ସ୍ବଳ୍ପ ବୃଷ୍ଟି, ଚାଷଜମି ଶୁଖିଲା: ମୁଣ୍ଡରେ ହାତଦେଇ ବସିଛି ଚାଷୀ

ରଣପୁର,୨୩ା୭ (ସ୍ବ.ପ୍ର.): ବର୍ଷା ଅଭାବରୁ ରଣପୁର ବ୍ଲକ ଅଞ୍ଚଳରେ ଜମି ଫାଟି ଆଁ କଲାଣି। କେଉଁଠି ବର୍ଷା ପାଇଁ ବେଙ୍ଗ ବିବାହ ତ ଆଉ କେଉଁଠି ଡାଳମାଙ୍କୁଡି ନୃତ୍ୟ କରାଗଲାଣି ା ତଥାପି ଇନ୍ଦ୍ର ଦେବଙ୍କ କୋପ ଚାଷୀଙ୍କ ଉପରୁ ଦୂର ହେଉନି ା ସରକାର ଚାଷ ପାଇଁ ଜଳସେଚନକୁ ଗୁରୁତ୍ୱ ଦେଉଥିବାବେଳେ ଏଠାରେ କେନାଲରେ ପାଣି ନାହିଁ। ବୋରୱେଲ୍‌ ଥିଲେ ବି କାମରେ ଲାଗୁନି। ସେହିପରି ଚେକ୍‌ଡ୍ୟାମ ଅବସ୍ଥା ନ କହିବା ଭଲ ା ଏଭଳି ସ୍ଥିତିରେ ଚାଷୀର ଭରସା ହେଉଛି ବର୍ଷା ଜଳ। ହେଲେ ଚଳିତବର୍ଷ ସ୍ବଳ୍ପ ବୃଷ୍ଟି କାରଣରୁ ଚାଷ କାର୍ଯ୍ୟରେ ଘୋର ବ୍ୟାଘାତ ସୃଷ୍ଟି ହୋଇଛି ା ଯେଉଁ ସମୟରେ ଧାନକ୍ଷେତରେ ବେଉଷଣ କରିବା କଥା ସେତେବେଳେ ଚାଷୀ ହାତବାନ୍ଧି ବସିଛି। ଏହି ପରିସ୍ଥିତି ବ୍ଲକ ଅଧୀନ ବିଭିନ୍ନ ପଞ୍ଚାୟତର ଚାଷୀଙ୍କ ଚିନ୍ତା ବଢାଇଦେଇଛି।
ଏହି ବ୍ଲକରେ ସମୁଦାୟ ୨୦ହଜାର ୨୨୭ ହେକ୍ଟର ଚାଷ ଜମି ରହିଛି ା ଚାଷୀମାନେ ଧାନଚାଷ ପାଇଁ ମୁଖ୍ୟତଃ ବର୍ଷାଜଳ ଉପରେ ନିର୍ଭର କରିଥାନ୍ତି। ଯେଉଁ ବର୍ଷ ଭଲ ବର୍ଷା ହୁଏ ସେବର୍ଷ ଚାଷୀ ମନରେ ଉତ୍ସାହ ଦେଖିବାକୁ ମିଳେ। ଚାଷ କାର୍ଯ୍ୟ ମଧ୍ୟ ଭଲ ହୋଇଥାଏ। ବ୍ଲକରେ ଜଳସେଚନର ଉନ୍ନତି ପାଇଁ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରି ଚେକ୍‌ଡ୍ୟାମ୍‌, ବନ୍ଧ ଆଦି ନିର୍ମାଣ କରିଛନ୍ତି। ହେଲେ ନିମ୍ନମାନର ଯୋଗୁ ଚାଷୀମାନେ ସେଥିରୁ ସୁଫଳ ପାଇପାରୁ ନ ଥିବା ପ୍ରକାଶ କରିଛନ୍ତି। ଅପରପକ୍ଷେ ସରକାରଙ୍କ ପକ୍ଷରୁ ବିଭିନ୍ନ ସ୍ଥାନରେ ବୋର୍‌ୱେଲ ଖନନ କରାଯାଇଛି। ସେଥିମଧ୍ୟରୁ କେଉଁଠି ବିଦ୍ୟୁତ୍‌ ସଂଯୋଗ ନାହିଁ ତ କେଉଁଠି ଖୁଣ୍ଟି ପୋତା ନ ଯିବାରୁ ସେଗୁଡିକ ଚାଷୀଙ୍କ କାମରେ ଆସୁନି। ବ୍ଲକର ମାତ୍ର ୧୫ ପ୍ରତିଶତ ଜମିକୁ ଜଳସେଚନ ସୁବିଧା ରହିଛି, ଯାହା ସମୁଦ୍ରକୁ ଶଙ୍ଖେ। ଚଳିତବର୍ଷ ବ୍ଲକରେ ୧୭ହଜାର ୩୨୫ ହେକ୍ଟର ଜମିରେ ଖରିଫ ଧାନ ଚାଷ ହୋଇଛି। କମ୍‌ ଜମିରେ ଧାନରୁଆ ହୋଇଥିଲା ବେଳେ ଅଧିକ ଜମିରେ ଚାଷୀମାନେ ଧାନ ବୁଣିଛନ୍ତି। ଅକ୍ଷୟତୃତୀୟାଠାରୁ ଅଖିମୁଠି ଅନୁକୁଳ କରି ଚାଷୀମାନେ ଧାନ ବୁଣିଥିଲେ। ମାତ୍ର ବର୍ଷା ଅଭାବରୁ ଜମିରେ ଧାନ ଗଜା ନ ହୋଇ ନଷ୍ଟ ହୋଇଗଲାଣି। ଯେଉଁଠି ଗଜା ବାହାରି ଗଛ ହୋଇଥିଲା ପାଣି ଅଭାବରୁ ଉକ୍ତ ଜମି ଫାଟି ଆଁ କରିଛି। ବର୍ଷା ପରିମାଣ ଦେଖିଲେ ଜୁନ ୨୦୧୮ରେ ବ୍ଲକରେ ୧୬୪.୪ ମିଲିମିଟର ବର୍ଷା ହୋଇଥିଲା ବେଳେ ୨୦୧୯ ଜୁନରେ ତାହା ୮୫.୦୦ ମିମିରେ ସୀମିତ ରହିଛି ା ସେହିପରି ଜୁଲାଇ ୨୦୧୮ରେ ୩୪୩.୮ ମିଲିମିଟର ବର୍ଷା ହୋଇଥିଲାବେଳେ ୨୦୧୯ ଜୁଲାଇ ୨୧ ତାରିଖ ସୁଦ୍ଧା ୧୬୪.୨ମିମି ବର୍ଷା ରେକର୍ଡ ହୋଇଛି ା ଏହି ତଥ୍ୟରୁ କେତେ ପରିମାଣ କମ୍‌ ବର୍ଷା ହୋଇଛି ତାହା ସ୍ପଷ୍ଟ ହେଉଛି।
ଏ ସମ୍ପର୍କରେ ରଣପୁର କୃଷି ବିଭାଗ ଅଧିକାରିଣୀ ରାଜଶ୍ରୀ ସାହୁଙ୍କୁ ପଚାରିବାରୁ ସେ କହିଥିଲେ, ଅଗଷ୍ଟ, ସେପ୍ଟେମ୍ବର ମାସରେ ଭଲ ବର୍ଷା ହେଲେ ଚାଷୀଙ୍କ ଖରିଫ ଧାନ ଚାଷ ଭଲ ହେବ। ଯଦି ନ ହେବ ଚାଷକାର୍ଯ୍ୟ କ୍ଷତିଗ୍ରସ୍ତ ହେବ ା ଏଠାରେ କରାଯାଇଥିବା ଜଳସେଚନ ପ୍ରକଳ୍ପଗୁଡିକରେ ଜଳ ନ ରହିବାରୁ ଚାଷୀମାନେ ଚାଷ କାର୍ଯ୍ୟରେ ଅଧିକ କ୍ଷତିଗ୍ରସ୍ତ ହେଉଛନ୍ତି। ବିଲଗାଡିଆ ଗ୍ରାମର ଚାଷୀ ଅଖିଳ ପଟ୍ଟନାୟକ କୁହନ୍ତି, ଅକ୍ଷୟ ତୃତୀୟାଠାରୁ ଜମିରେ ଧାନ ବୁଣିଥିଲେ ମଧ୍ୟ ଗଜା ହେଉ ନ ଥିବାରୁ ମରୁଡି ହେବା ଆଶଙ୍କା ଦେଖାଦେଇଛି। ସରକାର ଜଳସେଚନ ବ୍ୟବସ୍ଥା କରି ନ ଥିବାରୁ ଚାଷୀମାନେ ବର୍ଷା ଜଳ ଉପରେ ନିର୍ଭର କରି ହଇରାଣ ହେଉଛନ୍ତି। ଚାଷୀ ଭିକାରୀ ବୈରୀଗଞ୍ଜନ, ରାଉଳ ମାଝି, ସଦାଶିବ ପରିଡା, କୋଳଥପଙ୍ଗି ଗ୍ରାମର ଗୋଲଖ ବିହାରୀ ସାହୁ, ହରିହର ପ୍ରଧାନ, ଭିକାରୀ ସାହୁ କୁହନ୍ତି, ଜମିରେ ବୁଣିଥିବା ଧାନ ଗଛ ଛୋଟ ହୋଇଥିଲା ବେଳେ ବର୍ଷା ଓ ଜଳସେଚନ ଅଭାବରୁ ଜମି ଫାଟି ଆଁ କରିଛି ା ଆମେ ଧାରକରଜ କରି ଚାଷ କରିଛୁ ା ଯଦି ଭଲ ବର୍ଷା ନ ହେବ ଫସଲ ନଷ୍ଟ ହେବ।


