Posted inଜାତୀୟ

ସ୍ବର୍ଗତା ସୁଷମାଙ୍କ ଜନ୍ମଦିନରେ ମନେପକାଇଲେ ମୋଦି, ଶାହା

ନୂଆଦିଲ୍ଲୀ,୧୪।୨: ଭାରତୀୟ ରାଜନୀତିର ଲୋକପ୍ରିୟ ତଥା ଭାଜପାର ବରିଷ୍ଠ ନେତ୍ରୀ ସ୍ବର୍ଗତା ସୁଷମା ସ୍ବରାଜଙ୍କ ଶୁକ୍ରବାର ୬୮ତମ ଜନ୍ମଦିନ। ୧୯୫୨ ଫେବୃୟାରୀ ୧୪ରେ ପଞ୍ଜାବର ଅମ୍ବାଲାରେ ସେ ଜନ୍ମଗ୍ରହଣ କରିଥିଲେ। ସୁଷମା ଆମ ଗହଣରେ ନାହାନ୍ତି ହେଲେ ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ଟୁଇଟ କରି ତାଙ୍କୁ ମନେପକାଇଛନ୍ତି। ସୁଷମା ଜଣେ ଅସାଧାରଣ ସହଯୋଗୀ ଓ ଉତ୍କୃଷ୍ଟ ମନ୍ତ୍ରୀ ଥିଲେ ବୋଲି ମୋଦି କହିଛନ୍ତି। ଏଥିସହ ସେ କହିଛନ୍ତି, ସାର୍ବଜନୀନ ସେବା, ଶାଳୀନତା, ଦୟା ଓ ଦୃଢ଼ ପ୍ରତିବଦ୍ଧତାର ପ୍ରତୀକ ହେଉଛନ୍ତି ସୁଷମା। ସେହିପରି ସ୍ବାମୀ କୌଶଳ ସ୍ବରାଜ ମଧ୍ୟ ତାଙ୍କର ଏକ ଫଟୋ ଶେୟାର କରି ଟୁଇଟ କରିଛନ୍ତି। ଏଥିସହ କ୍ୟାପଶନ୍‌ରେ ଲେଖିଛନ୍ତି, ହାପି ବର୍ଥଡେ ସୁଷମା, ଆମ ଜୀବନର ସମସ୍ତ ଖୁସି। ଏହି ଅବସରରେ ଝିଅ ବାଂଶୁରୀ ମଧ୍ୟ ମା’ ସୁଷମାଙ୍କୁ ମନେ ପକାଇ କହିଛନ୍ତି, ସେ ଜଣେ ଅସାଧାରଣ ନେତ୍ରୀ ଥିଲେ। ଅପରପକ୍ଷେ ତାଙ୍କ ଜନ୍ମଦିନ ଅବସରରେ ବିଦେଶ ସେବା ମନ୍ତ୍ରାଳୟ ପ୍ରବାସୀ ଭାରତୀୟ କେନ୍ଦ୍ର ଏବଂ ବିଦେଶ ସେବା ପ୍ରତିଷ୍ଠାନର ନାମ ପରିବର୍ତ୍ତନ କରି ସୁଷମା ସ୍ବରାଜଙ୍କ ନାମରେ ନାମିତ କରିବାକୁ ନିଷ୍ପତ୍ତି ନେଇଛି। ପ୍ରବାସୀ ଭାରତୀୟ କେନ୍ଦ୍ରକୁ ‘ସୁଷମା ସ୍ବରାଜ ଭବନ’ ଓ ବିଦେଶ ସେବା ପ୍ରତିଷ୍ଠାନର ନାମକୁ ପରିବର୍ତ୍ତନ କରାଯାଇ ‘ସୁଷମା ସ୍ବରାଜ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଫରେନ୍‌ ସର୍ଭିସ’ କରିବାକୁ ଘୋଷଣା କରାଯାଇଛି। ସେହିଭଳି ହରିୟାଣା ସରକାର ମଧ୍ୟ ଅମ୍ବାଲା ସହରର ବସ୍‌ ଷ୍ଟାଣ୍ଡକୁ ‘ସ୍ବରାଜ’ ନାମରେ ନାମିତ କରିବାକୁ ଘୋଷଣା କରିଛନ୍ତି। ସୂଚନାଯୋଗ୍ୟ, ମୋଦି ସରକାରଙ୍କ କାର୍ଯ୍ୟକାଳରେ ସେ ବୈଦେଶିକ ମନ୍ତ୍ରୀଭାବେ ଦାୟିତ୍ୱ ସମ୍ଭାଳିଥିଲେ। ସ୍ବାସ୍ଥ୍ୟଗତ କାରଣ ଯୋଗୁ ୨୦୧୯ରେ ସୁଷମା ନିର୍ବାଚନ ଲଢ଼ି ନ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଆସନ୍ତାକାଲି ପଡୁଛି ୩ ରାଜଯୋଗ; ୫ ରାଶିଙ୍କ ବଦଳିବ ଭାଗ୍ୟ, ମୋଟା ଅଙ୍କର ରୋଜଗାରକୁ ବଡ଼ କମ୍ପାନୀରୁ ଅଫର୍‌

