ସେଞ୍ଚୁରିୟନ୍‌ ବିଶ୍ୱବିଦ୍ୟାଳୟର ସପ୍ତମ ସମାବର୍ତ୍ତନ ଉତ୍ସବ: ପ୍ରକୃତ ଶିକ୍ଷାର ଉଦ୍ଦେଶ୍ୟ ମନୁଷ୍ୟର ପୁନରୁତ୍ଥାନ

ଜଟଣୀ,୭।୧୨(ଡି.ଏନ୍‌.ଏ.): ଜୀବନର ମାନ ନାଟକୀୟ ଢଙ୍ଗରେ ପରିବର୍ତ୍ତନ ହେଉଛି। ଆଧ୍ୟାତ୍ମିକ ଚେତନା ହିଁ ଆମକୁ ଏକ ସମ୍ପୂର୍ଣ୍ଣ ଓ ସଫଳ ଜୀବନ ଗଠନ କରିବାରେ ସହାୟକ ହୋଇଥାଏ। ବସ୍ତୁଗତ ଲାଳସାର ଊର୍ଦ୍ଧ୍ୱରେ ରହିଲେ ହିଁ ସତ୍ୟର ଆଲୋକପ୍ରାପ୍ତି ହୋଇଥାଏ। ବିଦ୍ୟାର୍ଥୀମାନେ ଏହାକୁ ଜୀବନର ମନ୍ତ୍ର ଭାବେ ଗ୍ରହଣ କରିବା ଉଚିତ। ପ୍ରକୃତ ଶିକ୍ଷାର ଉଦ୍ଦେଶ୍ୟ ମନୁଷ୍ୟର ପୁନରୁତ୍ଥାନ ବୋଲି ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ କହିଛନ୍ତି। ଜଟଣୀସ୍ଥିତ ସେଞ୍ଚୁରିୟନ୍‌ ବିଶ୍ୱବିଦ୍ୟାଳୟରେ ଶୁକ୍ରବାର ଅନୁଷ୍ଠିତ ସପ୍ତମ ସମାବର୍ତ୍ତନ ଉତ୍ସବରେ ଅଧ୍ୟକ୍ଷତା କରି ରାଜ୍ୟପାଳ ଏହା କହିଥିଲେ।
କେବଳ ପ୍ରଯୁକ୍ତି ବିଦ୍ୟା ଯଥେଷ୍ଟ ନୁହେଁ, ବସ୍ତୁ ଓ ଚେତନାର ସମ୍ମିଶ୍ରଣ ନିହାତି ଆବଶ୍ୟକ। ଶିକ୍ଷା ମଣିଷକୁ ଅନ୍ଧାରରୁ ଆଲୋକର ବାଟ ଦେଖାଇଥାଏ। ତା’ର ଅନ୍ତଃଚେତନାକୁ ଜାଗ୍ରତ କରିଥାଏ। ଆଧ୍ୟାତ୍ମିକ ଆହାରର ସୁପରିଚାଳନା ହିଁ ବିଦ୍ୟାର୍ଥୀର ମାନସିକତା ହେବା ଦରକାର। ପ୍ରଯୁକ୍ତି ବା ବିଜ୍ଞାନରୁ ଉପଲବ୍ଧ ଜ୍ଞାନ ଅପେକ୍ଷା ନିଜ ଆତ୍ମାକୁ ଚିହ୍ନିବା ଅଧିକ ଜରୁରୀ। ଆତ୍ମା ଏପରି ଏକ ବୃତ୍ତ ଯାହାର ପରିଧି ନାହିଁ। ଶ୍ରୀମଦ୍‌ ଭଗବତ ଗୀତାର ଉଦାହରଣ ଦେଇ କହିଥିଲେ, ଅର୍ଜୁନଙ୍କ ପାଖରେ ଯୁଦ୍ଧ ସମ୍ବନ୍ଧୀୟ ବିଦ୍ୟାର ଭରପୂର ଜ୍ଞାନ ରହିଥିଲା। ହେଲେ ମହାଭାରତ ଯୁଦ୍ଧରେ ସେ ଶ୍ରୀକୃଷ୍ଣଙ୍କ ପାଖରେ ସମ୍ପୂର୍ଣ୍ଣ ସମର୍ପିତ ହୋଇ କର୍ତ୍ତବ୍ୟ ବିଷୟରେ ଜାଣିବାକୁ ଚାହିଁଥିଲେ। ଚେତନା ନିର୍ଜୀବ ବସ୍ତୁର ଊର୍ଦ୍ଧ୍ୱରେ। ସେହିପରି ମନ ଓ ବୁଦ୍ଧି ତା’ ଠାରୁ ଊର୍ଦ୍ଧ୍ୱରେ। ହେଲେ ଆତ୍ମା ସବୁଠାରୁ ଊର୍ଦ୍ଧ୍ୱରେ ବୋଲି କହିଥିଲେ। ଏହା ମନୁଷ୍ୟର ଚେତନାକୁ ଜାଗ୍ରତ କରିଥାଏ। ସମୟ ଓ ସ୍ଥାନର ଊର୍ଦ୍ଧ୍ୱରେ ରହି ସାର୍ବଜନୀନ ଓ ପୂର୍ଣ୍ଣ ମନୁଷ୍ୟ ଗଢିବା ବିଶ୍ୱବିଦ୍ୟାଳୟର ଉଦ୍ଦେଶ୍ୟ ହେବା ଆବଶ୍ୟକ। ଜାତି, ଧର୍ମ, ବର୍ଣ୍ଣ ଓ ବିବାଦର ଊର୍ଦ୍ଧ୍ୱରେ ରହି କେବଳ ଐଶ୍ୱରିକ ପ୍ରେମରେ ବାନ୍ଧି ହୋଇ ରହିବା ଉଚିତ ବୋଲି ସେ କହିଥିଲେ। ବିଦ୍ୟାର୍ଥୀଙ୍କ ଉଦ୍ଦେଶ୍ୟରେ ସେ କହିଥିଲେ ଜ୍ୟୋତିର କୌଣସି ବାସସ୍ଥାନ ନ ଥାଏ। ଯୁଆଡ଼େ ବିଚ୍ଛୁରିତ ହୋଇଥାଏ ସେସବୁ ସ୍ଥାନକୁ ସେ ଆଲୋକିତ କରିଥାଏ।
ଉତ୍ସବରେ କେନ୍ଦ୍ର ଦକ୍ଷତା ବିକାଶ ସଚିବ ଡ. କେ.ପି. କ୍ରିଷ୍ଣନ୍‌, ବେସାମରିକ ବିମାନ ଚଳାଚଳ ସଚିବ ପ୍ରଦୀପ ସିଂ ଖାରୋଲା ଅତିଥି ଭାବେ ଯୋଗଦେଇ କହିଥିଲେ, ଜୀବନର ପ୍ରତିଟି କ୍ଷେତ୍ରରେ ମଣିଷକୁ ଜ୍ଞାନ ଆହରଣ କରିବାକୁ ପଡ଼ିଥାଏ। ଏଣୁ ସାରାଜୀବନ ବିଦ୍ୟାର୍ଥୀ ଭଳି ରହିବା ଆବଶ୍ୟକ। ସେଞ୍ଚୁରିୟନ ବିଶ୍ୱବିଦ୍ୟାଳୟ ଦକ୍ଷତା ବିକାଶ ଉପରେ ଗୁରୁତ୍ୱ ଦେଇ ଉଦ୍ୟୋଗପତି ତିଆରି କରୁଥିବାରୁ ଛାତ୍ରୀଛାତ୍ରମାନେ ମୂଲ୍ୟବୋଧ ଭିତ୍ତିକ କାର୍ଯ୍ୟକରିବା ଉଚିତ ବୋଲି ସେ କହିଥିଲେ। ଉତ୍ସବରେ ୯ ଜଣଙ୍କୁ ସ୍ବର୍ଣ୍ଣପଦକ ସହ ୧୨ଜଣଙ୍କୁ ପିଏଚ୍‌ଡି, ୪୫ ଜଣ ଏମ୍‌ଫିଲ୍‌, ୧୭ ଏମ୍‌ଟେକ୍‌, ୪୯ ଏମ୍‌ବିଏ, ୪୨୩ ଏମ୍‌ଏସ୍‌ସି, ୨ ଏମ୍‌ଏ, ୨୫୨ ବିଏସ୍‌ସି, ୫୦୨ ବି.ଟେକ୍‌, ୩୨ ବିବିଏ, ୧୦ ବି.କମ୍‌, ୭ ବି.ସି.ଏ, ୨୭୩ ବିଏସ୍‌ସି, ୨୦୫ ଡିପ୍ଲୋମା ଓ ୫୫ ଜଣ ଡି.ଫାର୍ମାଙ୍କୁ ଡିଗ୍ରୀ ପ୍ରଦାନ କରାଯାଇଥିଲା। ସେଞ୍ଚୁରିୟନ୍‌ ବିଶ୍ୱବିଦ୍ୟାଳୟର ସଭାପତି ପ୍ରଫେସର ମୁକ୍ତିକାନ୍ତ ମିଶ୍ର, ଉପସଭାପତି ପ୍ରଫେସର ଡି.ଏନ. ରାଓ, କୁଳପତି ଡ. ସୁପ୍ରିୟା ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ନିଖୋଜ ଯୁବକଙ୍କ ଗଳିତ ମୃତଦେହ ଉଦ୍ଧାର

