ସ୍ବତନ୍ତ୍ର ପରିଚୟ ଦେଇଛି ଲିଚୁ, ଆମ୍ବ ଚାଷ

ଦାରିଙ୍ଗବାଡି,୫।୬(ଡି.ଏନ.ଏ)- ଦାରିଙ୍ଗବାଡି ଅଞ୍ଚଳକୁ ଏବେ ଲିଚୁ ଏବଂ ଆମ୍ବ ଚାଷ ସ୍ବତନ୍ତ୍ର ପରିଚୟ ଦେଇଛି। ଦାରିଙ୍ଗବାଡିର ଲିଚୁ ଏବଂ ଆମ୍ବର ଚାହିଦା ଜିଲା ତଥା ଜିଲା ବାହାରେ ରହିଛି। ଜୈବିକ ପଦ୍ଧତିରେ ଏହି ଚାଷ କରାଯାଉଥିବାରୁ ଏହାର ଚାହିଦା ବଢୁଛି। ସରକାରଙ୍କ ପକ୍ଷରୁ ଉଦ୍ୟାନ ଭିତ୍ତିକ ଚାଷକୁ ଅଞ୍ଚଳରେ ଗୁରୁତ୍ୱ ଦିଆଗଲା। ଏଥିପାଇଁ କୃଷକମାନଙ୍କୁ ତାଲିମ ସହ ଚାରା ଉତ୍ପାଦନ, ଜୈବିକ ପଦ୍ଧତିରେ ଚାଷପ୍ରଣାଳୀ ଶିକ୍ଷା ଦିଆଗଲା। ପନିପରିବା ଚାଷକୁ ପ୍ରଥମେ ଗୁରୁତ୍ୱ ଦିଆଯାଇ ବନ୍ଧା, ଫୁଲ କୋବି, ବିନ୍‌, ଭେଣ୍ଡି, ଜହ୍ନି, ପୋଟଳ ଆଦି ଚାଷ କରିବା ପାଇଁ ଚାଷୀଙ୍କୁ ଉତ୍ସାହିତ କରାଯାଉଥିଲା। ପରେ ଉଦ୍ୟାନ ଭିତ୍ତିକ ଚାଷପ୍ରତି ଆଗ୍ରହ ବୃଦ୍ଧି ପାଇବାରୁ ଆମ୍ବ ଓ ପରେ ଲିଚୁ ଚାଷକୁ ଗୁରୁତ୍ୱ ଦିଆଗଲା। ଏଥିପାଇଁ ଚାଷୀଙ୍କୁ ଆମ୍ବ ବଗିଚା କରିବାକୁ ତାରବାଡ ସହ ଚାରା ଯୋଗାଇ ଦିଆଗଲା। ଏହାର ରକ୍ଷଣାବେକ୍ଷଣ ପାଇଁ ଆବଶ୍ୟକ ସାର, ଏବଂ ଅର୍ଥ ମଧ୍ୟ ଯୋଗାଇଦିଆଗଲା। ଅନେକ ଚାଷୀ ଆମ୍ବଚାଷ କରି ଲାଭବାନ ହେଲେ। ୨୦୧୦ରେ ପରୀକ୍ଷାମୂଳକ ଭାବେ ନାବାର୍ଡର ଆର୍ଥିକ ସହାୟତା ସହ ସ୍ଥାନୀୟ ଜାଗୃତି ସହଯୋଗରେ ଲିଚୁ ଚାଷ ପାଇଁ ଚାରା ଯୋଗାଇ ଦିଆଯାଇଥିଲା। ବ୍ଲକର ଦନେକବାଡି ପଞ୍ଚାୟତର ୨୦ ଚାଷୀଙ୍କୁ ୧୨ଟି ଲେଖାଏ ଲିଚୁ ଚାରା ଯୋଗାଇଦିଆଯାଇଥିଲା। ତେବେ ଗତ ୨ବର୍ଷ ହେଲା ଫଳ ଧରିବା ଆରମ୍ଭ କରିଥିବାବେଳେ ଚଳିତ ବର୍ଷ ଭଲ ଫଳ ଧରିଛି। ଦାରିଙ୍ଗବାଡି ଜଳବାୟୁରେ ଲିଚୁ ଚାଷ ସଫଳ ହେଉଥିବାରୁ ଚାଷୀ ଏବେ ଲିଚୁ ଓ ଆମ୍ବ ଚାଷ ପ୍ରତି ମନ ବଳାଉଛନ୍ତ। ଦାରିଙ୍ଗବାଡି ଉଦ୍ୟାନ ବିଭାଗ ମଧ୍ୟ ନିଜ କାର୍ଯ୍ୟାଳୟ ପରିସରରେ ୨ ଏକର ଜମିରେ ଏହି ଚାଷ ସଫଳତାର ସହ କରି ସେଠାରେ ଚାଷୀଙ୍କୁ ତାଲିମ ପ୍ରଦାନ କରୁଛି। ଏଭଳି ଏକ ଲାଭଜନକ ଚାଷକୁ ସରକାରୀ ସହାୟତା ଏବଂ ସରକାରଙ୍କ ତରଫରୁ ଲିଚୁ ଚାଷକୁ ଆଗେଇନେବାର ସମୟ ଆସିଛି ବୋଲି ସ୍ଥାନୀୟ କୃଷକ ଟାମିଆ ବିନ୍ଧାଣି କୁହନ୍ତି।
ସୂଚନାଯୋଗ୍ୟଯେ, ବ୍ଲ୍ଳକରେ ୨୫ ପଞ୍ଚାୟତରୁ ଗୋଟିଏ ପଞ୍ଚାୟତରେ ଏହି ଚାଷ ପରୀକ୍ଷାମୁଳକ ଭାବେ କରାଯାଇଛି। ଅନ୍ୟ ପଞ୍ଚାୟତର ଚାଷୀ ଆଗ୍ରହ ଥିବାବେଳେ ସରକାରୀ ସହାୟତାକୁ ଅପେକ୍ଷା କରିଛନ୍ତି। ଏନେଇ ବାଲିଗୁଡା ଉପଖଣ୍ଡ ଉଦ୍ୟାନ ବିଭାଗ କାର୍ଯ୍ୟାଳୟର ଅତିରିକ୍ତ ନିର୍ଦ୍ଦେଶକ ରମାକାନ୍ତ ଗିରି କୁହନ୍ତି, ଚାଷୀଙ୍କ ଚାହିଦା ପ୍ରକାରେ ଚଳିତବର୍ଷ ଅଧିକ ଲିଚୁଚାଷ କରାଯାଇଛି। ତେବେ ଦାରିଙ୍ଗବାଡି ସମେତ ତୁମୁଡିବନ୍ଧ, କୋଟଗଡ, ବାଲିଗୁଡା, କ.ନୂଆଗାଁ, ରାଇକିଆ, ଜି.ଉଦୟଗିରି, ଟିକାବାଲି ଏବଂ ଚକାପାଦ ବ୍ଲକ ଅଞ୍ଚଳରେ ୨ଶହ ହେକ୍ଟର ଜମିରେ ଲିଚୁ ଚାଷ କରାଯିବାକୁ ଲକ୍ଷ ରଖାଯାଇଥିଲା, କିନ୍ତୁ ୧୦୯ ହେକ୍ଟର ଜମିରେ ଚାଷ କରାଯାଇଛି। କେବଳ ଦାରିଙ୍ଗବାଡିରେ ପ୍ରାୟ ୩୦ ହେକ୍ଟର ଜମିରେ ଚାଷ ହୋଇଛି। ଚଳିତବର୍ଷ ସାଧାରଣ ନିର୍ବାଚନ ଥିବାରୁ ବିଭାଗର ଜି.ଉଦୟଗିରି ବ୍ଲକ କଳିଙ୍ଗା ଫାର୍ମ ସମେତ ୯ ବ୍ଲକର ଚାଷୀଙ୍କ ପ୍ରାୟ ୧୦ଲକ୍ଷ ଟଙ୍କାର ଲିଚୁ ବିକ୍ରିରେ ବିଳମ୍ବ ହୋଇଛି, ଖୁବଶୀଘ୍ର ନିଲାମ ଡକାଯାଇ ଏହାକୁ ବିକ୍ରି କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ଛତୁଆ, ଚାଉଳ ବଣ୍ଟନରେ ଅନିୟମିତତା ଅଭିଯୋଗ: ଜିଲାପାଳଙ୍କୁ ଭେଟିଲେ ଗ୍ରାମବାସୀ

ଛତ୍ରପୁର,୯।୬(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବଡଡୁମୁଳା ପଞ୍ଚାୟତ ଝଗଡ଼ାପଲ୍ଲୀ ଗାଁରେ ଶିଶୁଙ୍କ ଡ୍ରେସ, ଅଣ୍ଡା, ଛତୁଆ ଓ ଚାଉଳ ବଣ୍ଟନରେ ଅନିୟମିତତା ହେଉଥିବା ନେଇ...

ଗଞ୍ଜାମରେ ଆଉ ୮ କୋଭିଡ୍‌ କେୟାର, ହେଲ୍‌ଥ ସେଣ୍ଟର ଖୋଲାଯିବ: ଜିଲାପାଳ

ଛତ୍ରପୁର,୧୨ା୭(ଡି.ଏନ୍‌.ଏ.): ଗଞ୍ଜାମ ଜିଲାରେ ଆଉ ୮ଟି କୋଭିଡ୍‌ କେୟାର ସେଣ୍ଟର(ସିସିସି) ଓ କୋଭିଡ୍‌ ହେଲଥ ସେଣ୍ଟର (ଡିସିଏଚ୍‌ସି) ଖୋଲିବ ସରକାରୀ ଓ ଘରୋଇ ଅନୁଷ୍ଠାନ କୋଠାରେ...

ଅଟୋରେ ପ୍ରସବ କଲେ ମହିଳା

ଫିରିଙ୍ଗିଆ, ୨ା୮- ଯାତାୟାତ ସୁବିଧା ନାହିଁ। ଆମ୍ବୁଲାନ୍ସ ଯାଇ ପାରିଲା ନାହିଁ। ଫଳରେ ଜଣେ ଆସନ୍ନ ପ୍ରସବାଙ୍କୁ ଅଟୋରେ ଆଣିବାବେଳେ ସେଥିରେ ସେ ପୁତ୍ର ସନ୍ତାନ...

ଉଚ୍ଛେଦ ହେବ ମର୍ଦ୍ଦରାଜ ଭେଣ୍ଡିଂ ଜୋନ

ବ୍ରହ୍ମପୁର ଅଫିସ,୫।୧୧: ବ୍ରହ୍ମପୁର ମହାନଗର ନିଗମ (ବିଏମସି) ପକ୍ଷରୁ କୋର୍ଟପେଟାସ୍ଥିତ ମର୍ଦ୍ଦରାଜ ଭେଣ୍ଡିଂ ଜୋନ ଉଚ୍ଛେଦ କରାଯିବ। ବ୍ୟବସାୟୀଙ୍କୁ କମାପଲ୍ଲୀ ଓଭର ବ୍ରିଜ ନିକଟରେ ବ୍ୟବସାୟ...

ବିଭିନ୍ନ ଦାବିରେ ରାସ୍ତାକୁ ଓହ୍ଲାଇଲେ ୩୦୦ରୁ ଊର୍ଦ୍ଧ୍ୱ ଶିକ୍ଷକ

ସୋରଡ଼ା,୧୯ା୧୧(ଡି.ଏନ୍‌.ଏ.): ରାଜ୍ୟ ମିଳିତ ପ୍ରାଥମିକ ଶିକ୍ଷକ ସଂଘ ସୋରଡ଼ା ଶାଖା ପକ୍ଷରୁ ଶନିବାର ଅପରାହ୍ନରେ ୩୦୦ ଶହରୁ ଊର୍ଦ୍ଧ୍ୱ ଶିକ୍ଷୟିତ୍ରୀ/ଶିକ୍ଷକ କାଳୀମନ୍ଦିରରୁ ଏକେ ବିରାଟ ଶୋଭାଯାତ୍ରାରେ...

ମା’ତାରାତାରିଣୀଙ୍କ ଚୈତ୍ର ଯାତ୍ରାର ଦ୍ୱିତୀୟ ପାଳି

ପୁରୁଷୋତ୍ତମପୁର,୨୧।୩(ଡି.ଏନ୍‌.ଏ.): ଗଞ୍ଜାମ ଜିଲାର ଇଷ୍ଟ ଦେବୀ ମା’ ତାରାତାରିଣୀଙ୍କ ଦ୍ୱିତୀୟ ପାଳି ଚୈତ୍ର ମଙ୍ଗଳବାର ଯାତ୍ରାରେ ପ୍ରବଳ ଜନସମାଗମ ହୋଇ ପାହାଡ଼ ଚତୁଃପାର୍ଶ୍ୱ ଲୋକାରଣ୍ୟ ହୋଇପଡିଛିଛି।...

ଟାଟା ଚା’ ପ୍ୟାକେଜିଂ ୟୁନିଟରେ ନିଯୁକ୍ତି ଦାବି: ଅଫିସ ଘେରାଉ କଲା ଭାଜପା

ଛତ୍ରପୁର, ୨୪।୭(ଡି.ଏନ୍‌.ଏ.): ଛତ୍ରପୁର ଉପକଣ୍ଠ ଟାଟା ଷ୍ଟିଲ କମ୍ପାନୀ ପରିସରରେ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଲୋକାର୍ପଣ ହୋଇଥିବା ଟାଟା ଚା’ ପ୍ୟାକେଜିଂ ୟୁନିଟରେ ଜମି ହରାଇଥିବା ଲୋକଙ୍କୁ...

ନଦୀକୁ ଗାଧୋଇବାକୁ ଯାଇ ସୁଅରେ ଭାସିଗଲେ ଯୁବକ

ହିଞ୍ଜିଳିକାଟୁ,୧୯ା୯(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ହିଞ୍ଜିଳିକାଟୁ ବ୍ଲକ ପୁଟିଆପଦରଠାରେ ଋଷିକୂଲ୍ୟା ନଦୀକୁ ରବିବାର ପୂର୍ବାହ୍ନ୍ନରେ ଗାଧୋଇବାକୁ ଯାଇ ନଦୀ ପାଣିରେ ଜଣେ ନିଖୋଜ ହୋଇଛନ୍ତି। ନିଖୋଜ ଜଣକ...

Advertisement
Archives

Model This Week