ହରିରାଜପୁର ମେଳଣରେ ଲାଗିଲା ୧୪୪ ଧାରା

ଡେଲାଙ୍ଗ/ ଜଟଣୀ, ୧୭।୩(ଡି.ଏନ୍‌.ଏ): ମହାମାରୀ କରୋନା ବିଶ୍ୱରେ କାୟା ବିସ୍ତାର ଚଳାଇଥିବାବେଳେ ପ୍ରତିଷେଧକ ପାଇଁ ସରକାରଙ୍କ ପକ୍ଷରୁ କଡ଼ା ନିର୍ଦ୍ଦେଶ ରହିଛି। ତେବେ ଓଡ଼ିଶା ପ୍ରସିଦ୍ଧ ଶ୍ରୀ ଶ୍ରୀ ପଶ୍ଚିମାଶମ୍ଭୁ ସୋମନାଥ ଦେବଙ୍କ ହରିରାଜପୁର ମେଳଣ ମଙ୍ଗଳବାର ଉଦ୍‌ଯାପନୀ ହୋଇଥାନ୍ତା। ଏହି ମେଳଣ ଦେଖିବା ଲାଗି ରାଜ୍ୟର କୋଣ ଅନୁକୋଣରୁ ଲକ୍ଷାଧିକ ଶ୍ରଦ୍ଧାଳୁ ସମାଗମ ହୋଇଥାନ୍ତି। କିନ୍ତୁ ଓଡ଼ିଶାରେ କରୋନା ରୋଗୀ ଚିହ୍ନଟ ହେବାପରେ ଜିଲା ପ୍ରଶାସନ ନିର୍ଦ୍ଦେଶକ୍ରମେ ବ୍ଲକ ପ୍ରଶାସନ ପକ୍ଷରୁ ସୋମବାର ୨ଟା ସମୟରେ ଉକ୍ତ ମେଳଣ ପଡ଼ିଆରେ ୧୪୪ଧାରା ଜାରି କରାଯାଇଛି। ଡେଲାଙ୍ଗ ତହସିଲଦାର ରାଜେନ୍ଦ୍ର କୁମାର ଆଚାରିଆ, ଥାନା ଅଧିକାରୀ ରଶ୍ମିରଞ୍ଜନ ପଟ୍ଟନାୟକ, ହରିରାଜପୁର ଫାଣ୍ଡି ଅଧିକାରୀ ଯୁଗଳ ଚରଣ ପ୍ରଧାନ ସମେତ ୧ ପ୍ଲାଟୁନ ଫୋର୍ସ ଘଟଣାସ୍ଥଳରେ ପହଞ୍ଚି ମେଳଣ ପଡିଆକୁ ଜନସାଧାରଣ ନ ଯିବା ପାଇଁ ନିର୍ଦ୍ଦେଶନାମା ଜାରି କରିଛନ୍ତି। ଅନ୍ୟପକ୍ଷେ ମେଳଣରେ ପଡ଼ିଆକୁ ଆସିଥିବା ଦୋକାନୀମାନଙ୍କୁ ଦୋକାନ ଉଠାଇ ନେବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି। କରୋନା ଭୂତାଣୁଠାରୁ ରକ୍ଷା ପାଇବା ପାଇଁ ଜିଲା ଓ ବ୍ଲକ ପ୍ରସାଶନ ପକ୍ଷରୁ ଏଭଳି ପଦକ୍ଷେପ ଗ୍ରହଣ କରାଯାଇଥିବା ଯୋଗୁ ଜନସାଧାରଣ ପ୍ରସାଶନିକ ଅଧିକାରୀମାନଙ୍କୁ ସାଧୁବାଦ ଜଣାଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଲକ୍ଷାଧିକ ଟଙ୍କାର ଶାଳଗଣ୍ଡି ଜବତ

ପାଟଣା,୨୪ା୬(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ରେଞ୍ଜ ମାଛଗଡ଼ ଦକ୍ଷିଣ ବିଟ ହରିଡ଼ାଗୋଠ ଜଙ୍ଗଲରୁ ଶୁକ୍ରବାର ୧୫ଟି ଶାଳଗଣ୍ଡିକୁ ବନ ବିଭାଗ ଜବତ କରିଛି। ସୂଚନାଯୋଗ୍ୟ, ଗୁରୁବାର...

କନ୍ଧମାଳ ଜିଲା: ପ୍ରଥମ ପର୍ଯ୍ୟାୟରେ ୬୦୦ ଆଦର୍ଶ ଅଙ୍ଗନୱାଡ଼ି ଲକ୍ଷ୍ୟ

ଫୁଲବାଣୀ ଅଫିସ, ୨୨ା୧-ଆଜିକାଲିର ପ୍ରତିଯୋଗୀଭାବ ସମ୍ପନ୍ନ ସମାଜରେ ପିଲାକୁ ପଢ଼ାଇବା ପାଇଁ ଅଭିଭାବକମାନେ ପ୍ରଥମେ ପ୍ଲେ ସ୍କୁଲ ପରଖୁଛନ୍ତି। ଯେଉଁଠି ପିଲା ପ୍ରିନର୍ସରୀ ସାରି ନର୍ସରୀ...

