ସ୍ତନ୍ୟପାନ: ବଦଳୁଛି ଓଡ଼ିଶାର ଚିତ୍ର

ଭୁବନେଶ୍ୱର, ୨।୮(ବ୍ୟୁରୋ) : ବିଶ୍ୱର ଏକତୃତୀୟାଂଶ ଶିଶୁ ଅପପୁଷ୍ଟି ଯୋଗୁ ୫ ବର୍ଷ ହେବା ପୂର୍ବରୁ ଆଖି ବୁଜିଥାନ୍ତି। ସନ୍ତାନ ପ୍ରସବ ହେବାର ଏକଘଣ୍ଟା ମଧ୍ୟରେ ସ୍ତନ୍ୟପାନ ବା କୋଲୋଷ୍ଟ୍ରମ୍‌ ପାନ ଏବଂ ୬ ମାସ ପର୍ଯ୍ୟନ୍ତ କେବଳ ସ୍ତନ୍ୟପାନ କରାଇବା ଜରୁରୀ। କିନ୍ତୁ ଏ ସମ୍ପର୍କରେ ଅନେକେ ଅବଗତ ନୁହନ୍ତି। ଏଥିଯୋଗୁ ଦୁଇ ତୃତୀୟାଂଶ ଶିଶୁଙ୍କ ମୃତ୍ୟୁ ଘଟୁଛି। ହେଲେ ସ୍ତନ୍ୟପାନ କ୍ଷେତ୍ରରେ ଏବେ ଓଡ଼ିଶାରେ ଚିତ୍ର ଧୀରେ ଧୀରେ ବଦଳୁଛି। ବିଶେଷକରି ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ମହିଳାମାନେ ସ୍ତନ୍ୟପାନ ପ୍ରତି ଅଧିକ ସଚେତନ ହୋଇଛନ୍ତି। ପ୍ରସବ ପରର ପ୍ରଥମ ଦୁଗ୍ଧପାନ(କୋଲୋଷ୍ଟ୍ରମ୍‌ ପାନ) କରାଇବା ଏବଂ ନବଜାତକର ଯତ୍ନ ନେବାର ଅନ୍ୟାନ୍ୟ ଦିଗ ପ୍ରତି ଗର୍ଭବତୀ ମହିଳା ଏବଂ ନୂତନ ଭାବେ ମା’ ହୋଇଥିବା ମହିଳାମାନଙ୍କ ମଧ୍ୟରେ ସଚେତନତା ବୃଦ୍ଧିପାଇଛି।
‘ଚାଇଲ୍ଡ ରାଇଟ୍ସ ଆଣ୍ଡ୍‌ ୟୁ’ ଓ ‘ଭଏସ୍‌ ଫର୍‌ ଚାଇଲ୍ଡ ରାଇଟ୍ସ ଇନ୍‌ ଓଡ଼ିଶା’(ଭିସିଆର୍‌ଓ) ପକ୍ଷରୁ ମାତୃସ୍ବାସ୍ଥ୍ୟକୁ ନେଇ କରାଯାଇଥିବା ଏକ ସର୍ଭେରୁ ଜଣାପଡ଼ିଛି ଯେ, କୋଲୋଷ୍ଟ୍ରମ୍‌ ପାନ କରାଇବା ଦିଗରେ ଆଭ୍ୟନ୍ତରୀଣ ଓଡ଼ିଶା ତଥା ଆଦିବାସୀ ମହିଳାମାନେ ବିଶେଷ ସଚେତନ ହୋଇଛନ୍ତି। ବଲାଙ୍ଗୀର, କୋରାପୁଟ, ବରଗଡ଼, କଳାହାଣ୍ଡି ଓ କନ୍ଧମାଳର ୧୬୪ ଗ୍ରାମର କେତେଜଣ ମହିଳାଙ୍କୁ ନେଇ ମୋବାଇଲ୍‌ ଇଣ୍ଟରାକ୍ଟିଭ୍‌ ଭଏସ୍‌ ରେକର୍ଡ (ଆଇଭିଆର) ଜରିଆରେ କରାଯାଇଥିବା ଏହି ସର୍ଭେରୁ ଜଣାଯାଇଛି ଯେ, ୯୧% ମହିଳା ନବଜାତକକୁ କୋଲୋଷ୍ଟ୍ରମ୍‌ ପାନ କରାଇଥାନ୍ତି। ସେହିଭଳି ୭% ନିଜ ସନ୍ତାନକୁ କୋଲୋଷ୍ଟ୍ରମ୍‌ ପାନ କରାଇ ନଥିବା ବେଳେ ୨% ଏହି ପ୍ରକ୍ରିୟା ବିଷୟରେ କିଛି ଜାଣି ନଥିବା କହିଛନ୍ତି। ଆଉଏକ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ବର୍ତ୍ତମାନ ସମୟରେ ଅଧିକାଂଶ ମହିଳା ଘର ଅପେକ୍ଷା ଡାକ୍ତରଖାନା ବା ନିକଟସ୍ଥ ହସ୍ପିଟାଲରେ ସନ୍ତାନ ପ୍ରସବ କରିବାକୁ ଉଚିତ ମଣୁଛନ୍ତି। ଅନୁନ୍ନତ ତଥା ଅବିକଶିତ ଅଞ୍ଚଳରେ ମଧ୍ୟ ଏଭଳି ସକାରାତ୍ମକ ଚିତ୍ର ଦେଖିବାକୁ ମିଳୁଥିବା ବେଳେ ୯୪% ମହିଳା ଡାକ୍ତରଖାନାରେ ପ୍ରସବ କରିଛନ୍ତି। ସେମାନଙ୍କ ମଧ୍ୟରୁ ୫୯% ସାଧାରଣ ସ୍ବାସ୍ଥ୍ୟ କେନ୍ଦ୍ରରେ, ୨୮% ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଓ ୭% ଘରୋଇ ହସ୍ପିଟାଲ୍‌ରେ ପ୍ରସ୍ତବ କରାଉଥିବା ଏହି ସର୍ଭେରୁ ଜଣାପଡ଼ିଛି। ତେବେ ପାଖାପାଖି ୬% ମହିଳା ଘରେ ସନ୍ତାନ ପ୍ରସବ କରାଉଥିବା କହିଛନ୍ତି। ତେବେ ହସ୍ପିଟାଲରେ ନବଜାତକଙ୍କୁ କୋଲୋଷ୍ଟ୍ରମ୍‌ ପାନ କରାଇବା ବାଧ୍ୟତାମୂଳକ ହୋଇଥିବା ବେଳେ ଘରେ ସନ୍ତାନ ପ୍ରସବ କରିବା ବେଳେ ଲୋକମାନେ ଭ୍ରାନ୍ତଧାରଣାର ଶିକାର ହୋଇ ଏଥିରୁ ଦୂରେଇ ରୁହନ୍ତି।
ଅନ୍ୟପକ୍ଷରେ ୨୦୧୫-୧୬ରେ ନ୍ୟାଶନାଲ ଫ୍ୟାମିଲି ହେଲ୍‌ଥ ସର୍ଭେ (ଏନ୍‌ଏଫ୍‌ଏଚ୍‌ଏସ୍‌)-୪ ତଥ୍ୟରୁ ଜଣାପଡ଼ିଥିଲା ଯେ, ଗ୍ରାମୀଣ ଓଡ଼ିଶାରେ ୬୮.୭ ପ୍ରତିଶତ ୩ ବର୍ଷରୁ କମ୍‌ ବୟସର ଶିଶୁଙ୍କୁ ପ୍ରସବର କିଛିଘଣ୍ଟା ଭିତରେ ସ୍ତନ୍ୟପାନ କରାଯାଏ। ୬ ମାସରୁ କମ୍‌ ବୟସର ୬୫.୮ ପ୍ରତିଶତ ଶିଶୁଙ୍କୁ ସ୍ବତନ୍ତ୍ର ଭାବେ ସ୍ତନ୍ୟପାନ କରାଯାଏ। ତେବେ ଏହି ଆଇଭିଆର୍‌ ସର୍ଭେକୁ ଦେଖିଲେ କୋଲୋଷ୍ଟ୍ରମ୍‌ ପାନ କରାଇବାର ମାତ୍ରାରେ ଉଲ୍ଲେଖନୀୟ ବୃଦ୍ଧି ହୋଇଥିବା ଦେଖାଯାଏ। ସ୍ବାସ୍ଥ୍ୟ କର୍ମୀମାନଙ୍କ କାଉନ୍‌ସେଲିଂ, ମା’ ଗୃହରେ ଏଏନ୍‌ଏମ୍‌ଙ୍କ ପରାମର୍ଶ ଆଦି ଏଭଳି ସକାରାତ୍ମକ ପରିବର୍ତ୍ତନ ଆଣିଥିବା କୁହାଯାଇଛି। ଅଗଷ୍ଟ ୧ରୁ ୭ ତାରିଖକୁ ବିଶ୍ୱ ସ୍ତନ୍ୟପାନ ସପ୍ତାହଭାବେ ପାଳନ କରାଯାଉଥିବା ବେଳେ ଓଡ଼ିଶା ପାଇଁ ଏହା ଏକ ଭଲ ଖବର ବୋଲି ‘ଚାଇଲ୍ଡ ରାଇଟ୍ସ ଆଣ୍ଡ୍‌ ୟୁ’ର ପ୍ରୋଗ୍ରାମ ହେଡ୍‌ ମୋହୁଆ ଚାଟାର୍ଜୀ କହିଛନ୍ତି। କୋଲୋଷ୍ଟ୍ରମ୍‌ରେ କେବଳ ପ୍ରୋଟିନ, ଭିଟାମିନ୍‌ ‘ଏ’ କିମ୍ବା ସୋଡିୟମ କ୍ଲୋରାଇଡ୍‌ ନଥାଏ, ବରଂ ଏଥିରେ କାର୍ବୋହାଇଡ୍ରେଟ୍‌, ପୋଟାସିୟମ ଓ କ୍ଲୋରାଇଡର ମାତ୍ରା ମଧ୍ୟ କମ୍‌ ଥାଏ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବିଲକୁ ଯାଇଥିବାବେଳେ ଅତର୍କିତ ଆକ୍ରମଣ କଲା ଭାଲୁ, ୨ ଜଣ…

ନୀଳଗିରି, ୧୩।୮ (ପ୍ରଶାନ୍ତ କୁମାର ବିଶ୍ବାଳ): ଗୁରୁବାର ସକାଳେ ବିଲକୁ ଯାଇଥିବା ବେଳେ ଭାଲୁ ଆକ୍ରମଣରେ ୨ ଗୁରୁତର ହୋଇଛନ୍ତି। ନୀଳଗିରି ଉପଖଣ୍ଡ ଶ୍ୟାମସୁନ୍ଦରପୁର ପଞ୍ଚାୟତର ଦ୍ବାରିକା…

କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ପାଣ୍ଠିରେ ନୀଳଗିରି ମେଡିକାଲର ହେବ ଉନ୍ନତି, ଖର୍ଚ୍ଚ ହେବ ଏତିକି କୋଟି…

ନୀଳଗିରି,୧୩ା୮(ପ୍ରଶାନ୍ତ କୁମାର ବିଶ୍ୱାଳ): କେନ୍ଦ୍ରରେଳ, ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ତଥା ରାଜ୍ୟ ସଭା ଏମ୍‌ପି ଅଶ୍ୱିନୀ କୁମାର ବୈଷ୍ଣବ ମନ୍ତ୍ରିମଣ୍ଡଳର ଜଣେ ଦକ୍ଷ ଏବଂ ସଚ୍ଚୋଟ ମନ୍ତ୍ରୀଭାବେ ପ୍ରଧାନମନ୍ତ୍ରୀଙ୍କ…

ଖର୍ଗେଙ୍କ ମଞ୍ଚ ‘ଶୁଦ୍ଧିକରଣ’ ପ୍ରସଙ୍ଗକୁ ନେଇ ସଂସଦରେ ସରଗରମ ରାଜନୀତି, କଡ଼ା ଜବାବ ଦେଲେ ନଡ୍ଡା!

ନୂଆଦିଲ୍ଲୀ,୧୩।୮: ସଂସଦର ମୌସୁମୀ ଅଧିବେଶନର ଶେଷ ଦିନରେ ରାଜ୍ୟ ସଭାରେ ଏକ ବଡ଼ ଏବଂ ଗମ୍ଭୀର ପ୍ରସଙ୍ଗକୁ ନେଇ ଶାସକ ଓ ବିରୋଧୀ ଦଳ ମଧ୍ୟରେ ତୀବ୍ର…

ବିଡ଼ିଓର ପରିଚୟ କଲେ ଫୋନ୍‌, କଲେଜରେ ସୋଲାର ପ୍ରୋଜେକ୍ଟ ବସାଇବାର ସ୍ବପ୍ନ ଦେଖାଇ ଲୁଟିନେଲେ ଟଙ୍କା

ଉଦଳା, ୧୩।୮ (ସନ୍ତୋଷ ବାଛିନୀ): ନିଜକୁ ବିଡ଼ିଓର ପରିଚୟ ଦେଲେ ଆଉ କଲେଜରେ ସୋଲାର ପ୍ରୋଜେକ୍ଟ ବସାଇବାର ସ୍ବପ୍ନ ଦେଖାଇ ପ୍ରିନ୍ସିପାଲଙ୍କ ନିକଟରୁ ଟଙ୍କା ଲୁଟିନେଲେ ସାଇବର…

୧୭ ଅଗଷ୍ଟରେ ମଘା ନକ୍ଷତ୍ରରେ ପ୍ରବେଶ କରିବେ ସୂର୍ଯ୍ୟ, ମେଷ ସମେତ ୩ ରାଶିରେ ଧନବର୍ଷା

୧୭ ଅଗଷ୍ଟ ସକାଳେ ସୂର୍ଯ୍ୟ କେତୁଙ୍କ ଦ୍ୱାରା ଶାସିତ ମଘା ନକ୍ଷତ୍ରରେ ପ୍ରବେଶ କରିବେ। ସୂର୍ଯ୍ୟଙ୍କ ପାଇଁ ନକ୍ଷତ୍ରର ଏହି ପରିବର୍ତ୍ତନ ସକାଳ ୮:୦୩ ରେ ଘଟିବ।…

ତ୍ରିରଙ୍ଗା ଅଭିଯାନରେ ସାମିଲ ହେଲେ ଜିଲାପାଳ, ସ୍ବାଧୀନତା ସଂଗ୍ରାମୀ ତ୍ୟାଗ ଓ ବଳିଦାନକୁ ମନେ ପକାଇ…

ଛତ୍ରପୁର,୧୩ା୮(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ସ୍ବାଧୀନତା ଦିବସ ପୂର୍ବରୁ ଦେଶବ୍ୟାପୀ ‘ହର୍‌ଘର ତ୍ରିରଙ୍ଗା’ ଅଭିଯାନକୁ ସଫଳ କରିବା ଲକ୍ଷ୍ୟରେ ଗଞ୍ଜାମ ଜିଲାପାଳ ଭି. କୀର୍ତ୍ତି ଭାସନ ନିଜ ବାସଭବନରେ…

ଦାରିଙ୍ଗବାଡିରେ ହର୍‌ ଘର୍‌ ତ୍ରିରଙ୍ଗା: ଯୋଗଦେଲେ ଶହ ଶହ ଛାତ୍ରୀଛାତ୍ର

ଦାରିଙ୍ଗବାଡି, ୧୩।୮(ଅରୁଣ ସାହୁ): ଆଉ ମାତ୍ର ଗୋଟିଏ ଦିନ ପରେ ଦେଶ ପାଳିବ ସ୍ବାଧୀନତା ଦିବସ। ଏହି ଅବସରରେ ସାରା ଦେଶ ଉତ୍ସବ ମୁଖର ହୋଇଥିବାବେଳେ ଏଥିରେ…

ଆହୁରି ସକ୍ରିୟ ହେଲା ଲଘୁଚାପ, ଏହି ଜିଲାକୁ ରେଡ୍ ଓ୍ବାର୍ନିଂ ଜାରି କଲା IMD

ଭୁବନେଶ୍ବର,୧୩।୮: ପଶ୍ଚିମବଙ୍ଗ ଉପକୂଳରେ ଅବପାତରେ ପରିଣତ ହେଲା ଲଘୁଚାପ । ଏହାର ପ୍ରଭାବରେ ସାରା ରାଜ୍ୟରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri