‘ସ୍ବାଧୀନତା ଆନ୍ଦୋଳନରେ ନେତାଜୀଙ୍କ ଭୂମିକା ଥିଲା ଗୁରୁତ୍ୱପୂର୍ଣ୍ଣ’

ମାଲକାନଗିରି,୨୩।୧(ଡି.ଏନ୍‌.ଏ.): ମାଲକାନଗିରି ଜିଲା ସଦର ମହକୁମାସ୍ଥିତ ସୁଭାଷ ବୋଷ ସ୍ମାରକୀ ଟାଉନ ୟୁଥ୍‌କ୍ଲବ ଆନୁକୂଲ୍ୟରେ ନେତାଜୀଙ୍କ ୧୨୪ତମ ଜୟନ୍ତୀ ପାଳିତ ହୋଇଯାଇଛି ା ଏଥିରେ ଅତିରିକ୍ତ ଜିଲାପାଳ ବୀରସେନ ପ୍ରଧାନ, ଆରକ୍ଷୀ ଅଧୀକ୍ଷକ ଋଷିକେଶ ଡି.ଖିଲାରୀ, ପୂର୍ବତନ ବିଧାୟକ ନିମାଇଁ ଚରଣ ସରକାର, ଖଣ୍ଡୀୟ ବନ ଅଧିକାରୀ ପ୍ରଦୀପ ଦେବୀଦାସ ମୀରାସେ, ଏସ୍‌ଡିପିଓ ପ୍ରହଲ୍ଲାଦ ସହାଇ ମୀନା, ଉପଜିଲାପାଳ ରାମେଶ୍ୱର ପ୍ରଧାନ ଓ ଥାନା ଭାରପ୍ରାପ୍ତ ନିରୀକ୍ଷକ ରାମପ୍ରସାଦ ନାଗ, ଅଧ୍ୟାପକ ରନ କୁମାର ସ୍ବାଇଁ ଯୋଗ ଦେଇ ଜିଲା ସଦର ମହକୁମାସ୍ଥିତ ସୁଭାଷ ବୋଷ ଛକସ୍ଥିତ ନେତାଜୀଙ୍କ ପ୍ରତିମୂର୍ତ୍ତି ଓ କ୍ଲବ ପରିସରରେ ଥିବା ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଥିଲେ। ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ପ୍ରକାଶ ଚନ୍ଦ୍ର ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସ୍ମୃତିଚାରଣ ସଭାରେ ଅତିଥିମାନେ ସ୍ବାଧୀନତା ଆନ୍ଦୋଳନରେ ନେତାଜୀଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ ବୋଲି ମତବ୍ୟକ୍ତ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ କ୍ଲବର ସଭାପତି ଡି.ଚିନ୍ନା ରାଓ, ସମ୍ପାଦକ ଶଙ୍କର ପାଣିଗ୍ରାହୀ, ସଦସ୍ୟ ଜି.ଶ୍ରୀନିବାସ ରାଓ, ପି.କେଶୁ ରାଓଙ୍କ ସମେତ କ୍ଲବର ବହୁ ସଦସ୍ୟ ଯୋଗ ଦେଇ ନେତାଜୀଙ୍କ ନୀତି ଓ ଆଦର୍ଶ ସମ୍ପର୍କରେ ବକ୍ତବ୍ୟ ରଖିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ମହାରାଷ୍ଟ୍ରର ସମସ୍ତ ଲୋକ ସଭା ଆସନରେ ମହିଳାଙ୍କ ପାଇଁ ରହିବ ସ୍ବତନ୍ତ୍ର ମତଦାନ କେନ୍ଦ୍ର

ମୁମ୍ବାଇ,୨୮।୩: ଆସନ୍ତା ମାସରେ ହେବାକୁ ଥିବା ଲୋକ ସଭା ନିର୍ବାଚନରେ ମହିଳାମାନଙ୍କୁ ଅଧିକ ମାତ୍ରାରେ ସାମିଲ କରିବା ଲାଗି ମହାରାଷ୍ଟ୍ର ସରକାର ଏକ ଅଭିନବ ଉପାୟ...

ପୂର୍ବତନ ଏମ୍‌ପି ରବୀନ୍ଦ୍ର ଜେନାଙ୍କୁ ହାଇକୋର୍ଟ ଝଟ୍‌କା

କଟକ ଅଫିସ,୭ା୨:ବାଲେଶ୍ୱରର ପୂର୍ବତନ ଏମ୍‌ପି ରବୀନ୍ଦ୍ର ଜେନାଙ୍କୁ ହାଇକୋର୍ଟରୁ ଝଟ୍‌କା ଲାଗିଛି। ସି-ସୋର ଚିଟ୍‌ଫଣ୍ଡ ଠକେଇ ମାମଲାରେ ରବୀନ୍ଦ୍ରଙ୍କ ଲିଙ୍କ୍‌ ସଂକ୍ରାନ୍ତୀୟ ଶୁଣାଣି ଜାରି ରହିବ...

