ହତ୍ୟାକାରୀ ପୁତୁରା ଗିରଫ

ବାରିପଦା ଅଫିସ/ବାଙ୍ଗିରିପୋଷି,୨ା୨(ଡ଼ି.ଏନ୍‌.ଏ.)-ମୟୂରଭଞ୍ଜ ଜିଲା ବାଙ୍ଗିରିପୋଷି ଥାନା ଅନ୍ତର୍ଗତ ଉପର ଉଚ୍ଚଡିହା ଗ୍ରାମରେ ଗତ ୨୭ ତାରିଖ ରାତିରେ ବନ୍ଦ କୋଠରିରୁ ବୃଦ୍ଧଙ୍କ ମୃତଦେହ ଉଦ୍ଧାର ଘଟଣାର ପର୍ଦ୍ଦାଫାଶ କରିଛି ପୋଲିସ। ଗୁରା ସିଂ (୫୮) ଙ୍କୁ ତାଙ୍କ ପୁତୁରା ଉକ୍ତ ଗ୍ରାମର ମନୋଜ ସିଂ ହତ୍ୟା କରିଥିବା ନେଇ ପୋଲିସ ଶନିବାର ଏକ ଖବରଦାତା ସମ୍ମିଳନୀରେ ସୂଚନା ଦେଇଛି। ପାରିବାରିକ କଳହ ଓ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ମନୋଜ ଏହି ହତ୍ୟାକାଣ୍ଡ ଘଟାଇଥିବା ସଦର ଏସ୍‌ଡିପିଓ କେ.କେ. ହରିପ୍ରସାଦ ସୂଚନା ଦେଇଛନ୍ତି। ସୂଚନା ଅନୁୟାୟୀ, ଗୁରା ତାଙ୍କ ଘରେ ଶୋଇଥିବା ବେଳେ ମନୋଜ ଏକ କଟୁରିରେ ତାଙ୍କୁ ହତ୍ୟା କରି ନିକଟସ୍ଥ ଏକ ପାଳଗଦାରେ ତାହାକୁ ଲୁଚାଇ ଦେଇଥିଲେ। ୨୮ ତାରିଖରେ ସନ୍ଧାନୀ କୁକୁର ସହ ପୋଲିସ ଓ ସାଇଣ୍ଟିଫିକ ଟିମ୍‌ ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଥିଲେ। ଏ ନେଇ ବାଙ୍ଗିରିପୋଷି ଥାନାରେ ଏକ ମାମଲା(ନଂ.୧୧/୨୦) ରୁଜୁ କରି ପୋଲିସ ତଦନ୍ତ କରିଥିଲା। ସନ୍ଦେହରେ ମନୋଜଙ୍କୁ ଥାନାକୁ ଆଣି ପଚରାଉଚରା କରିବାରୁ ସେ ଗୁରାଙ୍କୁ ହତ୍ୟା କରିଥିବା ସ୍ବୀକାର କରିଥିଲେ। ୪ ଦିନ ପରେ ପୋଲିସ ହତ୍ୟାକରୀ ପୁତୁରା ମନୋଜଙ୍କୁ ଗିରଫ କରିଛି। ହତ୍ୟାରେ ବ୍ୟବହୃତ କଟୁରି, ମନୋଜଙ୍କ ରକ୍ତଭିଜା ଶାର୍ଟକୁ ପୋଲିସ ଜବତ କରିଛି। ତାଙ୍କୁ ଶନିବାର କୋର୍ଟଚାଲାଣ କରାଯାଇଥିବା ଏସ୍‌ଡିପିଓ ହରିପ୍ରସାଦ ସୂଚନା ଦେଇଛନ୍ତି। ଅନ୍ୟମାନଙ୍କ ମଧ୍ୟରେ ବାଙ୍ଗିରିପୋଷି ଥାନା ଅଧିକାରୀ ଦୟାନିଧି ଦାସ ଖବରଦାତା ସମ୍ମିଳନୀରେ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଘରେ ପଶି ଟଙ୍କା, ସୁନା ଲୁଟିଲେ ଦୁର୍ବୃତ୍ତ

ଉଦଳା,୨୪ା୧୦(ଡି.ଏନ୍‌.ଏ.)- ମୟୂରଭଞ୍ଜ ଜିଲା ଉଦଳା ଥାନା ଅଞ୍ଚଳରେ ଲୁଟେରାଙ୍କ ଉପଦ୍ରବ ବଢି ଚାଲିଛି। ଗତ ସପ୍ତାହକ ମଧ୍ୟରେ ଲୁଟେରାମାନେ ୫ଟି ସ୍ଥାନରୁ ଲୁଟ୍‌ କରି ପୋଲିସକୁ...

ନିର୍ମାଣ କାର୍ଯ୍ୟ ବନ୍ଦ ରଖିବାକୁ ନିର୍ଦ୍ଦେଶ

ବାରିପଦା ଅଫିସ,୪।୮- ବାରିପଦା ପୌର ପରିଷଦର କଚେରି ବଜାର ପରିସରରେ ଦୋକାନ ଘର ଲାଗି ଜାଗା ଓ ଲାଇସେନ୍ସ ପ୍ରଦାନରେ ଅନିୟମିତା ହେବା ଘଟଣା ପଦାକୁ...

ମୟୂରଭଞ୍ଜ ଜିଲାରେ ୨ ନୂଆ କରୋନା ପଜିଟିଭ ଚିହ୍ନଟ: ଉଭୟ ଥିଲେ କ୍ୱାରାଣ୍ଟାଇନ ସେଣ୍ଟରରେ, ଜିଲାରେ ଆକ୍ରାନ୍ତ ସଂଖ୍ୟା୧୧ ଛୁଇଁଲା

ବାରିପଦା ଅଫିସ,୧୬ା୫: ମୟୂରଭଞ୍ଜ ଜିଲାରେ ଶନିବାର ଆଉ ୨ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଜଣେ କପ୍ତିପଦା ବ୍ଳକ ପିଙ୍ଗୁ ଗ୍ରାମର ୧୬ ବର୍ଷର ବାଳକ...

ମୟୂରଭଞ୍ଜରେ ସ୍ଥିତି ସମୀକ୍ଷା କଲେ ଡିଜପିି

ବାରିପଦା ଅଫିସ, ୨୧ା୪- ରାଜ୍ୟ ପୋଲିସ ମହା ନିର୍ଦ୍ଦେଶକ(ଡିଜିପି) ଅଭୟ ମଙ୍ଗଳବାର ଅପରାହ୍ନରେ ମୟୂରଭଞ୍ଜ ଜିଲା ଗସ୍ତରେ ଆସି ପଶ୍ଚିମବଙ୍ଗ ସୀମା ଚକଶୁଳିଆପଦା ଯାଇ ସେଠାରେ...

ଏମ୍‌ଜିଏନ୍‌ଆର୍‌ଇଜିଏସ୍‌ ପ୍ରାପ୍ୟ ଦାବିରେ ବ୍ଲକ ଘେରାଉ

ବାରିପଦା ଅଫିସ,୧୭ା୬- ମହାତ୍ମାଗାନ୍ଧୀ ଜାତୀୟ ଗ୍ରାମୀଣ କର୍ମନିଶ୍ଚିତ ନିଯୁକ୍ତି ଯୋଜନା (ଏମ୍‌ଜିଏନ୍‌ଆର୍‌ଇଜିଏସ୍‌)ରେ କାର୍ଯ୍ୟ କରିଥିବା ବେଳେ ମାସରୁ ଉର୍ଦ୍ଧ୍ୱ ଦିନ ହେଲାଣି ଶ୍ରମିକମାନଙ୍କୁ ଟଙ୍କା ମିଳିନାହିଁ।...

ଉତ୍ପାତ ଚଲାଇଛି ଗୋଠଛଡ଼ା ଦନ୍ତା

ବୈଶିଙ୍ଗା,୧୩ା୮(ଡି.ଏନ.ଏ.): ମୟୂରଭଞ୍ଜ ଜିଲା ବୈଶିଙ୍ଗା ଥାନା ଅଧୀନ କ୍ଷୀରପଦା, ଦଲଦଲି, ମୋହନପୁର, ଖଇରବଣି, ଭୁଡୁରୁବଣି, ହାତୀଝୁରି ଆଦି ଗ୍ରାମରେ ଏକ ଗୋଠଛଡ଼ା ଦନ୍ତା ହାତୀ ସପ୍ତାହେ...

ବାରିପଦାର ସୁବ୍ରତଙ୍କୁ ଜାତୀୟ ଯୁବ ପ୍ରତିଭା ସମ୍ମାନ

ବାରିପଦା ଅଫିସ,୧୩ା୮- ମୟୁରଭଞ୍ଜ ଜିଲା ବାରିପଦାସ୍ଥିତ ତକତପୁର ଅଞ୍ଚଳର ସୁବ୍ରତ କୁମାର ଦାସ ୨୦୧୬-୧୭ ବର୍ଷର ଜାତୀୟ ‘ଯୁବ ପ୍ରତିଭା ସମ୍ମାନ’ ଲାଭ କରିଛନ୍ତି। ସୋମବାର...

ଚିଟ୍‌ଫଣ୍ଡ ଠକେଇ: ପ୍ରଶାସନିକ ଅବହେଳାରୁ ଟଙ୍କା ଫେରି ପାଉ ନାହାନ୍ତି ଜମାକାରୀ

ବାରିପଦା ଅଫିସ,୧୮।୯- ମୟୂରଭଞ୍ଜ ଜିଲାରେ ବିଭିନ୍ନ ଚିଟ୍‌ଫଣ୍ଡ ସଂସ୍ଥା କାର୍ଯ୍ୟାଳୟମାନ ଖୋଲି ଅଧିକ ସୁଧ ଓ ଅନ୍ୟାନ୍ୟ ସୁବିଧା ଦେବାର ପ୍ରଲୋଭନ ଦେଖାଇ ଜମାକାରୀଙ୍କଠାରୁ କୋଟି...

Advertisement
Archives

Model This Week