ରମାଦେବୀ ବିଶ୍ୱବିଦ୍ୟାଳୟ: ୟୁଜି, ପିଜି, ବିଏଡ୍‌ ପରୀକ୍ଷା ପାଇଁ ବିଜ୍ଞପ୍ତି

ଭୁବନେଶ୍ୱର,୧୦।୯(ବୁରୋ) – ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟ ୟୁଜି, ପିଜି ଓ ବିଏଡ୍‌ ପରୀକ୍ଷା ପାଇଁ ଗୁରୁବାର ବିଜ୍ଞପ୍ତି ପ୍ରକାଶ କରିଛି। ୟୁଜି ଶେଷ ସେମିଷ୍ଟର ପାଇଁ...

ଜମି ବିବାଦ କାଳ ହେଲା: ବୃଦ୍ଧ ଦମ୍ପତିଙ୍କୁ ହତ୍ୟା; ପୋତା ଯାଇଥିବା ମୃତଦେହକୁ ଉଦ୍ଧାର କଲା ପୋଲିସ

ଝୁମ୍ପୁରା,୧୫।୧୧ (ଡି.ଏନ.ଏ.)-କେନ୍ଦୁଝର ଜିଲା ଝୁମ୍ପୁରା ଥାନା ଅନ୍ତର୍ଗତ କାଶିଆ ଗ୍ରାମ ଜଙ୍ଗଲ ପାର୍ଶ୍ୱରୁ ଝୁମ୍ପୁରା ଥାନା ପୋଲିସ ଏକ ବୃଦ୍ଧ ଦମ୍ପତିଙ୍କ ମୃତଦେହକୁ ଗୁରୁବାର ମାଟିତଳୁ...

‘ଗରିବଙ୍କ କଲ୍ୟାଣ ଗୁରୁତ୍ୱପୂର୍ଣ୍ଣ’

ଭୁବନେଶ୍ୱର,୨୩ା୧୨(ବ୍ୟୁରୋ): ସମଗ୍ର ବିଶ୍ୱରେ ଓମିକ୍ରନ୍‌ ଭୂତାଣୁ କାୟାବିସ୍ତାର କରୁଛି। ଏହି ଭୂତାଣୁ ସମ୍ପର୍କରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଲୋକଙ୍କୁ ସତର୍କ କରାଇଛନ୍ତି। ଜନସାଧାରଣଙ୍କ ସହଯୋଗରେ ଓଡ଼ିଶା...

ରୋହିତଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀଙ୍କୁ ଦିଆଯିବ ଦାବିପତ୍ର

କେସିଙ୍ଗା,୭।୨(ଡି.ଏନ୍‌.ଏ.): କଳାହାଣ୍ଡି ଜିଲା କେସିଙ୍ଗା ସାମ୍ବାଦିକ ମହାସଂଘ ପକ୍ଷରୁ ସ୍ଥାନୀୟ ପାଠାଗାର ପରିସରରେ ସୋମବାର ଧରିତ୍ରୀ ଖବରଦାତା ରୋହିତ ବିଶ୍ୱାଳଙ୍କ ବିୟୋଗରେ ଏକ ଶୋକସଭା ଅନୁଷ୍ଠିତ...

ଇଦ୍‌-ଉଲ୍‌-ଜୁହା ପାଇଁ ସହର ଉତ୍ସବମୁଖର

ଭଦ୍ରକ ଅଫିସ, ୧୨।୮- ସୋମବାର ଇଦ୍‌-ଉଲ୍‌-ଜୁହା ପର୍ବ। ଏଥିପାଇଁ ଭଦ୍ରକ ସହରରେ ଥିବା ବିଭିନ୍ନ ମସ୍‌ଜିଦ, ସମୂହ ନମାଜ ପାଠ ହେବାକୁ ଥିବା କଦମବେଡା ଇଦ୍‌ଗାହା...

ଏସ୍‌ସିବିରେ ୨ ସଫଳ ଅସ୍ତ୍ରୋପଚାର: ଯୋଡ଼ିହେଲା ଦୁଇଜଣଙ୍କ କଟା ହାତ

କଟକ ଅଫିସ,୮।୬: ଦୁଇ ଜଣଙ୍କ କଟିଯାଇଥିବା ହାତକୁ ଯୋଡ଼ି ସେମାନଙ୍କ ଜୀବନରେ ବଞ୍ଚତ୍ବାର ନୂତନ ଆଶା ସଞ୍ଚାର କରିଛି ଏସ୍‌ସିବି ମେଡିକାଲ। ଏହାର ପ୍ଳାଷ୍ଟିକ୍‌ ସର୍ଜରି...

Advertisement
Archives

Model This Week