ଡରେ ଅଞ୍ଜଳି ଦେହୁରୀ (୯ମ), ରଶ୍ମୀ ମୁଣ୍ଡା (୭ମ) ଓ ଚନ୍ଦ୍ରିକା ପାତ୍ର (୯ମ) ଚିକିତ୍ସାଧୀନ ରହିଥିବା ବେଳେ ମହିଳା ଓ୍ବାର୍ଡରେ ରଜନୀ ସୋରେନ୍‌ (୬ଷ୍ଠ), ସୁମିତ୍ରା ମାଝୀ (୯ମ), ସ୍ବର୍ଣ୍ଣଲତା ନାଏକ ( ୯ମ) ଓ ଜସମୀ ମାଝୀ (୭ମ)ରେ ଚିକିତ୍ସାଧୀନ ଥିବା ଜଣାପଡ଼ିଛି।ଚିକିତ୍ସିତ ହୋଇ ସୁସ୍ଥ ହୋଇ ଶାନ୍ତି ଦେହୁରୀ ଓ ଦୁଃଖିନୀ ମୁଣ୍ଡା ହଷ୍ଟେଲକୁ ଫେରିଥିବା ଜଣାପଡ଼ିଛି। ତନ୍ମଧ୍ୟରୁ ଜଣେ ଚଳିତ ପରୀକ୍ଷା ଦେଉଥିବା ଜଣାପଡ଼ିଛି। ନିମ୍ନମାନର ବାସି ଖାଦ୍ୟ ଓ ଅସ୍ବାସ୍ଥ୍ୟକର ପରିବେଶ ଏହି ଝାଡ଼ାବାନ୍ତିର ମୁଖ୍ୟ କାରଣ ବୋଲି ଅଭିବାବକମାନେ ଆଶଙ୍କା କରୁଛନ୍ତି। ଏନେଇ ପ୍ରଧାନଶିକ୍ଷକ ଦାୟିତ୍ୱରେ ଥିବା ଶିକ୍ଷକ ଅଶୋକ କୁମାର ଜେନା କହିଛନ୍ତି, ସୋମବାର ଜଣେ ଛାତ୍ରୀଙ୍କର ଝାଡ଼ା ହୋଇଥିଲା। ତାଙ୍କୁ ପଦ୍ମପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ଚିକିତ୍ସା ପାଇଁ ପଠାଯାଇଥିଲା। ଭଲ ହୋଇ ଫେରିବା ପରେ ଅନ୍ୟ ପିଲାମାନଙ୍କୁ ଝାଡ଼ାବାନ୍ତି ହୋଇଥିଲା। ସେମାନଙ୍କୁ ଜିଲା ମୁଖ୍ୟ ଡାକ୍ତରଖାନାରେ ଚିକିତ୍ସା କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ବର୍ଷା ନେଲା ୩ ଜୀବନ

କେନ୍ଦ୍ରାପଡ଼ା ଅଫିସ୍‌,୧୩।୯: କେନ୍ଦ୍ରାପଡା ଜିଲାରେ ସୋମବାର ଏକ ଅଭାବନୀୟ ଘଟଣା ଘଟିଛି। ବଙ୍ଗୋପସାଗରରେ ଲଘୁପାତଜନିତ ବର୍ଷା ବିପତ୍ାତ କେନ୍ଦ୍ରାପଡା ଜିଲାରେ ପ୍ରଭାବ ପକାଇଛି ା ଲଗାଣ...

ପୋଲ,ଗାଡୱାଲ କାମକୁ  ଗ୍ରାମବାସୀଙ୍କ ବିରୋଧ

ଜୁନାଗଡ଼,୩୦।୪(ଡି.ଏନ୍‌.ଏ.)-କଳାହାଣ୍ଡି ଜିଲା ଜୁନାଗଡ଼ ବ୍ଲକ ମାଲିଗୁଡା ପଞ୍ଚାୟତ ବୋଦେଲ ଗ୍ରାମରେ ନିର୍ମାଣଧୀନ ପୋଲ, ଗାଡ଼ୱାଲ ନିର୍ମାଣ କାମ ନିମ୍ନମାନରେ ହେଉଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି। ବୋଦେଲ-ବଣିଜରାକୁ...