Enter your email to get our daily news in your inbox.

All Right Reserved By Dharitri.Com

ଗୋଟିଏ ପିଲା, ଦୁଇ ଶ୍ରେଣୀରେ ପଡୁଛି ଉପସ୍ଥାନ

ନୟାଗଡ଼ ଅଫିସ,୪।୫: ନୟାଗଡ଼ ଜିଲାରେ ନକଲି ଛାତ୍ରୀଛାତ୍ର। ତାହା ପୁଣି ପ୍ରଥମ ରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ଚେର ଲମ୍ବିଛି। ଗୋଟିଏ ପିଲାର ନଁା ଦୁଇ...

୧୦ ହଜାର ଟଙ୍କା ପାଇଁ ନବବଧୂଙ୍କୁ ହତ୍ୟା ଅଭିଯୋଗ : ସ୍ବାମୀ ଓ ଶାଶୁ ଥାନାରେ ଅଟକ

ନୟାଗଡ଼ ଅଫିସ,୪ା୧୦: ନୟାଗଡ଼ ଜିଲା ଶରଣକୁଳ ଥାନା ଚଢ଼େୟାପଲ୍ଲୀ ଗ୍ରାମରେ ଜଣେ ନବବଧୂଙ୍କୁ ଯୌତୁକ ବାବଦରେ ବାକି ଥିବା ୧୦ ହଜାର ଟଙ୍କା ପାଇଁ ହତ୍ୟା...

୧୪ ଗ୍ରାମ ବ୍ରାଉନ ସୁଗାର ଜବତ: ଜେଲ୍‌ ଗଲେ ପ୍ରଭାତ

ନୟାଗଡ଼ ଅଫିସ,୧୫।୫: ନୟାଗଡ଼ ଜିଲା ଶରଣକୁଳ ପୋଲିସ ଶନିବାର ସନ୍ଧ୍ୟାରେ ୧୪ ଗ୍ରାମରୁ ଅଧିକ ବ୍ରାଉନ ସୁଗାର ଜବତ କରିଛି। ଘଟଣାରେ ସମ୍ପୃକ୍ତ ଜଣଙ୍କୁ ଗିରଫ...

