Posted inଜାତୀୟ

ସ୍ବାଭାବିକ ହେଉଛି କଶ୍ମୀର ସ୍ଥିତି

ଶ୍ରୀନଗର/ନୂଆଦିଲ୍ଲୀ,୧୦ା୮: ଅନୁଚ୍ଛେଦ ୩୭୦ ଉଚ୍ଛେଦ ପରେ ଜମ୍ମୁ-କଶ୍ମୀରରେ ଉତ୍ତେଜନା ଓ ହିଂସା ଏଡ଼ାଇବା ପାଇଁ ଜାରି ହୋଇଥିବା କଟକଣାକୁ ପ୍ରଶାସନ ପକ୍ଷରୁ ଧୀରେ ଧୀରେ ଉଠାଇ ଦିଆଯାଉଛି। ଏଥିଯୋଗୁ ଉପତ୍ୟକାରେ ସ୍ଥିତି ସ୍ବାଭାବିକ ହେବାରେ ଲାଗିଛି। ଶୁକ୍ରବାର କଡ଼ା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ମୁସ୍‌ଲିମ୍‌ ସମ୍ପ୍ରଦାୟର ଲୋକେ ପ୍ରାର୍ଥନା କରିଛନ୍ତି। କାଁ ଭାଁ କେତୋଟି ସ୍ଥାନରେ ଅପ୍ରୀତିକର ଘଟଣାକୁ ଛାଡ଼ିଦେଲେ ମୋଟାମୋଟି ଭାବେ ଉପତ୍ୟକାକୁ ଶାନ୍ତି ଫେରୁଛି ବୋଲି କୁହାଯାଇପାରେ।
କିଛିଦିନ ହେଲା ଘରେ ଆବଦ୍ଧ ଥିବା କଶ୍ମୀରୀମାନେ ଏବେ ପଦାକୁ ଗୋଡ଼ କାଢ଼ିଛନ୍ତି। ଶୁକ୍ରବାର ନମାଜ ପାଠ ଥିବାରୁ ସ୍ଥାନୀୟ ମସ୍‌ଜିଦଗୁଡ଼ିକରେ କଟକଣା କୋହଳ କରାଯାଇଥିଲା। ବହୁସଂଖ୍ୟକ ଲୋକ ସାମୂହିକ ନମାଜ ପାଠ କରିଥିଲେ। ମଙ୍ଗଳବାରଠାରୁ କଶ୍ମୀରରେ ଥିବା ଜାତୀୟ ସୁରକ୍ଷା ପରାମର୍ଶଦାତା (ଏନ୍‌ଏସ୍‌ଏ) ଅଜିତ ଡୋଭାଲଙ୍କ ନିର୍ଦ୍ଦେଶକ୍ରମେ ଏହି ନିଷ୍ପତ୍ତି ନିଆଯାଇଛି। ଡୋଭାଲ ବରିଷ୍ଠ ପୋଲିସ ଅଧିକାରୀଙ୍କ ସହ ଶ୍ରୀନଗରର ଇଦ୍‌ଘା ସମେତ କେତେକ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ପରିଦର୍ଶନ କରିଥିଲେ। ପରେ ସେ ରାଜ୍ୟପାଳ ସତ୍ୟପାଲ ମଲିକଙ୍କୁ ଭେଟି ସ୍ଥିତି ସମ୍ପର୍କରେ ଆଲୋଚନା କରିଥିଲେ। ବିଭିନ୍ନ ସହରରେ ଦୋକାନ ବଜାରଗୁଡ଼ିକ ଖୋଲିବାରେ ଲାଗିଛି। ଅଗଷ୍ଟ ୫ରୁ ଜାରି ହୋଇଥିବା ୧୪୪ ଧାରାକୁ ଶୁକ୍ରବାର ଜମ୍ମୁ ଜିଲା ପ୍ରଶାସନ ହଟାଇଦେଇଛି। ଶନିବାରଠାରୁ ସ୍କୁଲ, କଲେଜ ଓ ଅନ୍ୟ ଶିକ୍ଷାନୁଷ୍ଠାନ ଖୋଲିବା ପାଇଁ ଜିଲାପାଳ ସୁଷମା ଚୌହାନ ନିର୍ଦ୍ଦେଶ ଦେଇଛନ୍ତି। ଉତ୍ତର କଶ୍ମୀରର ସୋପୋରରେ ସୁରକ୍ଷା ବଳକୁ ଟେକାମାଡ଼ ହୋଇଥିବା ଜଣାପଡ଼ିଛି। କୌଣସି ପ୍ରକାର ଅଘଟଣକୁ ଏଡ଼ାଇବା ପାଇଁ ପ୍ରାୟ ସବୁ ସମ୍ବେଦନଶୀଳ ସ୍ଥାନରେ ସୁରକ୍ଷା କର୍ମୀ ପୂର୍ବଭଳି ମୁତୟନ ରହିଛନ୍ତି। ଅନ୍ୟପକ୍ଷରେ ୩୭୦ ଉଚ୍ଛେଦ ପ୍ରତିବାଦରେ ଦିଲ୍ଲୀରେ କଶ୍ମୀରୀମାନେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ଜମ୍ମୁ-କଶ୍ମୀରରୁ ଆସି ଦିଲ୍ଲୀ-ଏନ୍‌ସିଆର୍‌ରେ ରହୁଥିବା ଛାତ୍ର ଓ କର୍ମଚାରୀମାନେ ଯନ୍ତରମନ୍ତର ରୋଡ୍‌ରେ ମୁହଁରେ କଳାପଟି ବାନ୍ଧି ଓ ହାତରେ ପ୍ଲାକାର୍ଡ ଧରି କେନ୍ଦ୍ର ବିରୋଧୀ ସ୍ଲୋଗାନ ଦେଇଛନ୍ତି। ଉପତ୍ୟକାରେ ଯୋଗାଯୋଗର ମାଧ୍ୟମ ବିଚ୍ଛିନ୍ନ ହୋଇଥିବାରୁ ୫ ଦିନ ହେଲା ସେମାନେ ନିଜ ପରିବାର ସହ ଫୋନ୍‌ରେ କଥା ହୋଇପାରି ନ ଥିବା ଦିଲ୍ଲୀ ୟୁନିଭର୍ସିଟି, ଜାମିଆ ମିଲିଆ ଇସ୍‌ଲାମିଆ ଏବଂ ଜେଏନ୍‌ୟୁ ଛାତ୍ରୀଛାତ୍ର ଅଭିଯୋଗ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କାମଧନ୍ଦା ନ ପାଇ ଦିଲ୍ଲୀ ଛାଡ଼ିଲେଣି ୮ ଲକ୍ଷ ପ୍ରବାସୀ ଶ୍ରମିକ