କୁଲଡିହା ଅଭୟାରଣ୍ୟରେ ଶିକାରୀଙ୍କ ପ୍ରାଦୁର୍ଭାବ: ଜଣେ ଗିରଫ, ଦୁଇ ଫେରାର

ସଜନାଗଡ଼,୬।୩(ଡି.ଏନ୍‌.ଏ.): ବାଲେଶ୍ୱର ଜିଲା ନୀଳଗିରି ଉପଖଣ୍ଡ ଅଧୀନ କୁଲଡିହା ଅଭୟାରଣ୍ୟ ଭିତରେ ଦିନକୁ ଦିନ ଶିକାରୀଙ୍କ ପ୍ରାଦୁର୍ଭାବ ବଢ଼ିଚାଲିଛି। ଗୁରୁବାର ବିଳମ୍ବିତ ରାତିରେ ଶିଆଡ଼ିମାଳ ପଞ୍ଚାୟତର...

କିଚକେଶ୍ୱରୀ ମନ୍ଦିରରେ ଫାଟ

କରଞ୍ଜିଆ,୨୫।୯- ମୟୂରଭଞ୍ଜ ଜିଲାର ସର୍ବ ପୁରାତନ ଖିଚିଂସ୍ଥିତ କିଚକେଶ୍ୱରୀ ମନ୍ଦିରର ବିଭିନ୍ନ ସ୍ଥାନରେ ଫାଟ ସୃଷ୍ଟି ହୋଇଛି। ବର୍ଷା ହେଲେ ମା’ଙ୍କ ମନ୍ଦିର ଚଟାଣରେ ପାଣି...

ଚୋରା ବାଲି ଚାଲାଣ: ୨ ଟ୍ରାକ୍ଟର ଜବତ

ପାଟଣା,୨୧ା୪(ସ୍ବ.ପ୍ର.): କେନ୍ଦୁଝର ଜିଲା ସାହାରପଡା ତହସିଲ ଉଦୟପୁର ରାଜସ୍ବ ନିରୀକ୍ଷକଙ୍କ କାର୍ଯ୍ୟାଳୟ ଅଧୀନ ବୈତରଣୀ ନଦୀର ଜୁମେଇଁ ଘାଟରୁ ସୋମବାର ପୂର୍ବାହ୍ନରେ ବେଆଇନ ଚୋରା ବାଲି...

ଆମ୍ବ ଗଛରେ ଝୁଲୁଛି ମୃତଦେହ

ସୋର,୮।୧(ଡି.ଏନ୍‌.ଏ.): ଆମ୍ବ ଗଛରେ ଝୁଲୁଛି ମୃତଦେହ । ତେବେ ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛି। ଏପରି ଘଟଣା ସାମ୍ନାକୁ ଆସିଛି ବାଲେଶ୍ୱର ଜିଲା ସୋର ଅଞ୍ଚଳରେ...

୧୩୯ ଛୁଇଁଲା କେନ୍ଦୁଝରରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା

କେନ୍ଦୁଝର,୨୯।୬(ସ୍ବ.ପ୍ର.): କେନ୍ଦୁଝର ଜିଲାରେ ସୋମବାର ୭ ଜଣ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ଜିଲାରେ ଆକ୍ରାନ୍ତଙ୍କ ସଂଖ୍ୟା ୧୩୯ରେ ପହଞ୍ଚିଛି। ଚିହ୍ନଟ ସମସ୍ତ...

କେନ୍ଦ୍ରାପଡ଼ାରେ ୧୫ କରୋନା ପଜିଟିଭ୍‌ ଚିହ୍ନଟ: ୫୫ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା

କେନ୍ଦ୍ରାପଡ଼ା ଅଫିସ,୨୫ା୫: କେନ୍ଦ୍ରାପଡ଼ା ଜିଲାରେ ସୋମବାର ଆଉ ୮ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ଜିଲାରେ ଆକ୍ରାନ୍ତଙ୍କ ସଂଖ୍ୟା ୫୫ରେ ପହଞ୍ଚିଛି ।...

Advertisement
Archives

Model This Week