ନୟାଗଡ଼ରେ ନକଲି ଟଙ୍କା କାରଖାନା ଠାବ

ନୟାଗଡ଼ ଅଫିସ,୨୧ା୧୦: ନୟାଗଡ଼ ସହରର ଅମରେନ୍ଦ୍ର ବଜାରରେ ଚାଲିଥିଲା ନକଲି ଟଙ୍କା ଛାପା କାରଖାନା। ବାଇକ୍‌ କିଣିବାବେଳେ ୧ ଲକ୍ଷ ୨୫ ହଜାର ନକଲି ୫୦୦...

ପରିଚୟ ପାଇଁ ସଂଗ୍ରାମ: ମିଳୁନି କନ୍ଧ ମାନ୍ୟତା

ନୟାଗଡ ଅଫିସ, ୪ା୨(ଲୋକନାଥ ମିଶ୍ର): ପରିଚୟ ପାଇଁ ସଂଘର୍ଷ ଜାରି ରହିଥିଲେ ମଧ୍ୟ ଓଡିଆ କନ୍ଧଜାତି ପାଉନାହାନ୍ତି ମାନ୍ୟତା। ପରିଚୟ ପାଇଁ ସେମାନେ ବିଭିନ୍ନ ସମୟରେ...

ଖଳିସାହି ପ୍ରଦୂଷିତ ପୋଖରୀରୁ ପଙ୍କୋଦ୍ଧାର ଦାବି

ଖଣ୍ଡପଡା,୯ା୬(ସ୍ବ.ପ୍ର.)-ଖଣ୍ଡପଡା ବ୍ଲକ ଅଧୀନ ଖଳିସାହି ପଞ୍ଚାୟତର ରାଜୁଆସାହି ନିକଟରେ ଥିବା ଦେବତା ପୋଖରୀର ଜଳ ପ୍ରଦୂଷିତ ହୋଇପଡିଛି। ଫଳରେ ପୋଖରୀର ଜଳ ଏବେ ବ୍ୟବହାର ନିମନ୍ତେ...

ବ୍ରାଉନସୁଗାର କାରବାରକୁ ନାହିଁ ଲଗାମ: ଥାନା, ଫାଣ୍ଡି, ମନ୍ଦିର ସମ୍ମୁଖରେ ଚାଲିଛି ବିକ୍ରି

ନୟାଗଡ଼ ଅଫିସ,୬ା୨: ଖୋର୍ଦ୍ଧା ପରେ ନୟାଗଡ଼ ଜିଲା ଏବେ ବ୍ରାଉନସୁଗାର ବ୍ୟବସାୟୀଙ୍କ କବ୍‌ଜାରେ। ଜିଲାର ବିଭିନ୍ନ ଥାନା, ଫାଣ୍ଡି, ମନ୍ଦିର, ଶିକ୍ଷାନୁଷ୍ଠାନ ସମ୍ମୁଖରେ ବ୍ରାଉନସୁଗାର ବିକ୍ରି...

ଅପହଞ୍ଚ ଯୋଜନା, ଅସୁରକ୍ଷିତ ଶ୍ରମିକ

ନୟାଗଡ଼ ଅଫିସ,୧୮ା୩: ଶିକ୍ଷାର ଅଭାବ ସାଙ୍ଗକୁ ଅଭିଯୋଗ କରିବାକୁ ସାହସ ଜୁଟାଇପାରୁ ନ ଥିବାରୁ ନୟାଗଡ ଜିଲାର ନିରୀହ ଶ୍ରମିକ ଶୋଷଣର ଶିକାର ହୋଇଚାଲିଛି। କେଉଁଠି...

Advertisement
Archives

Model This Week