ନୂଆଦିଲ୍ଲୀ, ୨୨।୫: କରୋନା ସଂକ୍ରମଣ ରୋକିବା ପାଇଁ ଦିଲ୍ଲୀ ସରକାର ଲକ୍‌ଡାଉନ ଘୋଷଣା କରିଛନ୍ତି। ଫଳରେ କାମଧନ୍ଦା ନ ପାଇ ୪ ସପ୍ତାହ ମଧ୍ୟରେ ୮...

ସମଲିଙ୍ଗୀ ବିବାହକୁ ବିରୋଧ କଲେ କେନ୍ଦ୍ର ସରକାର

ନୂଆଦିଲ୍ଲୀ,୨୫।୨: ସମଲିଙ୍ଗୀ ବିବାହକୁ ଅନୁମତି ଦେବା ପାଇଁ ଦିଲ୍ଲୀ ହାଇକୋର୍ଟରେ ଦାଖଲ ହୋଇଥିବା ଏକ ଆବେଦନକୁ କେନ୍ଦ୍ର ସରକାରଙ୍କ ପକ୍ଷରୁ ବିରୋଧ କରାଯାଇଛି। ସରକାର କହିଛନ୍ତି...

ସେନାରେ ବଡ଼ ଧରଣର ଅଦଳବଦଳ: ନରାଓ୍ବନେ ଉପମୁଖ୍ୟ ହେବା ନେଇ ଚର୍ଚ୍ଚା

ନୂଆଦିଲ୍ଲୀ,୨୨।୭: ଭାରତୀୟ ସେନାରେ ବଡ଼ ଧରଣର ଅଦଳବଦଳ ହେବାର ସମ୍ଭାବନା ରହିଛି। ସେନା ଉପମୁଖ୍ୟଙ୍କ ନିଯୁକ୍ତି ସହିତ ଅନ୍ୟ କମାଣ୍ଡର ପଦବୀ ସମ୍ପର୍କରେ ମଧ୍ୟ ଘୋଷଣା...

ଭାରତକୁ ମିଳିବ କରୋନା ଭ୍ୟାକସିନ୍‌!

ନୂଆଦିଲ୍ଲୀ,୨୩।୪: କରୋନା ଭାଇରସ ଏବେ ବିଶ୍ୱର ପ୍ରାୟ ୨୧୦ ଦେଶକୁ ବ୍ୟାପିଥିବା ବେଳେ ଏବେ ଏହା ଆମେରିକାରେ ସର୍ବାଧିକ ଲୋକଙ୍କ ଜୀବନ ନେଲାଣି। ଏହି ଭାଇରସର...

ନାବାଳିକାଙ୍କୁ ବଳାତ୍କାର ପରେ ହତ୍ୟା କଲେ ଯୁବକ, ପାଟିରେ ଭରିଦେଲେ କାଦୁଅ

ଲକ୍ଷ୍ନୌ,୧୯ା୯: ଉତ୍ତରପ୍ରଦେଶର ଏକ ଗାଁରେ ଜଣେ ନାବାଳିକାଙ୍କୁ ବଳାତ୍କାର ଓ ହତ୍ୟା କରାଯାଇଥିବା ଜଣାପଡ଼ିଛି। ତେବେ ହତ୍ୟାର ଗୋଟିଏ ଦିନ ପରେ ପୋଲିସ ଅଭିଯୁକ୍ତଙ୍କୁ ଗିରଫ...

ସାଧାରଣତନ୍ତ୍ର ଦିବସ: ଦିଲ୍ଲୀ ସୁରକ୍ଷା ଛାଉଣିରେ ପରିଣତ; ୨୨ ହଜାର ପୋଲିସ ମୁତୟନ

ନୂଆଦିଲ୍ଲୀ, ୨୫।୧: ସାଧାରଣତନ୍ତ୍ର ଦିବସ ଅବସରରେ ଦିଲ୍ଲୀରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି। ସହରର ଗଳିକନ୍ଦିରେ ସୁରକ୍ଷାକର୍ମୀଙ୍କୁ ସଜାଗ ରଖାଯାଇଛି। ସୁରକ୍ଷା କାର୍ଯ୍ୟରେ ୨୨ ହଜାର...

ଯୋଧପୁର ଆଇଆଇଟି ତିଆରି କଲା ଏମିତି ମେଶିନ, ଯାହା ଯେକୌଣସି ଜିନିଷର ଭିତର ପର୍ଯ୍ୟନ୍ତ କରିବ ସାନିଟାଇଜ୍‌

ଜୟପୁର,୨୮।୧: ଆଇଆଇଟି ଯୋଧପୁର ଆତ୍ମନିର୍ଭର ଭାରତ ଏବଂ ମେକ୍‌ ଇନ୍‌ ଇଣ୍ଡିଆ ଅଧୀନରେ ଏମିତି ଏକ ଏସି ମେଶିନ ତିଆରି କରିଛି ଯାହା କୌଣସି ଜିନିଷର...

ବଡ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଲା ଇଣ୍ଡିଗୋ ଏୟାର ଲାଇନ୍ସର ବିମାନ, ଟେକଅପ୍ ପୂର୍ବରୁ ଇଞ୍ଜିନରେ ଲାଗିଲା ନିଆଁ

ନୂଆଦିଲ୍ଲୀ,୨୯ ।୧୦: ଦିଲ୍ଲୀରୁ ବେଙ୍ଗାଲୁରୁ ଯାଉଥିବା ଇଣ୍ଡିଗୋ ଏୟାର ଲାଇନ୍ସର ଏକ ବିମାନକୁ ଶୁକ୍ରବାର ଏମରଜେନ୍ସି ଲ୍ୟାଣ୍ଡିଂ କରିବାକୁ ପଡିଛି । ବିମାନଟି ରନୱେରେ ଟେକ୍...

Advertisement
Archives

Model This Week