ସୋନ ନଦୀରୁ ବେଆଇନ ବାଲି ଉଠାଣ

କୁଆମରା,୯ା୧୨(ଡି.ଏନ୍‌.ଏ.)- ଗୋପବନ୍ଧୁ ନଗର ବ୍ଲକ ଦେଇ ପ୍ରବାହିତ ସୋନ ନଦୀରୁ ବେଆଇନ ବାଲି ଉଠାଣ ଚାଲିଥିବା ଅଭିଯୋଗ ହୋଇଛି। ପ୍ରତ୍ୟହ ଦଶ ଚକିଆ ଟ୍ରକ ଓ ଟ୍ରାକ୍ଟର ବାଲି ପରିବହନ କରୁଛନ୍ତି। ଜୟପୁର, ଦିଘି ନୂଆସାହି, ନୂଆ ଗାଁ, ସାଇଁକୁଳା, କଣ୍ଟିସାହି ପ୍ରଭୃତି ଘାଟରୁ ବେଆଇନ ଭାବେ ବାଲି ଉଠାଣ ହେଉଥିବା ବେଳେ ସରକାରୀ ନୀତି ନିୟମକୁ ଉଲ୍ଲଘଂନ କରାଯାଉଛି। ବାଲି ବେପାରୀମାନେ ନଦୀରୁ ବାଲି ଉତ୍ତୋଳନ କରି କୁଆମରା ଓ ସାଇଁକୁଳା ରାସ୍ତା ଦେଇ ବାଲେଶ୍ୱର ଜିଲା ଓ ବାହାର ରାଜ୍ୟକୁ ବାଲି ଚାଲାଣ କରୁଛନ୍ତି। ବାଲି ବେପାରୀମାନେ ବେଶ ଅର୍ଥ ରୋଜଗାର କରୁଥିବା ବେଳେ ଗ୍ରାମାଞ୍ଚଳ ରାସ୍ତା ଘାଟର ଅବସ୍ଥା ଶୋଚନୀୟ ହୋଇ ପଡୁଛି। ଭାରୀଯାନ ଚଳାଚଳ ଯୋଗୁଁ ଲୋକେ ରାସ୍ତାଘାଟରେ ଯିବାକୁ ନିରାପଦ ମଣୁ ନାହାଁନ୍ତି। ୨ଦିନ ତଳେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଥିବା ବେଳେ ଏକ ବର୍ଷ ମଧ୍ୟରେ ୩୦ରୁ ଅଧିକ ଦୁର୍ଘଟଣା ଘଟି ସାରିଲାଣି। ନିଲାମ ହୋଇଥିବା ଘାଟମାନଙ୍କରୁ ବର୍ଷକୁ ଯେତିକି ବାଲି ଉତ୍ତୋଳନ କରାଯିବା କଥା ତା ଠାରୁ ଯଥେଷ୍ଟ ଅଧିକ ବାଲି ଉଠାଣ କରିବା ଫଳରେ ନଦୀ କୂଳ ଗ୍ରାମ ଗୁଡିକ ପ୍ରତି ବିପଦ ସୃଷ୍ଟି କରୁଛି। ଅନେକ ସ୍ଥାନରେ ମେଶିନ ସାହାଯ୍ୟରେ ବାଲି ଉତ୍ତୋଳନ କରାଯାଉଥିବାରୁ ବଡ଼ ବଡ଼ ଗର୍ତ୍ତ ସୃଷ୍ଟି ହେଉଛି। ବର୍ଷା ଦିନେ ଏହା ବିପଦ ସୃଷ୍ଟି କରୁଛି। ବାଲି ବୋଝେଇ ଭାରିଯାନଗୁଡିକ ଫାଣ୍ଡି ଓ ଥାନା ସମ୍ମୁଖ ଦେଇ ଯାତାୟତ କରୁଥିଲେ ମଧ୍ୟ ଏଥିପ୍ରତି ପୋଲିସ ବିଭାଗ ନିରବ ଦ୍ରଷ୍ଟା ସାଜିଛି। ରାଜସ୍ବ ବିଭାଗ ମଧ୍ୟ ନୀରବଦ୍ରଷ୍ଟା ସାଜିଛି। ତେବେ ନିକଟରେ ଜୟପୁର ପଞ୍ଚାୟତର ନୂଆଗାଁଠାରେ ମହିଳାମାନେ ଏକାଠି ହୋଇ ବାଲି ବୋଝେଇ ଟ୍ରକଗୁଡିକୁ ଅଟକାଇ ଥିଲେ ମଧ୍ୟ ପ୍ରଶାସନିକ ଅଧିକାରୀ ଠିକ ସମୟରେ ନ ପହଞ୍ଚିବାରୁ ସେମାନେ ଗାଡ଼ିଗୁଡ଼ିକୁ ଛାଡି ଦେଇଥିଲେ। ଏ ନେଇ ଅଞ୍ଚଳବାସୀଙ୍କ ଅସନ୍ତୋଷ ବଢିବାରେ ଲାଗିଛି। ଯଥା ଶୀଘ୍ର ଏ ଦିଗରେ ରାଜସ୍ବ ବିଭାଗ ପଦକ୍ଷେପ ନ ନେଲେ ଲୋକେ ରାଜରାସ୍ତାକୁ ଓହ୍ଲାଇବେ ବୋଲି ଚେତାବନୀ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଉଲ୍ଲଂଘନକାରୀଙ୍କ ବିରୋଧରେ ଏତଲା

ବାରିପଦା ଅଫିସ/ଚିତ୍ରଡ଼ା, ୨୭ା୪(ଡି.ଏନ୍‌.ଏ.)- କରୋନା ସଂକ୍ରମଣକୁ ଏଡ଼ାଇବା ପାଇଁ ରାଜ୍ୟ ସରକାର ଗୋଟିଏ ପରେ ଗୋଟିଏ ପଦକ୍ଷେପମାନ ନେଉଛନ୍ତି। କରୋନା ମୁକାବିଲାରେ ସରପଞ୍ଚମାନଙ୍କୁ ଜିଲାପାଳ କ୍ଷମତା...

ଦ୍ୱିତୀୟ ଶ୍ରୀକ୍ଷେତ୍ରରେ ରଥ ଅନୁକୂଳ

ବାରିପଦା ଅଫିସ, ୨୭ା୪- ଅକ୍ଷୟ ତୃତୀୟା ଅବସରରେ ଦ୍ୱିତୀୟ ଶ୍ରୀକ୍ଷେତ୍ର ମୟୂରଭଞ୍ଜ ଜିଲା ବାରିପଦାସ୍ଥିତ ଶ୍ରୀ ଶ୍ରୀ ହରିବଳଦେବଜୀଉ ବିଜେ ମହାପ୍ରଭୁଙ୍କ ଘୋଷଯାତ୍ରା ନିମନ୍ତେ ରଥ...

୧୦୭୧ରୁ ୯୮୯ ନମୁନା ନେଗେଟିଭ୍‌

ବାରିପଦା ଅଫିସ, ୨୭ା୪:  କରୋନା ସନ୍ଦେହରେ ମୟୂରଭଞ୍ଜ ଜିଲାର ୧୦୭୧ ଜଣଙ୍କ ସାମ୍ପୁଲ ପରୀକ୍ଷା ପାଇଁ ପଠାଯାଇଥିବା ବେଳେ ସେଥିମଧ୍ୟରୁ ୯୮୯ ଜଣଙ୍କ ରିପୋର୍ଟ ନେଗେଟିଭ୍‌...

ମୟୂରଭଞ୍ଜ କଳା,ସଂସ୍କୃତି ପ୍ରେରଣା ଦିଏ

ବାରିପଦା ଅଫିସ, ୭।୧୨:  ମୟୂରଭଞ୍ଜ ସାଂସ୍କୃତିକ ବିକାଶ ଅନୁଷ୍ଠାନ ଓ ଜିଲା ପ୍ରଶାସନର ମିଳିତ ସହଯୋଗରେ ଦ୍ୱିତୀୟ ଶିଶୁ କଳା ମହୋତ୍ସବ ବାରିପଦା ଶହୀଦ ସ୍ମୃତିଭବନ...

ଲାଞ୍ଚ ନେଇ ଧରାପଡିଲେ ଅମୀନ

ବାରିପଦା,୧୦।୭,(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ବାରିପଦା ଷ୍ଟେସନ ବଜାରସ୍ଥିତ ସେଟେଲମେଣ୍ଟ ଅଫିସ(ଜମି ବନ୍ଦୋବସ୍ତ କାର୍ଯ୍ୟାଳୟ)ର ଅମୀନ ମାନସ ଦାସ ଲାଞ୍ଚ ନେବା ସମୟରେ ଭିଜିଲାନ୍ସ...

ବନ୍ଦ ହେବାକୁ ବସିଛି ଫାର୍ମାସୀ କଲେଜ

ସାରସକଣା,୯ା୨(ଡି.ଏନ.ଏ.): ମୟୂରଭଞ୍ଜ ଜିଲା ସାରସକଣା ବ୍ଲକ ଝାରପୋଖରିଆସ୍ଥିତ ସୀମାନ୍ତ ଇନଷ୍ଟିଚ୍ୟୁଟ ଅଫ୍‌ ଫାର୍ମାସିଟିକାଲ ସାଇନ୍ସ କଲେଜ ଏବେ ବନ୍ଦ ହେବାକୁ ବସିଛି। ଏକଦା ଏହି କଲେଜ...

ବିଧାୟକଙ୍କ କ୍ଷତିଗ୍ରସ୍ତ ଅଞ୍ଚଳ ପରିଦର୍ଶନ

କୁଆମରା,୨୮ା୪(ଡି.ଏନ୍‌.ଏ.)- ୩ ଦିନ ତଳେ କାଳ ବୈଶାଖୀ ତାଣ୍ଡବରେ ଗୋପବନ୍ଧୁ ନଗର ବ୍ଲକରେ ବ୍ୟାପକ କ୍ଷୟକ୍ଷତି ଘଟିଛି। କୁଆମରା ବଜାରର କେତେକ ଦୋକାନ ଛପର ଉଡ଼ି...

ଜଳିଗଲା ଦଶ ଚକିଆ ହାଇଓ୍ବା

କୁଳିଅଣା,୯।୬(ସ୍ବ.ପ୍ର.): ମୟୂରଭଞ୍ଜ ଜିଲା କୁଳିଅଣା ଥାନା ଅନ୍ତର୍ଗତ ୧୮ ନଂ ଜାତୀୟ ରାଜପଥ ଗୁରୁବାର ପୂର୍ବାହ୍ନରେ ଦରଖୋଳି ଛକ ନିକଟରେ ଏକ ଦଶ ଚକିଆ ହାଇୱାରେ...

Advertisement
Archives

Model This Week