ମାଲକାନଗିରି/ଖଇରପୁଟ,୧୯।୮(ଡି.ଏନ୍‌.ଏ.): ଚାଷଜମିକୁ ଯାଇ ନିଖୋଜ ହୋଇ ଯାଇଥିବା ମାଲକାନଗିରି ଜିଲା ଖଇରପୁଟ ବ୍ଲକ ଝରିଆଗୁ୍‌ଡ଼ା ଗ୍ରାମର ଜଣେ ଯୁବକଙ୍କ ଗଳିତ ମୃତଦେହ ତିନିଦିନ ପରେ ସୋମବାର...

କାଳୀ ମନ୍ଦିରରୁ ଚୋରି: ସୁନା ଆଖି, ଜିଭ ନେଇଗଲେ ଲୁଟେରା

ଗୋପାଳପୁର,୧୨ା୧- ଗଞ୍ଜାମ ଜିଲା ଗୋପାଳପୁର ଥାନା ଆମ୍ବପୁଆସ୍ଥିତ କାଳୀ ମନ୍ଦିରରେ ଶନିବାର ରାତିରେ କଳାକନା ବୁଲାଇଛନ୍ତି ଲୁଟେରା। ମା’ କାଳୀଙ୍କ ସୁନା ଓ ରୂପା ଅଳଙ୍କାର...

‘ବ୍ୟାପକ ହେଉ କଳାକାରଙ୍କୁ ଚିହ୍ନଟ ପ୍ରକ୍ରିୟା’

ଢେଙ୍କାନାଳ ଅଫିସ, ୩ା୨ : ସାଂସ୍କୃତିକ ଅନୁଷ୍ଠାନ ଶତରୂପା ପକ୍ଷରୁ ସ୍ଥାନୀୟ ଷ୍ଟାଡିୟମ୍‌ରେ ଦୁଇଦିନ ଧରି ଆୟୋଜିତ ହେଉଥିବା କାରୁବାକୀ ମହୋତ୍ସବ ରବିବାର ସନ୍ଧ୍ୟାରେ ଉଦ୍‌ଯାପିତ ହୋଇଯାଇଛି।...

ଟେଲାପାଲି ସେବାଶ୍ରମ ନୂତନ ଶ୍ରେଣୀଗୃହ କାମ ସରୁନି: ବାରଣ୍ଡାରେ ପଢୁଛନ୍ତି ଛାତ୍ରୀଛାତ୍ର

ଫିରିଙ୍ଗିଆ, ୨୧ା୮- ସରକାରୀ ସ୍ତରରେ ନିଷ୍ପତ୍ତି ହୋଇଛି କି ପ୍ରାଥମିକ ଶିକ୍ଷାରୁ କେହି ବଞ୍ଚିତ ହେବେ ନାହିଁ। କିନ୍ତୁ ଭିତ୍ତିଭୂମିକୁ ଅଣଦେଖା କରାଯାଉଛି। ପିଲାମାନେ ପଢ଼ିବାକୁ...

ଅନ୍ୟ ଜାତିରେ ବିବାହରୁ ସାମାଜିକ ବାସନ୍ଦ ଘଟଣା: ମେଡିକାଲରେ ବାପାଙ୍କୁ ଜଗିଛି ଝିଅ

କେନ୍ଦୁଝର, ୨୦ା୫(ସ୍ବ.ପ୍ର.)- ଅନ୍ୟ ଜାତିରେ ବିବାହ କରିଥିବାରୁ ବାଇଧର ନାୟକ ନାମକ ଜଣେ ବ୍ୟକ୍ତିଙ୍କୁ ସାମଜିକ ବାସନ୍ଦ କରାଯାଇଥିଲା। ଏନେଇ ବାପ, ଝିଅ ଗଛ ତଳେ...

ବିଦ୍ୟୁତ୍‌ ବିଭାଗ ଚଢ଼ାଉକୁ ନେଇ ଉତ୍ତେଜନା

ପରଜଙ୍ଗ, ୬।୯(ଡି.ଏନ୍‌.ଏ.) ଢେଙ୍କାନାଳ ଜିଲା ପରଜଙ୍ଗ ବଜାରରେ ଥିବା ବ୍ୟବସାୟିକ ପ୍ରତିଷ୍ଠାନରେ ଶୁକ୍ରବାର ବିଦ୍ୟୁତ୍‌ ବିଭାଗ ପକ୍ଷରୁ ଚଢ଼ାଉକୁ ନେଇ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୋଇଛି।...

ଗଞ୍ଜାମ ଜିଲା ପ୍ରଶାସନର ଅଭିନବ ପଦକ୍ଷେପ: ଲକ୍‌ଡାଉନ୍‌ ସମୟରେ ସୋସିଆଲ ମିଡିଆରେ ରାଜ୍ୟସ୍ତରୀୟ ଡ୍ୟାନ୍ସିଂ ପ୍ରତିଯୋଗିତା, ୨୫ରୁ ଆରମ୍ଭ

ଛତ୍ରପୁର, ୧୮।୪(ଡି.ଏନ୍‌.ଏ.): କରୋନା ନେଇ ଲକ୍‌ଡାଉନ ସମୟରେ ଡ୍ରଇଂ, ପୋଷ୍ଟର, ପେଣ୍ଟିଙ୍ଗ ପ୍ରତିଯୋଗିତା ଏବଂ ଫଟୋସପ୍‌ ଶିକ୍ଷା ଆଦି ଗଞ୍ଜାମ ଜିଲା ପ୍ରଶାସନ ପକ୍ଷରୁ ଆୟୋଜନ...

ସଙ୍କଟରେ ଚାନ୍ଦୁଆ ଶିଳ୍ପ

ପିପିଲି, ୨୧ା୪: କରୋନା ଯୋଗୁ ମଣିଷର ଜୀବନ ଜୀବିକା ପ୍ରଭାବିତ ହୋଇଛି। ଏଥିରୁ ବାଦ୍‌ ପଡ଼ିନାହିଁ ପିପିଲିର ପ୍ରସିଦ୍ଧ ଚାନ୍ଦୁଆ ଶିଳ୍ପ। ଫନୀ ବାତ୍ୟା ପରେ...

Coronavirus Update


Archives

Model This Week

Why Dharitri