Posted inଜାତୀୟ

ସ୍ବର୍ଗତା ସୁଷମାଙ୍କ ଜନ୍ମଦିନରେ ମନେପକାଇଲେ ମୋଦି, ଶାହା

ନୂଆଦିଲ୍ଲୀ,୧୪।୨: ଭାରତୀୟ ରାଜନୀତିର ଲୋକପ୍ରିୟ ତଥା ଭାଜପାର ବରିଷ୍ଠ ନେତ୍ରୀ ସ୍ବର୍ଗତା ସୁଷମା ସ୍ବରାଜଙ୍କ ଶୁକ୍ରବାର ୬୮ତମ ଜନ୍ମଦିନ। ୧୯୫୨ ଫେବୃୟାରୀ ୧୪ରେ ପଞ୍ଜାବର ଅମ୍ବାଲାରେ ସେ ଜନ୍ମଗ୍ରହଣ କରିଥିଲେ। ସୁଷମା ଆମ ଗହଣରେ ନାହାନ୍ତି ହେଲେ ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ଟୁଇଟ କରି ତାଙ୍କୁ ମନେପକାଇଛନ୍ତି। ସୁଷମା ଜଣେ ଅସାଧାରଣ ସହଯୋଗୀ ଓ ଉତ୍କୃଷ୍ଟ ମନ୍ତ୍ରୀ ଥିଲେ ବୋଲି ମୋଦି କହିଛନ୍ତି। ଏଥିସହ ସେ କହିଛନ୍ତି, ସାର୍ବଜନୀନ ସେବା, ଶାଳୀନତା, ଦୟା ଓ ଦୃଢ଼ ପ୍ରତିବଦ୍ଧତାର ପ୍ରତୀକ ହେଉଛନ୍ତି ସୁଷମା। ସେହିପରି ସ୍ବାମୀ କୌଶଳ ସ୍ବରାଜ ମଧ୍ୟ ତାଙ୍କର ଏକ ଫଟୋ ଶେୟାର କରି ଟୁଇଟ କରିଛନ୍ତି। ଏଥିସହ କ୍ୟାପଶନ୍‌ରେ ଲେଖିଛନ୍ତି, ହାପି ବର୍ଥଡେ ସୁଷମା, ଆମ ଜୀବନର ସମସ୍ତ ଖୁସି। ଏହି ଅବସରରେ ଝିଅ ବାଂଶୁରୀ ମଧ୍ୟ ମା’ ସୁଷମାଙ୍କୁ ମନେ ପକାଇ କହିଛନ୍ତି, ସେ ଜଣେ ଅସାଧାରଣ ନେତ୍ରୀ ଥିଲେ। ଅପରପକ୍ଷେ ତାଙ୍କ ଜନ୍ମଦିନ ଅବସରରେ ବିଦେଶ ସେବା ମନ୍ତ୍ରାଳୟ ପ୍ରବାସୀ ଭାରତୀୟ କେନ୍ଦ୍ର ଏବଂ ବିଦେଶ ସେବା ପ୍ରତିଷ୍ଠାନର ନାମ ପରିବର୍ତ୍ତନ କରି ସୁଷମା ସ୍ବରାଜଙ୍କ ନାମରେ ନାମିତ କରିବାକୁ ନିଷ୍ପତ୍ତି ନେଇଛି। ପ୍ରବାସୀ ଭାରତୀୟ କେନ୍ଦ୍ରକୁ ‘ସୁଷମା ସ୍ବରାଜ ଭବନ’ ଓ ବିଦେଶ ସେବା ପ୍ରତିଷ୍ଠାନର ନାମକୁ ପରିବର୍ତ୍ତନ କରାଯାଇ ‘ସୁଷମା ସ୍ବରାଜ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଫରେନ୍‌ ସର୍ଭିସ’ କରିବାକୁ ଘୋଷଣା କରାଯାଇଛି। ସେହିଭଳି ହରିୟାଣା ସରକାର ମଧ୍ୟ ଅମ୍ବାଲା ସହରର ବସ୍‌ ଷ୍ଟାଣ୍ଡକୁ ‘ସ୍ବରାଜ’ ନାମରେ ନାମିତ କରିବାକୁ ଘୋଷଣା କରିଛନ୍ତି। ସୂଚନାଯୋଗ୍ୟ, ମୋଦି ସରକାରଙ୍କ କାର୍ଯ୍ୟକାଳରେ ସେ ବୈଦେଶିକ ମନ୍ତ୍ରୀଭାବେ ଦାୟିତ୍ୱ ସମ୍ଭାଳିଥିଲେ। ସ୍ବାସ୍ଥ୍ୟଗତ କାରଣ ଯୋଗୁ ୨୦୧୯ରେ ସୁଷମା ନିର୍ବାଚନ ଲଢ଼ି ନ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଦୈନିକ ସଂକ୍ରମଣ ୫୦ ହଜାର ତଳେ…

ନୂଆଦିଲ୍ଲୀ,୨୬।୬: ଦେଶରେ କରୋନା ସଂକ୍ରମଣ ଯୋଗୁ ସ୍ଥିତିରେ ଧୀରେଧୀରେ ସୁଧାର ଆସୁଛି। ଦେଶରେ ଦୈନିକ ଆକ୍ରାନ୍ତ ଏବଂ ମୃତକଙ୍କ ସଂଖ୍ୟା ଦିନେ କମିଲେ ପୁଣି ବଢୁଛି।...

ରାହୁଲ ଗାନ୍ଧୀଙ୍କ ଜୋତା ବନ୍ଧାକୁ ନେଇ ଉଠିଲା ବିବାଦ: ଭାଜପା କଲା ଟ୍ରୋଲ

ଚଣ୍ଡିଗଡ,୨୨।୧୨: କଂଗ୍ରେସର ଭାରତ ଯୋଡୋ ଯାତ୍ରା ହରିୟାଣାରେ ଜାରି ରହିଛି। ଏହି ଯାତ୍ରାକୁ ନେଇ ରାହୁଲ ଗାନ୍ଧୀ ପୁଣି ବିବାଦ ଘେରକୁ ଆସିଛନ୍ତି। ଭାରତ ଯୋଡୋ...

ଅମରିନ୍ଦରଙ୍କୁ ଜବାବ ମାଗିଲା ଏଆଇସିସି

ନୂଆଦିଲ୍ଲୀ, ୨୩ା୬: ପଞ୍ଜାବ କଂଗ୍ରେସରେ ଅନ୍ତର୍ଦ୍ୱନ୍ଦ୍ୱ ଦିନକୁ ଦିନ ତୀବ୍ର ହେବାରେ ଲାଗିଛି। ପୂର୍ବତନ କ୍ୟାବିନେଟ୍‌ ମନ୍ତ୍ରୀ ନବଜୋତ ସିଂ ସିଦ୍ଧୁ ଓ ଅନ୍ୟ କେତେଜଣ...

ସୁପ୍ରିମକୋର୍ଟ ଗଲେ ସିନ୍ଧେ

ମୁମ୍ବାଇ/ନୂଆଦିଲ୍ଲୀ,୨୭ା୬: ଶିବସେନାର ଅସଲ ନେତା କିଏ ତାକୁ ନେଇ ଦଳର ଅଧ୍ୟକ୍ଷ ଉଦ୍ଧବ ଠାକ୍‌ରେ ଓ ବିଦ୍ରୋହୀ ସେନାପତି ଏକନାଥ ସିନ୍ଧେଙ୍କ ମଧ୍ୟରେ ଟଣାଓଟରା ଜାରି...

ପର୍ଯ୍ୟଟକଙ୍କ ପସନ୍ଦର ୧୦୦ ସହର: ଟପ୍‌ ୨୦ରେ ଦିଲ୍ଲୀ, ମୁମ୍ବାଇ

ନୂଆଦିଲ୍ଲୀ: କର୍ମମୟ ଜୀବନରେ ସମସ୍ତେ ବ୍ୟସ୍ତ ରହୁଥିବା ବେଳେ ଅଫିସ ବା ଘର କାମରୁ କିଛି ସମୟ ବାହାର କରି ଲୋକମାନେ ଟିକେ ବୁଲି ଆସିବାକୁ...

ପୂର୍ବତନ ଏମ୍‌ପିଙ୍କ ବିବାଦୀୟ ମନ୍ତବ୍ୟ: ରାହୁଲ ଗାନ୍ଧୀଙ୍କଠାରୁ ଦୂରେଇ ରୁହନ୍ତୁ ଯୁବତୀ

ଥିରୁଭାନନ୍ତପୁରମ୍‌,୩୦।୩: କେରଳ ବିଧାନସଭା ନିର୍ବାଚନ ପାଇଁ ବିଭିନ୍ନ ରାଜନୈତିକ ଦଳ ପକ୍ଷରୁ ପ୍ରଚାର ଜୋରସୋରରେ ଚାଲିଛି। ପୂର୍ବତନ ଇଡୁକି ଏମ୍‌ପି ଜୋଏସ ଜର୍ଜ କଂଗ୍ରେସ ନେତା...

ବର୍ଷିଲେ ଅମିତ ଶାହ: କଶ୍ମୀର ପ୍ରସଙ୍ଗରେ ରାଜନୀତି କରୁଛି କଂଗ୍ରେସ, ଭାଜପା ଦେଶଭକ୍ତି

ମୁମ୍ବାଇ,୨୨।୯: ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ପାଇଁ ସଜବାଜ ଆରମ୍ଭ ହୋଇଯାଇଛି। ବିଭିନ୍ନ ରାଜନୈତିକ ଦଳ ପକ୍ଷରୁ ପ୍ରଚାର ଆରମ୍ଭ ହୋଇଯାଇଛି। ଏହି କ୍ରମରେ ଭାଜପା ଅଧ୍ୟକ୍ଷ...

ସୁମନ ଯୋଜନା: ଗର୍ଭବତୀଙ୍କ ସମସ୍ତ ଖର୍ଚ୍ଚ ବହନ କରିବେ ସରକାର

ନୂଆଦିଲ୍ଲୀ,୧୨।୧୦: ଗର୍ଭବତୀଙ୍କ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାରଙ୍କ ପକ୍ଷରୁ ସୁମନ ଯୋଜନା ଆରମ୍ଭ କରାଯାଇଛି। ଏହି ଯୋଜନା ଅନ୍ତର୍ଗତ ଗର୍ଭବତୀଙ୍କ ସମସ୍ତ ଖର୍ଚ୍ଚ ସରକାର...

Advertisement
Archives

Model This Week