Posted inଖେଳ

ହକି ଖେଳାଳିଙ୍କ ପାଇଁ ବେସିକ୍‌ କୋଚିଂ

ନୂଆଦିଲ୍ଲୀ, ୧୦ା୫- କରୋନା ଭାଇରସ୍‌ ସଂକ୍ରମଣ ପ୍ରଭାବରୁ ଲକଡାଉନ କଟକଣା ଥିବାରୁ ଖେଳ ସମ୍ଭବ ହେଉନାହିଁ। ତେଣୁ ସିନିୟର ସମ୍ଭାବ୍ୟ କୋର୍‌ ଖେଳାଳିଙ୍କ ପାଇଁ ହକି ଇଣ୍ଡିଆ ଲେଭଲ ବେସିକ୍‌ କୋଚିଂ କୋର୍ସ ଆୟୋଜନ କରିବାକୁ ଯାଉଛି। ଶନିବାର ହକି ଇଣ୍ଡିଆ ପକ୍ଷରୁ ଏହା ପ୍ରକାଶ କରାଯାଇଛି। ବେଙ୍ଗାଲୁରୁସ୍ଥିତ ସାଇ ସେଣ୍ଟରରେ ଥିବା ଖେଳାଳିମାନେ ଏଥିରେ ଭାଗନେବେ। ୩୨ ସିନିୟର ପୁରୁଷ ଓ ୨୩ ସିନିୟର ମହିଳା କୋର୍‌ ସମ୍ଭାବ୍ୟ ଖେଳାଳି ହକି ଇଣ୍ଡିଆର ଏହି ଅନ୍‌ଲାଇନ୍‌ କୋର୍ସ କରିବେ। ଭାରତୀୟ ମହିଳା ହକି ଦଳର ଅଧିନାୟକ ରାଣୀ ରାମପାଲ ପୂର୍ବରୁ ହକି ଇଣ୍ଡିଆ ପକ୍ଷରୁ ଆୟୋଜିତ କୋଚିଂ ଏଜୁକେଶନ କାର୍ଯ୍ୟକ୍ରମରେ ଭାଗନେଇ ଲେଭଲ-୧ କୋଚ୍‌ ପ୍ରମାଣପତ୍ର ହାସଲ କରି ସାରିଛନ୍ତି।
ଭାରତୀୟ କୋଚ୍‌ମାନେ ଯେପରି ତୃଣମୂଳ ସ୍ତରରୁ ଅନ୍ତର୍ଜାତୀୟ ସ୍ତରର ହୋଇପାରିବେ ତାକୁ ଦୃଷ୍ଟିରେ ରଖି ହକି ଇଣ୍ଡିଆ ପକ୍ଷରୁ ୨୦୧୯ରୁ କୋଚିଂ ଏଜୁକେଶନ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି । ଏଥିରେ ଏବେ ସିନିୟର ଖେଳାଳିମାନଙ୍କୁ ସାମିଲ କରାଯାଇଛି । କୋର୍‌ ଖେଳାଳିମାନେ ଅନ୍‌ଲାଇନ୍‌ ସେସନ ରିଭ୍ୟୁ ପାଇଁ ୩୬ ଘଣ୍ଟା ସମୟ ପାଇବେ । ଏହାପରେ ଅନ୍ତର୍ଜାତୀୟ ହକି ଫେଡେରେଶନ (ଏଫଆଇଏଚ୍‌) ନୀତି ନିୟମରେ ଅନ୍‌ଲାଇନ୍‌ରେ ଏକ ପରୀକ୍ଷା ହେବ। ପୁରୁଷ ଖେଳାଳିଙ୍କ ପାଇଁ ଚଳିତମାସ ୧୧ ଏବଂ ମହିଳା ଖେଳାଳିଙ୍କ ପାଇଁ ୧୫ ତାରିଖରେ ଏହି ମୂଲ୍ୟନିର୍ଦ୍ଧାରଣ ପରୀକ୍ଷା ଅନୁଷ୍ଠିତ ହେବ। ଏହି କୋର୍ସଦ୍ୱାରା ଖେଳାଳିମାନେ ଗେମ୍‌ ସମ୍ପର୍କରେ ଏଜୁକେଟ ହେବା ସହ ଜଣେ କୋଚ୍‌ ଦୃଷ୍ଟିକୋଣରୁ ଖେଳକୁ ଦେଖି ପାରିବେ। ଯେଉଁ ଖେଳାଳିମାନେ ବେସିକ୍‌ କୋଚିଂ କୋର୍ସରେ ସଫଳତାର ସହ ଉତ୍ତୀର୍ଣ୍ଣ ହେବେ ସେମାନେ ଭବିଷ୍ୟତରେ ହକି ଇଣ୍ଡିଆର ଲେଭଲ-୧ କୋଚିଂ କୋର୍ସ କରିପାରିବେ। ଫଳରେ ଖେଳାଳିମାନେ କେବଳ ଜଣେ ଆଥଲେଟଭାବେ ନୁହେଁ କୋଚ୍‌ଭାବେ ମଧ୍ୟ ଉନ୍ନତି କରିପାରିବେ ବୋଲି ହକି ଇଣ୍ଡିଆ ସଭାପତି ମହମ୍ମଦ ମୁସ୍ତାକ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

କୋହଲି, ଧୋନୀଙ୍କଠାରୁ ବି ଅଧିକ ଦାମୀ ଗାଡ଼ି ଚଲାଉଛନ୍ତି ପାଣ୍ଡ୍ୟା

ଟିମ୍‌ ଇଣ୍ଡିଆର ଷ୍ଟାର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ନିକଟରେ ଏକ ଲମ୍ବୋରଘିନି କାର୍‌ କିଣିଛନ୍ତି। ଏହି କାର୍‌ରେ ପାଣ୍ଡ୍ୟା ନିଜ ବଡ଼ ଭାଇ କୃନାଲଙ୍କ ସହ...

ଧାଓ୍ବନଙ୍କ ଶତକ: ଦିଲ୍ଲୀ ଶୀର୍ଷକୁ ଫେରିଲା

ଶାରଜା,୧୮।୧୦(ପି.ଟି.): ଅଭିଜ୍ଞ ଓପନର ଶିଖର ଧାଓ୍ବନଙ୍କ ଅପରାଜିତ ଶତକ (୧୦୧ରନ, ୫୮ ବଲ, ୧୪ ଚୌକା, ୧ ଛକା) ଓ ଡେଥ୍‌ ଓଭରରେ ଅକ୍ଷର ପଟେଲଙ୍କ...

ହାଇଦ୍ରାବାଦକୁ ୧୭୬ ରନ୍‌ର ବିଜୟ ଲକ୍ଷ୍ୟ

ମୁମ୍ବାଇ,୧୫।୪: ଇଣ୍ଡିଆନ ପ୍ରିମିୟର ଲିଗ୍‌(ଆଇପିଏଲ୍‌)ରେ ଶୁକ୍ରବାର ସନରାଇଜର୍ସ ହାଇଦ୍ରାବାଦ ଏବଂ କୋଲକାତା ନାଇଟ୍‌ ରାଇଡର୍ସ ମଧ୍ୟରେ ଖେଳ ଜାରି ରହିଛି। ପ୍ରଥମେ ଟସ୍‌ ଜିତି ହାଇଦ୍ରାବାଦ...

ସନ୍ଦୀପ କୁମାରୀ ୪ବର୍ଷ ବାସନ୍ଦ

ନୂଆଦିଲ୍ଲୀ, ୩ା୫ (ପି.ଟି.)-ଡୋପ୍‌ ଟେଷ୍ଟରେ ବିଫଳ ହେବାରୁ ଆଥଲେଟିକ୍ସ ଇଣ୍ଟିଗ୍ରିଟି ୟୁନିଟ୍‌ ଡିସ୍‌କସ୍‌ ଥ୍ରୋୟର ସନ୍ଦୀପ କୁମାରୀଙ୍କୁ ୪ ବର୍ଷ ବାସନ୍ଦ କରିଛି। କୌତୂହଳର କଥା...

୨୦୨୦ରେ କହିଥିଲେ ‘ଆମେ ଫେରିବୁ’

ଦୁବାଇ,୧୬।୧୦: ଅଧିନାୟକ ମହେନ୍ଦ୍ର ସିଂ ଧୋନୀଙ୍କ ନେତୃତ୍ୱାଧୀନ ଚେନ୍ନାଇ ସୁପର କିଙ୍ଗ୍ସ (ସିଏସ୍‌କେ) ଚତୁର୍ଥ ଥର ପାଇଁ ଆଇପିଏଲ ଟ୍ରଫି ହାତେଇଛି। ଗତ ବର୍ଷ ଆଇପିଏଲ...

ହକିର ପୁରୁଣା ଗଡ଼ ଉପରେ ଦିଲୀପଙ୍କ ନଜର

ଭୁବନେଶ୍ୱର, ୨୬ା୯(କ୍ରୀଡ଼ା ପ୍ରତିନିଧି) ହକି ଇଣ୍ଡିଆର ନବନିର୍ବାଚିତ ସଭାପତି ଅଲିମ୍ପିଆନ ଦିଲୀପ ତିର୍କୀଙ୍କୁ ରବିବାର ଓଡ଼ିଶା ସ୍ପୋଟର୍‌ସ ଜର୍ନାଲିଷ୍ଟ ଆସୋସିଏଶନ (ଓସ୍‌ଜା) ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଛି।...

ଫାଇନାଲ ପାଇଁ ୭୫ ହଜାର ଟିକେଟ୍ ବିକ୍ରି

ମୁମ୍ବାଇ,୭।୩- ମେଲବୋର୍ନ କ୍ରିକେଟ ଗ୍ରାଉଣ୍ଡ (ଏମ୍ସିଜି)ରେ ରବିବାର ଆୟୋଜକ ତଥା ୪ ଥରର ଚାମ୍ପିୟନ ଅଷ୍ଟ୍ରେଲିଆ ଓ ଭାରତ ମଧ୍ୟରେ ମହିଳା ଟି୨୦ ବିଶ୍ୱକପ୍ ଫାଇନାଲ...

ୟୁରୋକପ୍‌: ଇଟାଲୀ- ସ୍ପେନ୍‌ ସେମି ଫାଇଟ୍‌

ଲଣ୍ଡନ,୭।୭: ୟୁରୋକପ୍‌ର ପ୍ରଥମ ସେମିଫାଇନାଲ ମୁକାବିଲାରେ ଦୁଇ ଫୁଟବଲ ପାଓ୍ବାର ହାଉସ୍‌ ଇଟାଲୀ ଓ ସ୍ପେନ ମୁହାଁମୁହିଁ ହେବେ। ବୁଧବାର ସ୍ଥାନୀୟ ଓ୍ବିମ୍ବଲି ଷ୍ଟାଡିୟମରେ ଆୟୋଜନ...

Advertisement
Archives

Model This Week