ଇତିହାସ ଅଧ୍ୟାପକ ପରୀକ୍ଷା ବାତିଲ୍‌ କଲେ ହାଇକୋର୍ଟ: ସାନି ପରୀକ୍ଷା ପାଇଁ ଆଦେଶ

କଟକ ଅଫିସ, ୧୯।୧୨ : ଅଣଅନୁଦାନପ୍ରାପ୍ତ କଲେଜଗୁଡ଼ିକ ନିମନ୍ତେ ୮୧ଟି ଇତିହାସ ଅଧ୍ୟାପକ ପଦବୀ ପାଇଁ ଗତ ମାର୍ଚ୍ଚ ୧୦ ତାରିଖରେ ଲିଖିତ ପରୀକ୍ଷା ଅନୁଷ୍ଠିତ...

ପାରମ୍ପରିକ ନୀତିରେ ହେବ ମାଘମେଳା

ଢେଙ୍କାନାଳ ଅଫିସ, ୨୦।୧: ଉପାସନା ସ୍ଥଳୀ ଉଚ୍ଛେଦ ପରେ ବିଶ୍ୱପ୍ରସିଦ୍ଧ ମହିମା ଧର୍ମପୀଠ ଯୋରନ୍ଦା ମହିମାଗାଦିରେ କୌପୀନଧାରୀ ଏବଂ ବଳ୍କଳଧାରୀ ଗୋଷ୍ଠୀ ମଧ୍ୟରେ ଲାଗି ରହିଥିବା...

ବିପଦସଙ୍କୁଳ ଅବସ୍ଥାରେ ଟ୍ରାନ୍ସଫର୍ମର : ଅଭିଯୋଗ ସତ୍ତ୍ୱେ ଧ୍ୟାନ ଦେଉନାହାନ୍ତି ଅଧିକାରୀ

କେସିଙ୍ଗା,୧୨।୯(ଡି.ଏନ୍‌.ଏ.): କଳାହାଣ୍ଡି ଜିଲା କେସିଙ୍ଗା ସହରସ୍ଥିତ ରେଲ୍‌ଓ୍ବେ ଗେଟ୍‌ ନିକଟରେ ୧୦୦ କେଭି ବିଶିଷ୍ଟ ବିଦ୍ୟୁତ୍‌ ଟାନ୍ସଫର୍ମର ସ୍ଥାପନ କରାଯାଇଛି। ଜାତୀୟ ରାଜପଥର ପୂର୍ବ ଦିଗରେ...

୬୭ତମ ରାଜ୍ୟ ପୋଲିସ ବୃତ୍ତିଗତ ପ୍ରତିଯୋଗିତା ଉଦ୍‌ଯାପିତ

କଟକ ଅଫିସ,୨୮।୯: ବୃତ୍ତିଗତ ପ୍ରତିଯୋଗିତା ଦକ୍ଷତା ବୃଦ୍ଧି କରିଥାଏ। ପୋଲିସ ବିଭାଗର ବିଭିନ୍ନ ସ୍ତରରେ କାର୍ଯ୍ୟ କରୁଥିବା ଅଧିକାରୀ ଓ କର୍ମଚାରୀଙ୍କ ମଧ୍ୟରେ ଦକ୍ଷତା ବୃଦ୍ଧି...

କୁଶୁନୁପୁର ପ୍ରାଥମିକ ବିଦ୍ୟାଳୟ ଗୃହ ଜରାଜୀର୍ଣ୍ଣ

ପଟ୍ଟାମୁଣ୍ଡାଇ,୩।୯(ସ୍ବ.ପ୍ର.): ପଟ୍ଟାମୁଣ୍ଡାଇ କେନ୍ଦ୍ର ଓ ରାଜ୍ୟ ସରକାର ଗୁଣାତ୍ମକ ଶିକ୍ଷାର ବିକାଶ ପାଇଁ ଅନେକ ପଦକ୍ଷେପ ଗ୍ରହଣ କରୁଛନ୍ତି। ହେଲେ ପ୍ରଶାସନିକ ଅଧିକାରୀଙ୍କ ନିଷ୍କ୍ରିୟତା ଯୋଗୁ...

ଆଜିଠୁ ‘ମୋ ଧାମ, ମୋ ଗର୍ବ’ ଅଭିଯାନ

ପୁରୀ ଅଫିସ,୧ା୧୧: ସହରବାସୀଙ୍କ ସହଯୋଗ ରହିଲେ ସ୍ବଚ୍ଛତା କ୍ଷେତ୍ରରେ ଭାରତର ଅନ୍ୟ ସମସ୍ତ ତୀର୍ଥକ୍ଷେତ୍ର ପାଇଁ ଶ୍ରୀକ୍ଷେତ୍ର ଉଦାହରଣ ସାଜିପାରିବ। ୨୦୨୧ ସ୍ବଚ୍ଛ ସର୍ବେକ୍ଷଣରେ ପୁରୀ...

Advertisement
Archives

Model This Week