୯ ସେପ୍ଟେମ୍ୱର, ୨୦୨୬ ହେଉଛି ଭାଦ୍ରବ ମାସ କୃଷ୍ଣ ପକ୍ଷର ତ୍ରୟୋଦଶୀ ତିଥି ଏବଂ ବୁଧବାର। ଏହା ସହିତ ଏହି ଦିନଟି ଦ୍ୱିତୀୟ ଚତୁର୍ମାସ୍ୟାର ୧୭ଶ ଦିନ…

ନୂଆଖାଇ ପୂର୍ବରୁ ଭତ୍ତା ଟଙ୍କା ଦିଅ, ନଚେତ୍ ଆନ୍ଦୋଳନ! ରାଜ୍ୟପାଳଙ୍କ ହସ୍ତକ୍ଷେପ ଦାବି କଲା ବିଜେଡି, ସ୍ମାରକପତ୍ର…

ବରଗଡ଼,୮।୯(ପ୍ରେମାନନ୍ଦ ଖମାରୀ): ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଖାଇ ପୂର୍ବରୁ ସମସ୍ତ ହିତାଧିକାରୀଙ୍କୁ ସାମାଜିକ ନିରାପତ୍ତା ଭତ୍ତା ପ୍ରଦାନ କରିବା ଦାବିରେ ବରଗଡ଼ ଜିଲା ବିଜେଡି ପକ୍ଷରୁ ରାଜ୍ୟପାଳଙ୍କ…

ରାହୁଙ୍କ ମକର ରାଶିରେ ଗୋଚର, ୨୦୨୮ ଯାଏ ୩ ରାଶିରେ ଧନବର୍ଷା, ଚାକିରିରେ ମିଳିବ ପ୍ରମୋଶନ

ଶୁକ୍ର ଗ୍ରହ ୧୧ ସେପ୍ଟେମ୍ୱର ୨୦୨୬ରେ ନକ୍ଷତ୍ର ପରିବର୍ତ୍ତନ କରିବାକୁ ଯାଉଛନ୍ତି। ସେ ଚିତ୍ରା ନକ୍ଷତ୍ରରୁ ବାହାରି ରାହୁଙ୍କ ଅଧୀନରେ ଥିବା ସ୍ୱାତୀ ନକ୍ଷତ୍ରରେ ଗୋଚର କରିବେ।…

ସରକାରୀ କର୍ମଚାରୀଙ୍କ ପାଇଁ ବଡ଼ ଉପହାର, ୨୦% ମିଳିବ ବୋନସ ଆଉ ତା’ ସହ…

ନୂଆଦିଲ୍ଲୀ,୮।୯: କର୍ମଚାରୀମାନଙ୍କ ପାଇଁ ଏକ ଖୁସି ଖବର ସାମ୍ନାକୁ ଆସିଛି। ଏବେ ନୂତନ ଶ୍ରମ କୋଡ (Labour Code) ଅଧୀନରେ କର୍ମଚାରୀମାନଙ୍କୁ ପ୍ରାୟ ୨୦ ପ୍ରତିଶତ ପର୍ଯ୍ୟନ୍ତ…

ଘର ତିଆରି ନାଁରେ ୧୬ ଲକ୍ଷ ଟଙ୍କା ନେଇ ଫେରାର , ବାଉନ୍ସ ହେଲା ଚେକ୍‌: ଅଭିଯୁକ୍ତ ଯୁବକ ଗିରଫ

ପାରଳାଖେମୁଣ୍ଡି,୮ା୯(ଗିରିଧାରୀ ପରିଛା): ୧୬ ଲକ୍ଷ ଟଙ୍କା ଠକେଇ ଓ ଜୀବନରୁ ମାରିଦେବାକୁ ଧମକ ଦେବା ଅଭିଯୋଗରେ ପାରଳାଖେମୁଣ୍ଡି ଥାନା ପୋଲିସ ଆନ୍ଧ୍ରପ୍ରଦେଶର ଜଣେ ଯୁବକଙ୍କୁ ଗିରଫ କରି…

ଭାରତ-ଆଫଗାନିସ୍ତାନ ଟି୨୦ ସିରିଜ୍‌ ଏହି ଚ୍ୟାନେଲର ହେବ ପ୍ରସାରଣ, ଜାଣନ୍ତୁ…

ନୂଆଦିଲ୍ଲୀ,୮ା୯: ଆସନ୍ତା ୧୩ ତାରିଖରୁ ଭାରତ ଓ ଆଫଗାନିସ୍ତାନ ମଧ୍ୟରେ ଆରମ୍ଭ ହେବାକୁ ଥିବା ଅନ୍ତର୍ଜାତୀୟ ଟି୨୦ ସିରିଜ୍‌ ଲାଗି ସୋନୀ ସ୍ପୋଟର୍‌ସ ନେଟ୍‌ଓ୍ବର୍କ ପ୍ରସାରଣ ଅଧିକାର…

ଗଣେଶପୂଜା କମିଟିକୁ ପୋଲିସର କଡ଼ା ନିର୍ଦ୍ଦେଶ, ଡିଜେ ସାଉଣ୍ଡ, ଅଶ୍ଳୀଳ ନୃତ୍ୟ ସମ୍ପୂର୍ଣ୍ଣ ମନା

ପୁରୁଷୋତ୍ତମପୁର,୮।୯(ସବିତା ମିଶ୍ର): ଆସନ୍ତା ୧୪ ତାରିଖରେ ହେବାକୁ ଥିବା ଗଣେଷପୂଜାକୁ ଶାନ୍ତିଶୃଙ୍ଖଳାର ସହ ପାଳନ କରିବାକୁ ପୁରୁଷୋତ୍ତମପୁର ପୋଲିସ ଏବଂ ପ୍ରଶାସନ ପକ୍ଷରୁ କଡ଼ା ପଦକ୍ଷେପ ନିଆଯାଇଛି।…

ବାଲୁଙ୍କେଶ୍ୱର ହାଇସ୍କୁଲ ସହକାରୀ ଶିକ୍ଷକଙ୍କୁ ମରଣାନ୍ତକ ଆକ୍ରମଣ

ଖଲ୍ଲିକୋଟ, ୮/୯/୨୦୨୬ (ପ୍ରଶାନ୍ତ କୁମାର ମିଶ୍ର): ଖଲ୍ଲିକୋଟ ଏନ୍‌ଏସି ଅନ୍ତର୍ଗତ ବାଲୁଙ୍କେଶ୍ୱର ହାଇସ୍କୁଲର ଜଣେ ସହକାରୀ ଶିକ୍ଷକଙ୍କୁ ସ୍କୁଲ ଗେଟ୍‌ ନିକଟରେ ମଙ୍ଗଳବାର ମରଣାନ୍ତକ ଆକ୍ରମଣ କରାଯାଇଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri